ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଆଗ ରାତି ହେଲେ ଅନେକ କୁକୁର ଭୁକୁଥିଲେ ଏବେ ସବୁ ନିଃଶବ୍ଦ ଗାଁରୁ କୁକୁରମାନେ ବି ଚାଲିଗଲେଣି; କାରଣ ସେମାନଙ୍କୁ ଖାଇବା ଲାଗି ଆଉ କିଛି ମିଳୁନାହିଁ ମଣିଷମାନେ ହିଁ ଚାଟିଚୁଟି ସବୁ ସଫାକରି ଦେଉଛନ୍ତି
ସମସ୍ତେ ଚାଲି ଯାଉଛନ୍ତି
ପିଲାମାନେ : ପାଠ ପଢ଼ିବା ପାଇଁ, ମୂଲ ଖଟିବା ପାଇଁ
ବୟସ୍କମାନେ : ଚାକିରି ପାଇଁ, ମୂଲ ଖଟିବା ପାଇଁ
ଯୁବତୀମାନେ : ବେଶ୍ୟା ହେବା ପାଇଁ, ମୂଲ ଖଟିବା ପାଇଁ
ବୁଢ଼ାମାନେ : ଚିକିତ୍ସିତ ହେବା ପାଇଁ, ମୂଲ ଖଟିବା ପାଇଁ
ସମସ୍ତେ ଚାଲିଯାଉଛନ୍ତି
ଯେଉଁମାନେ ମାୟାମମତାର ବନ୍ଧନ ଟିକକ ଛିଡ଼ାଇ ପାରୁନାହିଁନ୍ତି, ସେମାନେ ଜଣେ ଜଣେ ବୁଢ଼ା ଚୌକିଦାର ପୈତୃକ ଆବାସମାନଙ୍କର ଧ୍ବଂସାବିଶେଷକୁ ନିର୍ଲଜ୍ଜ ଭାବରେ ଜଗିରହିଛନ୍ତି
ରାତିହେଲା ବସ୍ତୁତଃ ଆମ ଗାଁରେ ରାତି ହେଲା ବୋଲି ଅଧିକାଂଶ ଲୋକ ଜାଣିପାରନ୍ତି ନାହିଁ ସନ୍ଧ୍ୟା ସୁଦ୍ଧା ସମସ୍ତଙ୍କର ଖିଆପିଆ ଶେଷ ରାତି ଆରମ୍ଭ ହୋଇଚି କି ନ ହୋଇଚି ସମସ୍ତେ ଶୋଇପଡ଼ନ୍ତି
ଅନ୍ଧାର ଓ ଅନ୍ଧାରକୁ ହଟାଇବା ପାଇଁ ମୋ ଗାଁରେ ବିଜୁଳିବତି ନାହିଁ କିରୋସିନି ମଧ୍ୟ ନାହିଁ
ଏଇ ଅନ୍ଧାର ନ ହଟିଲେ କେହି ପାଠ ପଢ଼ିବେ ନାହିଁ ସ୍ତ୍ରୀମାନେ ବର୍ଷକୁ ବର୍ଷ ଛୁଆଟିଏ ଲେଖେଁ ପ୍ରସବ କରି ଚାଲିଥିବେ ଲୋକମାନେ ବଳଦ ପରି ଖଟୁଥିବେ ବିଧବାମାନେ ‘କୃଷ୍ଣଗୁରୁ’ ଭଜନ କରୁ କରୁ ଅବୈଧ ରତିରେ ଲିପ୍ତହେଉଥିବେ ଓ….
ହଟାଅ ଏ ଅନ୍ଧାର :
ଶୁଣୁଚ ? ଶୁଭୁଚି ?
ହେ ପଙ୍ଖା ତଳେ ବସି ତୁଳାଉଥିବା ବାବୁମାନେ !
ହେ ସାଇବମାନେ ! ହେ ଲୋକମାନେ !
ଶୁଣୁଚ ?
ଏଇ ଲାଞ୍ଚୁଆ, ରିସ୍ପତ୍ଖୋର ଲୋକମାନେ ନିଜନିଜର ନେକ୍ ଟାଇର ଗଣ୍ଠି ସଜାଡ଼ିବାରେ ବ୍ୟସ୍ତ-ବଧିର ଓ ଅନ୍ଧ ଓ ମୂକ ମୁଁ ବରଂ ଚୁପ୍ ରହିବା ଭଲ ଚୁପ୍ ରହି ଏଇ ସର୍ବଗ୍ରାସୀ ଅନ୍ଧାର ଭିତରେ ଛଟପଟ ହେବା ଭଲ
ଅନ୍ଧାର ଭିତରେ ହାତରେ ଗୋଟିଏ ଧାରୁଆ ଦା’ ଧରି ମୁଁ ଶମ୍ଭୁପ୍ରସାଦ ଶର୍ମା ସାମ୍ନାରେ ଠିଆ ତା’ର ବିପୁଳ ଉଦରକୁ ସ୍ପର୍ଶ କରୁଚି ମୋ ଦା’ର ମୁନ
ସେ ଥରୁଛି
ଥରୁଛି ଓ କହୁଛି-କ୍ୟା ? ୟହ କ୍ୟା ?
