ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ବାମାଚରଣ ମିତ୍ର
କିଶୋରୀ ଚରଣ ଦାସ
ରାଧାନାଥ ରାୟ
ସଦାନନ୍ଦ ତ୍ରିପାଠୀ
ବ୍ରଜନାଥ ରଥ
ଭୁବନେଶ୍ବର ବେହେରା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଚେଷ୍ଟା
  ଲିପିକା ମହାପାତ୍ର, କ୍ୟାଲିଫର୍ଣ୍ଣିଆ, ଆମେରିକା
 
 
ତା: ଜୁନ୍ ୨୭, ୨୦୧୩  
 

ବିସ୍ମୟ ଆଉ ଭୟର ହାଲୁକା ଝଡ଼ଟେ ଗାଁରେ ବହିଗଲା୤ ମାଇପିମାନେ ଘରଦ୍ବାର ଅଣ୍ଡାଳି ପକେଇଲେ, ଚାଉଳ ଗଣ୍ଡେ କି ନଡ଼ିଆଟିଏ ପାଇଲେ ମାଁ ଙ୍କୁ ଅର୍ପଣ କରିବେ୤ ଚମ୍ପି ଖୁଡ଼ି ନଡ଼ିଆଟେ ଧରି ଝଅଟ ଝଅଟ ପାଦ ପକେଇଲା୤ ଏଥର ମାଁ ଙ୍କୁ ସବୁକଥା କହିବ୤ ତା’ର ତେର ବର୍ଷର ଝିଅ ‘ମିତୁ’ କଥା କହିବା ବନ୍ଦ କରିଦେଇଛି୤ ଦିନଯାକ ମାଟି କାନ୍ଥକୁ ରାମ୍ପୁଥାଏ୤ ମିତୁକୁ କଥା କୁହାଇବା ପାଇଁ ଚମ୍ପି ଖୁଡ଼ିର ସବୁଚେଷ୍ଟା ମିତୁର ନଖରମ୍ପା କାନ୍ଥକୁ ଲିପୁ ଲିପୁ ମାଟିରେ ମିଶିଯାଏ୤ ଆଖିରେ ଆଖିଏ ଲୁହ୤ ଏଥର ସବୁଠୁ ଆଗ ପହଞ୍ଚି ମାଁ’ଙ୍କୁ ମନର ବ୍ୟଥା କହିବ୤

ରମେଇ ମାଁ’ର ଘରଆଗେ କ୍ରମାଗତ ଭାବେ ଭିଡ଼ ଜମିଲାଣି୤ ଭିଡ଼ ସାଙ୍ଗରେ ତାଳଦେଇ ଉଠା ଦୋକାନ ଅଧ ଡଜନେ ଖଣ୍ଡେ ଖୋଲି ଯାଇଛି୤ ନଡ଼ିଆ, ଫୁଲ, ଧୂପ ଠାରୁ ଆରମ୍ଭ କରି ଚକୁଳି ପିଠା, ତରକାରୀ ପର୍ଯ୍ୟନ୍ତ ସବୁ ମିଳିବ୤ କାନ୍ଦୁରା ପିଲାଟା ପାଇଁ ବେଲୁନ୍‌ କିଣାର ମଧ୍ୟ ବ୍ୟବସ୍ଥା ଅଛି୤ କିଏ ଜାଣେ ମାଆ କେତେ ସମୟ ରହିବେ୤
ରମେଇ ମାଁ’ର ନୃତ୍ୟ ଭୟଙ୍କର ହୋଇଉଠିଛି୤ ଭକ୍ତମାନେ ସ୍ବୟଂକୁ ମାଁ’ଙ୍କ ପାଖରେ ସମର୍ପଣ କରି ତଳେ ଲୋଟି ଯାଇଛନ୍ତି୤

ମାୟାର ସମର୍ପଣ ସତ୍ୟ ସମ୍ମୁଖରେ୤

ରମେଇ ମାଁର ମଥାର ସିନ୍ଦୁର ମୁହଁସାରା ଲେସିହୋଇ ଗାଁ ଦେବତାଙ୍କ ସିନ୍ଦୁରବୋଳା ପଥର ମୁହଁ ପରି ମନେ ହଉଛି୤ ମୁଣ୍ଡରୁ ଝାଳ ଆଉ ପାଦ ଫାଟି ରକ୍ତ, ଅଗଣା ଧୂଳିରେ ମିଶି ଯାଉଛି୤ ଭକ୍ତମାନଙ୍କର ପ୍ରଶ୍ନ ଆଉ ଉତ୍ତର ଆଶାରେ ଉତ୍କଣ୍ଠା ୤ ଭିଡ଼ ଭିତରୁ ଜଣେ ପଚାରିଲା, ‘ମାଁ–ରମେଇ ବାପା ଫେରିବ ତ ?’
ଏମିତିଆ ପ୍ରଶ୍ନରେ ଛାତି କୋରି ହୋଇଯାଏ ରମେଇ ମାଁ’ର ୤ ପ୍ରଶ୍ନକୁ ବାଆଁରେଇ ଦେଇ କହିଲା, ‘ବାସ୍‌ ସେତିକି ୤’

ରମେଇ ମାଁ ପରଘରେ କାମ କରି ପେଟ ପୋଷିଲେ ମଧ୍ୟ, ମାଁ ପୁଅ ଅନେକ ଦିନ ଓପାସ ରୁହନ୍ତି୤ ପେଟର ଭୋକ ମାରିବା ପାଇଁ ରଘୁବାବୁଙ୍କ ବାଡ଼ିରୁ ସଜନା ଛୁଇଁ ଚୋରି କରିବାଟା ଅପରାଧ ମାନେନି ରମେଇ ମାଁ କିମ୍ବା ରାତିରେ ଉଲଗ୍ନ ହୋଇ ଶୋଇବାଟା ଅସଭ୍ୟତା ନୁହେଁ ବରଂ ଗୋଟିଏ ବୋଲି ପିନ୍ଧା ଲୁଗାକୁ ବେସିଦିନ ଟାଣି ନବାର ଚେଷ୍ଟା୤

ଚେଷ୍ଟା ଏକ ସୁନ୍ଦର ପ୍ରୟାସ ଯାହା ମଣିଷର ଆଶାକୁ ହାତମୁଠାକୁ ଆଣିବାରେ ସାହାଯ୍ୟ କରେ୤ ଅନେକ ସମୟରେ ମଣିଷଟି ମନପ୍ରାଣ ଦେଇ ଚେଷ୍ଟା କରେ୤ ହେଲେ ହାତମୁଠା ଖୋଲିଲା ବେଳକୁ ଅଧା ଖଣ୍ଡିଆ ଆଶାକୁ ଭେଟେ୤ ଦୁଃଖ ପାଏ୤ ଏଇଟା ମାୟାର ଖେଳ୤ ମଣିଷଟି ତାହା ବୁଝି ପାରେନି୤ ରମେଇ ମାଁ’ର ଆପ୍ରାଣ ଚେଷ୍ଟାରେ, ରମେଇ ବଡ଼ ହୋଇଗଲା ସିନା କିନ୍ତୁ ତା’ର ଖଣ୍ଡିଆ ଗୋଡ଼ ଦିଟା ଛିଗୁଲେଇବା ଆରମ୍ଭ କଲେ ରମେଇ ମାଁ’କୁ୤ ଆଶାର ଖଣ୍ଡିଆ ରୂପ୤

ଗ୍ରାମ ଦେବତୀ ପୁଜାରୀ ହରି ମିଶ୍ର କେତେବାର କହିଛନ୍ତି, ‘ଆଲୋ- ଟୋକାଟାକୁ ମନ୍ଦିରରେ ବସେଇ ବଡ଼ ଖଣ୍ଡିଆ ଗୋଡ଼ ଦିଟା ଦେଖାଇଲେ କିଛି ତ ମିଳିବ୤’ ପଣ୍ଡିତଙ୍କ ଭଳି ଶ୍ରେଷ୍ଟ ଲୋକଙ୍କ କଥା ଅମାନ୍ୟ କରିବା ଅପରାଧ୤ ରମେଇ ମାଁ ସେ ଅପରାଧ କରେ୤ ପଣ୍ଡିତେ ତାତ୍ସଲ୍ୟ କରି କୁହନ୍ତି, ‘ପୂର୍ବ ପାପରୁ ଗେରସ୍ତ ଛୁ…. ପୁଅ ଛୋଟା.. ପୁଣି ବହପ ଦେଖ୤’ ପଣ୍ଡିତଙ୍କ କଥାଟା ବିରୁଡ଼ି ଭଳିଆ କାନ ପାଖରେ ଭଁ ଭଁ ହୁଏ୤ ଚୁପ୍‌ ରହେ, କିନ୍ତୁ ରମେଇକୁ ଭିକ ମାଗିବାକୁ ଛାଡ଼େନି୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଲିପିକା ମହାପାତ୍ର, କ୍ୟାଲିଫର୍ଣ୍ଣିଆ, ଆମେରିକା
author photo
 

ମତାମତ ସଂଖ୍ୟା - ୧୬ ଆପଣଙ୍କ ମତାମତ ?

