ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଆଇସ୍କ୍ରିମ୍, ଆଖୁରସ,… କେତେ ଯେ ଫେରିବାଲା ତା’ ସାମନାରେ ଘୁରି ବୁଲୁଥିଲେ ଜାଭେଦ୍ ସାମ୍ନାର ପାନ ଦୋକାନରୁ ଗୋଟେ ସିଗାରେଟ୍ ଆଣିଲା ଜଣକ ପରେ ଜଣେ ସଭିଏଁ ସିଗାରେଟ୍ରୁ ଧୂଆଁ ଟାଣିଲେ ରତନ ଯେତେବେଳେ ସିଗାରେଟ୍ ନେଇ ବଣ୍ଟି ଆଡ଼କୁ ବଢ଼ାଇ ଦେଲା, ବଣ୍ଟି ହାତମାରି ସିଗାରେଟ୍କୁ ଦୂରକୁ ଫୋପାଡ଼ି ଦେଲା
-ଯାହା ଜଣାପଡ଼ୁଛି ଆଜି ଘରେ ବଣ୍ଟି ଖୁବ୍ ମାଡ଼ ଖାଇଛି…’ ସଭିଏଁ ଖିଲ୍ ଖିଲ୍ କରି ହସି ଉଠିଲେ
‘ଜଣେ ମନ୍ତ୍ରୀ ଭ୍ରଷ୍ଟାଚାର ଅଭିଯୋଗରେ ଗିରଫ’, ‘କଳା ବଜାରୀ ନେହିଁ ଚଲେଗି’… ‘ରାଜୀବ ଗାନ୍ଧୀଙ୍କ ବିବୃତି’- ଖବରକାଗଜ ହକର୍ ଚିତ୍କାର କରୁଥାଏ
‘କାହିଁ କୁଆଡ଼େ ଡାଡ଼ିଙ୍କୁ କେହି ଗିରଫ ନକରୁ…’ ବଣ୍ଟି ବିବ୍ରତ ଭାବରେ ଠିଆ ହୋଇଥିଲା
-ରତନ, ତୋ ମମ୍ମି ତ ଆଜି କ’ଣ ଗୋଟେ ଫିଆଟ୍ କାର୍ରେ ଯାଉଛନ୍ତି’ ଦୀପୁ ସାମ୍ନାରେ ଅତିକ୍ରମ କରି ଯାଉଥିବା କାର୍କୁ ଚାହିଁ କହିଲା
-ତୁ ମଧ୍ୟ ନିଜ ମମ୍ମି ସାଙ୍ଗରେ ଚାଲିଯା’
-ସିଏ ମୋ ମମ୍ମିଙ୍କ ବସ୍ କେବଳ ମମ୍ମିକୁ ଲିଫ୍ଟ୍ ଦିଅନ୍ତି…’ ରତନ ସିଗାରେଟ୍ର ଧୂଆଁ ନାକ ବାଟେ ଛାଡ଼ୁ ଛାଡ଼ୁ କହିଲା
-ତୋ’ ମମ୍ମିଙ୍କ ବସ୍ ?’ ଚମକି ପଡ଼ିଲା ପରି ପଚାରିଲା, ‘ତୋ ଡାଡ଼ି ମଧ୍ୟ ତାଙ୍କୁ ଦେଖିଲେ ଈର୍ଷାରେ ଜଳୁଥିବେ, ନୁହେଁ ?’
