ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ବିସ୍ମୟ ଆଉ ଭୟର ହାଲୁକା ଝଡ଼ଟେ ଗାଁରେ ବହିଗଲା ମାଇପିମାନେ ଘରଦ୍ବାର ଅଣ୍ଡାଳି ପକେଇଲେ, ଚାଉଳ ଗଣ୍ଡେ କି ନଡ଼ିଆଟିଏ ପାଇଲେ ମାଁ ଙ୍କୁ ଅର୍ପଣ କରିବେ ଚମ୍ପି ଖୁଡ଼ି ନଡ଼ିଆଟେ ଧରି ଝଅଟ ଝଅଟ ପାଦ ପକେଇଲା ଏଥର ମାଁ ଙ୍କୁ ସବୁକଥା କହିବ ତା’ର ତେର ବର୍ଷର ଝିଅ ‘ମିତୁ’ କଥା କହିବା ବନ୍ଦ କରିଦେଇଛି ଦିନଯାକ ମାଟି କାନ୍ଥକୁ ରାମ୍ପୁଥାଏ ମିତୁକୁ କଥା କୁହାଇବା ପାଇଁ ଚମ୍ପି ଖୁଡ଼ିର ସବୁଚେଷ୍ଟା ମିତୁର ନଖରମ୍ପା କାନ୍ଥକୁ ଲିପୁ ଲିପୁ ମାଟିରେ ମିଶିଯାଏ ଆଖିରେ ଆଖିଏ ଲୁହ ଏଥର ସବୁଠୁ ଆଗ ପହଞ୍ଚି ମାଁ’ଙ୍କୁ ମନର ବ୍ୟଥା କହିବ
ରମେଇ ମାଁ’ର ଘରଆଗେ କ୍ରମାଗତ ଭାବେ ଭିଡ଼ ଜମିଲାଣି ଭିଡ଼ ସାଙ୍ଗରେ ତାଳଦେଇ ଉଠା ଦୋକାନ ଅଧ ଡଜନେ ଖଣ୍ଡେ ଖୋଲି ଯାଇଛି ନଡ଼ିଆ, ଫୁଲ, ଧୂପ ଠାରୁ ଆରମ୍ଭ କରି ଚକୁଳି ପିଠା, ତରକାରୀ ପର୍ଯ୍ୟନ୍ତ ସବୁ ମିଳିବ କାନ୍ଦୁରା ପିଲାଟା ପାଇଁ ବେଲୁନ୍ କିଣାର ମଧ୍ୟ ବ୍ୟବସ୍ଥା ଅଛି କିଏ ଜାଣେ ମାଆ କେତେ ସମୟ ରହିବେ
ରମେଇ ମାଁ’ର ନୃତ୍ୟ ଭୟଙ୍କର ହୋଇଉଠିଛି ଭକ୍ତମାନେ ସ୍ବୟଂକୁ ମାଁ’ଙ୍କ ପାଖରେ ସମର୍ପଣ କରି ତଳେ ଲୋଟି ଯାଇଛନ୍ତି
ମାୟାର ସମର୍ପଣ ସତ୍ୟ ସମ୍ମୁଖରେ
ରମେଇ ମାଁର ମଥାର ସିନ୍ଦୁର ମୁହଁସାରା ଲେସିହୋଇ ଗାଁ ଦେବତାଙ୍କ ସିନ୍ଦୁରବୋଳା ପଥର ମୁହଁ ପରି ମନେ ହଉଛି ମୁଣ୍ଡରୁ ଝାଳ ଆଉ ପାଦ ଫାଟି ରକ୍ତ, ଅଗଣା ଧୂଳିରେ ମିଶି ଯାଉଛି ଭକ୍ତମାନଙ୍କର ପ୍ରଶ୍ନ ଆଉ ଉତ୍ତର ଆଶାରେ ଉତ୍କଣ୍ଠା ଭିଡ଼ ଭିତରୁ ଜଣେ ପଚାରିଲା, ‘ମାଁ–ରମେଇ ବାପା ଫେରିବ ତ ?’
