ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ଏତେ ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ
-ଉତ୍କଳ ଗୌରବ ମଧୁସୂଦନ ଦାସ
ଡ. ଶରତ ଚନ୍ଦ୍ର ରଥ, ଭୁବନେଶ୍ବରସେହି ମନୁଷ୍ୟର ଜୀବନ ଧନ୍ୟ ଯିଏ ଭଗବାନଙ୍କ ସେବାରେ ନିଜକୁ ନିୟୋଜିତ କରିପାରେ ଯିଏ ଅକୁଣ୍ଠିତ ଚିତ୍ତରେ ନିଜର ଧନ, ମାନ, ଯଶ ଓ ପ୍ରତିଷ୍ଠାକୁ ଭଗବାନଙ୍କ ପାଦତଳେ ସମର୍ପି ଦେଇପାରେ ତାହା ହିଁ ଯଥାର୍ଥ ପ୍ରେମ ଯାହା ଭଗବତ ପ୍ରୀତିକୁ କେନ୍ଦ୍ର କରି ସଙ୍ଗଠିତ ସିଏ ହିଁ ଏକମାତ୍ର ସୁଖୀ ଯିଏ ଭଗବାନଙ୍କର ଅନୁସନ୍ଧାନ କରେ ସେହି ଜ୍ଞାନ ହିଁ ପ୍ରକୃତ ଜ୍ଞାନ ଯହିଁରେ ଅହଂକାର ନଥାଏ ତାକୁ ହିଁ ବୁଦ୍ଧିମାନ ବୋଲି କୁହାଯିବ ଯିଏ ଭଗବାନଙ୍କୁ ମୁଖ୍ୟ ଆଉ ସବୁକୁ ଗୌଣ ବୋଲି ବିବେଚନ କରିଥାଏ ଏବଂ ତାଙ୍କରି ନିମିତ୍ତ ଜୀବନ ଧାରଣ କରିଥାଏ
ମଣିଷ ଜୀବନର ଅସଲ ଲକ୍ଷ୍ୟ ହେଉଛି ଭଗବତ ପ୍ରାପ୍ତି ପ୍ରତ୍ୟେକ ମନୁଷ୍ୟର ଆତ୍ମାର ଏହାହିଁ ଏକାନ୍ତ କାମନା ଆତ୍ମା ଯେତେବେଳେ ପରମାତ୍ମାଙ୍କ ଠାରୁ ବିଚ୍ଛିନ୍ନ ହୋଇ ଭୌତିକ ଜଗତକୁ ପ୍ରବେଶ କରେ, ସେ ପ୍ରତିଜ୍ଞା କରିଥାଏ ପରମାତ୍ମାଙ୍କ ସଙ୍ଗେ ମିଳିତ ହେବ ବୋଲି, କିନ୍ତୁ ସେ ଏ ମାଟିର ସ୍ପର୍ଶ ପାଇଲା ମାତ୍ରେ ସବୁ ପ୍ରତିଜ୍ଞା ଭୁଲିଯାଏ ସାଂସାରିକ ମୋହ ମାୟାରେ ସେ ଆଚ୍ଛନ୍ନ ହୋଇପଡ଼େ ଆତ୍ମା ଆଚ୍ଛାଦିତ ହୋଇଯାଏ ପରଦାର ଆବରଣରେ ମନ, ପ୍ରାଣ ଓ ଦେହର ଅଜ୍ଞତା ଅବିଦ୍ୟା ତାକୁ ଉଦ୍ଭ୍ରାନ୍ତ କରେ ଫଳତଃ ସେ ଭୁଲ୍ବାଟରେ ଅଶାନ୍ତିର ଶିକାର ହୁଏ ଓ ଜୀବନର ସବୁ ସରସତା ତାର ନଷ୍ଟ ହୋଇଯାଏ ଅବିଦ୍ୟାରୁ ମୁକ୍ତହୋଇ ବିଦ୍ୟାର ଆଲୋକରେ ଆଲୋକିତ ହେବା ପାଇଁ ବ୍ୟକ୍ତିକୁ କିଛି ପ୍ରୟାସ ଓ ପ୍ରଚେଷ୍ଟା କରିବାକୁ ପଡ଼େ ତନ୍ମଧ୍ୟରୁ ସମର୍ପଣ ଗୋଟିଏ ଦିଗ ଯାହା ସମ୍ପର୍କରେ ଏହି କ୍ଷୁଦ୍ର ପ୍ରବନ୍ଧରେ ଆଲୋଚନା କରାଯାଇଛି