-ଧୂତ୍, ଡାଡ଼ି କାହିଁକି ଈର୍ଷାରେ ଜଳିବେ ? ସିଏ ତ’ ମମ୍ମିକୁ ପ୍ରମୋଶନ୍ ଦେଇଛନ୍ତି ଡାଡ଼ି ତ’ ପ୍ରତିଦିନ ତାଙ୍କ ଘରକୁ ଯାଆନ୍ତି’
-ମୋ ଡାଡ଼ିଙ୍କୁ କ’ଣ ହୋଇଛି କେଜାଣି, ଯଦି ସିଏ ସେ ମମ୍ମିଙ୍କ କଥା ମାନି ନିଅନ୍ତେ, ତେବେ ଆଜି ତ ତାଙ୍କ ଫାଇଲ୍ ଉପରୁ ଆସି ଯାଆନ୍ତା’
-ଗୋଟେ ପଚାଶ ପଇସା ବାହାର କଲୁ ଆଇସ୍କ୍ରିମ୍ କିଣିବା ଫିପ୍ଟି-ଫିପ୍ଟି…’ ଜାଭେଦ୍ ତା’ର ପକେଟ୍ ଅଣ୍ଡାଳିବାକୁ ଲାଗିଲା
-ମୋ ପାଖରେ ନାହିଁ… ’ ବଣ୍ଟି ତା’ ହାତ ଛିଞ୍ଚାଡ଼ି ଦେଲା
-ମମ୍ମି ତ ଏବେ ମୋତେ ହେପି ସ୍କୁଲରେ ଆଡ଼ମିଶନ୍ କରେଇବ ଦଶ ହଜାର ଡୋନେଶନ୍ ଦେବ’, ରତନ ତତ୍ପରତାର ସହିତ ବଖାଣୁ ଥିଲା
-ବାପ୍ରେ, ତୋ ଡାଡ଼ିଙ୍କ ପାଖକୁ ଏତେ ପଇସା କୋଉଠୁ ଆସିଲା ?’
-ବିଜିନେସ୍, ବିଜିନେସ୍ !’ ରତନ ବେଶ୍ ଅପୂର୍ବ ଠାଣିରେ ବେଞ୍ଚ୍ ଉପରେ ବସିଥିଲା ଓ ସିଗାରେଟ୍ର ଧୂଆଁ ଟାଣୁଥିଲା, ‘ଲୋକଙ୍କ ବଡ଼ ବଡ଼ ଟେଣ୍ଡର ହୁଏ କି ନା, ସେସବୁ କେବଳ ଟିକେ ତଳ ଉପର କରିବାକୁ ହୁଏ ଦିନେ ଡାଡ଼ି ମମ୍ମିକୁ କହୁଥିଲେ ଟେଣ୍ଡର କ’ଣ ? ସେସବୁ ତଳ ଉପର କେମିତି, କାହିଁକି କରାଯାଏ ?’ ବଣ୍ଟି ରତନ ପାଖେ ଯାଇ ବସିଲା
-ଜାଣେନା, ଡାଡ଼ି ଯାହା କହୁଥିଲେ’ ରତନ ଠିକ୍ ତା’ର ଡାଡ଼ିଙ୍କ ଠାଣିରେ ସିଗାରେଟ୍ରୁ ପାଉଁଶ ଝାଡ଼ିଲା ଓ ପୁଣି ଶେଷ ଟାଣ ଦେଇ ଖଣ୍ଡିଆ ସିଗାରେଟ୍ଟା ଦୂରକୁ ଫୋପାଡ଼ି ଦେଲା- ‘ଆଚ୍ଛା… ସେ ଫାଇଲ୍ ସବୁକୁ ତଳ ଉପର, ଉପର ତଳ କରିବା ବିଜିନେସ୍, ନୁହେଁ’ ବଣ୍ଟି ମୁଣ୍ଡ ହଲାଇଲା