ଏମିତିଆ ପ୍ରଶ୍ନରେ ଛାତି କୋରି ହୋଇଯାଏ ରମେଇ ମାଁ’ର ପ୍ରଶ୍ନକୁ ବାଆଁରେଇ ଦେଇ କହିଲା, ‘ବାସ୍ ସେତିକି ’
ରମେଇ ମାଁ ପରଘରେ କାମ କରି ପେଟ ପୋଷିଲେ ମଧ୍ୟ, ମାଁ ପୁଅ ଅନେକ ଦିନ ଓପାସ ରୁହନ୍ତି ପେଟର ଭୋକ ମାରିବା ପାଇଁ ରଘୁବାବୁଙ୍କ ବାଡ଼ିରୁ ସଜନା ଛୁଇଁ ଚୋରି କରିବାଟା ଅପରାଧ ମାନେନି ରମେଇ ମାଁ କିମ୍ବା ରାତିରେ ଉଲଗ୍ନ ହୋଇ ଶୋଇବାଟା ଅସଭ୍ୟତା ନୁହେଁ ବରଂ ଗୋଟିଏ ବୋଲି ପିନ୍ଧା ଲୁଗାକୁ ବେସିଦିନ ଟାଣି ନବାର ଚେଷ୍ଟା
ଚେଷ୍ଟା ଏକ ସୁନ୍ଦର ପ୍ରୟାସ ଯାହା ମଣିଷର ଆଶାକୁ ହାତମୁଠାକୁ ଆଣିବାରେ ସାହାଯ୍ୟ କରେ ଅନେକ ସମୟରେ ମଣିଷଟି ମନପ୍ରାଣ ଦେଇ ଚେଷ୍ଟା କରେ ହେଲେ ହାତମୁଠା ଖୋଲିଲା ବେଳକୁ ଅଧା ଖଣ୍ଡିଆ ଆଶାକୁ ଭେଟେ ଦୁଃଖ ପାଏ ଏଇଟା ମାୟାର ଖେଳ ମଣିଷଟି ତାହା ବୁଝି ପାରେନି ରମେଇ ମାଁ’ର ଆପ୍ରାଣ ଚେଷ୍ଟାରେ, ରମେଇ ବଡ଼ ହୋଇଗଲା ସିନା କିନ୍ତୁ ତା’ର ଖଣ୍ଡିଆ ଗୋଡ଼ ଦିଟା ଛିଗୁଲେଇବା ଆରମ୍ଭ କଲେ ରମେଇ ମାଁ’କୁ ଆଶାର ଖଣ୍ଡିଆ ରୂପ
ଗ୍ରାମ ଦେବତୀ ପୁଜାରୀ ହରି ମିଶ୍ର କେତେବାର କହିଛନ୍ତି, ‘ଆଲୋ- ଟୋକାଟାକୁ ମନ୍ଦିରରେ ବସେଇ ବଡ଼ ଖଣ୍ଡିଆ ଗୋଡ଼ ଦିଟା ଦେଖାଇଲେ କିଛି ତ ମିଳିବ’ ପଣ୍ଡିତଙ୍କ ଭଳି ଶ୍ରେଷ୍ଟ ଲୋକଙ୍କ କଥା ଅମାନ୍ୟ କରିବା ଅପରାଧ ରମେଇ ମାଁ ସେ ଅପରାଧ କରେ ପଣ୍ଡିତେ ତାତ୍ସଲ୍ୟ କରି କୁହନ୍ତି, ‘ପୂର୍ବ ପାପରୁ ଗେରସ୍ତ ଛୁ…. ପୁଅ ଛୋଟା.. ପୁଣି ବହପ ଦେଖ’ ପଣ୍ଡିତଙ୍କ କଥାଟା ବିରୁଡ଼ି ଭଳିଆ କାନ ପାଖରେ ଭଁ ଭଁ ହୁଏ ଚୁପ୍ ରହେ, କିନ୍ତୁ ରମେଇକୁ ଭିକ ମାଗିବାକୁ ଛାଡ଼େନି
ମତାମତ ସଂଖ୍ୟା - ୧୬ ଆପଣଙ୍କ ମତାମତ ?