ସମର୍ପଣ ଭାବଟି ପ୍ରୀତି ପ୍ରବଣ ଭାବଧାରାର ଏକ ବ୍ୟାବହାରିକ ଅଭିବ୍ୟକ୍ତ ରୂପ ଆନ୍ତରିକତା ଥିବାର ଏହା ଏକ ବଳିଷ୍ଠ ଚିହ୍ନ ଯେଉଁଠାରେ ଆନ୍ତରିକତା ଥାଏ ସେଠାରେ ଅକୁଣ୍ଠ ଚିତ୍ତରେ କିଛି ଦେବାକୁ ଇଚ୍ଛା ହୁଏ ତହିଁରୁ ଅକଳ୍ପନୀୟ ଆନନ୍ଦ ମିଳେ ଏ ତ ମନୁଷ୍ୟ ସ୍ତରର ଆଦାନ ପ୍ରଦାନ କଥା ଯଦି ଭଗବାନଙ୍କୁ କିଛି ଦେଇ ହୁଏ ତେବେ ତହିଁରୁ ଅସୀମ ଓ ଅନିର୍ବଚନୀୟ ଆନନ୍ଦ ମିଳିଥାଏ କିଛି କିଛି ଦେବାର ଅଭ୍ୟାସ ଦିନେ ସବୁକୁ ଦେଇ ଦେବାପାଇଁ ସୁଯୋଗ ସୃଷ୍ଟି କରେ ମନରେ ସ୍ବତ ଆନନ୍ଦର ମନ୍ଦାକିନୀ ଧାରା ଝରିଯାଏ ହଜିଯାଏ କେତେ କୁତ୍ସିତ ନୀଚ ବାସନା, ହୀନ, ମଳିନ ଚିନ୍ତାଧାରା କିଏ ଯେମିତି ଆଣି ଦେଇଯାଏ ସ୍ବର୍ଗର ସୁଧାସିକ୍ତ ଚେତନାର ସୁଲଳିତ ସ୍ପର୍ଶ ହୃଦୟରେ ନାଚିଉଠେ ଆହ୍ଲାଦର ତରଙ୍ଗମାଳା ପ୍ରକୃତ ପକ୍ଷେ ଭଲ ପାଇବାର ମାନଦଣ୍ଡ ସମର୍ପଣ ଉପରେ ପ୍ରତିଷ୍ଠିତ ଅନ୍ୟକୁ କରାୟତ କରିବା ଭଲପାଇବା ନୁହେଁ, ବରଂ ଅନ୍ୟକୁ ନିଜକୁ ଦେଇଦେବାହିଁ ଭଲପାଇବା ଶ୍ରୀମାଙ୍କ ଭାଷାରେ “ସବୁଠାରୁ ବେଶି ଭଲପାଇବାର ଲକ୍ଷଣ ହେଉଛି ସବୁଠାରୁ ବେଶିକରି ନିଜକୁ ଦେଇଦେବା” ଦେବାହିଁ ପାଇବାର ଯଥାର୍ଥ ମାର୍ଗ କିଛି ନଦେଇ ଯିଏ କେବଳ ପାଇବା ପାଇଁ ଚାହାନ୍ତି ସେ କିଛି ପାଆନ୍ତି ନାହିଁ କେବଳ କାମନା ବାସନାରେ ଜର୍ଜରିତ ହୋଇ ରହିଥାନ୍ତି ଭଗବାନଙ୍କୁ ଭଲପାଇ ତାଙ୍କ ପାଖରେ ନିଜକୁ ସମର୍ପି ଦେଲେ ମନୁଷ୍ୟ ଜୀବନ ହୁଏ ସାର୍ଥକ ଓ ମହତ୍ତ୍ବପୂର୍ଣ୍ଣ କିଛି ପାଇବାର ଆଶା ନରଖି କେବଳ ଅର୍ପଣ କରିବାକୁ ହେବ ପ୍ରଭୁଙ୍କ ପାଖରେ, ଯାହା ତାଙ୍କର ଇଚ୍ଛା ତାହା ପୂରଣ ହେବ ବୋଲି କହିବାକୁ ହେବ ପ୍ରଭୁଙ୍କ ପାଖରେ ନିର୍ଭରତା ରଖିଲେ ଅଶାନ୍ତିର ବିଷାକ୍ତ ବାଷ୍ପ ଅପସରି ଯିବ ଅତଏବ ଆତ୍ମସମର୍ପଣ ପର୍ଯ୍ୟନ୍ତ ସମର୍ପଣର ବିସ୍ତୃତି