ବସ୍…. ବସ୍ ଆସିଗଲା ସବୁପିଲା ବସ୍ ଆଡ଼କୁ ଦୌଡ଼ିବାରେ ଲାଗିଲେ କଣ୍ଡକ୍ଟର୍ ତାକୁ ଅନ୍ୟମାନଙ୍କ ପରି ଭିତରକୁ ଟେକିନେଲା କିଛି କ୍ଷଣ ପାଇଁ ସେମାନଙ୍କ ଭିତରେ ଠେଲାପେଲା ତା’ପରେ ଅଲଗା ଅଲଗା ଜଣାପଡ଼ିଲେ ବଣ୍ଟି କୌଣସିମତେ ଠେଲିପେଲି ହୋଇ ଝର୍କା ପାଖ ସିଟ୍ରେ ଯାଇ ବସିଲା ଆଜି ତା’ର ସେଇଠି ବସିବା ପାଳି କିନ୍ତୁ ନବମ ଶ୍ରେଣୀ ପଢ଼ୁଥିବା ଆସ୍ଲମ୍ ଆସିଲା ଓ ତା’ର ବାହୁକୁ ଟାଣି ତାକୁ ଉଠାଇଲା ଆସ୍ଲମ୍ ସ୍କୁଲର ଦାଦା ତାକୁ ସବୁପିଲା ଡରନ୍ତି
-ହଟ୍ବେ… ’ ସେ ବଣ୍ଟିକୁ ସିଟ୍ରୁ ଟେକି ତଳେ କଚାଡ଼ି ଦେଲା
-ଉଠିବିନି ଏଇଟା ମୋ ଜାଗା’ ବଣ୍ଟି ବସ୍ର ଝରକାକୁ ଭିଡ଼ିଧରି ଚିତ୍କାର କଲା
-ଶଃ, ତୋ ବାବାର ଜାଗା ହୋଇଥିବ ନା !’ ଆସ୍ଲମ୍ ଧକ୍କାଟିଏ ମାରି ବଣ୍ଟିର ସିଟ୍ରେ ବସିଗଲା
-ଶଳା, ମୋ ବାପାର ନାଁ ଧରୁଛୁ, ତୋ ମାଆକୁ…’ ବଣ୍ଟି ରାଗ ଜରଜର ହୋଇ ତାକୁ ନଖରେ ରାମ୍ପୁଡ଼ିବାକୁ ଲାଗିଲା ଜବାବରେ ଆସ୍ଲମ୍ର ଶକ୍ତ ଚଟକଣା ବଣ୍ଟିର ଗାଲରେ ବାଜିଲା ଶକ୍ତ ଚାପୁଡ଼ା ମାଡ଼ରେ ବଣ୍ଟିର ଦାନ୍ତରୁ ରକ୍ତ ବାହାରିଲା ଏତିକିବେଳେ କଣ୍ଡକ୍ଟର ଆସି ପହଞ୍ଚିଲା ସେ ବଣ୍ଟିର ମୁଣ୍ଡରେ ଠଣାଟିଏ ମାରିଲା ଓ ଆସ୍ଲମ୍କୁ ତାଗିଦ୍ କଲା
-ଏବେ ଯାଇ ତୋ ନାଁରେ ପ୍ରିନ୍ସିପାଲ୍ଙ୍କ ପାଖରେ ଅଭିଯୋଗ କରିବି ତୋ ମାଆକୁ… ତୋ’ ଭଉଣୀକୁ… ’ ବଣ୍ଟି ଆସ୍ଲାମ୍ ଉପରକୁ ଅଭିସମ୍ପାତ ବର୍ଷା କରୁଥିଲା
-ଏଥର ତୁ ତୁନିପଡ଼ ବଣ୍ଟି ତୋ ମୁହଁରୁ ରକ୍ତ ବାହାରୁଛି’ ରତନ ନିଜ ସିଟ୍ରୁ ଉଠିଆସି ବଣ୍ଟି ପାଖକୁ ଗଲା ଓ ନିଜ ଖାତାରୁ ପୃଷ୍ଠାଟିଏ ଚିରି ବଣ୍ଟିର ରକ୍ତାକ୍ତ ମୁହଁକୁ ସଫାକଲା
-ବଣ୍ଟି, ଏଥର ତୁ ମଧ୍ୟ ଏ ସ୍କୁଲରୁ ବାହାରିଯାଆ ଆମେ ଦୁହେଁ ହେପି ସ୍କୁଲରେ ଦାଖଲ ହୋଇଯିବା’
-‘କିନ୍ତୁ ଦଶ ହଜାର ଟଙ୍କା କୁଆଡ଼ୁ ଆସିବ ? ଯଦି ଆଜି ଉପରୁ ଫାଇଲ୍ ନଆସେ ତେବେ ଡାଡ଼ିଙ୍କ ମୃତ୍ୟୁ ନିଶ୍ଚିତ’ ବଣ୍ଟି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା
-‘କ’ଣ ବେଶୀ କଷ୍ଟ ହେଉଛି କି ରେ ?’
