ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଭୂପେନ୍‌ ମହାପାତ୍ର
ରଜତ କୁମାର ମିଶ୍ର
ଦିଲ୍ଲୀପ ଦାସ
କିଶୋରୀକିଙ୍କର ଦାସ
ଶକ୍ତି ମହାନ୍ତି
ଅମରେଶ ବିଶ୍ବାଳ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସମର୍ପଣ
  ଡ. ଶରତ ଚନ୍ଦ୍ର ରଥ, ଭୁବନେଶ୍ବର
 
 
ତା: ଫେବୃଆରୀ ୨୩, ୨୦୧୧  
 

ସେହି ମନୁଷ୍ୟର ଜୀବନ ଧନ୍ୟ ଯିଏ ଭଗବାନଙ୍କ ସେବାରେ ନିଜକୁ ନିୟୋଜିତ କରିପାରେ୤ ଯିଏ ଅକୁଣ୍ଠିତ ଚିତ୍ତରେ ନିଜର ଧନ, ମାନ, ଯଶ ଓ ପ୍ରତିଷ୍ଠାକୁ ଭଗବାନଙ୍କ ପାଦତଳେ ସମର୍ପି ଦେଇପାରେ୤ ତାହା ହିଁ ଯଥାର୍ଥ ପ୍ରେମ ଯାହା ଭଗବତ ପ୍ରୀତିକୁ କେନ୍ଦ୍ର କରି ସଙ୍ଗଠିତ୤ ସିଏ ହିଁ ଏକମାତ୍ର ସୁଖୀ ଯିଏ ଭଗବାନଙ୍କର ଅନୁସନ୍ଧାନ କରେ୤ ସେହି ଜ୍ଞାନ ହିଁ ପ୍ରକୃତ ଜ୍ଞାନ ଯହିଁରେ ଅହଂକାର ନଥାଏ୤ ତାକୁ ହିଁ ବୁଦ୍ଧିମାନ ବୋଲି କୁହାଯିବ ଯିଏ ଭଗବାନଙ୍କୁ ମୁଖ୍ୟ ଆଉ ସବୁକୁ ଗୌଣ ବୋଲି ବିବେଚନ କରିଥାଏ ଏବଂ ତାଙ୍କରି ନିମିତ୍ତ ଜୀବନ ଧାରଣ କରିଥାଏ୤

ଯେଉଁଠାରେ ଆନ୍ତରିକତା ଥାଏ ସେଠାରେ ଅକୁଣ୍ଠ ଚିତ୍ତରେ କିଛି ଦେବାକୁ ଇଚ୍ଛା ହୁଏ୤ ତହିଁରୁ ଅକଳ୍ପନୀୟ ଆନନ୍ଦ ମିଳେ୤ ଏ ତ ମନୁଷ୍ୟ ସ୍ତରର ଆଦାନ ପ୍ରଦାନ କଥା୤ ଯଦି ଭଗବାନଙ୍କୁ କିଛି ଦେଇ ହୁଏ ତେବେ ତହିଁରୁ ଅସୀମ ଓ ଅନିର୍ବଚନୀୟ ଆନନ୍ଦ ମିଳିଥାଏ୤

