ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ମୁଁ ହିଂସ୍ର ନୁହେଁ, ଦୁର୍ବଳ ଦୁର୍ବଳ ନୁହେଁ, ଭୀରୁ ମୁଁ ହିଂସ୍ର ହେବାପାଇଁ ଯଥେଷ୍ଟ କ୍ରୁଦ୍ଧ ହୋଇପାରେନା କ୍ରୁଦ୍ଧ ହେବାପାଇଁ ଅପମାନିତ ହୋଇପାରେନା ମୋର କ୍ରୋଧ, ହିଂସା, ଅପମାନ ସବୁ ଅସଫଳ ମୁଁ ଶତ୍ରୁକୁ ମୁକାବିଲା କରିପାରେ ନାହିଁ ତା’ର କୁକୁରକୁ ଆଣି କ୍ରୁଶବିଦ୍ଧ କରେ ମୁଁ ପରାସ୍ତ କରିବାକୁ ଚାହେଁ, ଜିଣିବାକୁ ଚାହେଁନା – ନିଃସଙ୍କୋଚ ପ୍ରଭୁପଣ ପାଇଁ ମୋର ଯୋଗ୍ୟତା ନାହିଁ, ଏଣୁ ନିଜକୁ ଏବଂ ନିଜର ବାମନ ପରିବାରକୁ ମୁଁ ମର୍ଦିତ କରେ, ହୁଏ ତ ହତ୍ୟାକରେ ସେ ଦୀର୍ଘ ମଣିଷମାନଙ୍କ ପରି ଆମେ ଧନୀ ହେବାକୁ ଚାହୁଁ କିନ୍ତୁ ଧନପତିର କୁବେର ଭଣ୍ଡାର ଫିଟିଗଲେ ଆମେ ତା’ର ଜ୍ବଳମାନ ଦୀପ୍ତିରେ ଝଲସିଯିବୁ ଆମେ ବିଳାସ ଚାହୁଁ ବିଳାସର ସମୁଦ୍ରରେ ଆମେ ବୁଡ଼ିଯିବୁ ସଂସାର ଭୋଗିବାକୁ କ୍ଷୁଧା ନାହିଁ ସଂସାର ଛାଡ଼ିବାକୁ ବଳ ନାହିଁ ଖର୍ବ ମଣିଷର ଖର୍ବ ହାତଗୋଡ଼ ଯୋଡ଼ିକ କୌଣସି ସୀମା ଛୁଇଁପାରେ ନାହିଁ ମୋର ଜୀବନ କାଳ ଭିତରେ ଗୋଟିଏ ହେଲେ ମର୍ଯ୍ୟାଦାବନ୍ତ ତୁଙ୍ଗ ମୂହୁର୍ତ୍ତ ନାହିଁ ମୋ ଦେଶରେ ସମସ୍ତେ ସେଇଆ ମୋ ଯୁଗରେ ସମସ୍ତେ ସେଇଆ ଆମେ ସଂଖ୍ୟାରେ ଅକଳନୀୟ ଅଥଚ ବ୍ୟକ୍ତିତ୍ବରେ, ବଳ ଏବଂ ବୁଦ୍ଧିରେ କ୍ଳୀବ, ବାମନ ଆମେ କଳି କରୁ କିନ୍ତୁ ସଙ୍ଗ୍ରାମ କରି ପାରୁନା ଆମେ ଚୋରିକରୁ, ଲୁଣ୍ଠନ କରିପାରୁନା ଆମେ ଅତ୍ୟାଚାର କରୁ, ଧର୍ଷଣ କରୁ- ସଂହାର କରିପାରୁନା
ରାଜ୍ୟ ଶାସନ କରିବାକୁ ମୋ ଦେଶରେ ଭୋଟ ଚୋରି ହୁଏ ଶାସନରେ ଅର୍ଥ ଚୋରି ହୁଏ କୋଠାଟିଏ, ଟଙ୍କା ଗଣ୍ଡେ ପାଇଁ ବାମନ ଶାସକ ମିଥ୍ୟା କହେ ଅଯୋଗ୍ୟ ମଣିଷଙ୍କର ଅଯୋଗ୍ୟ ପ୍ରତିନିଧିମାନେ ନିଜର ଛୋଟ ଛୋଟ ବାମନ ଇଚ୍ଛାଗୁଡ଼ିଏ ପୂରଣ କରିବାକୁ ରମ୍ପାଝମ୍ପା ହୁଅନ୍ତି ବ୍ୟବସାୟରେ ଲାଭ ପାଇଁ ପ୍ରତିଯୋଗିତା ହୁଏନାହିଁ- ଠକେଇ ହୁଏ- ଭେଜାଲ ହୁଏ ଚିନିରେ କାଚଗୁଣ୍ଡ, ଔଷଧରେ ମଲା ମୂଷା ମିଶିଯାଏ ଏଭଳି ମିଶେଇବା ଏଇ କ୍ଷୁଦ୍ର ଅପାରଗ ପୋକମଣିଷଙ୍କ ପ୍ରବୃତ୍ତି ମୋ ରାଜ୍ୟର ଶିକ୍ଷାଗୁରୁ, ଧର୍ମଗୁରୁ ପଣ୍ଡିତମାନ୍ୟ ଜ୍ଞାନ-କାତର ବୃତି-ଚେତା ଶଠ ଛାତ୍ର ଦୁର୍ବିନୀତ, ଲକ୍ଷ୍ୟହୀନ, ହତାଶ ଶିକ୍ଷା ଭ୍ରମସଙ୍କୁଳ ତଥ୍ୟ ପ୍ରମାଦପୂର୍ଣ୍ଣ ପାଣ୍ଡିତ୍ୟ ଗୋଦାମ-ଧର୍ମୀ ସାହିତ୍ୟ ପ୍ରତିଭାଶୂନ୍ୟ ସଂସ୍କୃତି କୋଳାହଳ ମାତ୍ର ନ୍ୟାୟବିଚାର ପଣ୍ୟ ଏ ବାମନ- ରାଜ୍ୟରେ ସବୁ ପଥର ଲୁଣ ପରି ଭାଙ୍ଗିଯାଏ, ଝଡ଼ିଯାଏ ସେଥିରେ ତୋଳିବା ଯାହା ଭାଙ୍ଗିବା ତାହା ଏ ମହାଦେଶର ପ୍ରତିନିଧିତ୍ବ କରିବାକୁ ଜ୍ଞାତିମାନେ ନିର୍ବାଚିତ ହୁଅନ୍ତି, ଖେଳାଳୀ ନୁହେଁ ସର୍ବଜାଣ ମନ୍ତ୍ରୀମାନେ ନିର୍ବାଚନ କରନ୍ତି ଛୋଟ ଛୋଟ ଦ୍ବୀପର ଉଞ୍ଚ ଉଞ୍ଚ ମଣିଷମାନେ ସେ ହୀନପ୍ରଭ ଅପାରଗ ବାମନମାନଙ୍କୁ ମୁହଁରେ ଲାତମାରି ପରାସ୍ତ କରନ୍ତି ବାରମ୍ବାର ପ୍ରତିସ୍ପର୍ଦ୍ଧାର ସବୁ ଭୂମିରେ ଏ ଜାତିର ପୁରୁଷର ଅଧିକାର, ଆମର ନୁହେଁ ଆମେ ଅପମାନକୁ ସହିଯାଉ ଭୁରୁ ଟେକିଦେଉ କହୁ, ଆମେ ଦାର୍ଶନିକ
ମୋ ଦେଶର ଦର୍ଶନକୁ ମୋଠାରୁ ଅନ୍ୟମାନେ ବେଶି ବୁଝନ୍ତି ସେମାନେ ହିଁ ମୋତେ ଏବଂ ଅନ୍ୟମାନଙ୍କୁ ବୁଝାଇଛନ୍ତି ସେଥିରେ ମୋର ଗର୍ବ ମୋ ବିଷୟରେ ସେମାନେ ବେଶି ଜାଣିଛନ୍ତି କହିଲେ ବି ମୁଁ ଗର୍ବିତ ହେବି, ଅପମାନିତ ହେବିନାହିଁ ମୋ ଦର୍ଶନକୁ ମୁଁ ବୁଝେନା ସତ, କିନ୍ତୁ ତାକୁ ମୁଁ ବଂଶାନୁକ୍ରମରେ ବଞ୍ଚାଇଆସିଛି ଆତ୍ମା ଅମର- ମୋ ଦେଶରେ ଏଇଟା ସକ୍ରେଟିସ୍ ପୂର୍ବରୁ କୁହାଯାଇଚି (କେବେ, ସେମାନଙ୍କୁ ପଚାରନ୍ତୁ) ମୁଁ କିନ୍ତୁ ମରିଯିବି ବୋଲି ସବୁବେଳେ ଡରୁଥାଏ ମୁଁ ଯାହା ପ୍ରଚାର କରେ, ତାକୁ ବିଶ୍ବାସ କରେନା ଡରୁଆ ମଣିଷ କାମ କରେନାହିଁ ସେଥି ପାଇଁ ଶାସ୍ତ୍ର ଅଛି ଜଗତ୍ ମିଥ୍ୟା ହେବାରୁ ଭଲପାଇବା, ଭଲ ଖାଇବା, ଭଲ ପିନ୍ଧିବା, ଭଦ୍ର ଭାବରେ ବଞ୍ଚିବା, ପରସ୍ପରକୁ ନିଃସଙ୍କୋଚ ମର୍ଯ୍ୟାଦା ହେବା ଇତ୍ୟାଦି ସବୁ ମିଥ୍ୟା ଏଣୁ ତା’ର ବିପରୀତଯାକ କୁଆଡ଼େ ସତ୍ୟ କୃଚ୍ଛ ସାଧିବା, ଦିଗମ୍ବର ହେବା, ସମସ୍ତଙ୍କୁ ହେୟ ମଣିବା, ତା ବି ମୁଁ କରେ- ନାହିଁ ମୁଁ ଜଗତକୁ ନିଏ ନାହିଁ କି ଛାଡ଼େ ନାହିଁ; କିନ୍ତୁ ସବୁଆଡ଼େ ଶ୍ରମ କାଟି ଦିଏ ମାଟି ମୁଦାଟିଏ ପରି ଛୋଟ ଖଳାବାଡ଼ିଟିକୁ ସଂସାର ମଣି ସେଇଠି କ୍ଳୀବ ଜନ୍ତୁଟିଏ ପରି ବଞ୍ଚିରହେ ସାର୍ଥକତା ପାଇଁ ବଂଶ ବୃଦ୍ଧିକରେ ସମୟର ମୋ ପାଇଁ କିଛି ମୂଲ୍ୟ ନାହିଁ ମୁଁ ଲୁଗା ବଦଳ କଲାପରି ଅସଂଖ୍ୟ ଥର ଜନ୍ମ ନେଇ ପାରୁଥିବାରୁ ଏବେ ଏମିତି କାଉଳି ହେବାର କୌଣସି ଅର୍ଥ ନାହିଁ ଅନ୍ୟ ରାଜ୍ୟର ଉଞ୍ଚ ଉଞ୍ଚ ମଣିଷମାନେ ସର୍ବଦା ଧାଉଁଥାନ୍ତି, କାରଣ ସେମାନେ ଆଉ ଥରେ ଏ ପୃଥିବୀକୁ ଆସିବେ ନାହିଁ ବୋଲି ବିଶ୍ବାସ କରନ୍ତି ମୁଁ କିନ୍ତୁ ଆସିବି ଥରେ ନୁହେଁ ସହସ୍ରଥର ମୋ ଗୋସେଇଁ ବାପାମାନେ କହିଛନ୍ତି; ମୋ ଦେଶର ଦର୍ଶନ କହୁଛି ! ଏଣୁ ଏଥର ନ ପାରିଲେ ଆଉଥରକୁ ଦେଖିବା …ମୁଁ ନ କଲେ ମୋ ଭାଇ କରିବ ସେ ନ କଲେ ମୋ ଦାଦି କରିବ କାହିଁ କୋଉ କାଳରୁ ମୋର ବଟରଛିଆ ପରିବାରରେ ରହିଆସିଛି ଗୋସାଇଁ ବାପ, ବାପ, ପୁଅ, ନାତି, ପଣନାତି, ଅଣନାତିର ବିରାଟ ମନ୍ଦା ସେଇଠି କୌଣସି ଜଣେ ଦାୟୀ ନୁହେଁ ସେଠି ପଙ୍ଗୁ ପାଳିତ ହୁଏ, ଶଠ ପାଳିତ ହୁଏ ଅଳସୁଆ ବି ପାଳିତ ହୁଏ ଏଣୁ ଶହ ଶହ ବର୍ଷ ଧରି ଠକିବା, ଆଉ ଜଣକ ଉପରକୁ ଆଉଜି ରହିବା, ନିଜେ ଲୁଚିବା ଅଭ୍ୟାସ କରି କରି ମୋର ତାହା ସ୍ବଭାବ ହୋଇଗଲା ମୁଁ ସବୁବେଳେ ଆଉ ଜଣକୁ ମୋ ପାଇଁ ଶ୍ରମ କରିବାକୁ, ଦୋଷ ମୁଣ୍ଡେଇବାକୁ, ଦାୟିତ୍ବ ନେବାକୁ ଏବଂ ଫାଶୀ ପାଇବାକୁ ଖୋଜୁଥାଏ ମୁଁ ସବୁମନ୍ତେ ବାମନ ମୋର ହାତ ଗୋଡ଼, ମନ, ପ୍ରାଣ ସବୁ ଛୋଟ
ମତାମତ ସଂଖ୍ୟା - ୧୩ ଆପଣଙ୍କ ମତାମତ ?
