ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ରାଜକିଶୋର ରାୟ
ବିଷ୍ଣୁପ୍ରିୟା ମହାପାତ୍ର
ସନ୍ଥକବି ଭୀମ ଭୋଇ
ରମେଶ ଚନ୍ଦ୍ର ଦାସ
ମଧୁସୂଦନ ଦାସ
ଅମରେଶ ବିଶ୍ବାଳ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସ୍ବାଧୀନତା ଓ ସଂରକ୍ଷଣ
  ଅଶୋକ ପ୍ରଧାନ, ବାସୁକେରା, ପୁରୀ
 
 
ତା: ଏପ୍ରିଲ୍ ୬, ୨୦୧୧  
ମୂଳ ପୃଷ୍ଠାପ୍ରବନ୍ଧ
 

ଇଂରେଜ ସେଦିନ ଏ ମାଟିକୁ ଅପ୍ରତିଷ୍ଠ କହି, ନିନ୍ଦା କରି, ଏ ଲୋକଙ୍କୁ ଅପମାନିତ କରି ଅନେକ କିଛି ଲୁଟିନେବ ବୋଲି ଭାବିଥିଲା୤ ଆପଣାର ବାହାଦୁରୀ ପ୍ରଦର୍ଶନ କରିବ ବୋଲି ଆଶା କରିଥିଲା, ମାତ୍ର ତାହା ତ୍ରୁଟିଯୁକ୍ତ ବୋଲି ପ୍ରମାଣିତ ହେଲା୤ କାରଣ ଜୀବନର ସ୍ବୀକୃତି ମଣିଷ ସେହିଠାରେ ଦେଖିବାକୁ ପାଇଲା ଯେଉଁଠି ମାଟି ବା ଭୂମି ପ୍ରତିଷ୍ଠିତ, ଲୋକ ପ୍ରତିଷ୍ଠିତ ଓ ସଂସ୍କୃତିସମ୍ପନ୍ନ, କାରଣ ବଜାର ସେହିଠାରେ ପ୍ରତିଷ୍ଠିତ୤

ବିଦେଶୀ କହି ଆମେ ସେମାନଙ୍କୁ ତଡ଼ିଦେଲୁ୤ ହେଲେ ଆମ ଯୋଗ୍ୟମାନେ ଏ ମାଟିକୁ ସମ୍ଭାଳି ପାରୁନାହାଁନ୍ତି୤ ଆଜି ପୁଣି ଏ ମାଟିକୁ, ଏ ଲୋକଙ୍କୁ ପ୍ରତିଷ୍ଠା କରିବାକୁ ଆମେ ସେଇ ପାଶ୍ଚାତ୍ୟବାସୀଙ୍କୁ ଡାକିବାକୁ ଯାଉଛୁ୤ ଲାଇସେନ୍ସ ବ୍ୟବସ୍ଥାର ଉଦାରୀକରଣ କରିଛୁ, ଘରୋଇକରଣ କରିଛୁ, ଦେଶୀ ଓ ବିଦେଶୀ ପୁଞ୍ଜିନିବେଶ ମଧ୍ୟରେ ସରକାରୀ ନୀତିରେ ଯେଉଁ ପାତରଅନ୍ତର ଥିଲା ତାକୁ ବିଲୋପ କରିସାରିଛୁ୤ ଏକଚାଟିଆ ଅଧିକାର ଓ ନିଷୋଧାତ୍ମକ ବାଣିଜ୍ୟ କାରବାର ଆଇନ୍‌ (ଏମ୍‌.ଆର.ଟି.ପି.) ୧୯୭୦ ଏବଂ ବୈଦେଶିକ ମୁଦ୍ରା ବିନିମୟ ଆଇନ୍‌ ୧୯୭୩ (ଫେରା)କୁ ଆବଶ୍ୟକ ଅନୁଯାୟୀ ସଂଶୋଧନ କରାଯାଇଛି୤ କାରଣ ସେଇମାନେ ଆସିଲେ ଏ ଦେଶର ଅର୍ଥନୀତିକୁ କୁଆଡ଼େ ସୁଧାରିପକେଇବେ୤ ଆଉ ଆପଣାର ଜୀନ୍‌ ବଦଳିଯାଇଛି ବୋଲି ଦାବୀ କରୁଥିବା ୫% ବାବୁମାନେ ଓ ଜାତିଆମାନେ ଆମ ୯୫% କୁ ଆଗକୁ ଓଡ଼େଇନେଇ ପାରିବେ ତ ?