ମଣିଷ ଜୀବନର ଅସଲ ଲକ୍ଷ୍ୟ ହେଉଛି ଭଗବତ ପ୍ରାପ୍ତି୤ ପ୍ରତ୍ୟେକ ମନୁଷ୍ୟର ଆତ୍ମାର ଏହାହିଁ ଏକାନ୍ତ କାମନା୤ ଆତ୍ମା ଯେତେବେଳେ ପରମାତ୍ମାଙ୍କ ଠାରୁ ବିଚ୍ଛିନ୍ନ ହୋଇ ଭୌତିକ ଜଗତକୁ ପ୍ରବେଶ କରେ, ସେ ପ୍ରତିଜ୍ଞା କରିଥାଏ ପରମାତ୍ମାଙ୍କ ସଙ୍ଗେ ମିଳିତ ହେବ ବୋଲି, କିନ୍ତୁ ସେ ଏ ମାଟିର ସ୍ପର୍ଶ ପାଇଲା ମାତ୍ରେ ସବୁ ପ୍ରତିଜ୍ଞା ଭୁଲିଯାଏ୤ ସାଂସାରିକ ମୋହ ମାୟାରେ ସେ ଆଚ୍ଛନ୍ନ ହୋଇପଡ଼େ୤ ଆତ୍ମା ଆଚ୍ଛାଦିତ ହୋଇଯାଏ ପରଦାର ଆବରଣରେ ମନ, ପ୍ରାଣ ଓ ଦେହର ଅଜ୍ଞତା ଅବିଦ୍ୟା ତାକୁ ଉଦ୍‌ଭ୍ରାନ୍ତ କରେ୤ ଫଳତଃ ସେ ଭୁଲ୍ବାଟରେ ଅଶାନ୍ତିର ଶିକାର ହୁଏ ଓ ଜୀବନର ସବୁ ସରସତା ତାର ନଷ୍ଟ ହୋଇଯାଏ୤ ଅବିଦ୍ୟାରୁ ମୁକ୍ତହୋଇ ବିଦ୍ୟାର ଆଲୋକରେ ଆଲୋକିତ ହେବା ପାଇଁ ବ୍ୟକ୍ତିକୁ କିଛି ପ୍ରୟାସ ଓ ପ୍ରଚେଷ୍ଟା କରିବାକୁ ପଡ଼େ୤ ତନ୍ମଧ୍ୟରୁ ସମର୍ପଣ ଗୋଟିଏ ଦିଗ ଯାହା ସମ୍ପର୍କରେ ଏହି କ୍ଷୁଦ୍ର ପ୍ରବନ୍ଧରେ ଆଲୋଚନା କରାଯାଇଛି୤

ସମର୍ପଣ ଭାବଟି ପ୍ରୀତି ପ୍ରବଣ ଭାବଧାରାର ଏକ ବ୍ୟାବହାରିକ ଅଭିବ୍ୟକ୍ତ ରୂପ୤ ଆନ୍ତରିକତା ଥିବାର ଏହା ଏକ ବଳିଷ୍ଠ ଚିହ୍ନ୤ ଯେଉଁଠାରେ ଆନ୍ତରିକତା ଥାଏ ସେଠାରେ ଅକୁଣ୍ଠ ଚିତ୍ତରେ କିଛି ଦେବାକୁ ଇଚ୍ଛା ହୁଏ୤ ତହିଁରୁ ଅକଳ୍ପନୀୟ ଆନନ୍ଦ ମିଳେ୤ ଏ ତ ମନୁଷ୍ୟ ସ୍ତରର ଆଦାନ ପ୍ରଦାନ କଥା୤ ଯଦି ଭଗବାନଙ୍କୁ କିଛି ଦେଇ ହୁଏ ତେବେ ତହିଁରୁ ଅସୀମ ଓ ଅନିର୍ବଚନୀୟ ଆନନ୍ଦ ମିଳିଥାଏ୤ କିଛି କିଛି ଦେବାର ଅଭ୍ୟାସ ଦିନେ ସବୁକୁ ଦେଇ ଦେବାପାଇଁ ସୁଯୋଗ ସୃଷ୍ଟି କରେ୤ ମନରେ ସ୍ବତ ଆନନ୍ଦର ମନ୍ଦାକିନୀ ଧାରା ଝରିଯାଏ୤ ହଜିଯାଏ କେତେ କୁତ୍ସିତ ନୀଚ ବାସନା, ହୀନ, ମଳିନ ଚିନ୍ତାଧାରା କିଏ ଯେମିତି ଆଣି ଦେଇଯାଏ ସ୍ବର୍ଗର ସୁଧାସିକ୍ତ ଚେତନାର ସୁଲଳିତ ସ୍ପର୍ଶ୤ ହୃଦୟରେ ନାଚିଉଠେ ଆହ୍ଲାଦର ତରଙ୍ଗମାଳା୤ ପ୍ରକୃତ ପକ୍ଷେ ଭଲ ପାଇବାର ମାନଦଣ୍ଡ ସମର୍ପଣ ଉପରେ ପ୍ରତିଷ୍ଠିତ୤ ଅନ୍ୟକୁ କରାୟତ କରିବା ଭଲପାଇବା ନୁହେଁ, ବରଂ ଅନ୍ୟକୁ ନିଜକୁ ଦେଇଦେବାହିଁ ଭଲପାଇବା୤ ଶ୍ରୀମାଙ୍କ ଭାଷାରେ “ସବୁଠାରୁ ବେଶି ଭଲପାଇବାର ଲକ୍ଷଣ ହେଉଛି ସବୁଠାରୁ ବେଶିକରି ନିଜକୁ ଦେଇଦେବା୤” ଦେବାହିଁ ପାଇବାର ଯଥାର୍ଥ ମାର୍ଗ୤ କିଛି ନଦେଇ ଯିଏ କେବଳ ପାଇବା ପାଇଁ ଚାହାନ୍ତି ସେ କିଛି ପାଆନ୍ତି ନାହିଁ୤ କେବଳ କାମନା ବାସନାରେ ଜର୍ଜରିତ ହୋଇ ରହିଥାନ୍ତି୤ ଭଗବାନଙ୍କୁ ଭଲପାଇ ତାଙ୍କ ପାଖରେ ନିଜକୁ ସମର୍ପି ଦେଲେ ମନୁଷ୍ୟ ଜୀବନ ହୁଏ ସାର୍ଥକ ଓ ମହତ୍ତ୍ବପୂର୍ଣ୍ଣ୤ କିଛି ପାଇବାର ଆଶା ନରଖି କେବଳ ଅର୍ପଣ କରିବାକୁ ହେବ ପ୍ରଭୁଙ୍କ ପାଖରେ, ଯାହା ତାଙ୍କର ଇଚ୍ଛା ତାହା ପୂରଣ ହେବ ବୋଲି କହିବାକୁ ହେବ୤ ପ୍ରଭୁଙ୍କ ପାଖରେ ନିର୍ଭରତା ରଖିଲେ ଅଶାନ୍ତିର ବିଷାକ୍ତ ବାଷ୍ପ ଅପସରି ଯିବ୤ ଅତଏବ ଆତ୍ମସମର୍ପଣ ପର୍ଯ୍ୟନ୍ତ ସମର୍ପଣର ବିସ୍ତୃତି୤