୧. ବିକାଶ ବିଶ୍ବାଳ | ଜୁଲାଇ ୬, ୨୦୧୨ - ୩:୫୨ ପୂର୍ବାହ୍ନ
ଖୁବ୍ ସୁନ୍ଦର
୨. ଅଶୁତୋଷ ପାତ୍ର | ସେପ୍ଟେମ୍ବର୍ ୧୪, ୨୦୧୨ - ୩:୧୧ ପୂର୍ବାହ୍ନ
ବହୁତ୍ ବଢିଆ ହେଇଛି
୩. ଯଜ୍ଞେଶ ପ୍ରସାଦ ସାମନ୍ତରାୟ, ବାଙ୍ଗାଲୋର୍ | ଅକ୍ଟୋବର୍ ୧୪, ୨୦୧୨ - ୧୨:୩୦ ଅପରାହ୍ନ
ପ୍ରେରଣାଦାୟୀ ଓ ମର୍ମସ୍ପର୍ଶୀ ମନକୁ ଆନ୍ଦୋଳିତ କରି ଭାବନାର ତରଙ୍ଗ ସୃଷ୍ଟି କରିଦେଇଛି ଏ ଲେଖା ଧନ୍ୟବାଦ
୪. Dilip kumar Acharya, buguda | ଫେବୃଆରୀ ୯, ୨୦୧୩ - ୧:୪୯ ପୂର୍ବାହ୍ନ
ବହୁତ ଭଲ ଲାଗିଲ !
୫. SUSANTA MISHRA, Bangalore | ଏପ୍ରିଲ୍ ୧୪, ୨୦୧୩ - ୧୦:୫୨ ଅପରାହ୍ନ
bahuta uchha kotira lekha.Congrats to the author.
୬. ଆଦିତ୍ୟ କୁମାର ପଣ୍ଡା, ମହୀଶୂର | ଜୁଲାଇ ୩, ୨୦୧୩ - ୬:୦୭ ପୂର୍ବାହ୍ନ
ଏଇ ପ୍ରବନ୍ଧଟି ମୋର ସଂକୀର୍ଣ୍ଣ ଚେତନାକୁ ବିସ୍ତାରିତ କରିବାରେ ଖୁବ୍ ସହାୟ ହୋଇଛି | ପ୍ରବନ୍ଧର ଅନେକ ବାକ୍ୟ ମୋର ମାନସରେ ରୁଢ଼ି ଭଳିଆ ରହିଯାଇଛି | ପ୍ରବନ୍ଧଙ୍କ “ମୁଁ ” ରେ ଆମେ ସମସ୍ତେ ସମାଲୋଚିତ |
୭. ଦୁଷ୍ମନ୍ତ କୁମାର ଜେନା, ଓଡିଶା | ଜୁଲାଇ ୨୭, ୨୦୧୩ - ୧୧:୩୭ ପୂର୍ବାହ୍ନ
“ମୁଁ ସତ୍ୟଧର୍ମା କହୁଛି” କୁ ସମ୍ମାନ କରୁଥିଲି, କରୁଛି ଓ କରିବି
“ଖର୍ବ ପୁରୁଷ” ଏକ ମାନସିକ ନ୍ୟୁନ ସମୟର ପ୍ରକାଶ ଆମେ ରୁ ମୁଁ କୁ ଓହ୍ଲାଇବା ସହଜ ମାତ୍ର ଓଲଟା ବିପଦପୁର୍ଣ୍ଣ, ଅନେକ କ୍ଷେତ୍ରରେ ଅସମ୍ଭବ ମଧ୍ୟ ଲେଖାଟି କୁ ଦେଖିଛି, ପ୍ରିଣ୍ଟ୍ କରି ସାଥି ମାନଙ୍କୁ ପଢାଇଛି, ଲେଖାଟି ଆଦର ପାଇ ନାହିଁ
ଉଚ୍ଚ ଉଚ୍ଚ ମଣିଷ ଙ୍କୁ ଯେପରି ତୁଳନା କରାଯାଇଛି ଅପରିପକ୍ବତା ଆବୋରି ବସିଛି ସାଧବ ପୁଅ ସମୁଦ୍ର ଡେଇଁଛି, ବିବେକାନନ୍ଦ ପୃଥିବୀ କୁ ନୂଆ ଆଲୋକ ଦେଖାଇଛନ୍ତି ଏସିଆର ଆଲୋକ ଙ୍କୁ ବୁଝିବାକୁ ପୃଥିବୀ ଅପେକ୍ଷା କରିଛି ଉଚ୍ଚ ମଣିଷ ର ବିକାଶ ର ବୟସ ୧୦୦୦ ବର୍ଷ ମଧ୍ୟରେ କିନ୍ତୁ ଶାନ୍ତି ଓ ସହବସ୍ତାନ ର ବୟସ ଅନେକ ଅଧିକ ଭଲରେ ଖରାପ ଆତ୍ମଗୋପନ କରିପାରେ ଓ କରେ ମଧ୍ୟ, ମାତ୍ର ଓଲଟା ନୁହେଁ ଶରୀର ସବୁ କିଛି ନୁହେଁ. Cell technology ଉପରେ ଗବେଷଣା କରୁଥିବା ଡାକ୍ତର ଙ୍କ Does death exist? No. ଲେଖା ଦେଖନ୍ତୁ Consciousness ଅଛି
ସମ୍ମାନନୀୟ ଚନ୍ଦ୍ରଶେଖର ରଥ ମହାଶୟ ଙ୍କୁ ପ୍ରଣାମ କରୁଛି ଲେଖାଟିକୁ ହଟାଦର କରିବାର ସାହସ କରୁଛି ଅତିକମ୍ ରେ ମୁଁ ଖର୍ବ ନୁହେଁ ମୁଁ ପୃଥିବୀ କୁ ଭଲପାଉଥିବା ଉଚ୍ଚ ମଣିଷ ଟିଏ
ଧନ୍ୟବାଦ.
ଦୁଷ୍ମନ୍ତ କୁମାର ଜେନା.
୮. ଲକ୍ଷ୍ମୀକାନ୍ତ ଖଟୁଆ, Koraput, Odisha | ଜୁଲାଇ ୩୦, ୨୦୧୩ - ୭:୦୯ ପୂର୍ବାହ୍ନ
ଚମତ୍କାର ହେଇଛି
୯. pabitra das, revenshaw,cuttack | ଫେବୃଆରୀ ୧୩, ୨୦୧୪ - ୧୦:୦୬ ପୂର୍ବାହ୍ନ
Bahuta pravabadharmi heichhi.
୧୦. ଧନଞ୍ଜୟ ମଲ୍ଲିକ୍, ଜଗତ୍ ସିଂ ପୁର୍ | ଜାନୁଆରୀ ୨୮, ୨୦୧୫ - ୮:୧୬ ପୂର୍ବାହ୍ନ
ବହୁତ ଭଲ , ଆପଣଙ୍କ ଲେଖା କିଏବା ବାରିପାରେ ,ମୁଁ ଆଜି ଦୁଖିତ ଯେ ଆପଣଙ୍କର ଉପଦେଶ ରକ୍ଷା କରିପାରିଲିନି .
୧୧. ସରୋଜ ସ୍, Angul | ମାର୍ଚ୍ଚ୍ ୮, ୨୦୧୬ - ୧୦:୩୦ ଅପରାହ୍ନ
ନିକଟରେ ଜେ ଏନ୍ ୟୁ ରେ ଘଟିଥିବା ଘଟଣା ଏହାର ପ୍ରାସଙ୍ଗିକତା ।
୧୨. ରଞ୍ଜନ କୁମାର ମହାପାତ୍ର, ଭୁବନେଶ୍ବର, ଓଡ଼ିଶା | ନଭେମ୍ବର୍ ୨, ୨୦୧୬ - ୨:୧୫ ପୂର୍ବାହ୍ନ
ବିଶିଷ୍ଟ କଥାକାର ଚନ୍ଦ୍ର ଶେଖର ରଥଙ୍କ ଲେଖା ମନୁଷ୍ୟର ନିଜସ୍ବ ପରିଚୟ ଓ କାର୍ଯ୍ୟଦକ୍ଷତା ଉପରେ ନିଜେ ବିଶ୍ଳେଷଣ କରି କିଭଳି ନିଜକୁ ସଂଶୋଧନ କରିବା ଉଚିତ୍ । ତାହା ପରିଷ୍ଫୁଟ ହେଉଥିଲା
୧୩. ଯୁଗଜିତା ସାହୁ | ଅକ୍ଟୋବର୍ ୫, ୨୦୧୮ - ୧୨:୨୫ ପୂର୍ବାହ୍ନ
ପ୍ରେରଣାଦାୟୀ ଓ ମର୍ମସ୍ପର୍ଶୀ ମନକୁ ଆନ୍ଦୋଳିତ କରି ଭାବନାର ତରଙ୍ଗ ସୃଷ୍ଟି କରିଦେଇଛି ଏ ଲେଖା ଧନ୍ୟବାଦ