ସମର୍ପଣ ଭିତ୍ତିରେ ଶ୍ରୀଅରବିନ୍ଦଙ୍କର ପୂର୍ଣ୍ଣଯୋଗର ସାଧନା ସମ୍ଭବ ହୋଇପାରେ ସେଥିରେ ମନର କଳ୍ପନା ଗୌରବବୋଧ, ନିଜସ୍ବ ମତାମତ ରହିବ ନାହିଁ, ପ୍ରଭୁଙ୍କ ପାଖକୁ ଯାହାଆସିବ ତାକୁ ମାନି ନେବାକୁ ପଡ଼ିବ ତହିଁରେ ନିଜସ୍ବ ଯୁକ୍ତିବାଦିତା, ପ୍ରୟୋଗ କରିବାକୁ ଦେବନାହିଁ ଶ୍ରୀମା କହନ୍ତି “ଯାହାକିଛି ଭଗବାନଙ୍କଠାରୁ ଆସେ ପ୍ରୀତିକର ହେଉ ବା ଅପ୍ରୀତିକର ହେଉ ଲୋକମାନେ ବୁଝିବା ଉଚିତ୍ ଯେ ତାଙ୍କ ସଂକଳ୍ପ ଓ କର୍ମ ପଶ୍ଚାତରେ କିଛି ଉଦ୍ଦେଶ୍ୟ ରହିଛି ସେମାନେ ବିକ୍ଷୁବ୍ଧ ନହୋଇ ଏହାକୁ ପୂର୍ଣ୍ଣ ରୂପେ ଗ୍ରହଣ କରିବା ଉଚିତ୍” ଯଦି ଏହା କରାଯାଇପାରେ ତେବେ ସେମାନେ ନିଶ୍ଚୟ ଅଗ୍ରଗତି କରିବେ
ଆତ୍ମ ସମର୍ପଣ ପ୍ରସଙ୍ଗରେ ଶ୍ରୀରାମକୃଷ୍ଣଙ୍କର କଥା ସ୍ମରଣକୁ ଆସେ ସେ ବିଲେଇ ଛୁଆର ଉଦାହରଣ ଦେଇ ପ୍ରସଙ୍ଗଟିକୁ ବୁଝାଇ ଦେଇଛନ୍ତି ବିଲେଇ ଛୁଆର ପସନ୍ଦ, ଅପସନ୍ଦ, ଦାବି ନିଜର ଇଚ୍ଛା କିଛି ନଥାଏ ସେ ତା ମାଆ ନିକଟରେ ନିଜକୁ ପୂର୍ଣ୍ଣରୂପେ ଅର୍ପଣ କରିଥାଏ ତା ମାଆ ତାକୁ ଯେଉଁଠାକୁ ନିଏ ସେ ପ୍ରତିବାଦ କରେ ନାହିଁ ଏହାହିଁ ପ୍ରକୃତରେ ସମର୍ପଣର ଏକ ସାର୍ଥକ ନମୁନା ଭଗବାନଙ୍କ ନିକଟରେ ବିଲେଇ ଛୁଆପରି ନିଜକୁ ଅର୍ପଣ କରିଦେବା ହିଁ ଜୀବନ ପଥରେ ନିବିଘ୍ନରେ ଚାଲିବାର ମୂଳମନ୍ତ୍ର ପ୍ରଗତି ଦ୍ବାର ଏଥିରେ ଉନ୍ମୁକ୍ତ ହୁଏ ଚେତନାର ଅଗ୍ରଗତି ହୁଏ ଜୀବନ ଯେତେ ମହନୀୟ ଓ ମହତ୍ବପୂର୍ଣ୍ଣ ହୋଇଉଠେ ଭଗବାନଙ୍କ ଉପରେ ନିର୍ଭରତା ରଖିଲେ ଯାହା ବ୍ୟକ୍ତି ପାଇଁ ସର୍ବୋତ୍ତମ ସେ ତାହାହିଁ ଘଟାନ୍ତି ଓ ସବୁ ଅପୂର୍ଣ୍ଣତାକୁ କ୍ରମେ କ୍ରମେ ସୁଧାରି ନିଅନ୍ତି
( ପରବର୍ତ୍ତୀ ପୃଷ୍ଠା ଦେଖନ୍ତୁ → )
ପୃଷ୍ଠା ସଂଖ୍ୟା : 1 2
ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?
୧. ସୁରଥ କୁମାର ପାଢ଼ୀ | ଜୁନ୍ ୨, ୨୦୧୧ - ୬:୫୭ ପୂର୍ବାହ୍ନ
ପ୍ରବନ୍ଧଟି ଖୁବ୍ ଭଲ ଲାଗିଲା, ବ୍ଯକ୍ତିଗତ ଭାବେ ମୋ ପାଇଁ ଏହା ଏକ ସ୍ମରଣ ଚିହ୍ନ ଥିଲା, ମୋତେ ପୁଣି ଥରେ ମନେ ପକେଇଦେଇଥିଲା ସମର୍ପଣ ହିଁ ଶାନ୍ତି ଓ ସଫଳତାର ମୂଳମନ୍ତ୍ର
୨. Sudhansu Swain | ଡିସେମ୍ବର୍ ୧, ୨୦୧୧ - ୧୦:୦୫ ପୂର୍ବାହ୍ନ
ଭଲ ହୋଇଛି
୩. ନିହାର ମହାପାତ୍ର | ମାର୍ଚ୍ଚ୍ ୧୯, ୨୦୧୨ - ୧୨:୧୭ ଅପରାହ୍ନ
ବହୁତ ଭଲ ଲାଗିଲା