ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ଗୋପୀନାଥ ମହାନ୍ତି
ଗୋପାଳ ଚନ୍ଦ୍ର ପ୍ରହରାଜ
ବ୍ରଜନାଥ ରଥ
ବିଜୟ ମିଶ୍ର
ଉତ୍କଳମଣି ଗୋପବନ୍ଧୁ ଦାସ
ଲକ୍ଷ୍ମୀଧର ନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ପ୍ରଶ୍ନ
  ଡ: କଲ୍ୟାଣୀ ପାଢୀ, ବୋଷ୍ଟନ
 
 
ତା: ଏପ୍ରିଲ୍ ୨୫, ୨୦୧୨  
 

ନିଜକୁ ଛଳନା କରି
ଭଲ ପାଇବାଟାକୁ ଅତୀତର ଦ୍ବାହି ଦେଇ
ତା’ଠାରୁ ଦୂରେଇ ଯିବା ଆଗରୁ
ନିଜକୁ ଥରେ ପ୍ରଶ୍ନ ପଚାରିବ ?

ଯଦି କେବେ ପତ୍ର ପାଅ
ତା ମୃତ୍ୟୁ ଶଯ୍ୟାରୁ
‘ଟିକିଏ ଆସ’ ବୋଲି
ଆସିବ କି, ନ ଆସିବ ?

ଯଦି କେବେ ଦେଖ
ତୁମ ଅଗଣାରେ ନଈ ହୋଇ
ତା’ରି ଲୁହ ସବୁ ଯାଏ ବୋହି
ଅତୀତ ପ୍ରୀତିକୁ ଜାଗ୍ରତ କରି
କାନ୍ଦିବ କି, ନ କାନ୍ଦିବ ?

ତା ପାଇଁ ଯେଉଁ ସୋହାଗର ଫୁଲ
ମନ ବଗିଚାରୁ ତୋଳି ରଖିଥିଲ
ଆଉ କାହା ପାଇଁ ସମର୍ପି ଦେବାରେ
ତୁମ ହାତ ଥରିବ କି, ନ ଥରିବ୤

ସ୍ବପ୍ନରେ କେବେ ଶୀତୁଆ ରାତିରେ
ଏକା ସେ ଯାଉଛି ଦେଖି
ସ୍ନେହ ଭରା ସୁରେ
ଡାକିବ କି ନ ଡାକିବ୤

ଯଦି ସବୁ ଯାକ ହଁ
ତେବେ ପୁଣି ଥରେ ତୁମ ମନକୁ ପଚାର
ତୁମେ ସତରେ ତା’ଠାରୁ ଦୂରେଇ ପାରିଛ?
ଅଯଥା ଦମ୍ଭରେ ଅଭିମାନ କରି
ଭଲା କି ଲାଭ ପାଇବ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଡ: କଲ୍ୟାଣୀ ପାଢୀ, ବୋଷ୍ଟନ
author photo
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. Swayam |  ଜୁନ୍ ୧୫, ୨୦୧୨ - ୧:୫୦ ଅପରାହ୍ନ

    ଆପଣଙ୍କର “ତୁମେ” ଶବ୍ଦଟି ଅତି ନିଜର ଏବଂ ଅନ୍ତରଙ୍ଗ୤ ମାୟାଧର ମାନସିଂହଙ୍କ ଅପୂର୍ବ କବିତା ମନେ ପଡିଲା-
    “ସମସ୍ତେ କୁହନ୍ତି ତୁମେ ତୁମେ ବୋଲି ସେ ତୁମେ ର ମୂଲ୍ୟ କାହିଁ?
    ତୁମେ ଯେତେବେଳେ ତୁମେ ବୋଲି କୁହ ଏତେ ମିଠା କାହିଁ ପାଇଁ?”
    ଏମିତି ସୁନ୍ଦର ଲେଖନ୍ତୁ ଆଜ୍ଞା!ଆମେ ପଢିବୁ….ସ୍ବୟଂ

  • ୨. ajit |  ଜୁଲାଇ ୧୧, ୨୦୧୨ - ୭:୦୧ ପୂର୍ବାହ୍ନ

    very nice one

  • ୩. [email protected], manamunda boud odisha |  ଡିସେମ୍ବର୍ ୧୩, ୨୦୧୨ - ୧୦:୪୭ ପୂର୍ବାହ୍ନ

    very good

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )