ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଡକ୍ଟର ମାୟାଧର ମାନସିଂହ
ତ୍ରିନାଥ ସିଂହ
କାଳିନ୍ଦି ଚରଣ ପାଣିଗ୍ରାହୀ
ଅମରେନ୍ଦ୍ର ଖଟୁଆ
ରମେଶ ଚନ୍ଦ୍ର ଦାସ
ଜଗଦୀଶ ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ନାରୀ
  ଇପ୍‌ସିତା ମଧୁମିତା ଦାସ
 
 
ତା: ଅକ୍ଟୋବର୍ ୧୨, ୨୦୦୯  
 

‘ଅଇରି’ ଶବ୍ଦର ଅର୍ଥ ଶତ୍ରୁ୤ ନ ଅଇରି, ଅର୍ଥାତ୍ ଯାହାର କେହି ଶତ୍ରୁ ନାହାନ୍ତି୤ ନାରୀ ଏମିତି ଏକ ଶବ୍ଦ ଯାହା ବିନା ଏ ସଂସାର ମହକ ନ ଥିବା ଫୁଲ ସଦୃଶ, ପାଣି ନ ଥିବା ଶୁଷ୍କ ଜଳାଶୟ ସଦୃଶ ଏବଂ ଜ୍ୟୋତ୍ସ୍ନା ନ ଥିବା ରାତ୍ରି ସଦୃଶ୤ ନାରୀ ମମତାର ପ୍ରତୀକ୤ ସେ ଆଦ୍ୟଶକ୍ତି୤ ଉପଯୁକ୍ତ ସମୟରେ ସେ ସୀତାଙ୍କ ପରି ରମଣୀୟ, ସାବିତ୍ରୀ ପରି ପବିତ୍ର, ଅହଲ୍ୟା ପରି ସହନଶୀଳ ବା ଦୁର୍ଗାଙ୍କ ପରି ଶତ୍ରୁ-ବିଧ୍ବଂସୀ୤ ସେ ହିଁ ଜଗତ୍‌ଜନନୀ ତଥା ସୃଷ୍ଟି, ସ୍ଥିତି ପ୍ରଳୟକାରୀ୤

କିନ୍ତୁ ସମୟ କ୍ରମେ ନାରୀର ଏହି ସଂଜ୍ଞାରେ ବ୍ୟାପକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି୤ ବିଶାଳ ହୃଦୟ ଥିବା ନାରୀର ମାନସିକତା ଆଜି ସଂକୀର୍ଣ୍ଣତାରେ ଆବଦ୍ଧ୤ ଦେବୀ ରୂପେ ମଣ୍ଡପରେ ପୂଜା ପାଉଥିବା ନାରୀ ଆଜି ରାଜରାସ୍ତାରେ ଅତ୍ୟାଚାରିତା, ଶୋଷିତା, ଲାଞ୍ଛିତା୤ ସମାଜକୁ ଦିଗ୍‌ଦର୍ଶନ ଦେଉଥିବା ନାରୀ ଆଜି ନିଜେ ଦିଗ୍‌ଭ୍ରଷ୍ଟ୤ ସଶକ୍ତିକରଣ ତଥା ଅନ୍ୟାନ୍ୟ ଅନେକ ବିକଳ୍ପ ମଧ୍ୟରେ ପୁରାତନ ଶକ୍ତିମୟୀ ନାରୀ ଆଜି ଶକ୍ତି ଯୋଗାଡ଼ କରିବାରେ ବ୍ୟସ୍ତ୤ ପବିତ୍ରତା, ସରସତା, ମଧୁରତା, ତଥା ଆକର୍ଷଣର ଚଳନ୍ତି ପ୍ରତିମୂର୍ତ୍ତି ନାରୀ, କାହିଁକି ଆଜି ଅବହେଳିତା ? କନ୍ୟା ଭ୍ରୂଣ ହତ୍ୟା, ଯୌତୁକ ପାଇଁ ହତ୍ୟା, ବିବାହ ବିଚ୍ଛେଦ ଆଦି କାହିଁକି ଆଜି ଅହରହ ବିଭିନ୍ନ ସମ୍ବାଦପତ୍ରର ପୃଷ୍ଠା ମଣ୍ଡନ କରିବାରେ ବ୍ୟସ୍ତ? ଏହିପରି ଅନେକ କାହିଁକିର ବୁଢିଆଣୀ ଜାଲରେ ଆମେ ଛନ୍ଦା୤ ପ୍ରକୃତରେ ନାରୀର ଅଧୋପତନ ପାଇଁ ଦାୟୀ କିଏ ? ଏ ସମାଜ, ଆଧୁନିକ ମାନବର ପାଶବିକ ଚିନ୍ତାଧାରା ନା ନାରୀ ନିଜେ ?

ନାରୀ ଆଜି ଯାହା ହରେଇଛି ସେଥିପାଇଁ ଦାୟୀ କେହି ନୁହେଁ, ସିଏ ନିଜେ୤ ଯଦିଓ ସମସ୍ତେ ନୁହନ୍ତି, ଆଜିର ସମାଜରେ ଅଧିକାଂଶ ନାରୀ ଆଧୁନିକତାର ଦ୍ବାହି ଦେଇ, ବିଜ୍ଞାନ ଯୁଗ ସହ ନିଜକୁ ସାମିଲ କରିବାକୁ ଯାଇ ତା’ର ସମସ୍ତ ଆଦର୍ଶକୁ, ଯୁଗ ଯୁଗର ପ୍ରତିଷ୍ଠାକୁ ବିସର୍ଜନ କରିଦେଇଛି୤ ଆଧୁନିକ ଫେସନ୍ ଯୋଗୁ ସେ ଉଗ୍ର ଆଧୁନିକତାକୁ ଆପଣେଇଛି, ତାହା ସହିତ ବଦଳାଇଦେଇଛି ତା’ର ପାରମ୍ପରିକ ପୋଷାକ୤

ଆଦିମ କାଳରୁ ପୋଷାକର ଆବଶ୍ୟକତା ଅନୁଭବ କରି ନିର୍ମିତ ହୋଇଥିଲା ଫ୍ରକ୍, ସାଲୁଆର୍-କମିଜ ଓ ଶାଢ଼ୀ୤ ବୟସକୁ ଆଖି ଆଗରେ ରଖି ବିଭିନ୍ନ ପ୍ରକାର ପୋଷାକର ବ୍ୟବହାର କରାଯାଇଥିଲା୤ ଆଧୁନିକା ନାରୀ ପାଇଁ କିନ୍ତୁ ଆଉ ୧୨ ହାତି ଶାଢୀର କୌଣସି ପ୍ରୟୋଜନ ନାହିଁ୤ ପୁରୁଷ ସମାଜ ଆଗରେ ଆଜି ନାରୀ ନିଜକୁ ଉପସ୍ଥାପିତ କରିବାକୁ ଚାହୁଁଛି ଉଗ୍ର ଭାବରେ୤ ହାତେ କି ଦି’ହାତିଆ ଅର୍ଦ୍ଧନଗ୍ନ ପୋଷାକ ସାଂଗକୁ ପଦ ପଦକେ ଇଂରାଜୀ ଭାଷାର ବିସ୍ଫୋରଣ୤ ଆହୁରି ମଧ୍ୟ ସେ ବିବାହିତା କି ଅବିବାହିତା, ଅନେକାଂଶରେ ଜାଣିବା କଷ୍ଟକର କାରଣ ସିନ୍ଦୂର ବା ଶଙ୍ଖାର କୌଣସି ପ୍ରୟୋଜନ ଆଜିକାଲି ନାହିଁ୤ ଜିନ୍ସ୍ ପ୍ୟାଣ୍ଟ୍ ଓ ଟି-ସାର୍ଟ ଆଜିର ମହିଳାଙ୍କ ପ୍ରିୟ ପୋଷାକ୤ ଟିଭି ଖୋଲିଲେ ହିଁ ପ୍ରାୟ ଚ୍ୟାନେଲରେ ଆପଣ ଏହି ବିନା ପୋଷାକବାଲି ଆଧୁନିକ ଝିଅଙ୍କୁ ଆଜିକାଲି ଦେଖିପାରିବେ୤ ଏବେ ଯୁକ୍ତି ଉଠିପାରେ, ସେମାନେ ତ’ କେବଳ ଟିଭିରେ ସୁଟିଂ ପାଇଁ ଏଭଳି କରୁଛନ୍ତି; ମାତ୍ର ଚଳଚ୍ଚିତ୍ର ମାଧ୍ୟମରେ ହିଁ ତ ଆମ ସମାଜ ଜୀବନର କାହାଣୀ ଦେଖାଯାଇଥାଏ୤

ଆମ ସମାଜରେ ଅର୍ଦ୍ଧନଗ୍ନ ପୋଷାକ ପିନ୍ଧି ଘୂରିବୁଲୁଥିବା ଏହି ଆଧୁନିକା ଚଢ଼େଇମାନଙ୍କୁ ଦେଖି ହିଁ ଚଳଚ୍ଚିତ୍ର ସବୁ ପ୍ରସ୍ତୁତ କରାଯାଇଛି୤ ବାହାର କଥା ନ ଦେଖି ଆମ ଓଡ଼ିଆ ଝିଅମାନଙ୍କୁ ଓଲିଉଡ୍ ପରଦାରେ ଦେଖନ୍ତୁ୤ ଆପଣଙ୍କୁ ଲାଗିବ ଆପଣ ଓଡ଼ିଶା ନୁହେଁ ବରଂ ଇଂଲଣ୍ଡ କିମ୍ବା ଆମେରିକାରେ ଅଛନ୍ତି୤ ଓଡ଼ିଆ ସଂସ୍କୃତିର ପ୍ରତିଛବି, ଓଡ଼ିଆ ମା’ର ହୃଦୟ ଏହି ଜିନ୍‌ପ୍ୟାଣ୍ଟ ପିନ୍ଧା ନାରୀମାନଙ୍କଠାରେ ଦେଖିବାକୁ ମିଳେନାହିଁ୤ ସରଳ ହୃଦୟା ନାରୀ ଆଜି ଆଧୁନିକତାର ଦ୍ବାହି ଦେଇ କର୍କଶ ହୃଦୟା ହୋଇଯାଇଛି୤ ନା ସେ ହୋଇପାରୁଛି ଜଣେ ଆଜ୍ଞା ପାଳନକାରୀ କନ୍ୟା, ନା ହୋଇପାରୁଛି ଆଦର୍ଶ ବୋହୂ, ନା ପତିବ୍ରତା ସ୍ତ୍ରୀ, ନା ଜଣେ ମମତାମୟୀ ଜନନୀ୤ ଶିକ୍ଷିତା ହୋଇ ଶିକ୍ଷାର ଉପଯୁକ୍ତ ବିନିଯୋଗ କରୁନାହିଁ ଆଧୁନିକା ନାରୀ୤ ଫଳରେ ତାକୁ ମିଳୁଛି ଶାଶୁ, ନଣନ୍ଦଙ୍କଠାରୁ ନିର୍ଯ୍ୟାତନା, ଯେଉଁମାନେ ନିଜେ ମଧ୍ୟ ଜଣେ ଜଣେ ନାରୀ୤ ପ୍ରତିହିଂସା ପରାୟଣ ହୋଇ ନାରୀ ହିଁ ପରୋକ୍ଷରେ ଆଉ ଜଣେ ନାରୀର ଗୋଡ଼ ଟାଣିବାରେ ବ୍ୟସ୍ତ୤ ନାରୀ ନାରୀ ମଧ୍ୟରେ ଯଦି ଯୁଦ୍ଧ ଚାଲିଛି ତେବେ କିଏ ଆସି ନାରୀର ସଶକ୍ତିକରଣ କରିବ ? କିଏ ଦେବ ନାରୀକୁ ସୁରକ୍ଷା ? ଆଜି ଛୁଆ କାନ୍ଦିଲେ ମା’ ବି ଜାଣିପାରୁନି ଛୁଆକୁ ଭୋକ ହେଉଛି ବୋଲି, ତେଣୁ ସମାଜରେ ନିଜର ପୂର୍ବ ପ୍ରତିଷ୍ଠାକୁ ବଜାୟ ରଖିବାକୁ ହେଲେ ନାରୀକୁ ନିଜେ ହିଁ ସୁଧାରିବାକୁ ପଡ଼ିବ୤

