ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ମନମୋହନ ମିଶ୍ର
ସ୍ବଭାବ କବି ଗଙ୍ଗାଧର ମେହେର
ବାମାଚରଣ ମିତ୍ର
ଅମିୟବାଳା ପଟ୍ଟନାୟକ
ଦୟାନିଧି ମିଶ୍ର
ନନ୍ଦ କିଶୋର ବଳ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଚେଷ୍ଟା
  ଲିପିକା ମହାପାତ୍ର, କ୍ୟାଲିଫର୍ଣ୍ଣିଆ, ଆମେରିକା
 
 
ତା: ଜୁନ୍ ୨୭, ୨୦୧୩  
 

ଜୀବନଟା ପ୍ରଶ୍ନ୤

ତା’ଅନ୍ତେ ରମେଇ ବଢ଼ିବ କେମିତି୤ ପ୍ରଶ୍ନଟି ହାତୁଡ଼ି ମାରିଲା ପରି ପିଟି ହଉଥାଏ ବାରମ୍ବାର୤

ଜୀବନଟା ଅଭିନୟ୤

ଗାଁରେ ଗୀତାପାଠ ବେଳେ ଖଣ୍ଡେ ଖଣ୍ଡେ ବାକ୍ୟ ତା’ କାନରେ ପଡ଼ିଛି୤ ସ୍ବୟଂ ଭଗବାନ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କ ସଖା ଆଉ ସାରଥି ହୋଇଥିଲେ୤ ସେଟା ଅଭିନୟ ନୁହେଁ ଆଉ କ’ଣ ?

ସେ ଅଭିନୟ କରିବ୤ ମାଁ କାଳିସୀ ଲାଗିବାର ଅଭିନୟ୤ ବଞ୍ଚିବାର ଏଇ ନୂତନ ଉପାୟଟି ଆବିଷ୍କାର କଲାପରେ ରମେଇ ମାଁ ଆଉ ପଛକୁ ଫେରି ଚାହିଁନି୤ ଗୋଧନ ଆଉ ଅନ୍ନରେ ପୂରି ଉଠିଛି ଘର୤ ରମେଇର ଭବିଷ୍ୟତ ପ୍ରଶ୍ନବାଚିରୁ ଏକ ରଙ୍ଗୀନ୍ ସତ୍ୟକୁ ଋପାନ୍ତରିତ ହୋଇଯାଇଛି୤

ଧନ୍ୟ ସେ ଅଭିନୟ୤ ଆଶ୍ଚର୍ଯ୍ୟ ସେ ଅଭିନୟ ୤

ସେ ସ୍ବପ୍ନକୁ ଭୁଲିଯାଏ୤ ରମେଇର ଢୋଲ ଶବ୍ଦହୀନ ହୋଇଯାଏ୤
ଶବ୍ଦହୀନ ପୃଥିବୀ୤
ଝୁଣା ଧୂଆଁ, ଧୂପ, ଘଣ୍ଟଘଣ୍ଟା, ଝାଳ ଆଉ ରକ୍ତ୤ ରମେଇ ମାଁ’ର ଶରୀର ଦୋହଲୁଥାଏ ଯେମିତି, ପ୍ରବଳ ଝଡ଼ରେ ଗ୍ରସ୍ତ ଗଛର ଡାଳଟିଏ ଦିଗହୀନ ଭାବେ ଦୋହଲିଲା ପରି୤ ଯେକୌଣସି ମୁହୂର୍ତ୍ତରେ କଟକଟ କରି ଭାଙ୍ଗି ପଡ଼ିବାଟା ବିଚିତ୍ର ନୁହେଁ୤