ମୋର ଚିତ୍କାର- ନିକାଲୋ ପୈସା !
-କାହେକା ପୈସା ?
-ଚାନ୍ଦା
-କାହେକା ଚାନ୍ଦା ? ତୁମ ଲୋଗ୍ କ୍ୟା ହମ୍କୋ ଜୀନେ ଖାନେ ନହିଁ ଦେଗା ?
ମୋର ରଡ଼ି-ଶାଲା କୁତା ହାରାମି ପ୍ରତିଦିନ ଟିକିଏ ଟିକିଏ ଅଧିକା ନେଇ ଯାହା ସବୁ ଜମେଇ କରି ରଖିଚୁ, ନିକାଲ୍ ସବୁ କାଢ୍ ଦେ ଜଲ୍ଦି
ଶର୍ମାର ଚିତ୍କାର-ଚୋର୍….ଚୋର୍….ପକ୍ଡ଼ୋ
ଓ ମୁଁ ଭୀରୁ ପରି ଧାଇଁ-ଧାଇଁ ଧାଇଁ….
ଅନେକ ପାଦଶବ୍ଦ-ପ୍ରଚୁର ଆଲୋକ-ଅନେକ ଛାଇ-ଘନ ଘନ ଚିତ୍କାର
ମୋର ନିଦ ଭାଙ୍ଗିଗଲା
କେବଳ ଅନ୍ଧାର ଓ ତା’ ଭିତରେ ଅନେକ ମଶା
କେଉଁ କୋଣରେ ମୂଷାଟିଏ କୁଟୁରୁ କୁଟୁରୁ କ’ଣ ଗୋଟେ ଖାଉଥିଲା-ଛିଣ୍ଡାଉଥିଲା, ଚିରୁଥିଲା
ମୋର ସତ୍ତା ଶୀତେଇଗଲା
କଣ କରିଥାନ୍ତି ମୁଁ ଏତେଗୁଡ଼େ ଟଙ୍କା ?
କାହିଁକି ?
କାହିଁକି ମୁଁ ତା’ଠୁଁ ସେସବୁ ଦାବି କରୁଥିଲି ?
ହଁ, ଟଙ୍କା ଦରକାର
ପାଣ୍ଡବର ପୁଅ ପାଇଁ ପେଣ୍ଟ କିଣାହେବ
ବୈକୁଣ୍ଠର ଝିଅ ବାହାହେବ
ଖଲିର ସ୍ତ୍ରୀ ପାଇଁ ଔଷଧ ଆସିବ ଯାହାକୁ ସେମାନେ ବଥ ବୋଲି କହୁଛନ୍ତି ତାହା ପ୍ରକୃତରେ ଗୋଟେ ଟ୍ୟୁମର
ଏବେଠୁଁ ଚେଷ୍ଟାକଲେ ଅନ୍ତତଃ ବିଶାଖାର ସ୍ବାମୀ ବଞ୍ଚିଯିବ ଏବଂ କିଛି ନ ହେଲେ, ଆସନ୍ତାକାଲି ଯେଉଁମାନେ ମରିବେ ସେମାନଙ୍କର ଶବ ଦଗ୍ଧ କରିବା ପାଇଁ କାଠ କିଣା ହେବ/ହୋଇଥାନ୍ତା
ମତାମତ ସଂଖ୍ୟା - ୧୭ ଆପଣଙ୍କ ମତାମତ ?
୧. pradip | ନଭେମ୍ବର୍ ୧୧, ୨୦୧୧ - ୪:୨୦ ଅପରାହ୍ନ
Lekhati mora antarar aatmmaku chhuin gala,eha bahuta ucchakotir lekha .Ehi lekhati mo gnar chitrapattaku mo aakhi agare thoi deuchhi.Mote bahuta bhala lagila.
THANK YOU Mr.Prafulla kumar
୨. ସୁରେନ୍ଦ୍ର କୁମର ମିସ୍ର | ନଭେମ୍ବର୍ ୧୨, ୨୦୧୧ - ୧୦:୧୫ ଅପରାହ୍ନ
ବହୁତ ସୁନ୍ଦର ହୋଇହ୍ଚି
୩. ସୁରେନ୍ଦ୍ର କୁମର ମିସ୍ର | ନଭେମ୍ବର୍ ୧୨, ୨୦୧୧ - ୧୦:୨୩ ଅପରାହ୍ନ
ଆଗକୁ ଆହୁରି ସୁନ୍ଦର ହେଉ……………………..
୪. ଚିତ୍ତରଞ୍ଜନ | ନଭେମ୍ବର୍ ୧୫, ୨୦୧୧ - ୩:୨୮ ଅପରାହ୍ନ
ଲୋମ ଟାଙ୍କୁରି ଗଲା ମୋର ……. !!!!