ଯେଉଁ ନାରୀମାନେ ସମାଜରେ ଅନୈତିକ କାର୍ଯ୍ୟ କରୁଛନ୍ତି; ମଦମାଂସ ଖାଇ ଜିନ୍‌ପ୍ୟାଣ୍ଟ ପିନ୍ଧି ସେମାନଙ୍କର ମହାନ ଆଧୁନିକତା ପ୍ରକାଶ କରିବାକୁ ବୃଥା ଚେଷ୍ଟା କରୁଛନ୍ତି, ସେମାନେ ନିଶ୍ଚୟ କାହାର ଝିଅ, କାହାର ଭଉଣୀ, କାହାର ସ୍ତ୍ରୀ କିମ୍ବା କାହାର ବୋହୂ, ତେଣୁ ସମସ୍ତେ ଯଦି ନିଜ ନିଜ ପରିବାରରୁ ଅଭିଯାନ ଆରମ୍ଭ କରି ନିଜ ଆତ୍ମୀୟସ୍ବଜନଙ୍କୁ ଉଗ୍ରତାର ପ୍ରଭାବରୁ ଓହରାଇପାରନ୍ତେ ତେବେ ହୁଏତ ଏ’ ସମାଜ ଜ୍ବଳନରୁ କିଛିଟା ରକ୍ଷା ପାଇପାରନ୍ତା୤ ନିଜର ସୁରକ୍ଷା ପାଇଁ ହୋଇଥିବା ଆଇନ୍ର ଦୁରୁପଯୋଗ କରି, ଆଜି ନାରୀ ପୁରୁଷକୁ କ୍ରୀଡ଼ନକ କରିବା ପାଇଁ ଚେଷ୍ଟା କରୁଛି୤ ସେମାନଙ୍କ ଉପରେ ଅତ୍ୟାଚାର କରୁଛି୤ ଦେବୀକୁ ଦେଖିଲେ ସିନା ମନରେ ପ୍ରେମ ଓ ଉପାସନାର ବହ୍ନି ଜଳେ କିନ୍ତୁ ରାକ୍ଷସୀକୁ କେହି କେବେ ପୂଜା କରେ କି? ତ୍ୟାଗ ଓ ପ୍ରେରଣା ମାଧ୍ୟମରେ ସମାଜର କଲ୍ୟାଣକାରିଣୀ ନାରୀ ଯେବେ ପ୍ରତିହିଂସା ପରାୟଣ ଓ ଧ୍ବଂସକାରିଣୀ ହୁଏ ସେତେବେଳେ ନାରୀ ତାର ମହନୀୟତା ହରାଇବସେ, ଯାହା ଆଜିର ସମାଜରେ ନାରୀର ସ୍ଥିତିରୁ ସହଜରେ ଅନୁମେୟ୤

ଆଜିର ଉଦଣ୍ଡି ନାରୀଙ୍କୁ ଦେଖି ଜଣେ ପିତା ଡରିଯାଉଛି୤ କନ୍ୟା ସନ୍ତାନ ଜନ୍ମ ଦେବା ବଦଳରେ ବଢ଼ିଚାଲିଛି ଭ୍ରୂଣ ହତ୍ୟା, ନାରୀର ସ୍ବାଧୀନତାରେ ଆଞ୍ଚ ଆସୁଥିବାରୁ ବଢ଼ିଚାଲିଛି ବିବାହ ବିଚ୍ଛେଦ୤ କେତେ ଦିନ ଆଉ ଏମିତି ଚାଲିବ ? ଆସନ୍ତୁ ଆମେ ସମସ୍ତେ ମିଶି ସେହି ନାରୀ ଚରିତ୍ରକୁ, ତାର ଉଦଣ୍ଡ କାର୍ଯ୍ୟକଳାପ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବା; ତାହା ହେଲେ ଯାଇ ହୋଇପାରିବ ଆମର ନାରୀ ସମାଜ ସୁରକ୍ଷିତ୤ ନିଜ ସଭ୍ୟତା, ପରମ୍ପରାକୁ ଭୁଲି ନ ଯାଇ କାମ କଲେ ଆମେ ମଧ୍ୟ ଏକ ଉଦାହରଣ ସୃଷ୍ଟି କରିପାରିବା୤ ସଂଯତ ଭାବ, ସୁମଧୁର ବାକ୍ୟାଳାପ ଏବଂ ମାର୍ଜିତ ପୋଷାକ ପରିଧାନ ମଧ୍ୟରେ ଆମେ ନାରୀକୁ ଅତ୍ୟାଚାରିତା ହେବାରୁ ବଞ୍ଚାଇପାରିବା୤ କାରଣ ନାରୀର କେହି ଶତ୍ରୁ ନାହାନ୍ତି୤ ନାରୀ ବଞ୍ଚିଲେ ସୃଷ୍ଟି ବଞ୍ଚିବ, ନାରୀ ହସିଲେ ସୃଷ୍ଟି ହସିବ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଇପ୍‌ସିତା ମଧୁମିତା ଦାସ
author photo
 

ମତାମତ ସଂଖ୍ୟା - ୧୯ ଆପଣଙ୍କ ମତାମତ ?