ଆକାଶକୁ ଚାହିଁଲା ରମେଇ ମାଁ ୤ ମଧ୍ୟାହ୍ନ ସୂର୍ଯ୍ୟ୤ ପ୍ରଖର ଖରା୤ ଶୋଷରେ ତା’ ତଣ୍ଟି ଶୁଖିଗଲା୤

ଜୀନଟା ଶୋଷ୤

ସରାରେ ସଦ୍ୟ ବଳିପଡ଼ିଥିବା କୁକୁଡ଼ାର ରକ୍ତ୤ ଢକ ଢକ କରି ପିଇଗଲା ରମେଇ ମାଁ ସେ ରକ୍ତକୁ୤ ହେଲେ ମଧ୍ୟ ଶୋଷ ମେଣ୍ଟିଲାନି୤ ଶରୀରଟା କଚାଡ଼ି ହୋଇ ଲୋଟି ପଡ଼ିଲା ଭୂମିରେ୤ ରମେଇର ହାତ ସ୍ଥିର ହୋଇଗଲା୤ ଢୋଲ ଉପରେ୤ ଭକ୍ତମାନେ ଶୂନ୍ୟେ ଶୂନ୍ୟେ ଟେକିନେଲେ ରମେଇ ମାଁ’କୁ, ଆଉ ଯତ୍ନରେ ଶୁଆଇ ଦେଲେ ଖଟିଆ ଉପରେ୤

‘ମାଆ ବୋଧେ ଦେହରୁ ବାହାରି ଗଲେ’ ଚମ୍ପି ଖୁଡ଼ି କହିଲା- ଏକ ନିରାସିଆ ସ୍ବରରେ୤ ଆଉ ଜଣେ ଭିଡ଼ ଭିତରୁ କହିଲା, ‘ଏତେ ସମୟ ତ ରହିଲେ୤’ ଗାଁ ମାଇପିମାନେ ରମେଇ ମାଁ’ର ସେବାରେ ଲାଗିଯାଇଥାନ୍ତି୤ ରମେଇ ମାଁ ଦୀର୍ଘଶ୍ବାସଟିଏ ନେଲା୤ ଆଶ୍ବସ୍ତିର୤

ନିଶ୍ବାସ ତଳୁ କହିଲା, ‘ଜୀବନଟା ଚେଷ୍ଟା ନୁହେଁ… ଚେଷ୍ଟା ହିଁ ଜୀବନ୤’

-୦-

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଲିପିକା ମହାପାତ୍ର, କ୍ୟାଲିଫର୍ଣ୍ଣିଆ, ଆମେରିକା
author photo
 

ମତାମତ ସଂଖ୍ୟା - ୧୬ ଆପଣଙ୍କ ମତାମତ ?

  • ୧. Swagatika Sethi, Bhubaneswar |  ଜୁନ୍ ୨୮, ୨୦୧୩ - ୧୦:୫୯ ପୂର୍ବାହ୍ନ

    ହଁ, ଲେଖାଟି ମର୍ମସ୍ପର୍ଶୀ ହୋଇଛି୤ ଆପଣଙ୍କ କଲମରୁ ଏପରି ଆଉକିଛି ଲେଖା ଆଶା କରୁଚି୤

  • ୨. ପ୍ରଶାନ୍ତ କୁମାର ଭୂୟାଁ, ଟରୋଣ୍ଟୋ, ଓଣ୍ଟାରିଓ, କାନାଡ଼ା  |  ଅଗଷ୍ଟ୍ ୨୮, ୨୦୧୩ - ୧୦:୪୬ ଅପରାହ୍ନ

    ଲିପିକା ଭଉଣୀ,

    ପଲ୍ଲୀଜୀବନ ଓ ତାର ସରଳତାରେ ଜୁଡ଼ୁବୁଡ଼ୁ ହୋଇ ରହିଥିବା ଜୀବନ୍ତ ଚିତ୍ରଟିଏ ।

    ସରଳ…ସାବଲୀଳ…ସୁନ୍ଦର…!!!
    ଲେଖା ଜାରୀ ରହୁ ।

    ଧନ୍ୟବାଦ..!!

    ସାହିତ୍ୟ ସର୍ବଦା ସମୃଦ୍ଧିଶାଳୀ ରହୁ … ସାହିତ୍ୟର ଜୟଯାତ୍ରା ଜାରୀ ରହୁ…!!!