ସମର୍ପଣ ଭିତ୍ତିରେ ଶ୍ରୀଅରବିନ୍ଦଙ୍କର ପୂର୍ଣ୍ଣଯୋଗର ସାଧନା ସମ୍ଭବ ହୋଇପାରେ୤ ସେଥିରେ ମନର କଳ୍ପନା ଗୌରବବୋଧ, ନିଜସ୍ବ ମତାମତ ରହିବ ନାହିଁ, ପ୍ରଭୁଙ୍କ ପାଖକୁ ଯାହାଆସିବ ତାକୁ ମାନି ନେବାକୁ ପଡ଼ିବ୤ ତହିଁରେ ନିଜସ୍ବ ଯୁକ୍ତିବାଦିତା, ପ୍ରୟୋଗ କରିବାକୁ ଦେବନାହିଁ୤ ଶ୍ରୀମା କହନ୍ତି “ଯାହାକିଛି ଭଗବାନଙ୍କଠାରୁ ଆସେ ପ୍ରୀତିକର ହେଉ ବା ଅପ୍ରୀତିକର ହେଉ ଲୋକମାନେ ବୁଝିବା ଉଚିତ୍‌ ଯେ ତାଙ୍କ ସଂକଳ୍ପ ଓ କର୍ମ ପଶ୍ଚାତରେ କିଛି ଉଦ୍ଦେଶ୍ୟ ରହିଛି୤ ସେମାନେ ବିକ୍ଷୁବ୍ଧ ନହୋଇ ଏହାକୁ ପୂର୍ଣ୍ଣ ରୂପେ ଗ୍ରହଣ କରିବା ଉଚିତ୍‌୤” ଯଦି ଏହା କରାଯାଇପାରେ ତେବେ ସେମାନେ ନିଶ୍ଚୟ ଅଗ୍ରଗତି କରିବେ୤