  • ୧. Swagatika Sethi, Bhubaneswar |  ଜୁନ୍ ୨୮, ୨୦୧୩ - ୧୦:୫୯ ପୂର୍ବାହ୍ନ

    ହଁ, ଲେଖାଟି ମର୍ମସ୍ପର୍ଶୀ ହୋଇଛି୤ ଆପଣଙ୍କ କଲମରୁ ଏପରି ଆଉକିଛି ଲେଖା ଆଶା କରୁଚି୤

  • ୨. ପ୍ରଶାନ୍ତ କୁମାର ଭୂୟାଁ, ଟରୋଣ୍ଟୋ, ଓଣ୍ଟାରିଓ, କାନାଡ଼ା  |  ଅଗଷ୍ଟ୍ ୨୮, ୨୦୧୩ - ୧୦:୪୬ ଅପରାହ୍ନ

    ଲିପିକା ଭଉଣୀ,

    ପଲ୍ଲୀଜୀବନ ଓ ତାର ସରଳତାରେ ଜୁଡ଼ୁବୁଡ଼ୁ ହୋଇ ରହିଥିବା ଜୀବନ୍ତ ଚିତ୍ରଟିଏ ।

    ସରଳ…ସାବଲୀଳ…ସୁନ୍ଦର…!!!
    ଲେଖା ଜାରୀ ରହୁ ।

    ଧନ୍ୟବାଦ..!!

    ସାହିତ୍ୟ ସର୍ବଦା ସମୃଦ୍ଧିଶାଳୀ ରହୁ … ସାହିତ୍ୟର ଜୟଯାତ୍ରା ଜାରୀ ରହୁ…!!!

    ଜୟ ଓଡ଼ିଆ…ଜୟ ଓଡ଼ିଶା…ଜୟ ଜଗନ୍ନାଥ…!!!

    ପ୍ରଶାନ୍ତ କୁମାର ଭୂୟାଁ,
    ଟରୋଣ୍ଟୋ, କାନାଡ଼ା,
    ଜନ୍ମସ୍ଥାନ – ବଡ଼ଦାଣ୍ଡ, ଜଗନ୍ନାଥ ପ୍ରସାଦ, ଗଞ୍ଜାମ

  • ୩. Gyana Ranjan Barik, odisha |  ସେପ୍ଟେମ୍ବର୍ ୩୦, ୨୦୧୩ - ୯:୨୫ ପୂର୍ବାହ୍ନ

    Prasangati khub marma sparsi dhanyabad lipika didi.

  • ୪. Rajendra Das, jagatasingpur.ODisha |  ଡିସେମ୍ବର୍ ୨୯, ୨୦୧୩ - ୧୦:୨୪ ଅପରାହ୍ନ

    Mu bHutu bhala paea ODisha ku

  • ୫. ଦଣ୍ଡପାଣୀ ଶତପଥୀ, ଛତ୍ରପୁର, ଗଞ୍ଜାମ |  ଫେବୃଆରୀ ୧୭, ୨୦୧୪ - ୯:୧୦ ପୂର୍ବାହ୍ନ

    ବିଦେଶ ରେ ରହି ବି ଓଡିଆ ଭାଷା ପ୍ରତି ପ୍ରୀତୀ ଥିବାରୁ ବହୁତ ଧନ୍ୟବାଦ.

  • ୬. Jashobanta pADhi, Hyderabad |  ଏପ୍ରିଲ୍ ୨୭, ୨୦୧୪ - ୫:୫୯ ପୂର୍ବାହ୍ନ

    chamatkAr

  • ୭. ଦାମୋଦର ବେହେରା, ଗୋହିରିବାଡ଼ି,ଗଂଜାମ |  ମେ ୨୫, ୨୦୧୪ - ୪:୧୯ ପୂର୍ବାହ୍ନ

    ଲିପିକା ଭଉଣୀ,

    ତୁମ ଲେଖା ବହୁତ ସରଳ ଓ ସୁନ୍ଦର

    ଧନ୍ୟବାଦ

  • ୮. ସଚିଦାନନ୍ଦ ପାତ୍ର, ନୟାଗଡ |  ସେପ୍ଟେମ୍ବର୍ ୨, ୨୦୧୪ - ୧:୦୪ ପୂର୍ବାହ୍ନ

    ବିଦେଶରେ ରହି ମଧ୍ୟ ଓଡିଆ ଭଷା ପ୍ରତି ଏତେ ଆଗ୍ରହ ଦେଖି ମୋତେ ବହୁତ ଖୁସି ଲାଗିଲା, ଆପଣ ଆହୁରି ଅଧିକ ଲେଖନ୍ତୁ ।
    ମୋର ଆଶା ।