  • ୧. ବିରଞ୍ଛି ନାରାୟଣ ଡାସ999999 |  ସେପ୍ଟେମ୍ବର୍ ୨୭, ୨୦୧୦ - ୩:୨୩ ପୂର୍ବାହ୍ନ

    ଆଦରଣିୟ ମହାଶୟ,
    ଆପଣଙ୍କର ଲେଖାଟି ପଢି ଭାରି ଭଲଲାଗିଲା | ଲେଖାଟି ନିଶ୍ଚିତ ଭାବରେ ନାରୀ ସମାଜରେ ନାରୀକୁ ତାର ନାରୀତ୍ବ ଦେଖାଇବ |

  • ୨. ଶ୍ରୀମତୀ ଜେମାମଣି ବିଷୟୀ (ପ୍ରାକ୍ତନ୍ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟା) |  ମାର୍ଚ୍ଚ୍ ୨୮, ୨୦୧୧ - ୧୧:୫୧ ପୂର୍ବାହ୍ନ

    ଆଦରଣୀୟ ମଧୁମିତା,

    ମଧୁଶଯ୍ୟା ପରି ତୁମ ସୁରଭି ଆଜିର ଦୋଦୁଲ୍ୟମାନ ସମାଜରେ ସୁଗନ୍ଧିତ ହେଉ ୤ ତୁମର ଅନ୍ତରଙ୍ଗ ଦିଗ୍‌ଦର୍ଶନ ସମାଜର ଉଚ୍ଛ୍ରୁଙ୍ଖଳିତ ନାରୀମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେଉ ୤ ସେମାନଙ୍କ ଜୀବନ ମଧୁମୟ ହେଉ, ମାନସିକ ଶାନ୍ତିଲାଭ କରି ସତ୍‌ପଥରେ ପରିଚାଳିତ ହୁଅନ୍ତୁ ୤ ନାରୀ ଶବ୍ଦର ଉପଯୁକ୍ତ ପ୍ରୟୋଗ କରି ଯେଉଁ ଦିଗ୍‌ଦର୍ଶନ ଦେଇଛ ତାହା ଦିଗହରା ନାରୀମାନଙ୍କ ପାଥେୟ ହେଉ, ଏତିକି କାମନା ୤

  • ୩. Ashok Nayak |  ଏପ୍ରିଲ୍ ୧୪, ୨୦୧୧ - ୧୦:୪୩ ପୂର୍ବାହ୍ନ

    very good
    With Thanks
    Ashok Nayak
    NewDelhi

  • ୪. ପୂର୍ଣ୍ଣ ଚନ୍ଦ୍ର ଦିଗାଲ୍ |  ଏପ୍ରିଲ୍ ୧୮, ୨୦୧୧ - ୭:୦୮ ପୂର୍ବାହ୍ନ

    ଇଣ୍ଟର୍ନେଟ୍ ରେ ଓଡିଆ ଭାଷାର ବ୍ୟବହାର ମୋ ଇମେଲ୍ ରେ ଦେଖି ମୁଁ ଆଶ୍ଚର୍ଯ୍ୟ ହେଇଥିଲି୤ ଆଜି ଆପଣଙ୍କୁ ପ୍ରସଂଶା ଦେବାକୁ ଯାଇ ଓଡିଆ ଅପ୍ରାନ୍ତ ଶିଖିବାକୁ ବାଧ୍ୟ ହେଲି ୤ ଆପଣଙ୍କ ଏହି ପ୍ରଚେଷ୍ଟା ପାଇଁ ବିଶେଷ ଧନ୍ୟବାଦ ୤ ଆପଣଙ୍କୁ ଅନୁରୋଧ, ଏହି ସାଇଟ ରେ “English ଓଡିଆ” ଶବ୍ଦକୋଷ ପ୍ରକାଶ କଲେ ଅନେକ ଓଡିଆ ପ୍ରେମୀ ଉପ୍କୃତ ହେବେ ୤
    -ପୂର୍ଣ୍ଣ ଚ୍ନ୍ଦ୍ର ଦିଗାଲ

