ନବ ପ୍ରତିଭା

କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ
କଣ୍ଟା
|- ଶୈଳେନ୍ଦ୍ର କୁମାର ଜେନା

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ରମେଶ ଚନ୍ଦ୍ର ଦାସ
ତ୍ରିନାଥ ସିଂହ
ରାଧାନାଥ ରାୟ
ବୈକୁଣ୍ଠନାଥ ପଟ୍ଟନାୟକ
ଭଗବତୀ ଚରଣ ପାଣିଗ୍ରାହୀ
କାଳିନ୍ଦି ଚରଣ ପାଣିଗ୍ରାହୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଚେଷ୍ଟା
  ଲିପିକା ମହାପାତ୍ର, କ୍ୟାଲିଫର୍ଣ୍ଣିଆ, ଆମେରିକା
 
 
ତା: ଜୁନ୍ ୨୭, ୨୦୧୩  
 

ଘିଅମିଶା ସିନ୍ଦୁରକୁ କପାଳରେ ଗୋଲ କରି ଲଗେଇଲା ରମେଇ ମାଁ୤ ଆଖିରେ କଜ୍ବଳ, ବେକରେ ମନ୍ଦାର ହାର, ମୁକୁଳା ଘନକେଶ୤ ମାଟି କାନ୍ଥରେ ଟଙ୍ଗା ହୋଇଥିବା ଦର୍ପଣରେ ନିଜର ପରିବର୍ତ୍ତିତ ମୁହଁଟାକୁ ପରଖି ନେଲା୤

ହଁ …. ସବୁ ଠିକ୍‌ଅଛି୤

ଆଶ୍ବସ୍ତ ହେଲା୤

ଏଥର କନା ଲୁଗାଟାକୁ ସିଧାକରି ପିନ୍ଧିଲା୤ କିଛି ମୁହୂର୍ତ୍ତ ମଧ୍ୟରେ ଲୁଗାଟା ତା’ର କଳାମୁଗୁନି ପଥର ଭଳି ଶରୀରରୁ ଅଲଗା ହେଇଯିବ୤ ପାଦ ଫାଟି ରକ୍ତ ଝରିବ୤ ମନ୍ଦାର ହାରଟା ଛିଣ୍ଡି ଦାଣ୍ଡ ଅଗଣା ସାରା ବିଛେଇ ହେଇଯିବ୤ ସବୁ ବେଠିକ୍‌ ହେଇଯିବ୤ ଅନୁଭବୀ ବେପାରି ତା’ର ପ୍ରକୃତ ଗ୍ରାହକ ଚିହ୍ନିଲା ପରି ବେଠିକ୍‌ ଭିତରୁ ଠିକ୍‌ଟା ଯିଏ ଚିହ୍ନିପାରେ ସେ ହିଁ ଜୀବନର ଆନନ୍ଦ ନିଏ୤

ଛୋଟ ହସଟେ ତା’ ମୁହଁରେ ଖେଳିଗଲା୤
ଉଲ୍ଲାସର ହସ୤

ସିନ୍ଦୁରରୁ ଶକ୍ତି ପାଏ ରମେଇ ମାଁ’୤ ରମେଇ ବାପା ଘରଛାଡ଼ି ଚାଲିଗଲାବେଳେ ରମେଇ ମାସକର ହୋଇଥିଲା୤ ଝାଟିମାଟି ଘର, ମା’ ଆଉ ପୁଅ୤ ଗାଁ ଲୋକେ କେତେ ରକମର ଉଡ଼ାକଥା କୁହନ୍ତି୤ ରମେଇ ମାଁ ର ପିଞ୍ଜରା ଭିତରେ ସେକଥା ଭେଦ କରେନି କିମ୍ବା ସିନ୍ଦୁର ଲଗାଇଲାବେଳେ ହାତ ଥରେନି୤ ପେଟର ଭୋକ ଭୟଙ୍କର୤ କାଙ୍ଗାଳମାନେ କ’ଣ ଜାଣିବେ୤ ସେମାନଙ୍କ ପେଟ ଖାଦ୍ୟରେ ପୂର୍ଣ୍ଣ୤ କେବଳ ଦେହ ଆଉ ମନର ଭୋକ ପାଇଁ ସେମାନେ ଆତୁର୤ ପେଟର ଭୋକ ଶାଖାପ୍ରସାଖା ମେଲାଇ ରକ୍ତମାଂସର ଶରୀରଟିକୁ ଛନ୍ଦି ପକାଏ୤ ଶରୀର ଖାଲି ଛଟପଟ ହୁଏ୤ ଫୁଟୁଥିବା ଗରମ ପାଣିରେ ଜୀବନ୍ତ କଙ୍କଡ଼ା ପରି୤

