ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସୁବ୍ରତ ପ୍ରିୟବ୍ରତ ମହାନ୍ତି
ଜଗଦୀଶ ମହାନ୍ତି
ଡକ୍ଟର ମାୟାଧର ମାନସିଂହ
ରମାକାନ୍ତ ରଥ
କମଳା ଶତପଥି
ଅଶୋକ ଚନ୍ଦ୍ର ମହାପାତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସ୍ବାଧୀନତା ଓ ସଂରକ୍ଷଣ
  ଅଶୋକ ପ୍ରଧାନ, ବାସୁକେରା, ପୁରୀ
 
 
ତା: ଏପ୍ରିଲ୍ ୬, ୨୦୧୧  
ମୂଳ ପୃଷ୍ଠାପ୍ରବନ୍ଧ
 

କଥା ଭିତରେ ନ ହଜିଲେ କଥାଟା ସହଜ ହୁଏ ନାହିଁ୤ ମଣିଷ କଥା ଭିତରେ ହଜେ କାହିଁକି ? କାରଣ ସେ କିଛି ଖୋଜୁଥାଏ୤ ତେଣୁ ସ୍ବାଧୀନତାର ମୂର୍ଚ୍ଛନା ଥିଲା ଆପଣାକୁ ଖୋଜିବାର ସଙ୍ଗୀତ୤ ଆପଣା କର୍ମ ପରମ୍ପରା ଓ କର୍ମ ସନ୍ଧାନର ସଙ୍ଗୀତ୤ ଆପଣାର ପରିବେଶକୁ ରୁଦ୍ଧିମନ୍ତ କରୁଥିବା, ଉଚ୍ଛଳ ସଙ୍ଗୀତ ମଧ୍ୟରେ ହିଁ ସ୍ବାଧୀନତାର ଆନ୍ଦୋଳନ ହୃଦରୁ ହୃଦକୁ ଆଲୋଡ଼ିତ କରିଥିଲା୤

ସେଦିନର ସ୍ବାଧୀନତାର ମୂଳରେ ଥିଲା ଏକ ନୈତିକ ସଂଗ୍ରାମ୤ ସହ ଭୋଜନ, ସହ ଅଧ୍ୟୟନ, ସହ ସଙ୍ଗୀତ ଓ ସହ ଅବସ୍ଥାନ ଯାହା କି ଆଜିର ଶିକ୍ଷାବ୍ୟବସ୍ଥାରୁ ଅନ୍ତର୍ହିତ୤

ଜେଜେ ସେଦିନ କହୁଥିଲେ, ସମୟର ସଙ୍ଗୀତକୁ ଉଚ୍ଚାରଣ କରି ଗାଇପାରିଲେ ସ୍ବାଧୀନତା ଆପେଆପେ ଆସିଯିବ୤ ସ୍ବାଧୀନ ଚେତନାର ଅଗ୍ରଦୂତ ସୃଜନାତ୍ମକ ପ୍ରତିବାଦ ଜନ୍ମ ନେବ୤ ଆତ୍ମବଳ ଓ ଆତ୍ମଚେତନା ଜାଗ୍ରତ ହେବ୤ କର୍ମନିଷ୍ଠା ଓ ଆତ୍ମଶକ୍ତିର ଜାଗରଣ ଗାନ୍ଧି ପରିକଳ୍ପିତ ଅହିଂସ ସମାଜକୁ ଜନ୍ମ ଦେବ୤

ସେଦିନ ଗୋଟାଏ ପରାଧୀନତା ଭିତର ଦେଇ ଆମେ ଶତଛିନ୍ନ ଗୋଷ୍ଠୀଗୁଡ଼ିକ ଏକାଠି ହେଲୁ, ଲଢ଼ି ଶିଖିଲୁ୤ ଶତଧା ବିଭକ୍ତ ସେଇ ଗୋଷ୍ଠୀଗୁଡ଼ିକ ଯଦି ଘୃଣା, ଈର୍ଷ୍ୟା ଓ ସନ୍ଦେହ ପରିବର୍ତ୍ତେ ଚିନ୍ତା ଓ ଚେତନା ବିଶିଷ୍ଟ ହେବାକୁ, ଆତ୍ମିକ ବିକାଶ ପଥରେ ଅଗ୍ରସର ହେବାକୁ, ମଣିଷର ନିକଟବର୍ତ୍ତୀ ହେବାକୁ ଶିଖିପାରିଲେ…. ସାଆନ୍ତିଆ ଶାସନର, କେନ୍ଦ୍ରୀଭୂତ ରାଜ ଶାସନର ଅବସାନ ଘଟାଇ ଏକ ସାଧାରଣ ଶାସନର ପ୍ରତିଷ୍ଠା ପାଇଁ ଶପଥ ନେଇପାରିଲେ, ତେବେ ଆମେ ପରାଧୀନ ଥିଲୁ କିପରି ?

ସେଦିନ କାରାଗାର ଆମକୁ ପାଠ ପଢ଼ାଇବସିଲା୤ ସ୍ବାଧାୟ ଯଜ୍ଞରେ ଅଭିମନ୍ତ୍ରିତ କଲା, ଭ୍ରାତୃତ୍ବ ଓ ସମଦୃଷ୍ଟିର ଶିକ୍ଷା ଦେଲା୤ ଅତୀତ ଭାରତର ଜୀବନ ବିଦ୍ୟାଳୟରୁ ଶିକ୍ଷା ଆହରଣର ପ୍ରେରଣା ଦେଲା୤ ମାଟିର ମଣିଷକୁ ଏକାଠି କରିବାର ଶିକ୍ଷାଦେଲା୤ ତେବେ ସେ ପରାଧୀନତା ଥିଲା କେଉଁଠି ?