ଆତ୍ମ ସମର୍ପଣ ପ୍ରସଙ୍ଗରେ ଶ୍ରୀରାମକୃଷ୍ଣଙ୍କର କଥା ସ୍ମରଣକୁ ଆସେ୤ ସେ ବିଲେଇ ଛୁଆର ଉଦାହରଣ ଦେଇ ପ୍ରସଙ୍ଗଟିକୁ ବୁଝାଇ ଦେଇଛନ୍ତି୤ ବିଲେଇ ଛୁଆର ପସନ୍ଦ, ଅପସନ୍ଦ, ଦାବି ନିଜର ଇଚ୍ଛା କିଛି ନଥାଏ୤ ସେ ତା ମାଆ ନିକଟରେ ନିଜକୁ ପୂର୍ଣ୍ଣରୂପେ ଅର୍ପଣ କରିଥାଏ୤ ତା ମାଆ ତାକୁ ଯେଉଁଠାକୁ ନିଏ ସେ ପ୍ରତିବାଦ କରେ ନାହିଁ୤ ଏହାହିଁ ପ୍ରକୃତରେ ସମର୍ପଣର ଏକ ସାର୍ଥକ ନମୁନା୤ ଭଗବାନଙ୍କ ନିକଟରେ ବିଲେଇ ଛୁଆପରି ନିଜକୁ ଅର୍ପଣ କରିଦେବା ହିଁ ଜୀବନ ପଥରେ ନିବିଘ୍ନରେ ଚାଲିବାର ମୂଳମନ୍ତ୍ର୤ ପ୍ରଗତି ଦ୍ବାର ଏଥିରେ ଉନ୍ମୁକ୍ତ ହୁଏ୤ ଚେତନାର ଅଗ୍ରଗତି ହୁଏ୤ ଜୀବନ ଯେତେ ମହନୀୟ ଓ ମହତ୍ବପୂର୍ଣ୍ଣ ହୋଇଉଠେ୤ ଭଗବାନଙ୍କ ଉପରେ ନିର୍ଭରତା ରଖିଲେ ଯାହା ବ୍ୟକ୍ତି ପାଇଁ ସର୍ବୋତ୍ତମ ସେ ତାହାହିଁ ଘଟାନ୍ତି ଓ ସବୁ ଅପୂର୍ଣ୍ଣତାକୁ କ୍ରମେ କ୍ରମେ ସୁଧାରି ନିଅନ୍ତି୤

( ପରବର୍ତ୍ତୀ ପୃଷ୍ଠା ଦେଖନ୍ତୁ → )

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଡ. ଶରତ ଚନ୍ଦ୍ର ରଥ, ଭୁବନେଶ୍ବର
author photo
ଉତ୍କଳ ବିଶ୍ବବିଦ୍ୟାଳୟ, ବାଣୀବିହାରରେ ଓଡ଼ିଆ ବିଭାଗର ମୁଖ୍ୟ ଭାବେ ଡ. ଶରତ ଚନ୍ଦ୍ର ରଥ ବର୍ତ୍ତମାନ କାର୍ଯ୍ୟରତ୤ ଓଡ଼ିଆ ସାହିତ୍ୟ ଜଗତରେ ଜଣେ ପ୍ରତିଷ୍ଠିତ ଲେଖକ୤
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. ସୁରଥ କୁମାର ପାଢ଼ୀ |  ଜୁନ୍ ୨, ୨୦୧୧ - ୬:୫୭ ପୂର୍ବାହ୍ନ

    ପ୍ରବନ୍ଧଟି ଖୁବ୍ ଭଲ ଲାଗିଲା, ବ୍ଯକ୍ତିଗତ ଭାବେ ମୋ ପାଇଁ ଏହା ଏକ ସ୍ମରଣ ଚିହ୍ନ ଥିଲା, ମୋତେ ପୁଣି ଥରେ ମନେ ପକେଇଦେଇଥିଲା ସମର୍ପଣ ହିଁ ଶାନ୍ତି ଓ ସଫଳତାର ମୂଳମନ୍ତ୍ର

  • ୨. Sudhansu Swain |  ଡିସେମ୍ବର୍ ୧, ୨୦୧୧ - ୧୦:୦୫ ପୂର୍ବାହ୍ନ

    ଭଲ ହୋଇଛି

  • ୩. ନିହାର ମହାପାତ୍ର |  ମାର୍ଚ୍ଚ୍ ୧୯, ୨୦୧୨ - ୧୨:୧୭ ଅପରାହ୍ନ

    ବହୁତ ଭଲ ଲାଗିଲା

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