୧. Swagatika Sethi, Bhubaneswar | ଜୁନ୍ ୨୮, ୨୦୧୩ - ୧୦:୫୯ ପୂର୍ବାହ୍ନ
ହଁ, ଲେଖାଟି ମର୍ମସ୍ପର୍ଶୀ ହୋଇଛି ଆପଣଙ୍କ କଲମରୁ ଏପରି ଆଉକିଛି ଲେଖା ଆଶା କରୁଚି
୨. ପ୍ରଶାନ୍ତ କୁମାର ଭୂୟାଁ, ଟରୋଣ୍ଟୋ, ଓଣ୍ଟାରିଓ, କାନାଡ଼ା | ଅଗଷ୍ଟ୍ ୨୮, ୨୦୧୩ - ୧୦:୪୬ ଅପରାହ୍ନ
ଲିପିକା ଭଉଣୀ,
ପଲ୍ଲୀଜୀବନ ଓ ତାର ସରଳତାରେ ଜୁଡ଼ୁବୁଡ଼ୁ ହୋଇ ରହିଥିବା ଜୀବନ୍ତ ଚିତ୍ରଟିଏ ।
ସରଳ…ସାବଲୀଳ…ସୁନ୍ଦର…!!!
ଲେଖା ଜାରୀ ରହୁ ।
ଧନ୍ୟବାଦ..!!
ସାହିତ୍ୟ ସର୍ବଦା ସମୃଦ୍ଧିଶାଳୀ ରହୁ … ସାହିତ୍ୟର ଜୟଯାତ୍ରା ଜାରୀ ରହୁ…!!!
ଜୟ ଓଡ଼ିଆ…ଜୟ ଓଡ଼ିଶା…ଜୟ ଜଗନ୍ନାଥ…!!!
ପ୍ରଶାନ୍ତ କୁମାର ଭୂୟାଁ,
ଟରୋଣ୍ଟୋ, କାନାଡ଼ା,
ଜନ୍ମସ୍ଥାନ – ବଡ଼ଦାଣ୍ଡ, ଜଗନ୍ନାଥ ପ୍ରସାଦ, ଗଞ୍ଜାମ
୩. Gyana Ranjan Barik, odisha | ସେପ୍ଟେମ୍ବର୍ ୩୦, ୨୦୧୩ - ୯:୨୫ ପୂର୍ବାହ୍ନ
Prasangati khub marma sparsi dhanyabad lipika didi.
୪. Rajendra Das, jagatasingpur.ODisha | ଡିସେମ୍ବର୍ ୨୯, ୨୦୧୩ - ୧୦:୨୪ ଅପରାହ୍ନ
Mu bHutu bhala paea ODisha ku
୫. ଦଣ୍ଡପାଣୀ ଶତପଥୀ, ଛତ୍ରପୁର, ଗଞ୍ଜାମ | ଫେବୃଆରୀ ୧୭, ୨୦୧୪ - ୯:୧୦ ପୂର୍ବାହ୍ନ
ବିଦେଶ ରେ ରହି ବି ଓଡିଆ ଭାଷା ପ୍ରତି ପ୍ରୀତୀ ଥିବାରୁ ବହୁତ ଧନ୍ୟବାଦ.
୬. Jashobanta pADhi, Hyderabad | ଏପ୍ରିଲ୍ ୨୭, ୨୦୧୪ - ୫:୫୯ ପୂର୍ବାହ୍ନ
chamatkAr
୭. ଦାମୋଦର ବେହେରା, ଗୋହିରିବାଡ଼ି,ଗଂଜାମ | ମେ ୨୫, ୨୦୧୪ - ୪:୧୯ ପୂର୍ବାହ୍ନ
ଲିପିକା ଭଉଣୀ,
ତୁମ ଲେଖା ବହୁତ ସରଳ ଓ ସୁନ୍ଦର
ଧନ୍ୟବାଦ
୮. ସଚିଦାନନ୍ଦ ପାତ୍ର, ନୟାଗଡ | ସେପ୍ଟେମ୍ବର୍ ୨, ୨୦୧୪ - ୧:୦୪ ପୂର୍ବାହ୍ନ
ବିଦେଶରେ ରହି ମଧ୍ୟ ଓଡିଆ ଭଷା ପ୍ରତି ଏତେ ଆଗ୍ରହ ଦେଖି ମୋତେ ବହୁତ ଖୁସି ଲାଗିଲା, ଆପଣ ଆହୁରି ଅଧିକ ଲେଖନ୍ତୁ ।
ମୋର ଆଶା ।