    ଜୟ ଓଡ଼ିଆ…ଜୟ ଓଡ଼ିଶା…ଜୟ ଜଗନ୍ନାଥ…!!!

    ପ୍ରଶାନ୍ତ କୁମାର ଭୂୟାଁ,
    ଟରୋଣ୍ଟୋ, କାନାଡ଼ା,
    ଜନ୍ମସ୍ଥାନ – ବଡ଼ଦାଣ୍ଡ, ଜଗନ୍ନାଥ ପ୍ରସାଦ, ଗଞ୍ଜାମ

  • ୩. Gyana Ranjan Barik, odisha |  ସେପ୍ଟେମ୍ବର୍ ୩୦, ୨୦୧୩ - ୯:୨୫ ପୂର୍ବାହ୍ନ

    Prasangati khub marma sparsi dhanyabad lipika didi.

  • ୪. Rajendra Das, jagatasingpur.ODisha |  ଡିସେମ୍ବର୍ ୨୯, ୨୦୧୩ - ୧୦:୨୪ ଅପରାହ୍ନ

    Mu bHutu bhala paea ODisha ku

  • ୫. ଦଣ୍ଡପାଣୀ ଶତପଥୀ, ଛତ୍ରପୁର, ଗଞ୍ଜାମ |  ଫେବୃଆରୀ ୧୭, ୨୦୧୪ - ୯:୧୦ ପୂର୍ବାହ୍ନ

    ବିଦେଶ ରେ ରହି ବି ଓଡିଆ ଭାଷା ପ୍ରତି ପ୍ରୀତୀ ଥିବାରୁ ବହୁତ ଧନ୍ୟବାଦ.

  • ୬. Jashobanta pADhi, Hyderabad |  ଏପ୍ରିଲ୍ ୨୭, ୨୦୧୪ - ୫:୫୯ ପୂର୍ବାହ୍ନ

    chamatkAr

  • ୭. ଦାମୋଦର ବେହେରା, ଗୋହିରିବାଡ଼ି,ଗଂଜାମ |  ମେ ୨୫, ୨୦୧୪ - ୪:୧୯ ପୂର୍ବାହ୍ନ

    ଲିପିକା ଭଉଣୀ,

    ତୁମ ଲେଖା ବହୁତ ସରଳ ଓ ସୁନ୍ଦର

    ଧନ୍ୟବାଦ

  • ୮. ସଚିଦାନନ୍ଦ ପାତ୍ର, ନୟାଗଡ |  ସେପ୍ଟେମ୍ବର୍ ୨, ୨୦୧୪ - ୧:୦୪ ପୂର୍ବାହ୍ନ

    ବିଦେଶରେ ରହି ମଧ୍ୟ ଓଡିଆ ଭଷା ପ୍ରତି ଏତେ ଆଗ୍ରହ ଦେଖି ମୋତେ ବହୁତ ଖୁସି ଲାଗିଲା, ଆପଣ ଆହୁରି ଅଧିକ ଲେଖନ୍ତୁ ।
    ମୋର ଆଶା ।