ଯେଉଁ ଦିନ ନାରୀଟିଏ ମା ହେବାର ସ୍ବପ୍ନରେ ବିଭୋର ହୋଇ ଗର୍ଭଧାରଣ କରିବସିଲା, ସେଦିନ ସେ ସ୍ବାଧୀନତାକୁ ଖୋଜିଥିଲା ନା ବନ୍ଧନକୁ ?

ଯେଉଁ ଦିନ ନାରୀଟିଏ ମା ହେବାର ସ୍ବପ୍ନରେ ବିଭୋର ହୋଇ ଗର୍ଭଧାରଣ କରିବସିଲା, ସେଦିନ ସେ ସ୍ବାଧୀନତାକୁ ଖୋଜିଥିଲା ନା ବନ୍ଧନକୁ ?

ଯେଉଁ ଦିନ ଅନୂଢ଼ା କିଶୋରୀଟିଏ ଅପଣାର ପ୍ରିୟ ନିକଟରେ ନିଜକୁ ସମର୍ପଣ କରିବସିଥିଲା, ସେଦିନ ସେ ସ୍ବାଧୀନତାକୁ ଖୋଜୁଥିଲା ନା ପରାଧୀନତା ? ସେ ପରା ଘୋଷଣା କରିବସିଲା ଯେ…
ମଧୁପକୁ ମାଧବିକା, ଯେମନ୍ତ ତେମନ୍ତେ ଏ ମୋ ଜୀବିକା ଗୋ,
ସ୍ବ ଇଚ୍ଛାରେ ମୁଁ ହୋଇଛି ବିକା, ସଜନୀ ଗୋ !
ଘନଶ୍ୟାମ ଗୁଣମାନ ରଖିଅଛି କି ମୋ ଧୈର୍ଯ୍ୟ ଗୁମାନ ଗୋ,
ମନ ଦହୁଛି ତା ସନମାନ ସଜନୀ ଗୋ୤

ଯେଉଁ ପକ୍ଷୀଟି ଏଡ଼େ ଆକାଶରେ ସ୍ବଚ୍ଛନ୍ଦରେ ବୁଲିପାରେ ସେ ପୁଣି ବସାଟିଏ ଲୋଡ଼ିଲା କାହିଁକି ? ସେ ସ୍ବାଧୀନତାକୁ ଖୋଜିଥିଲା ନା ବନ୍ଧନ ?

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଅଶୋକ ପ୍ରଧାନ, ବାସୁକେରା, ପୁରୀ
author photo
 

ମତାମତ ସଂଖ୍ୟା - ୭ ଆପଣଙ୍କ ମତାମତ ?

  • ୧. Sandip |  ଏପ୍ରିଲ୍ ୧୩, ୨୦୧୧ - ୩:୦୫ ଅପରାହ୍ନ

    Uchha manar lekha. Ashoke babunku Dhanyabad.

  • ୨. ଡାକ୍ତର ପ୍ରଶାନ୍ତ କୁମାର ଦାଶ |  ଏପ୍ରିଲ୍ ୧୪, ୨୦୧୧ - ୧:୫୨ ପୂର୍ବାହ୍ନ

    ଆପଣଙ୍କ ଊଦ୍ୟମ ବହୁତ ଭଲ

  • ୩. ଶୁଭେନ ମହାପାତ୍ର |  ଏପ୍ରିଲ୍ ୨୫, ୨୦୧୧ - ୧୦:୫୯ ଅପରାହ୍ନ

    ମତେ ଭଲ ଲାଗିଲା

  • ୪. ସୁଷମା ନାୟକ |  ଏପ୍ରିଲ୍ ୨୬, ୨୦୧୧ - ୬:୨୬ ପୂର୍ବାହ୍ନ

    ଅତି ସୁନ୍ଦର, ସୁଶୋଭିତ, ପୂର୍ଣ୍ଣକଳ୍ପ ଓଡ଼ିଆ ୱେବସାଇଟ୍.

  • ୫. manoj kumar behera |  ଏପ୍ରିଲ୍ ୩୦, ୨୦୧୧ - ୮:୧୫ ପୂର୍ବାହ୍ନ

    ehi computer ra parada ru hi ama suniparuchhu agami dinara subha sakala ku .apanamananka udayama ama sahitya ahuri ujala heba ,ahain asha rakhi badhei dauchhi.manoj behera.baripada,mayurbhanj.odisha.

  • ୬. muralidhar kabi |  ଜୁଲାଇ ୧୬, ୨୦୧୧ - ୧୦:୩୩ ଅପରାହ୍ନ

    I Like it

  • ୭. ଆଦିତ୍ୟ କୁମାର ପ୍ରଧାନ |  ଡିସେମ୍ବର୍ ୧୫, ୨୦୧୧ - ୧୧:୧୬ ପୂର୍ବାହ୍ନ

    ଆପଣଙ୍କ ଲେଖା ବହୁ ମୂଲ୍ୟବାନ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