ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ଗନ୍ତାୟତ ଶିବପ୍ରସାଦ
ସେନାପତି ପ୍ରଦ୍ୟୁମ୍ନ କେଶରୀ
ଡ.ହରେକୃଷ୍ଣ ମହତାବ
ସନ୍ୟାସୀ ନାୟକ
ଦେବେନ୍ଦ୍ର ମହାନ୍ତି
କୁନ୍ତଳା କୁମାରୀ ସାବତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କହିପୁଛି ଜାଣେ ଯେ
 |- କାଳିନ୍ଦି ଚରଣ ପାଣିଗ୍ରାହୀ
 
 
ତା: ଏପ୍ରିଲ୍ ୨୦, ୨୦୧୧  
ମୂଳ ପୃଷ୍ଠାପ୍ରବନ୍ଧ
 

ଅବଶ୍ୟ ନିତାନ୍ତ ବିକାରଗ୍ରସ୍ତ ନ ହେଲେ ୩୬୫ ଦିନ କୌଣସି ଲୋକ ଖାଲି ହାତଗୋଡ ପ୍ରୟୋଗ କରିବାକୁ ସୁଖ ପାଇବ ନାହିଁ୤ ଯେଉଁମାନେ ଯୁଦ୍ଧ କରନ୍ତି, ତାଙ୍କୁ ମଧ୍ୟ ବହୁକାଳ ବିଶ୍ରାମ କରି ଥରେ ଅଧେ ଯୁଦ୍ଧଭୂଇଁରେ ଓହ୍ଲାଇବାକୁ ହୋଇଥାଏ୤ ଇଂଲଣ୍ଡ, ଆମେରିକା ଓ ଋଷିଆ ପ୍ରଭୃତି କେତୁଟା ଦେଶର ସୈନ୍ୟମାନେ ଓ ପ୍ରଥମ ମହାଯୁଦ୍ଧ ପରଠାରୁ କୋଡିଏ ବର୍ଷ ହେବ ଖାଲି ଲେଫଟ୍ରାଇଟ୍ ଛଡା ଆଉ କିଛି ଉଲ୍ଲେଖଯୋଗ୍ୟ କାମ କରିଥିବାର ଶୁଣା ନାହିଁ୤ ସ୍ପେନ୍ ଦେଶରେ ଯେଉଁ ରାଜନୈତିକ ଘରକଜିଆ ଲାଗିଥିଲା, ତାହାର ସାଲତମାମୀରୁ ଦେଖାଯାଏ, ତହିଁରେ ମରି ଶୋଇଥିଲେ ଦଶଲକ୍ଷ ଏବଂ ଖଣ୍ଡିଆ ଓ ଅକର୍ମଣ୍ୟ ହୋଇ ପଡିଥିଲେ ଏହି ସଂଖ୍ୟାର ପ୍ରାୟ ଦୁଇଗୁଣ୤ ଆମ୍ଭେମାନେ ସ୍ପେନ୍ ଦେଶର ଅନେକ ଦୂରରେ ବର୍ତ୍ତମାନ ନିରାପଦରେ ଅଛୁଁ୤ ଆମ ନିଜର କିମ୍ବା କେହି ବନ୍ଧୁ୍ସ୍ବଜନର କିଛି କ୍ଷତି ଘଟିନାହିଁ୤ ତେଣୁ ସ୍ପେନ୍ ବା ଶାଂଘାଇର ଯୁଦ୍ଧ ଖବର ପାଇବା, ମଲା ଓ ଖଣ୍ଡିଆଙ୍କର ସଂଖ୍ୟା ଜାଣିବା, ଆମପାଇଁ ସ୍ପନ୍ଦନପୂର୍ଣ୍ଣ ଓ ଉପଭୋଗ୍ୟ ହୋଇପାରେ୤ ସେମିତି କିଛି ଖବର ନ ଥିଲେ କିଛି ନାହିଁ କହି ଖବର କାଗଜକୁ ତାଚ୍ଛଲ୍ୟ କରିପାରୁ; କିନ୍ତୁ ଯେଉଁମାନେ ଅସଲ ଯୁଦ୍ଧ କରନ୍ତି, ଅନ୍ୟକୁ ହାଣନ୍ତି, ନିଜେ ହାଣ ଖାଆନ୍ତି, ତାଙ୍କ ଭିତରୁ ଅତି ଅଳ୍ପ ଖବର କାଗଜ ପଢନ୍ତି ବା ପଢିଥାନ୍ତି୤ ଯେ ବା ପଢନ୍ତି, ସ୍ପନ୍ଦନ ଅନୁଭବ କରିବାର କ୍ଷେତ୍ର ତାଙ୍କର ଅତି ସଂକୀର୍ଣ୍ଣ ଓ ନିଘଞ୍ଚ ଏବଂ କୌଣସି ସ୍ପନ୍ଦନର ବଶବର୍ତ୍ତୀ ହୋଇ ଅନ୍ୟ ଅପରିଚିତ ଲୋକକୁ (ଯାହା ସଙ୍ଗେ କେବେ ହେଲେ ନିଜର ଶତ୍ରୁତା ନାହିଁ କି ନଥିଲା) ଆଖି ବୁଜି ହତ୍ୟା କରନ୍ତି ନାହିଁ୤ କାରଖାନାର କୁଲି ଯେମିତି କଳ ପାଖେ ଛିଡ଼ା ହୋଇ କାମ କରେ; ଚାଷୀ ବି ସେହିପରି ହଳ ବୁଲାଏ, କିରାଣି ଯେମିତି ଅଫିସ ଘରେ ଫାଇଲ ଘାଣ୍ଟେ, ତାଙ୍କର ମଣିଷ ମାରିବା କାମ ସେମିତି୤ ମାତ୍ର ଦେଶପ୍ରେମର ସ୍ପନ୍ଦନ ଖାଲି ଅଳ୍ପ କେତେଜଣ ଖବରକାଗଜ ପଢୁଆଙ୍କୁ ଗ୍ରାସ କରିଥାଏ୤ ସୈନ୍ୟ ବିଭାଗରେ ମଧ୍ୟ ଯେଉଁମାନେ ନାମ ଲେଖାନ୍ତି ସେମାନେ ସମସ୍ତେ ହିଁ ଚାକିରୀ ଓ ଖାତିରି ପାଇବା ପାଇଁ ତାହା କରନ୍ତି୤ ଦେଶପାଇଁ ଆତ୍ମବଳି ଦେବାର କାହାର ଉଦ୍ଦେଶ୍ୟ ଥାଏ, ସେ ସମ୍ବନ୍ଧେ ଏ ଯୁଗରେ ଅତି ଅଳ୍ପ ବିବରଣୀ ପ୍ରକାଶିତ ହୋଇଅଛି୤ ବରଂ ଯେଉଁମାନେ ଯୁଦ୍ଧଭୂଇଁରେ ଓହ୍ଲାନ୍ତି, ଯେଉଁ ଶ୍ରେଣୀରୁ ସୈନ୍ୟମାନଙ୍କୁ ନିଆଯାଏ ଏବଂ ସମଗ୍ର ପୃଥିବୀର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏଁ ଯାହାଙ୍କ ସଂଖ୍ୟା ପନ୍ଦର ପଣରୁ ବେଶୀ ପଛେ କମ୍ ନୁହେଁ, ସେମାନେ ପ୍ରାୟ ଶାନ୍ତିପ୍ରିୟ ବୋଲି ଅନେକ ବିବରଣୀ ଆଖି ଆଗରେ ପଡ଼େ୤ ପୃଥିବୀ ଉପରର ଏହି ବହୁ ଏବଂ ଅଧିକାଂଶ ହିଁ ଯୁଦ୍ଧ ନାଁ ଶୁଣି ଭୟ କରନ୍ତି, ହଣାମରାଠାରୁ ଦୂରରେ ରହିବାକୁ ଲୋଡ଼ନ୍ତି୤ କେଉଁ ଦେଶର ସ୍ତ୍ରୀ ଆପଣା ବାପା-ଭାଇ, ପିଲାଛୁଆଙ୍କୁ ଘେନି ଦୁଃଖ ଓ ଅଭାବର ଘରଟିରେ ହସଖୁସି କରୁଥିବା ବେଳେ ଆକାଶରୁ ଚଡ଼କ ପଡ଼ି ପରକ୍ଷଣରେ କାହାକୁ ହାତଗୋଡ଼ହୀନ ଏବଂ କାହାକୁ ପ୍ରାଣହୀନ ଦେଖିବ୤ ଦେଶ ପାଇଁ ବା ସେମିତି ଗୋଟାଏ କିଛି ବଡ଼ ଆଦର୍ଶ ଯୋଗୁଁ ଏହା ତ୍ୟାଗ କଲା ବୋଲି ତୃପ୍ତି ପାଇବ୤ ଦିନଯାକ ପରିଶ୍ରମ ପରେ ଘରଭିତରେ ଶୋଇଥିଲାବେଳେ କେଉଁ ପୁରୁଷ ରାତିଅଧରେ ଆପଣା ପୁଅ ଭାର୍ଯ୍ୟା ରକ୍ତରେ ଭାସୁଥିବାର ଦୃଶ୍ୟ ଦେଖି ସୁଖକର ମଣିବ୤ ଭାରତର ଶତକଡ଼ା ନବେ ଲୋକ ଯେ ଗରିବ ଏବଂ ପୃଥିବୀ ଲୋକସଂଖ୍ୟାର ଏହିପରି ବା ଏଥିରୁ କିଛି କମ୍ ଅନୁପାତ ଲୋକ ଯେ ଅଭାବ ନିଅଣ୍ଟ ଭିତରେ ଯୁଗଯୁଗ ଧରି ତୁନି ହୋଇ ପଡ଼ିଛନ୍ତି୤ ପୁଣି ଯେତେ ସ୍ଲୋଗାନ୍ ତାଙ୍କ ଆଗେ ଗାଇଲେ ହେଁ ବନ୍ଧପୋଖରୀକୁ ଟେକା ଫିଙ୍ଗିଲା ପରି ତାହାଠାରୁ ସେମାନଙ୍କ ଶାନ୍ତିପ୍ରିୟତାର ବଡ଼ ପ୍ରମାଣ କ’ଣ ଥାଇପାରେ ? ସମାଜତତ୍ତ୍ବ ଗବେଷଣା କରୁଥିବା କେହି କେହି ମତ ଦିଅନ୍ତି ପୃଥିବୀରେ ଯେତେ କିଛି ଅଶାନ୍ତି ଓ ଗଣ୍ଡଗୋଳ, ତାହା ଅତି ଅଳ୍ପସଂଖ୍ୟକ ଲୋକ ହିଁ ଘଟାଇଥାନ୍ତି ଏବଂ ସେ ସମସ୍ତେ ପ୍ରାୟ ଆଦର୍ଶବାଦୀ୤ ଦେଶ-ଜାତି-ପ୍ରେମର ଦ୍ବାହି ଦେଇ ଏହି କେତେଜଣ ଆଦର୍ଶବାଦୀ ହିଁ ପୃଥିବୀରେ ଯେଉଁ ଭୀଷଣ ପୈଶାଚିକ ଘଟଣାରାଶିର କାରଣ ହୋଇଅଛନ୍ତି, ଗୋଟି ଗୋଟି କରି ତାହାକୁ ବାଢ଼ିବସିଲେ ଯେ କେହି ଶୁଣି ତାଜିବ ହେବ୤ ଯେତେ ବିକଳ ବୀଭତ୍ସ ନିର୍ମମ ଓ ନିରାଟ ହେଲେ ମଧ୍ୟ ସତଟାକୁ ସଯତ୍ନରେ ଘୋଡ଼ାଇରଖିବା ପାଇଁ ଆଦର୍ଶବାଦ ପରି ସୁନ୍ଦର ସୁକୁମାର, ଚିତ୍ତାକର୍ଷକ ଘୋଡ଼ଣିଟାଏ ବୋଧହୁଏ ଆଉ ଦ୍ବିତୀୟ ନାହିଁ ୤ ପ୍ରଥମ ମହାଯୁଦ୍ଧଟାକୁ ସବୁ ଦେଶର ସବୁ ଶ୍ରେଣୀ ଲୋକ ନିନ୍ଦା କରିଛନ୍ତି୤ ଲେଖକ ସଂପାଦକମାନେ ଏହି ବର୍ବରତାକୁ ସଭ୍ୟ ମନୁଷ୍ୟ ପରିତ୍ୟାଗ କରିବା ପାଇଁ ଶହେ ମୁହଁରେ ଘୋଷିଛନ୍ତି୤ ସବୁ ଦେଶର ବକ୍ତା ଓ ରାଜନୀତିଜ୍ଞମାନେ ଭବିଷ୍ୟତ ଯୁଦ୍ଧକୁ ଏଡିବାପାଇଁ ପ୍ରରୋଚନା ଦେଇଛନ୍ତି୤ ନିରସ୍ତ୍ରୀକରଣର ସଭା ବସି କେତେ ଆଲୋଚନା ହୋଇଯାଇଛି୤ ତଥାପି ୧୯୧୮ ମସିହା ନଭେମ୍ବର ମାସଠାରୁ ୨୦ ବର୍ଷ ହେଲା ପ୍ରତିଦେଶର ମୃତ ସୈନିକଙ୍କୁ ସମ୍ମାନ ଦେଖେଇବାକୁ ମହାସମାରୋହରେ ସବୁଦେଶରେ ଉତ୍ସବ କରାଯାଉଥିବା ଛଳରେ ପ୍ରକାରାନ୍ତରେ ଆଗାମୀ ଯୁଦ୍ଧପାଇଁ ସବୁଦେଶର ଲୋକଙ୍କୁ ଉତ୍ସାହ ଦିଆଯାଉ ନାହିଁ କି ? ଧର୍ମ ଓ ନୈତିକତାର ଆଦର୍ଶ ତଳେ ଦୈନିକ ହଜାରଟା ଠକାମି ପ୍ରତିଲୋକଙ୍କୁ ଅଙ୍ଗେ ନିଭାଇବାକୁ ପଡୁଛି ଏବଂ ତାହାକୁ ପ୍ରାଚୀନ ରୀତି ତଳେ ରଖିଦେଇ ରକ୍ଷା ପାଇବାକୁ ହୁଏତ ଗୋଟାଏ ବାଟ ଅଛି୤ କିନ୍ତୁ ଏ ରୂପ ଉତ୍ସବ ଯେ ପୃଥିବୀ ଉପରେ ସର୍ବଶ୍ରେଷ୍ଠ ସୁସଭ୍ୟ, ସୁଶିକ୍ଷିତ ସୁବିଚାରକ ବୋଲାଉଥିବା ଜାତିମାନଙ୍କର ସୁଚିନ୍ତିତ କାମ; ପୁଣି ସରକାରୀ ଘଣ୍ଟଢୋଲ ପିଟି ସବୁଦେଶରେ ପାଳିତ ହେଉଅଛି୤ ଏ କାମପାଇଁ କ୍ଷମା ଖୋଜିବାକୁ ଗଲେ ବିଶ୍ବବ୍ରହ୍ମାଣ୍ଡରେ କେଉଁ କୋଣରେ ତାହା ମିଳିବ ଭଲା ?

