ନବ ପ୍ରତିଭା

କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ
କଣ୍ଟା
|- ଶୈଳେନ୍ଦ୍ର କୁମାର ଜେନା

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଫନି ମହାନ୍ତି
ଦୟାନିଧି ମିଶ୍ର
ସୁଧାଂଶୁ ଶେଖର ପାତ୍ର
ବିଦ୍ୟୁତପ୍ରଭା ଦେବୀ
ଅଚ୍ୟୁତାନନ୍ଦ କର
ସଦାନନ୍ଦ ତ୍ରିପାଠୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଶାନ୍ତି
  ଡା ନୀଳମାଧବ କର, ମନରୋଗ ଚିକିତ୍ସକ, ଓଲଭର ହାମ୍ପଟନ, ଇଂଲଣ୍ଡ
 
 
ତା: ମାର୍ଚ୍ଚ୍ ୨୫, ୨୦୧୭  
 

କେବେ ଆଉ ଆସିବ ତମେ
ଅଙ୍ଗନରେ
କାଉଁରୀ ପରଶ ନେଇ
ସ୍ଵପ୍ନକୁ ସଜେଇ।

ଆବାହନୀ ଝଡ଼ କେଉଁ କାଳୁ
ଗଲେଣି ବାହୁଡ଼ି
ଅଣୁ ପରମାଣୁ ଭେଦି
ତନ୍ତ୍ରୀ ଦୋହଲାଇ।

ଆଗକୁ ଆଉ କିଛି ଋତୁ ନାହିଁ
ଦୃଶ୍ୟ ନାହିଁ
ରଙ୍ଗମଞ୍ଚରେ
ଧୂସର ଜୋଛନା
ଭୟଙ୍କର ବୃକ୍ଷର ପଞ୍ଜରା
ଅଟକି ଯାଇଥିବା
ନିରୀହ ଜଳର ଆଇନାରେ
ଅଶରୀରୀ ଛାଇ ଏଠି ସେଠି।

ଆଗକୁ ଆଉ କିଛି ଋତୁ ନାହିଁ
ଦୃଶ୍ୟ ନାହିଁ
ତମ ଆସିବା ପାଇଁ
ସେ ସବୁଜ ପୃଥିବୀ ନାହିଁ
ନୀଳ ସମୁଦ୍ର ନାହିଁ
ଆକାଶ ନାହିଁ, ବର୍ଷା ନାହିଁ।
ତମକୁ ଭଲ ପାଇବାକୁ
ହୃଦୟଟେ ବି ନାହିଁ।
ତମ ଆଗମନୀର ଆଶାରେ
ଅପେକ୍ଷାରେ, ସମୟ (ବି) ସରି ଯାଇଛି
ତିଳ ତିଳ ହେଇ।

ଆଗକୁ ଆଉ କିଛି ଋତୁ ନାହିଁ
ଦୃଶ୍ୟ ନାହିଁ
ଆମେ କ୍ଲାନ୍ତ – ଆମ କବରରେ
ଜୀବନ୍ତ ଆଶାଟେ ସହ –
ସତେ କି ଆସିବ ତମେ
ସିଞ୍ଚିଦେଇ ସଞ୍ଜୀବନୀ ମନ୍ତ୍ର!

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଡା ନୀଳମାଧବ କର, ମନରୋଗ ଚିକିତ୍ସକ, ଓଲଭର ହାମ୍ପଟନ, ଇଂଲଣ୍ଡ
author photo
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ସତରେ, ଭୋକିଲା ପେଟ ଆଗରେ ପାପ ପୂନ୍ୟ ଅର୍ଥହୀନ । ପ୍ରଭୂ ଶ୍ରୀକୃଷ୍ଣ ତ ଅଭିନୟ ହି କରୁଥିଲେ, ଅର୍ଜୁନ ସମ୍ମୁଖରେ - ଗୀତାର ଅଭିନବ ଉପଯୋଗ…
    ( ରବିନ୍ଦ୍ର କୁମାର ଦାଶ )
  • ସ୍କୁଲ ସମୟର ଗୀତ. ଅନେକ ଦିନ ପରେ ପଢି ଭଲ ଲାଗିଲା. ଉଦ୍ୟମ ପ୍ରଶଂସନୀୟ
    ( ସୁବାସ ଚନ୍ଦ୍ର ପଟ୍ଟନାୟକ )
  • ଅତ୍ୟନ୍ତ ମର୍ମସ୍ପର୍ଶୀ କବିତା । ପଢିବା ସମୟରେ ଜୀବନ୍ତ ହୋଇଗଲା ସେ କାହାଣୀଟି ମୋ ମନ ଭିତରେ । ଅନୁଭବ କରିପାରିଲି ନାଉରି ମନର ଶଙ୍କାକୁ, ଝିଅର…
    ( ଚିନ୍ମୟ କୁମାର ଦଳାଇ )