  • ୯. କମଲ୍ ଲୋଚନ୍ ମାର୍ନଡି, ବାରୀପଦା, ଓଡିଷା |  ସେପ୍ଟେମ୍ବର୍ ୧୬, ୨୦୧୪ - ୨:୦୨ ଅପରାହ୍ନ

    ଅପା, ଲେଖାଟି ଅତି ସୁନ୍ଦର୍ ହୋଇଛୀ

  • ୧୦. ପ୍ରଦିପ ବିଶ୍ବାଳ, ଗୂହାଟି |  ନଭେମ୍ବର୍ ୧୦, ୨୦୧୪ - ୯:୧୫ ପୂର୍ବାହ୍ନ

    ଆପଣ ବିଦେଶ ରେ ରହି ଓଡ଼ିଆକୁ ଭଲ ପାଉଥିବାରୁ ଧନ୍ଯବାଦ୲ ଜଯୃ ଜଗନ୍ନାଥ

  • ୧୧. ଅଟଳ ବିହାରୀ ପଣ୍ଡା, ଯାଜପୁର, ଓଡିଶା |  ଅକ୍ଟୋବର୍ ୨୮, ୨୦୧୫ - ୫:୪୩ ପୂର୍ବାହ୍ନ

    ଲେଖାଟି ସରଳ ଗ୍ରାମ୍ୟ ଜୀବନ ର ଚିତ୍ର ପ୍ରଦାନ କରିବା ସଙ୍ଗେ ସଙ୍ଗେ ଦାରିଦ୍ର୍ୟତାର ନିଛକ ପ୍ରତିଛବି ଆଙ୍କିବାର ପ୍ରୟାସ କରିଛି |
    ସବୁଠାରୁ ବଡ କଥା ହେଉଛି ବିଦେଶ ରେ ରହି ଓଡିଆ ଭାଷା ସାହିତ୍ୟ ପ୍ରତି ଯେ ମମତା ଗାଳ୍ପିକାଙ୍କର ପରିଦୃଷ୍ଟ୍ୟ ତହା ବସ୍ତବ ରେ ଆଦରଣୀୟ |

  • ୧୨. Dr Anita Panda, D3/3562, Vasnt Kunj,New Delhi-110070 |  ଫେବୃଆରୀ ୩, ୨୦୧୬ - ୮:୫୨ ଅପରାହ୍ନ

    The psychological aspect of the story is excellent. Often, readers do not analyse.

  • ୧୩. ଅକ୍ଷୟ କୁମାର ରଥ, ଗୁଣପୁର, ଜିଲ୍ଲା- ରାୟଗଡ |  ଫେବୃଆରୀ ୮, ୨୦୧୬ - ୮:୨୦ ପୂର୍ବାହ୍ନ

    ଜୀବନର ଅନ୍ତ ଅବଶମ୍ଭାବୀ ; କିନ୍ତୁ ଚେଷ୍ଟାର ଅନ୍ତ ସଫଳତା ପରେ ମଧ୍ୟ ନୁହେଁ ।

  • ୧୪. ଆକାଶ ପ୍ରଧାନ, ନୂଆପଡ଼ା, ଓଡ଼ିଶା |  ଡିସେମ୍ବର୍ ୮, ୨୦୧୬ - ୪:୪୫ ଅପରାହ୍ନ

    ହୃଦୟସ୍ପର୍ଶୀ ଲେଖା ।
    ପ୍ରବାସୀ ହୋଇ ବି ଓଡ଼ିଆ ପ୍ରୀତି ପ୍ରଶଂସନୀୟ ।

  • ୧୫. ରବିନ୍ଦ୍ର କୁମାର ଦାଶ, ଦିଲ୍ଲୀ |  ଜୁଲାଇ ୧୭, ୨୦୧୭ - ୨:୫୬ ପୂର୍ବାହ୍ନ

    ସତରେ, ଭୋକିଲା ପେଟ ଆଗରେ ପାପ ପୂନ୍ୟ ଅର୍ଥହୀନ । ପ୍ରଭୂ ଶ୍ରୀକୃଷ୍ଣ ତ ଅଭିନୟ ହି କରୁଥିଲେ, ଅର୍ଜୁନ ସମ୍ମୁଖରେ – ଗୀତାର ଅଭିନବ ଉପଯୋଗ । ମନଛୁଆଁ ନିଶ୍ଚିନ୍ତ ।

  • ୧୬. ପ୍ରସନ୍ନ, ମୁମ୍ବାଇ |  ଅଗଷ୍ଟ୍ ୧୩, ୨୦୧୭ - ୫:୦୨ ପୂର୍ବାହ୍ନ

    ବହୁତ ଭଲ।।ଓଡ଼ିଆସାହିତ୍ୟ.କମ୍ କୁ ବହୁତ ଧନ୍ୟବାଦ।।
    ଜୀନଟା ଶୋଷ। ଜୀନଟା ଅର୍ଥ?

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