ପୃଥିବୀର ଏଇ ଅଳ୍ପସଂଖ୍ୟକ ବୁଦ୍ଧିଜୀବୀଙ୍କୁ କୁହାଳିଆ ଶ୍ରେଣୀ ଧରାଯାଇପାରେ୤ ଏମାନେ ନିଜେ ହାଡଭଙ୍ଗା କଠିନ କାମ କରିବାକୁ ଯେତେ ପାରଗ ନୁହନ୍ତି, ଅନ୍ୟକୁ ତାହା କରିବାକୁ ଫୁସୁଲେଇପାରିବାରେ ବେଶି ତତ୍ପର୤ ଅତି ବଡ ଧନୀ ଓ ବ୍ୟବସାୟୀ ମାଲିକମାନଙ୍କ ପରି ଏମାନେ ତୁଚ୍ଛା ଘୁଙ୍ଗୁଡି ପକେଇ ବେଶି ଭୋଜନରେ ମରନ୍ତି ନାହିଁ; କିନ୍ତୁ ଯାହାଙ୍କର କିଛି ନାହିଁ, ତାଙ୍କୁ ନିରାହାରରେ ମରିବା ପାଇଁ ଉତ୍ସାହ ଉତ୍ତେଜନା ଦିଅନ୍ତି ଢେର୤ ନିଜର ମାରିବାକୁ ସୁବିଧା ସାହସ ନ ଥିବାରୁ ଅନ୍ୟକୁ ମାରିବାକୁ ତିଆରି କରନ୍ତି୤ କହିପୁଚ୍ଛି ଜାଣିବା ଛଡା ସେମାନେ ଆଉ କିଛି ଜାଣନ୍ତି ନାହିଁ୤ ଅବଶ୍ୟ ସବୁବେଳେ ଆପଣାର ଦେହକୁ ଓ ଧନସମ୍ପତ୍ତିକୁ ଜଗିରଖି, ଚତୁରତା ଗୁଣରେ ଯଥାର୍ଥରେ ପୁଇଁଚିଙ୍ଗୁଡି ବିକନ୍ତି ଏହିମାନେ; କାରଣ ଉକ୍ତ ଶ୍ରେଣୀର ସବୁଗୁଡିକ ପ୍ରାୟ ପଚା ଚିଙ୍ଗୁଡି କାରବାରବାଲା୤

ଓଡ଼ିଆ ଗଦ୍ୟ ସଙ୍କଳନ
ସଂକଳନ ଓ ସଂପାଦନା- ଡ. ଯତୀନ୍ଦ୍ର ମୋହନ ମହାନ୍ତି
ପ୍ରକାଶନ କାଳ- ୨୦୦୪

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କାଳିନ୍ଦି ଚରଣ ପାଣିଗ୍ରାହୀ
କାଳିନ୍ଦି ଚରଣ ପାଣିଗ୍ରାହୀ
ଓଡ଼ିଆ ସାହିତ୍ୟର ସବୁଜଗୋଷ୍ଠୀର ଲେଖକ ଭାବେ ପରିଚିତ କାଳିନ୍ଦୀ ଚରଣ ପାଣିଗ୍ରାହୀ(୧୯୦୧-୧୯୯୧) ଏକାଧାରରେ ଜଣେ ଗାଳ୍ପିକ, କବି, ଔପନ୍ୟାସିକ, ପ୍ରାବନ୍ଧିକ ଓ ନାଟ୍ୟକାର ଭାବେ ପ୍ରସିଦ୍ଧି ଲାଭ କରିଥିଲେ୤ ପଦ୍ମ ଭୂଷଣ ସମ୍ମାନ ସହିତ ସାହିତ୍ୟ ଏକାଡ଼େମୀର ଫେଲୋ ଭାବେ ଶ୍ରୀ ପାଣିଗ୍ରାହୀ ସମ୍ମାନିତ ହୋଇଥିଲାବେଳେ ତାଙ୍କର ରଚିତ ‘ମାଟିର ମଣିଷ’ ଉପନ୍ୟାସ ଏକ କାଳଜୟୀ କୃତି୤ ଏହା ଉପରେ ଏକ ଓଡିଆ ଚଳଚ୍ଚିତ୍ର ନିର୍ମାଣ ହୋଇ ପ୍ରଶଂସିତ ହୋଇଥିଲା୤ ଏହା ବ୍ୟତୀତ ତାଙ୍କ ରଚିତ ‘ ଲୁହାର ମଣିଷ’, ‘ମୁକ୍ତାଗଡ଼ର କ୍ଷୁଧା’... [ କ୍ରମେ ସବିଶେଷ ]
କାଳିନ୍ଦି ଚରଣ ପାଣିଗ୍ରାହୀଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. Ashok Nayak |  ଏପ୍ରିଲ୍ ୨୦, ୨୦୧୧ - ୧୨:୫୭ ଅପରାହ୍ନ

    good

  • ୨. ପ୍ରଶ୤ନ୍ତ କୁମର ପଣ୍ଡ୤ |  ନଭେମ୍ବର୍ ୧୧, ୨୦୧୧ - ୬:୪୯ ଅପରାହ୍ନ

    ଆପଙ୍କର ପ୍ରବନ୍ଧ ଟି ବେସ୍ ମନ ମୁଗ୍ଧ୍କକର ହେଇଛି. ଧନ୍ୟବଦ୍.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