  • ୯. କମଲ୍ ଲୋଚନ୍ ମାର୍ନଡି, ବାରୀପଦା, ଓଡିଷା |  ସେପ୍ଟେମ୍ବର୍ ୧୬, ୨୦୧୪ - ୨:୦୨ ଅପରାହ୍ନ

    ଅପା, ଲେଖାଟି ଅତି ସୁନ୍ଦର୍ ହୋଇଛୀ

  • ୧୦. ପ୍ରଦିପ ବିଶ୍ବାଳ, ଗୂହାଟି |  ନଭେମ୍ବର୍ ୧୦, ୨୦୧୪ - ୯:୧୫ ପୂର୍ବାହ୍ନ

    ଆପଣ ବିଦେଶ ରେ ରହି ଓଡ଼ିଆକୁ ଭଲ ପାଉଥିବାରୁ ଧନ୍ଯବାଦ୲ ଜଯୃ ଜଗନ୍ନାଥ

  • ୧୧. ଅଟଳ ବିହାରୀ ପଣ୍ଡା, ଯାଜପୁର, ଓଡିଶା |  ଅକ୍ଟୋବର୍ ୨୮, ୨୦୧୫ - ୫:୪୩ ପୂର୍ବାହ୍ନ

    ଲେଖାଟି ସରଳ ଗ୍ରାମ୍ୟ ଜୀବନ ର ଚିତ୍ର ପ୍ରଦାନ କରିବା ସଙ୍ଗେ ସଙ୍ଗେ ଦାରିଦ୍ର୍ୟତାର ନିଛକ ପ୍ରତିଛବି ଆଙ୍କିବାର ପ୍ରୟାସ କରିଛି |
    ସବୁଠାରୁ ବଡ କଥା ହେଉଛି ବିଦେଶ ରେ ରହି ଓଡିଆ ଭାଷା ସାହିତ୍ୟ ପ୍ରତି ଯେ ମମତା ଗାଳ୍ପିକାଙ୍କର ପରିଦୃଷ୍ଟ୍ୟ ତହା ବସ୍ତବ ରେ ଆଦରଣୀୟ |

  • ୧୨. Dr Anita Panda, D3/3562, Vasnt Kunj,New Delhi-110070 |  ଫେବୃଆରୀ ୩, ୨୦୧୬ - ୮:୫୨ ଅପରାହ୍ନ

    The psychological aspect of the story is excellent. Often, readers do not analyse.

  • ୧୩. ଅକ୍ଷୟ କୁମାର ରଥ, ଗୁଣପୁର, ଜିଲ୍ଲା- ରାୟଗଡ |  ଫେବୃଆରୀ ୮, ୨୦୧୬ - ୮:୨୦ ପୂର୍ବାହ୍ନ

    ଜୀବନର ଅନ୍ତ ଅବଶମ୍ଭାବୀ ; କିନ୍ତୁ ଚେଷ୍ଟାର ଅନ୍ତ ସଫଳତା ପରେ ମଧ୍ୟ ନୁହେଁ ।

  • ୧୪. ଆକାଶ ପ୍ରଧାନ, ନୂଆପଡ଼ା, ଓଡ଼ିଶା |  ଡିସେମ୍ବର୍ ୮, ୨୦୧୬ - ୪:୪୫ ଅପରାହ୍ନ

    ହୃଦୟସ୍ପର୍ଶୀ ଲେଖା ।
    ପ୍ରବାସୀ ହୋଇ ବି ଓଡ଼ିଆ ପ୍ରୀତି ପ୍ରଶଂସନୀୟ ।

  • ୧୫. ରବିନ୍ଦ୍ର କୁମାର ଦାଶ, ଦିଲ୍ଲୀ |  ଜୁଲାଇ ୧୭, ୨୦୧୭ - ୨:୫୬ ପୂର୍ବାହ୍ନ

    ସତରେ, ଭୋକିଲା ପେଟ ଆଗରେ ପାପ ପୂନ୍ୟ ଅର୍ଥହୀନ । ପ୍ରଭୂ ଶ୍ରୀକୃଷ୍ଣ ତ ଅଭିନୟ ହି କରୁଥିଲେ, ଅର୍ଜୁନ ସମ୍ମୁଖରେ – ଗୀତାର ଅଭିନବ ଉପଯୋଗ । ମନଛୁଆଁ ନିଶ୍ଚିନ୍ତ ।

  • ୧୬. ପ୍ରସନ୍ନ, ମୁମ୍ବାଇ |  ଅଗଷ୍ଟ୍ ୧୩, ୨୦୧୭ - ୫:୦୨ ପୂର୍ବାହ୍ନ

    ବହୁତ ଭଲ।।ଓଡ଼ିଆସାହିତ୍ୟ.କମ୍ କୁ ବହୁତ ଧନ୍ୟବାଦ।।
    ଜୀନଟା ଶୋଷ। ଜୀନଟା ଅର୍ଥ?

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