  • ୫. ଶୁଭେନ ମହାପାତ୍ର |  ମେ ୭, ୨୦୧୧ - ୮:୪୨ ପୂର୍ବାହ୍ନ

    ବହୁତ ଭଲ।

  • ୬. pranatimaharana |  ସେପ୍ଟେମ୍ବର୍ ୧, ୨୦୧୧ - ୧୦:୫୦ ପୂର୍ବାହ୍ନ

    ajira nari bisayare padhi mu bahuta khusi heli .kintu dukhara biaya ehi je ehi jeun nari ra gatha ti kebela ehi lekhare hi rahi jauchhi taku keje jana nija life re anuchhanti,au kete jana nari je jane debi boli kete jana mane pokauchhanti.

  • ୭. pranatimaharana |  ସେପ୍ଟେମ୍ବର୍ ୧, ୨୦୧୧ - ୧୦:୫୨ ପୂର୍ବାହ୍ନ

    ajira nariku kete jana debi boli manuchhanti , ye kebala bahira patha hei rahi jaichhi

  • ୮. ଆଶିଷ |  ସେପ୍ଟେମ୍ବର୍ ୧୦, ୨୦୧୧ - ୧୨:୫୬ ଅପରାହ୍ନ

    ଲେଖାଟି ଅତି ସୂନ୍ଦର୍, ତଥା ସମୟୋପଯୋଗି ହୋଇଛି. ଲେଖିକାଙ୍କୁ ସାଧୁବାଦ୍ ଜଣାଉଛି.

  • ୯. B. K.Mahapatra ,N.I.T Kurukshetra |  ଡିସେମ୍ବର୍ ୩୦, ୨୦୧୧ - ୧:୪୫ ପୂର୍ବାହ୍ନ

    Thank you

  • ୧୦. ହିତେଶ୍ ମହାପାତ୍ର |  ମେ ୨୬, ୨୦୧୨ - ୨:୩୮ ପୂର୍ବାହ୍ନ

    ଆପନ୍କର ଏହି ଲେଖା ଟି ଖୁବ୍ ଭଲ ହେଇଛି ଆଉ ନିରାଟ ସତ୍ୟତା ର ପ୍ରତିପାଦନ ହେଇଅଛି

  • ୧୧. ମନୋଜ କୁମାର କିଷାନ, ଓଡ଼ିଶା, ସମ୍ବଲପୁର. ରେଙ୍ଗାଲି |  ଅକ୍ଟୋବର୍ ୨୭, ୨୦୧୩ - ୭:୦୬ ଅପରାହ୍ନ

    ଅନେକ ଅନେକ ସୁନ୍ଦର ।

  • ୧୨. suprava behera, pune,maharastra |  ନଭେମ୍ବର୍ ୧୨, ୨୦୧୩ - ୧:୪୬ ପୂର୍ବାହ୍ନ

    This is a very good thought and message to our society.

  • ୧୩. rupadhar, HYDERABAD |  ନଭେମ୍ବର୍ ୧୨, ୨୦୧୪ - ୪:୫୫ ଅପରାହ୍ନ

    ବିଷୟ ଉତ୍ତମ କିନ୍ତୁ ଲେଖିକା ଙ୍କ ବିଚାର ସହ ମୁଁ ସମ୍ପୂର୍ଣ ସହମତ ନୁହଁ । ଏହା ଲେଖିକା ଙ୍କ ବ୍ୟକ୍ତିଗତ ବିଚାର ହୋଇ ପାରେ କିନ୍ତୁ ଏକଥା ଧ୍ୟାନ ରଖିବା ଉଚିତ ଯେ ସମୟ ପରିବର୍ତନ ହେବା ସାଥେ ଜୀବନ ଶୈଳୀରେ ମଧ୍ୟ ପରିବର୍ତନ ହେଉଛି । କାର୍ଯ୍ୟକ୍ଷେତ୍ରରେ ଅଥବା ଯାନବାହାନ ବ୍ୟବହାର କରୁଥିବା ମହିଳା ମାନେ ବାରହାତ ଶାଢୀ ପିନ୍ଧି ବୁଲିବା ସବୁବେଳେ ସମ୍ଭବ ନୁହଁ । ସବୁ ଜିନ୍ସ ପିନ୍ଧା ମହିଳାଙ୍କୁ ଚରିତ୍ରହୀନ କହିବା ସଙ୍କୁଚିତ ମାନସିକତା ହୋଇ ପାରେ । “ଉଦଣ୍ଡ ନାରୀ କୁ ଦେଖିଲେ ଜଣେ ପିତା ଡରି ଯାଉଛି ‘କନ୍ୟା ସନ୍ତାନ ଭ୍ରୁଣ ହତ୍ୟା ବଢି ଚାଲିଛି” । ଏହା ତାହାର କାରଣ ହୋଇ ନ ପାରେ । ଏହି ଲେଖାରେ ଅନେକ ଏପରି ଶବ୍ଦ ଏବଂ ବାକ୍ୟ ରହିଛି ଯାହାର ପୁନର୍ବିଚାର କରିବା ପାଇଁ ଲେଖିକା ଙ୍କୁ ମୁଁ ଅନୁରୋଧ କରିବି ।

  • ୧୪. ଦାମୋଦର ବେହେରା, ଗୋହିରିବାଡ଼ି ଗଂଜାମ |  ଏପ୍ରିଲ୍ ୧୨, ୨୦୧୫ - ୩:୨୯ ପୂର୍ବାହ୍ନ

    ଲେଖା ଟି ସୁନ୍ଦର

  • ୧୫. Jagannath panda, Kendrapada,odisha |  ଜୁଲାଇ ୯, ୨୦୧୫ - ୮:୫୯ ଅପରାହ୍ନ

    A good stroy

  • ୧୬. Jagannath panda, ବାରିପଦା,ୱଡିଶା |  ଜୁଲାଇ ୯, ୨୦୧୫ - ୯:୦୪ ଅପରାହ୍ନ

    ଅତିଭଲଗପଟି

  • ୧୭. ଦିଲିପ କୁମାର ବାଗ, ଓଡିଶା(ସମଳପୁର) |  ସେପ୍ଟେମ୍ବର୍ ୩, ୨୦୧୫ - ୧୦:୩୧ ଅପରାହ୍ନ

    apanaka lekha padhi mu aneka gyana labhakaripari6i prakrutare nari manakara eai kharap guna badliparile samaj sudhirijina kintu nari mane taha chahunahanti barang semane naribad sruti karu6anti

  • ୧୮. ଆକାଶ ପ୍ରଧାନ, ଖଡ଼ିଆଳ, ନୂଆପଡ଼ା |  ଡିସେମ୍ବର୍ ୮, ୨୦୧୬ - ୪:୧୨ ଅପରାହ୍ନ

    ବାସ୍ତିବିକ୍ ଅତି ସୁନ୍ଦର ଲେଖା।
    କିନ୍ତୁ ଜନମାନସରେ କେତେ ପ୍ରଭାବ ପକାଇବ, ସେମାନଙ୍କ ହାତରେ ।

  • ୧୯. ଝରଣା ମହାରଣା, ପାଣିଛତ୍ର, ଖୋର୍ଦ୍ଧା  |  ମାର୍ଚ୍ଚ୍ ୯, ୨୦୧୮ - ୨:୧୯ ପୂର୍ବାହ୍ନ

    କେବଳ ଜଣେ ନାରୀ ଚାହିଁଲେ ଏହା ସମ୍ଭବ ହୋଇପାରିବ ନାହିଁ ବୋଲି ମୋର ମତ କାରଣ ସେହି ନାରୀ ଦିନେ ଶିଶୁ କନ୍ୟା ଥିଲା ତାର ପରିବାରର ସଦସ୍ୟ ମାନେ ଯେଉଁ ଭଳି ସଂସ୍କାର ପ୍ରଦାନ କରିଥିବେ ଶିଶୁ ତାହା ହିଁ ଗ୍ରହଣ କରିଥିବ। ତେଣୁ କେବଳ ନାରୀ ଚାହିଁଲେ ହବନି ସେଥିପାଇଁ ସମ୍ପୂର୍ଣ୍ଣ ପରିବାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