ଲଞ୍ଚ୍ ଟାଇମ୍ରେ ବଣ୍ଟି ପାଖରେ ଆଜି ଟିଫିନ୍ ନଥିଲା ତେଣୁ ସେ ରତନ ସହିତ ସ୍କୁଲ ପଛପଟ ଗଛମୂଳେ ଯାଇ ବସିଲା ଓ ଦୁହେଁ ରତନର ଟିଫିନ୍ରୁ ଆମ୍ଲେଟ୍ ଓ ରୁଟି ବାହାର କରି ଖାଇଲେ
-ବଣ୍ଟି ତୁ ତ’ ଖୁବ୍ ରାଗିଯାଉ କିନ୍ତୁ ତୁ ତ’ ସବୁବେଳେ ବେଶ୍ ଶାନ୍ତଶିଷ୍ଟ ଆସ୍ଲମ୍ର ନାକକୁ ତୁ ଯଦି ଗୋଟେ କରାଟା କରିଥାଆନ୍ତୁ ନା ଦେଖିଥାଆନ୍ତୁ…’ ରତନ ରୁଟି ଛାଡ଼ି କରାଟେ ହାତ ପନବନରେ ଘୁରାଇବାକୁ ଲାଗିଲା
-ଯେତେହେଲେ ମୁଁ ପ୍ରି-ମେଚ୍ୟୋର ନା, ତେଣୁ !’ ବଣ୍ଟି ବଡ଼ ଉଦାସ କଣ୍ଠରେ କହିଲା
-ଆରେ, କାହିଁକି’, ରତନ ଯେମିତି ଆଶ୍ଚର୍ଯ୍ୟରେ ପଚାରିଲା ସତେ ଯେମିତି ସେ ପ୍ରି-ମେଚ୍ୟୋରର ଅର୍ଥ ବେଶ୍ ଭଲଭାବେ ଜାଣେ
-ମୁଁ କି ଜାଣେ, ମମ୍ମି ତ କହେ, ମୁଁ ଯେତେବେଳେ ଜନ୍ମ ହେଲି ଦି’ମାସ ଯାଏ ହସ୍ପିଟାଲ୍ର ଗୋଟେ ଖାସ୍ ମେସିନ୍ ଭିତରେ ମତେ ରଖାଯାଇଥିଲା’
-ଆହା, ଚ-ଚ-ଚ-ଚ’… ରତନ ଯେମିତି ସମବେଦନା ସହ ତାକୁ ଅପଲକ ନେତ୍ରରେ ଚାହିଁ ରହିଲା- ‘ଏସବୁ ତୋର ମମ୍ମିର ଭୁଲ୍ ମୁଁ ଗୋଟେ ମାଗାଜିନ୍ରେ ପଢ଼ୁଥିଲି, ଯେଉଁ ପିଲା ଜନ୍ମରୁ ରୋଗିଣା- ସେଇଥିପାଇଁ ତା ମା’ ଦାୟୀ, ତା’ ମାଆର ଦୋଷ’
-ସତରେ !’ ବଣ୍ଟି ବଡ଼ ଉତ୍କଣ୍ଠାର ସହିତ ତା’ର ମନ୍ତବ୍ୟ ଶୁଣୁଥିଲା ଓ ଭାବୁଥିଲା ତେବେ ମମ୍ମି ପ୍ରତିଟି ମୁହୂର୍ତ୍ତରେ ମୋ ଉପରେ ଏମିତି ଚିଡ଼ୁଛି କାହିଁକି ? ମୁଁ ବି ଏତେ ପ୍ରତି କଥାରେ ରାଗିଯାଉଛି, ସମସ୍ତଙ୍କ ସହିତ ଝଗଡ଼ା କରୁଛି କାହିଁକି ?’
ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?
୧. RAMESH CHANDRA DAS, BHUBANESWAR | ଜୁନ୍ ୧୫, ୨୦୧୫ - ୪:୩୬ ପୂର୍ବାହ୍ନ
ଅନୁବାଦ ଗପଟି ଭଲ ଲାଗିଲା କେତୋଟି ବନାନ ଅଶୁଦ୍ଧି ରହି ଯାଇଛି ଯଥା – ଧିରେ ଧିରେ, ସତୁରୀ, ଘାଣ୍ଠୁ ଘାଣ୍ଠୁ