ଜୀବନଟା ଭୋକ୤

ରମେଇର ଢୋଲ ଶୁଭିଲାଣି ଦାଣ୍ଡ ଅଗଣାରୁ୤ ପୋଲିଓ ବେମାରି ଯୋଗୁଁ ଗୋଡ଼ ଦିଟା ଛଚିନ୍ଦ୍ରା ଭଳିଆ ସରୁ, ହେଲେ ହାତ ଯୋଡ଼ିକ ଶକ୍ତ ଆଉ ଚଳଚଞ୍ଚଳ୤ ଖୁବ୍‌ ସୁନ୍ଦର ଢୋଲ ବଜାଏ ରମେଇ୤ ଜୀବନରେ ଅନୁଭବଗୁଡ଼ିକ ତା’ ଢୋଲର ତାଳରେ ଜୀବନ୍ତ ହୋଇ ଉଠନ୍ତି୤

ବିଷାଦ, ଶୋକ, ଆନନ୍ଦ, କ୍ରୋଧ, ପ୍ରେମ ଆଉ ଭକ୍ତି.. ଏଇତ ଜୀବନ୤ ଦେବତାମାନେ ମଧ୍ୟ ଆଗ୍ରହୀ ଏଇ ଜୀବନର ସ୍ବାଦ ଚାଖିବାକୁ୤

ରମେଇ ଢୋଲ ବଜାଏ ମାଁ କୁ ଖୁସି କରିବାକୁ୤ ମାଁ ମୁହଁରେ ହସ ଦେଖିଲେ ତାକୁ ଲାଗେ ମାଁ କାନିରେ ପୃଥିବୀଟା ଅଜାଡ଼ି ଦେଲା୤

ପୃଥିବୀ, ସିଏ ଆଉ ମାଁ ଝୁମନ୍ତି ଆନନ୍ଦରେ୤
ଜୀବନଟା ସହଜ୤
ସକାଳର କଅଁଳ ଖରାରେ ଦାଣ୍ଡ ଅଗଣାଟା ସୁନେଲୀ ଦିଶିଲାଣି୤ ରମେଇ ମାଁ ପଦାକୁ ବାହାରି ଆସିଲା ମୁଖରେ ଏକ ଅପୂର୍ବ ଠାଣିର ମୁଖାପିନ୍ଧି୤

ରମେଇର ପଙ୍ଗୁଗୋଡ଼ ଉପରେ ଚକ୍ଷୁ ମୁହୂର୍ତ୍ତେ ପାଇଁ ସ୍ଥିରକରି ଆରମ୍ଭକଲା ନୃତ୍ୟ୤ ଢୋଲର ତାଳରେ, କ୍ରୋଧର ତାଣ୍ଡବ୤ ମଝିରେ ମଝିରେ ଚିତ୍କାର କରୁଥାଏ,
‘ଗାଁରେ ଏ ବର୍ଷ ବର୍ଷା ହବନି’
‘ସ୍କୁଲଘରେ ନିଆଁ ଲାଗିଯିବ, ସାବଧାନ୍‌’
‘କୁକୁଡ଼ା କାଇଁ ?’
ବୀର ଗୁଡ଼ିଆ ପୁଅ ପବନା ଆଖିକୁ ଏ ଅପ୍ରାକୃତିକ ଦୃଶ୍ୟ ଅଛପା ରହିଲାନି୤ ଅଣ୍ଟାରେ ଗାମୁଛାଟାକୁ ଭିଡ଼ିଦେଇ ଦଉଡ଼ିଲା ପ୍ରଚାର କରି କରି, ‘ରମେଇ ମାଁ କୁ କାଳସୀ ଲାଗିଲା ହୋ, …ପୁଣି ଲାଗିଲେ..୤’

ଦିନୁମାଷ୍ଟ୍ରେ ପିଣ୍ଡାରେ ବସି ଖବରକାଗଜ ପଢ଼ୁଥିଲେ୤ ପବନାର କଥାଟା ଗୁଳି ଭଳିଆ ଭେଦ କରିଗଲା ତାଙ୍କ କାନରେ୤ ପାଟିରୁ ଅସ୍ପଷ୍ଟ ଭାବେ ବାହାରିଗଲା,

‘କ’ଣ ଏବେ ପା ଲାଗିଥିଲେ, ପ୍ରଳୟ ଆସନ୍ନ ତା’ହେଲେ୤’

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଲିପିକା ମହାପାତ୍ର, କ୍ୟାଲିଫର୍ଣ୍ଣିଆ, ଆମେରିକା
author photo
 

ମତାମତ ସଂଖ୍ୟା - ୧୫ ଆପଣଙ୍କ ମତାମତ ?