ମୋର ଆଶା ଆହୁରି ଭଲ ଲେଖା ପଢିବାକୁ ମିଳିବ……
୫. ରାଜେନ୍ଦ୍ର | ଜାନୁଆରୀ ୨୭, ୨୦୧୨ - ୧୨:୫୨ ପୂର୍ବାହ୍ନ
ବହୁତ ସୁନ୍ଦର ହୋଇଛି
ଧନ୍ୟବଦ
୬. Ajit kumar Bhoi | ଫେବୃଆରୀ ୧୩, ୨୦୧୨ - ୧୨:୫୩ ପୂର୍ବାହ୍ନ
ବହୁତ୍ ବଢିଆ ଲଗଲା……….ଧନ୍ୟବାଦ୍
୭. ପ୍ରଭାକର ମହାରଣା, ନନ୍ଦପୁର, କୋରାପୁଟ | ଅଗଷ୍ଟ୍ ୧୫, ୨୦୧୨ - ୧୦:୫୧ ପୂର୍ବାହ୍ନ
ଗାଁ-ବିଷୟରେ ରଚନା -ବହୁତ ସୁନ୍ଦର ହୋଇଛି | ବେଶ୍ ମର୍ମସ୍ପର୍ଶୀ….ବହୁତ୍ ବଢିଆ ଲାଗିଲା……….ଧନ୍ୟବାଦ୍
୮. ଦୁଷ୍ମନ୍ତ କୁମାର ଜେନା, ଓଡିଶା | ଜାନୁଆରୀ ୪, ୨୦୧୩ - ୧୦:୧୧ ପୂର୍ବାହ୍ନ
ଲେଖାଟି ସୁନ୍ଦର ଦିଶୁଛି
ଦମ୍ କମ୍ ଅଛି
ବିରୋଧାଭାସ ଅଛି
ସମାଧାନ ନଥାଇ, ବାହାରୁ ଦେଖୁଛି
ମଲା ଗାଁ ଆଗରୁ ନଥିଲା, ହସ, ସୁଖ, ଶାନ୍ତି ଗାଁ ର ଶବ୍ଦ
ସହର ରୁ ଅଇଁଠା ମାଡିଚାଲିଛି
୯. ରାଜ କିଶୋର ମହାପାତ୍ର, ପୁରୀ | ମେ ୨୫, ୨୦୧୩ - ୨:୧୬ ପୂର୍ବାହ୍ନ
ଚମତ୍କାର, ଅନୁରୋଧ ଲେଖକ ପରିଚୟ ସଂଯୋଗ କରନ୍ତୁ
୧୦. ମନୋଜ କୁମାର କିଷାନ, ରେଙ୍ଗାଲି , ସମ୍ବଲପୁର , ଓଡିଶା | ଜୁନ୍ ୨୧, ୨୦୧୩ - ୯:୨୦ ପୂର୍ବାହ୍ନ
ମନ କୁ ଛୁଇଁ ନେଲା । ଧନ୍ୟବାଦ!
୧୧. ରଶ୍ମି ରଞ୍ଜନ ପରିଡା | ମାର୍ଚ୍ଚ୍ ୨୬, ୨୦୧୪ - ୧:୩୨ ଅପରାହ୍ନ
ହୋଇପଅରେ ନିରଅଟ ସତ୍ୟ, କିନ୍ତୁ…
୧୨. ajay sahoo | ଜୁଲାଇ ୧୮, ୨୦୧୪ - ୯:୫୨ ପୂର୍ବାହ୍ନ
thank you sar gaon katha sabu mane padigala.
୧୩. Sandeep, New Delhi | ଅକ୍ଟୋବର୍ ୧୫, ୨୦୧୪ - ୬:୨୪ ପୂର୍ବାହ୍ନ
Bahut sundara….. feel like heaven
୧୪. Desraj kumar sahoo, Jajpur road,odisha | ଜୁନ୍ ୧୬, ୨୦୧୫ - ୧:୧୭ ଅପରାହ୍ନ
ଭାରି ଭଲ ଲାଗିଲା ।
୧୫. Balaram Dash, Harrow | ଡିସେମ୍ବର୍ ୧୩, ୨୦୧୫ - ୩:୩୧ ପୂର୍ବାହ୍ନ
taking me back to my childhood-thank you.
୧୬. ବିକାଶ ମାଝୀ, ଭଦ୍ରକ,ଓଡିଶା | ଅଗଷ୍ଟ୍ ୬, ୨୦୧୭ - ୧:୨୯ ପୂର୍ବାହ୍ନ
ମୋ ଅନ୍ତର୍ଆତ୍ମା କୁ ଛୁଇଁଗଲା ।
ଆଗକୁ ଆହୁରି ଲେଖନ୍ତୁ ।
ଧନ୍ୟବାଦ
୧୭. ସତାଦିପନ ଖୁଣ୍ଟିଆ, ଜାଜପୁର,ଚଣ୍ଡିଖୋଲ। | ମେ ୧୦, ୨୦୧୮ - ୧:୧୫ ପୂର୍ବାହ୍ନ
ଭଲ ଲାଗିଲା।ଆଉ କିଛି ଲେଖା ଆଗକୁ ଲେଖନ୍ତୁ ।। ସାଇରାମ।।