୯. କମଲ୍ ଲୋଚନ୍ ମାର୍ନଡି, ବାରୀପଦା, ଓଡିଷା | ସେପ୍ଟେମ୍ବର୍ ୧୬, ୨୦୧୪ - ୨:୦୨ ଅପରାହ୍ନ
ଅପା, ଲେଖାଟି ଅତି ସୁନ୍ଦର୍ ହୋଇଛୀ
୧୦. ପ୍ରଦିପ ବିଶ୍ବାଳ, ଗୂହାଟି | ନଭେମ୍ବର୍ ୧୦, ୨୦୧୪ - ୯:୧୫ ପୂର୍ବାହ୍ନ
ଆପଣ ବିଦେଶ ରେ ରହି ଓଡ଼ିଆକୁ ଭଲ ପାଉଥିବାରୁ ଧନ୍ଯବାଦ୲ ଜଯୃ ଜଗନ୍ନାଥ
୧୧. ଅଟଳ ବିହାରୀ ପଣ୍ଡା, ଯାଜପୁର, ଓଡିଶା | ଅକ୍ଟୋବର୍ ୨୮, ୨୦୧୫ - ୫:୪୩ ପୂର୍ବାହ୍ନ
ଲେଖାଟି ସରଳ ଗ୍ରାମ୍ୟ ଜୀବନ ର ଚିତ୍ର ପ୍ରଦାନ କରିବା ସଙ୍ଗେ ସଙ୍ଗେ ଦାରିଦ୍ର୍ୟତାର ନିଛକ ପ୍ରତିଛବି ଆଙ୍କିବାର ପ୍ରୟାସ କରିଛି |
ସବୁଠାରୁ ବଡ କଥା ହେଉଛି ବିଦେଶ ରେ ରହି ଓଡିଆ ଭାଷା ସାହିତ୍ୟ ପ୍ରତି ଯେ ମମତା ଗାଳ୍ପିକାଙ୍କର ପରିଦୃଷ୍ଟ୍ୟ ତହା ବସ୍ତବ ରେ ଆଦରଣୀୟ |
୧୨. Dr Anita Panda, D3/3562, Vasnt Kunj,New Delhi-110070 | ଫେବୃଆରୀ ୩, ୨୦୧୬ - ୮:୫୨ ଅପରାହ୍ନ
The psychological aspect of the story is excellent. Often, readers do not analyse.
୧୩. ଅକ୍ଷୟ କୁମାର ରଥ, ଗୁଣପୁର, ଜିଲ୍ଲା- ରାୟଗଡ | ଫେବୃଆରୀ ୮, ୨୦୧୬ - ୮:୨୦ ପୂର୍ବାହ୍ନ
ଜୀବନର ଅନ୍ତ ଅବଶମ୍ଭାବୀ ; କିନ୍ତୁ ଚେଷ୍ଟାର ଅନ୍ତ ସଫଳତା ପରେ ମଧ୍ୟ ନୁହେଁ ।
୧୪. ଆକାଶ ପ୍ରଧାନ, ନୂଆପଡ଼ା, ଓଡ଼ିଶା | ଡିସେମ୍ବର୍ ୮, ୨୦୧୬ - ୪:୪୫ ଅପରାହ୍ନ
ହୃଦୟସ୍ପର୍ଶୀ ଲେଖା ।
ପ୍ରବାସୀ ହୋଇ ବି ଓଡ଼ିଆ ପ୍ରୀତି ପ୍ରଶଂସନୀୟ ।
୧୫. ରବିନ୍ଦ୍ର କୁମାର ଦାଶ, ଦିଲ୍ଲୀ | ଜୁଲାଇ ୧୭, ୨୦୧୭ - ୨:୫୬ ପୂର୍ବାହ୍ନ
ସତରେ, ଭୋକିଲା ପେଟ ଆଗରେ ପାପ ପୂନ୍ୟ ଅର୍ଥହୀନ । ପ୍ରଭୂ ଶ୍ରୀକୃଷ୍ଣ ତ ଅଭିନୟ ହି କରୁଥିଲେ, ଅର୍ଜୁନ ସମ୍ମୁଖରେ – ଗୀତାର ଅଭିନବ ଉପଯୋଗ । ମନଛୁଆଁ ନିଶ୍ଚିନ୍ତ ।
୧୬. ପ୍ରସନ୍ନ, ମୁମ୍ବାଇ | ଅଗଷ୍ଟ୍ ୧୩, ୨୦୧୭ - ୫:୦୨ ପୂର୍ବାହ୍ନ
ବହୁତ ଭଲ।।ଓଡ଼ିଆସାହିତ୍ୟ.କମ୍ କୁ ବହୁତ ଧନ୍ୟବାଦ।।
ଜୀନଟା ଶୋଷ। ଜୀନଟା ଅର୍ଥ?