  • ୧. Swagatika Sethi, Bhubaneswar |  ଜୁନ୍ ୨୮, ୨୦୧୩ - ୧୦:୫୯ ପୂର୍ବାହ୍ନ

    ହଁ, ଲେଖାଟି ମର୍ମସ୍ପର୍ଶୀ ହୋଇଛି୤ ଆପଣଙ୍କ କଲମରୁ ଏପରି ଆଉକିଛି ଲେଖା ଆଶା କରୁଚି୤

  • ୨. ପ୍ରଶାନ୍ତ କୁମାର ଭୂୟାଁ, ଟରୋଣ୍ଟୋ, ଓଣ୍ଟାରିଓ, କାନାଡ଼ା  |  ଅଗଷ୍ଟ୍ ୨୮, ୨୦୧୩ - ୧୦:୪୬ ଅପରାହ୍ନ

    ଲିପିକା ଭଉଣୀ,

    ପଲ୍ଲୀଜୀବନ ଓ ତାର ସରଳତାରେ ଜୁଡ଼ୁବୁଡ଼ୁ ହୋଇ ରହିଥିବା ଜୀବନ୍ତ ଚିତ୍ରଟିଏ ।

    ସରଳ…ସାବଲୀଳ…ସୁନ୍ଦର…!!!
    ଲେଖା ଜାରୀ ରହୁ ।

    ଧନ୍ୟବାଦ..!!

    ସାହିତ୍ୟ ସର୍ବଦା ସମୃଦ୍ଧିଶାଳୀ ରହୁ … ସାହିତ୍ୟର ଜୟଯାତ୍ରା ଜାରୀ ରହୁ…!!!

    ଜୟ ଓଡ଼ିଆ…ଜୟ ଓଡ଼ିଶା…ଜୟ ଜଗନ୍ନାଥ…!!!

    ପ୍ରଶାନ୍ତ କୁମାର ଭୂୟାଁ,
    ଟରୋଣ୍ଟୋ, କାନାଡ଼ା,
    ଜନ୍ମସ୍ଥାନ – ବଡ଼ଦାଣ୍ଡ, ଜଗନ୍ନାଥ ପ୍ରସାଦ, ଗଞ୍ଜାମ

  • ୩. Gyana Ranjan Barik, odisha |  ସେପ୍ଟେମ୍ବର୍ ୩୦, ୨୦୧୩ - ୯:୨୫ ପୂର୍ବାହ୍ନ

    Prasangati khub marma sparsi dhanyabad lipika didi.

  • ୪. Rajendra Das, jagatasingpur.ODisha |  ଡିସେମ୍ବର୍ ୨୯, ୨୦୧୩ - ୧୦:୨୪ ଅପରାହ୍ନ

    Mu bHutu bhala paea ODisha ku

  • ୫. ଦଣ୍ଡପାଣୀ ଶତପଥୀ, ଛତ୍ରପୁର, ଗଞ୍ଜାମ |  ଫେବୃଆରୀ ୧୭, ୨୦୧୪ - ୯:୧୦ ପୂର୍ବାହ୍ନ

    ବିଦେଶ ରେ ରହି ବି ଓଡିଆ ଭାଷା ପ୍ରତି ପ୍ରୀତୀ ଥିବାରୁ ବହୁତ ଧନ୍ୟବାଦ.

  • ୬. Jashobanta pADhi, Hyderabad |  ଏପ୍ରିଲ୍ ୨୭, ୨୦୧୪ - ୫:୫୯ ପୂର୍ବାହ୍ନ

    chamatkAr

  • ୭. ଦାମୋଦର ବେହେରା, ଗୋହିରିବାଡ଼ି,ଗଂଜାମ |  ମେ ୨୫, ୨୦୧୪ - ୪:୧୯ ପୂର୍ବାହ୍ନ

    ଲିପିକା ଭଉଣୀ,

    ତୁମ ଲେଖା ବହୁତ ସରଳ ଓ ସୁନ୍ଦର

    ଧନ୍ୟବାଦ

  • ୮. ସଚିଦାନନ୍ଦ ପାତ୍ର, ନୟାଗଡ |  ସେପ୍ଟେମ୍ବର୍ ୨, ୨୦୧୪ - ୧:୦୪ ପୂର୍ବାହ୍ନ

    ବିଦେଶରେ ରହି ମଧ୍ୟ ଓଡିଆ ଭଷା ପ୍ରତି ଏତେ ଆଗ୍ରହ ଦେଖି ମୋତେ ବହୁତ ଖୁସି ଲାଗିଲା, ଆପଣ ଆହୁରି ଅଧିକ ଲେଖନ୍ତୁ ।
    ମୋର ଆଶା ।