ଲୋକଙ୍କୁ ଅଧିନସ୍ଥ କରି, ପଦାନତ କରି, ଅବହେଳିତ କରି ତଥା ଗରିବ କରି ରଖି ସମାଜର ଉନ୍ନତି କରାଯାଇପାରେନା, ବରଂ ନିଜ ଭିତରେ ସୃଜନଶୀଳତାର ପ୍ରେରଣା ସହିତ ଅନ୍ୟକୁ କିଛି କରିପାରିବାର ପ୍ରେରଣା ଦେଇପାରିଲେ ଜଗତ ସୁନ୍ଦର ହୁଏ୤

ସେ ମଣିଷକୁ ଆପଣା ଅଧିକାରରୁ ବଞ୍ଚିତ କରି, ମୁର୍ଖ କହି ଗାଳିଦେଉଥିବା ମଣିଷ ହିଁ ପ୍ରବଞ୍ଚକ, ମୁର୍ଖ୤ କାରଣ ଅନ୍ୟର ଅଧିକାରକୁ ଛିନ୍ନ ଓ ଅପହରଣ କରି ସେମାନେ ବଞ୍ଚନ୍ତି୤

ତେଣୁ ନୁଖୁରା ମଣିଷଟା ଅସୁନ୍ଦର ଦିଶୁଛି ବୋଲି କହି ଗାଳି ଦିଅନା୤ ଯଦି ସୁବିଧା ପାଉଛ ତାକୁ ତେଲ ଟିକିଏ ଲଗେଇଦିଅ, ଦେଖିବ ସେ ତୁମ ପରି ସୁନ୍ଦର ଦିଶୁଛି, ସୁନ୍ଦର ହସୁଛି ଏବଂ ତା’ର ମଧ୍ୟ ସୁନ୍ଦର ହେବା ଲାଗି ଗୋଟିଏ ଆକାଂକ୍ଷା ରହିଛି୤ ସେ ବି ପରିଶ୍ରମ କରି ଅତ୍ମସମ୍ମାନର ସହ ଜିଇଁବାକୁ ଚାହୁଁଛି୤

ଆମେ ଯଦି କୋରାପୁଟର ଆଦିବାସୀଙ୍କ ଅଞ୍ଚଳକୁ ଦଖଲ କରିପାରିଲୁ ଏବଂ ସେ ମଣିଷଙ୍କୁ ଅମଣିଷ କହି, ସେ ଭୂଇଁଟାକୁ ବଣୁଆ ଓ ଅନାର୍ଯ୍ୟଙ୍କ ବସ୍ତି କହି ଆପଣାର ଅଭିଳାଷ ପୂରଣ ପାଇଁ ଧ୍ବସ୍ତ କରିବସିଲୁ, ତେବେ ଇଂରେଜମାନେ ଆମ୍ଭମାନଙ୍କୁ ଅଧିନସ୍ଥ କରି କି ଭୁଲ୍‌ କରିଥିଲେ ? ଆମେ କେବେ ବୁଝିଥିଲୁ ଯେ ଆଦିବାସୀ କିଏ ? କାହିଁକି ସେ ଯୁଗଯୁଗ ଧରି ନାଚୁଛି ? ପୁଣି ଆମର ପରିବେଶକୁ ସମ୍ପୂର୍ଣ୍ଣ ରୂପେ ବଦଳେଇ ଦେଲେ ଆମର ଅବସ୍ଥା କ’ଣ ହେବ ?

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଅଶୋକ ପ୍ରଧାନ, ବାସୁକେରା, ପୁରୀ
author photo
 

ମତାମତ ସଂଖ୍ୟା - ୭ ଆପଣଙ୍କ ମତାମତ ?

  • ୧. Sandip |  ଏପ୍ରିଲ୍ ୧୩, ୨୦୧୧ - ୩:୦୫ ଅପରାହ୍ନ

    Uchha manar lekha. Ashoke babunku Dhanyabad.

  • ୨. ଡାକ୍ତର ପ୍ରଶାନ୍ତ କୁମାର ଦାଶ |  ଏପ୍ରିଲ୍ ୧୪, ୨୦୧୧ - ୧:୫୨ ପୂର୍ବାହ୍ନ

    ଆପଣଙ୍କ ଊଦ୍ୟମ ବହୁତ ଭଲ

  • ୩. ଶୁଭେନ ମହାପାତ୍ର |  ଏପ୍ରିଲ୍ ୨୫, ୨୦୧୧ - ୧୦:୫୯ ଅପରାହ୍ନ

    ମତେ ଭଲ ଲାଗିଲା

  • ୪. ସୁଷମା ନାୟକ |  ଏପ୍ରିଲ୍ ୨୬, ୨୦୧୧ - ୬:୨୬ ପୂର୍ବାହ୍ନ

    ଅତି ସୁନ୍ଦର, ସୁଶୋଭିତ, ପୂର୍ଣ୍ଣକଳ୍ପ ଓଡ଼ିଆ ୱେବସାଇଟ୍.

  • ୫. manoj kumar behera |  ଏପ୍ରିଲ୍ ୩୦, ୨୦୧୧ - ୮:୧୫ ପୂର୍ବାହ୍ନ

    ehi computer ra parada ru hi ama suniparuchhu agami dinara subha sakala ku .apanamananka udayama ama sahitya ahuri ujala heba ,ahain asha rakhi badhei dauchhi.manoj behera.baripada,mayurbhanj.odisha.

  • ୬. muralidhar kabi |  ଜୁଲାଇ ୧୬, ୨୦୧୧ - ୧୦:୩୩ ଅପରାହ୍ନ

    I Like it

  • ୭. ଆଦିତ୍ୟ କୁମାର ପ୍ରଧାନ |  ଡିସେମ୍ବର୍ ୧୫, ୨୦୧୧ - ୧୧:୧୬ ପୂର୍ବାହ୍ନ

    ଆପଣଙ୍କ ଲେଖା ବହୁ ମୂଲ୍ୟବାନ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