ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ନନ୍ଦ କିଶୋର ବଳ
ରାଧାନାଥ ରାୟ
କମଳା ଶତପଥି
ଜୟନ୍ତ ମହାପାତ୍ର
ମନୋରଞ୍ଜନ ପାଣିଗ୍ରାହୀ
ବିଜୟ ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଆମ ଗାଁ, ନାରୀଗାଁ
  ଶଶଧର ମହାପାତ୍ର, ମେରୀଲ୍ୟାଣ୍ଡ, ଯୁକ୍ତରାଷ୍ଟ୍ର ଆମେରିକା
 
 
ତା: ଅଗଷ୍ଟ୍ ୨୮, ୨୦୧୨  
 

କେତେ ପାରାବାର ଅତିକ୍ରମ କରି
ପହଞ୍ଚିଥିଲି ମୁଁ ଏଠି
ଆଜି ଫେରିଯିବି କାଲି ଫେରିଯିବି
ବର୍ଷ, ବର୍ଷ ଗଲା ବିତି
ସପନ ଡେଣାରେ ଭାସି ଭାସି ଆସି
ପହଞ୍ଚିଲି ଏତେ ଦୂରେ
ଜନମ ମାଟିର ଗନ୍ଧ ଚାଖିବାକୁ
ଆଜିବି ମୋ’ ମନ ଝୁରେ୤

ରଙ୍ଗ ଦେଇଥିଲା ମୋର ମନ, ପ୍ରାଣ
ମୋହର ଜନମ ମାଟି
ବିଦେଶ ଭୂମିରେ ବସା ବାନ୍ଧିଅଛି
ତିରିଶି ବରଷ କାଟି
ଏ ଦେଶର ପାଣି, ଆଲୁଅ, ପବନ
ରଖିପାରିଛି କି ବାନ୍ଧି ?
ଏ ମଣିଷ ମନ, ହୃଦୟର ଛନ୍ଦ
କେବେ ହୋଇଛିକି ଛନ୍ଦି ?
ଏ ଜଟିଳ ପ୍ରଶ୍ନ ପଚାରେ ନିଜକୁ
ଉତ୍ତର ପାଏନା ଖୋଜି
ଝିଅକୁ ପଚାରେ, ପୁଅକୁ ପଚାରେ
ସ୍ତ୍ରୀ କହେ ତୁମେ ପାଜି
ଯେଦେଶେ ରହିଲେ ସେଦେଶ ଆମର
ଝିଅ କହେ ବାରମ୍ବାର
ଆମେ ସବୁଲୋକ ଗୋଟିଏ ବିଶ୍ବର
ବିଶ୍ବ ଏକ ପରିବାର୤

ସ୍ତ୍ରୀ କହେ ମୋତେ ରହିବ ସେଇଠି
ଯେଉଁଠି ରହିବେ ପିଲା
ତୁମେ ଯାଅ ପଛେ ରହିବ ଗାଁରେ
ରହିବ ତୁମେ ଏକଲା୤

ବୋଉ ବି ଗଲାଣି, ବାପା ବି ଗଲେଣି
ହଜିଲାଣି ପିଲାଦିନ
ସେମାନଙ୍କ କଥା ଭାବିଦେଲେ ମନେ
ଲୁହ ଝରେ ଚିରନ୍ତନ୤

ତିରିଶି ବରଷ ବିତିଥିଲା ସେଠି
ଭାଇ, ଭଉଣୀଙ୍କ ମେଳେ
ଜୀବନରେ ତାହା ପ୍ରଥମ ଅଧ୍ୟାୟ
ସହଜେ କି ମନ ଭୁଲେ୤

ସୁରକ୍ଷିତ ଥିଲା ଧନ ଓ ଯୌବନ
ବୋଉ ବଞ୍ଚିଥିଲା ବେଳେ
ସାଧାସିଧା ଥିଲା ଜୀବନଯାପନ
ବାପା ପାଖେପାଖେ ଥିଲେ୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଶଶଧର ମହାପାତ୍ର, ମେରୀଲ୍ୟାଣ୍ଡ, ଯୁକ୍ତରାଷ୍ଟ୍ର ଆମେରିକା
author photo
 

ମତାମତ ସଂଖ୍ୟା - ୧୪ ଆପଣଙ୍କ ମତାମତ ?

  • ୧. ସନ୍ଦୀପ କୁମାର ଦାସବର୍ମା |  ଅଗଷ୍ଟ୍ ୨୯, ୨୦୧୨ - ୩:୧୦ ପୂର୍ବାହ୍ନ

    ଅତି ସୁନ୍ଦର ହୋଇଛି କବିତା୥

  • ୨. Shankar Baral |  ସେପ୍ଟେମ୍ବର୍ ୨, ୨୦୧୨ - ୮:୦୫ ଅପରାହ୍ନ

    Very very touching sir. Very well written.

    Lage jemiti samaya ra sua re bhasi jauchu ame. Jani hueni thik karuchi na bhul.

  • ୩. Raghu |  ସେପ୍ଟେମ୍ବର୍ ୭, ୨୦୧୨ - ୧୦:୧୮ ପୂର୍ବାହ୍ନ

    Jabanaloka! Great summary!