  • ୯. କମଲ୍ ଲୋଚନ୍ ମାର୍ନଡି, ବାରୀପଦା, ଓଡିଷା |  ସେପ୍ଟେମ୍ବର୍ ୧୬, ୨୦୧୪ - ୨:୦୨ ଅପରାହ୍ନ

    ଅପା, ଲେଖାଟି ଅତି ସୁନ୍ଦର୍ ହୋଇଛୀ

  • ୧୦. ପ୍ରଦିପ ବିଶ୍ବାଳ, ଗୂହାଟି |  ନଭେମ୍ବର୍ ୧୦, ୨୦୧୪ - ୯:୧୫ ପୂର୍ବାହ୍ନ

    ଆପଣ ବିଦେଶ ରେ ରହି ଓଡ଼ିଆକୁ ଭଲ ପାଉଥିବାରୁ ଧନ୍ଯବାଦ୲ ଜଯୃ ଜଗନ୍ନାଥ

  • ୧୧. ଅଟଳ ବିହାରୀ ପଣ୍ଡା, ଯାଜପୁର, ଓଡିଶା |  ଅକ୍ଟୋବର୍ ୨୮, ୨୦୧୫ - ୫:୪୩ ପୂର୍ବାହ୍ନ

    ଲେଖାଟି ସରଳ ଗ୍ରାମ୍ୟ ଜୀବନ ର ଚିତ୍ର ପ୍ରଦାନ କରିବା ସଙ୍ଗେ ସଙ୍ଗେ ଦାରିଦ୍ର୍ୟତାର ନିଛକ ପ୍ରତିଛବି ଆଙ୍କିବାର ପ୍ରୟାସ କରିଛି |
    ସବୁଠାରୁ ବଡ କଥା ହେଉଛି ବିଦେଶ ରେ ରହି ଓଡିଆ ଭାଷା ସାହିତ୍ୟ ପ୍ରତି ଯେ ମମତା ଗାଳ୍ପିକାଙ୍କର ପରିଦୃଷ୍ଟ୍ୟ ତହା ବସ୍ତବ ରେ ଆଦରଣୀୟ |

  • ୧୨. Dr Anita Panda, D3/3562, Vasnt Kunj,New Delhi-110070 |  ଫେବୃଆରୀ ୩, ୨୦୧୬ - ୮:୫୨ ଅପରାହ୍ନ

    The psychological aspect of the story is excellent. Often, readers do not analyse.

  • ୧୩. ଅକ୍ଷୟ କୁମାର ରଥ, ଗୁଣପୁର, ଜିଲ୍ଲା- ରାୟଗଡ |  ଫେବୃଆରୀ ୮, ୨୦୧୬ - ୮:୨୦ ପୂର୍ବାହ୍ନ

    ଜୀବନର ଅନ୍ତ ଅବଶମ୍ଭାବୀ ; କିନ୍ତୁ ଚେଷ୍ଟାର ଅନ୍ତ ସଫଳତା ପରେ ମଧ୍ୟ ନୁହେଁ ।

  • ୧୪. ଆକାଶ ପ୍ରଧାନ, ନୂଆପଡ଼ା, ଓଡ଼ିଶା |  ଡିସେମ୍ବର୍ ୮, ୨୦୧୬ - ୪:୪୫ ଅପରାହ୍ନ

    ହୃଦୟସ୍ପର୍ଶୀ ଲେଖା ।
    ପ୍ରବାସୀ ହୋଇ ବି ଓଡ଼ିଆ ପ୍ରୀତି ପ୍ରଶଂସନୀୟ ।

  • ୧୫. ରବିନ୍ଦ୍ର କୁମାର ଦାଶ, ଦିଲ୍ଲୀ |  ଜୁଲାଇ ୧୭, ୨୦୧୭ - ୨:୫୬ ପୂର୍ବାହ୍ନ

    ସତରେ, ଭୋକିଲା ପେଟ ଆଗରେ ପାପ ପୂନ୍ୟ ଅର୍ଥହୀନ । ପ୍ରଭୂ ଶ୍ରୀକୃଷ୍ଣ ତ ଅଭିନୟ ହି କରୁଥିଲେ, ଅର୍ଜୁନ ସମ୍ମୁଖରେ – ଗୀତାର ଅଭିନବ ଉପଯୋଗ । ମନଛୁଆଁ ନିଶ୍ଚିନ୍ତ ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