  • ୪. ବିଶ୍ୱଜିତ୍‌ ନାୟକ |  ସେପ୍ଟେମ୍ବର୍ ୧୩, ୨୦୧୨ - ୮:୫୮ ଅପରାହ୍ନ

    ହେଲୋ ନନା
    ଗୀତଟି ବହୁତ ଭଲ ଲାଗିଲା
    ଲୁଲୁ

  • ୫. ସତ୍ୟ ରଞ୍ଜନ ଷଡ଼ଙ୍ଗୀ, GORAKHPUR,UP |  ଅକ୍ଟୋବର୍ ୨୧, ୨୦୧୨ - ୧୨:୩୬ ପୂର୍ବାହ୍ନ

    SUPERB,Be proud to be an ODIA

  • ୬. ତନ୍ମୟ ଦାସ(ଚିଙ୍କୁ), ଗ୍ରିନ୍ସ୍ ବୋରୋ, ନର୍ଥ୍ କରୋଲିନ୤,ଅ୤ମେ ରିକ୤ |  ନଭେମ୍ବର୍ ୧୪, ୨୦୧୨ - ୮:୨୯ ପୂର୍ବାହ୍ନ

    ବହୁତ୍ ଭଲ ଲାଗିଲା!! ଆଶା କରେ ଏମିତି ଆପଣ ଟିକେ ଆହୁରି ଲେଖନ୍ତୁ!ବହୁତ୍ ଧନ୍ୟବାଦ

  • ୭. ବାସୁଦେବ, ବ୍ରହ୍ମପୁର |  ଡିସେମ୍ବର୍ ୧୫, ୨୦୧୨ - ୧:୨୩ ଅପରାହ୍ନ

    ବହୁତ ସୁନ୍ଦର ଆଉ ହୃଦୟ ସ୍ପର୍ଶୀ । ବିଦେଶ ରେ ଥାଇ ବି ଦେଶ ଓ ଜନ୍ମ ମାଟି ପ୍ରତି ଆପଣଙ୍କର ଏ ଭାବ ଦେଖି ବହୁତ ଖୁସି ଲାଗୁଛି ।

  • ୮. Gatikrishna Tripathy, Northern Virginia, USA |  ଡିସେମ୍ବର୍ ୨୮, ୨୦୧୨ - ୧୦:୫୮ ଅପରାହ୍ନ

    Dear Shashadhar Bhaina,
    Great job and you have precisely articulated it!
    Thanks,
    Gati

  • ୯. ଅସୁତୋଶ୍, ବାରିପଦଆ |  ଜାନୁଆରୀ ୨୨, ୨୦୧୩ - ୧୦:୦୪ ପୂର୍ବାହ୍ନ

    ବହୁତ୍ ବଢୀଆ

  • ୧୦. ଶଶଧର ମହାପାତ୍ର, ସିଲ୍ ଭର୍ ସ୍ପିଙ୍ଗ୍, ମେରୀଲାଣ୍ଡ |  ଜାନୁଆରୀ ୨୪, ୨୦୧୩ - ୧:୪୯ ଅପରାହ୍ନ

    ଧନ୍ୟବାଦ

  • ୧୧. ଡ. ଗଣେଶ ପ୍ରସାଦ ସାହୁ, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୋରାପୁଟ |  ମାର୍ଚ୍ଚ୍ ୧୫, ୨୦୧୩ - ୧୨:୧୬ ପୂର୍ବାହ୍ନ

    ବିଦେଶ ମାଟିରେ ଆପଣ ଅନୁତପ୍ତ୤
    ମାଟି ମାଆର ବାସ୍ନାରେ ଟାଣି ହୋଇ ଆସିବେ ଏହା ମୋର ବିଶ୍ବାସ
    କବିତାଟି ମନ ଛୁଇଁଲା୤

  • ୧୨. ବ୍ୟଙ୍ଗକବି ଇଂ ଚିତ୍ତରଞ୍ଜନ ଓଝା, ଚଣ୍ଡିଖୋଲ, ଯାଜପୁର |  ଏପ୍ରିଲ୍ ୨୨, ୨୦୧୩ - ୪:୧୪ ପୂର୍ବାହ୍ନ

    ଦେହ ବିଦେଶରେ ହେଲେ ମନ ଦେଶରେ………ବହୁତ ସୁନ୍ଦର ଲେଖା……..

  • ୧୩. ପ୍ରଦିପ ବିଶ୍ବାଳ, ଗୁହାଟି |  ନଭେମ୍ବର୍ ୧୦, ୨୦୧୪ - ୮:୧୨ ପୂର୍ବାହ୍ନ

    ଆପଣଙ ଲେଖାଟି ପଢ଼ି ହ୍ରୁଦଯୃ ମୋର କନ୍ଦି ଉଠୁଛି୲ ଜଗନ୍ନାଥ ସବୁ ଓଡ଼ିଆଙୁ ଏଇ ଭାବନା ଦିଅନ୍ତୁ

  • ୧୪. ପବିତ୍ର କୁମାର ରାଉତ, କଟକ , ଓଡ଼ିଶା  |  ଅକ୍ଟୋବର୍ ୩, ୨୦୧୬ - ୧:୧୨ ପୂର୍ବାହ୍ନ

    ବହୁତ ବଢ଼ିଆ
    ଆପଣଙ୍କ ଲେଖା ଆମ ଭଲପାଇବା
    ଆମେ ଓଡ଼ିଆ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )