ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ନିତ୍ୟାନନ୍ଦ ମହାପାତ୍ର
ମନମୋହନ ମିଶ୍ର
ଅମିୟବାଳା ପଟ୍ଟନାୟକ
ସଦାନନ୍ଦ ତ୍ରିପାଠୀ
ଗୋଦାବରୀଶ ମହାପାତ୍ର
ଜୟନ୍ତ ମହାପାତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଗାଁ-ବିଷୟରେ ରଚନା
  ପ୍ରଫୁଲ୍ଲ କୁମାର ତ୍ରିପାଠୀ
 
 
ତା: ନଭେମ୍ବର୍ ୮, ୨୦୧୧  
ମୂଳ ପୃଷ୍ଠାପ୍ରବନ୍ଧ
 

କେହି କହିପାବେ ନାହିଁ, ଉଡ଼ିଯାଇଥିବା ପକ୍ଷୀମାନଙ୍କର ଠିକଣା୤
ସ୍କୁଲର ପାଚେରି କାନ୍ଥଟା ଲୋକଙ୍କର ପରିଶ୍ରାଧାରରେ ଚିତ୍ରିତ୤ ସେ ପାଖରେ ବସ୍‌ ଅଟକେ୤ ସ୍କୁଲର ମାଷ୍ଟ୍ର ଗୋଟେ ଶାଇଲକ୍‌୤ ଟଙ୍କାକୁ ମାସୱାରୀ ଦୁଇଅଣା ସୁଧ ନେଇ ତା’ର ଶ୍ବାସରୋଗିଣୀ ସ୍ତ୍ରୀ ପାଇଁ ସୁନା ଅଳଙ୍କାର ଗଢ଼ିବାରୁ ଫୁରସତ୍‌ ମିଳୁନାହିଁ୤

ଯେଉଁ ଶୁକ୍ରୀ କେଉଟୁଣୀଠାରୁ ମୁଁ ମୁଢ଼ିମୁଆଁ, ଉଖୁଡ଼ା, ରାଶିଲଡୁ ଓ ଚାରମଞ୍ଜି ଖଜା କିଣୁଥିଲି, ସେ ଆଜିକାଲି ବିକୁଛି କେବଳ କନ୍ଦମୂଳ ସିଝା୤ ଗାଁ ବାହାରେ ସ୍କୁଲ ପାଖରେ ଅବଶ୍ୟ ଗୋଟେ ନୂଆ ଦୋକାନ ଖୋଲିଛି୤ ସେଠି ପାନ ମିଳେ, ବିଡ଼ି, ଗୁଡ଼ାଖୁ, ଲଜେନ୍‌ସ ମିଳେ୤ ଜାଣିଲା ଚିହ୍ନିଲା ଲୋକଙ୍କୁ ଗଞ୍ଜେଇ ମିଳେ୤ ନାଳ ପାଖରେ ଗୋଟେ ଛୋଟ କୁଡ଼ିଆ ଘରେ ମଦ ମଧ୍ୟ ମିଳେ୤

ଏ ମଧ୍ୟରେ ଗାଁରେ କିଛିଟା ପରିବର୍ତ୍ତନ ହୋଇଛି୤ ନର୍ମଦାନାନ୍ମୀ ଜଣେ ଏକାକିନୀ ବିଧବା ବ୍ରାହ୍ମଣୀର ଘରେ ପ୍ରତି ରାତିରେ ‘କୃଷ୍ଣ ଗୁରୁ’ କୀର୍ତ୍ତନ ହେଉଛି୤ ସେଠି ଗାଁର ସବୁ ବିଧବା, ଛାର୍‌ରୀ ଓ ଡିଣ୍ଡା ଟୋକାଙ୍କ ଭିଡ଼୤ ସହରରେ ଯେତେବେଳେ ସେକେଣ୍ଡ ଶୋ’ ସିନେମା ଭାଙ୍ଗେ ସେତେବେଳେ ଏଠି ଏମାନଙ୍କର କୀର୍ତ୍ତନ ମଧ୍ୟ ଭାଙ୍ଗେ୤

କୁଷ୍ଠରୋଗ ନିବାରଣ ବିଭାଗର ଜଣେ ମହାପାତ୍ର ଅଛି, ମାତ୍ର ସେ ପ୍ରକୃତରେ ଗୋଟେ ମାରୁ୤ ଏକ୍‌ଜିମା ଆଉ କୁଷ୍ଠ ମଧ୍ୟରେ ଫରକ୍‌ କ’ଣ ଜାଣେ ନାହିଁ୤ ଅଥଚ ମେଜିକ୍‌ ଲଣ୍ଠନ ପାଇଁ ଥିବା ପେଟ୍ରୋମାକ୍‌ସ ଲାଇଟ୍‌ ବିବାହ-ବ୍ରତାଦି କର୍ମରେ ଭଡ଼ାଦେଇ ପଇସା ଅସୁଲ କରେ୤ କହେ-ଏ ଅନ୍ଧକାରମୟ ଗାଁକୁ ଆଲୋକିତ କରୁଛି ମୁଁ୤

ଦୁଇବର୍ଷ ଖଣ୍ଡେ ହେବ କିଏ ଗୋଟେ ସାମଲ କି ସାସମଲ କି ବିଶ୍ବାଳ ବୋଲି ଜଣେ ନୂଆ ଲୋକ ଆସିଛି୤ ପାଖ ଗାଁରେ ସେ ଶିକ୍ଷକ ଓ ବହୁ ଭାଷା କହେ୤ ଆମ ଗାଁରେ ରହୁଚି ଓ ବେଲନାମ୍ନୀ ଗୋଟିଏ ଗଉଡୁଣୀ ଟୋକୀକୁ ‘ରଖିଚି’୤ ଚେରହୀନ ମଣିଷଟାଏ୤ ଖରାଛୁଟିରେ ମଧ୍ୟ କୁଆଡ଼େ ବାହାରକୁ ଯାଏନାହିଁ୤

ଶମ୍ଭୁପ୍ରସାଦ ଶର୍ମା ବୋଲି ଆଉ ଜଣେ ନୂଆ ଲୋକ ମଧ୍ୟ ଆସିଛି୤ ଏଇ ଦୁଇବର୍ଷ ମଧ୍ୟରେ ଗାଁମୁଣ୍ଡରେ ଖଣ୍ଡେ ପକ୍‌କା ଘର ବି କଲାଣି୤ ସେ ବ୍ୟବସାୟ କରେ୤ ତା’ ଘର ସାମ୍ନାରେ ସବୁବେଳେ ଗୋଟେ ଦି’ଟା ସହର-ମୁହାଁ ଟ୍ରକ୍‌ ଓ ଗାଁ-ମୁହାଁ ବଳଦଗାଡ଼ି ଠିଆହୋଇଥାନ୍ତି୤ ଧାନ, ଚାଉଳ, କାଉଁରିଆ ପଟ କିଣେ ଓ ତେଲ, ସାବୁନ, ଚିନି, ଚା, ନିରୋଧ ଆଦି ବିକେ୤ ଗାଁର ଅଧିକାଂଶ ଘରୁ ଗହଣା ଓ ବାସନସବୁ ତା’ ପାଖରେ ବନ୍ଧା ପଡ଼ିଛି୤

ମୁଁ ଯୁବକମାନଙ୍କୁ ପଚାରିଲି- ଏ ଶର୍ମା କେତେ ଚାନ୍ଦା ଦେଲା ? ସେମାନଙ୍କ ମଧ୍ୟରୁ ଜଣେ କହିଲା- ଏବେ କିଛି ଦେଇନାହିଁ, ମନ୍ଦିର ତୋଳା ହେଲା ପରେ ଗୋଟେ ଦିଅଁ ଆଣିଦେବ ବୋଲି କହୁଚି୤ ଆଉଜଣେ କହିଲା-ବସ୍‌ଷ୍ଟାଣ୍ଡରୁ ଗାଁ ପର୍ଯ୍ୟନ୍ତ ରାସ୍ତାଟି କିନ୍ତୁ ସେ କରାଇଛି୤ ପୁଣି ଜଣେ କହିଲା-ତହିଁରେ ଆମର ଲାଭ କ’ଣ ? ସେ ରାସ୍ତା ତ ତା’ ଟ୍ରକ୍‌ ପାଇଁ କରିଛି୤ ମୋତେ ପୁଣି ଥରେ ହସମାଡ଼ିଲା୤

ସବୁ ଇଲ୍ଲିସିଟ୍‌୤ ସବୁ ଅବୈଧ୤ ସବୁ ଗର୍ହିତ୤ ଗୋଟିଏ ଜାରଜ ଜୀବନ ଶୈଳୀରେ ମୋ ଗାଁର ଦିନ ଓ ରାତିମାନ ବିତିଯାଉଛି୤ ପ୍ରତି ରବିବାର ଦିନ ତ୍ରିନାଥ ମେଳା୤ ପ୍ରତି ବର୍ଷ ଭାଇଜିଉଁତିଆ, ପୋ-ଜିଉଁତିଆ, ନୂଆଁଖାଇ ଓ ପୁଷ୍‌ପୁନି୤ ଗୋଟିଏ ବିରାଟ ଅବକ୍ଷୟର ଗଳିତ ଅଙ୍ଗ ମୋର ଗାଁ୤ ସବୁ ରୁକ୍ଷ, ଶୁଖିଲା, କଣ୍ଟକିତ୤ ତଥାପି ସେମାନେ ସରଳ ନିରାଡମ୍ବର୤ ଠକ ନୁହଁନ୍ତି, ଚାଲାକ ଚତୁର ନୁହଁନ୍ତି, ଧୂର୍ତ୍ତ ନୁହଁନ୍ତି୤

ମାତ୍ର ଖାଇବା ଲାଗି ଯଥେଷ୍ଟ ଥାଇ ମଧ୍ୟ ସ୍ବେଚ୍ଛାରେ ଯେ ଅଖିଆ ରହେ ସେ ସିନା ଉପବାସ କରେ ବୋଲି କହିବା; ଖାଇବାକୁ ନ ପାଇ ଯିଏ ଭୋକରେ ରହେ ସେ କ’ଣ କରେ ?
ଯେଉଁଠି ଭିକାରୀ ସଂଖ୍ୟାହୀନ, ସେଠି ଚୋର ମିଳିବେ କାହୁଁ ? କିଏ ନେବ ଓ କାହାଠାରୁ ନେବ ? କ’ଣ ନେବ ? କାହାର ଟେଲିଫୋନ୍‌ ନମ୍ବର ହୋଇଥିଲେ କିମ୍ବା କୌଣସି କଠିନ ଶବ୍ଦର ଅର୍ଥ ହୋଇଥିଲେ ଟେଲିଫୋନ୍‌ ଡାଇରେକ୍ଟରି କିମ୍ବା ଅଭିଧାନର ପୃଷ୍ଠା ଖେଳାଇ ମୋ ପ୍ରଶ୍ନର ଉତ୍ତର ଖୋଜି ବାହାର କରିଥାନ୍ତି୤ ମାତ୍ର ନା, ଏ ଯେଉଁ ସବୁ ପ୍ରଶ୍ନ ମୋ ଭିତରେ ବାରମ୍ବାର ଢେଉପରି, ହାତୁଡ଼ି ମାଡ଼ ପରି ପିଟିହେଉଛି, ତହିଁର ଉତ୍ତର ନାହିଁ-କୌଣସିଠାରେ ନାହିଁ୤
ରାତିହେଲା୤

ପୃଷ୍ଠା ସଂଖ୍ୟା : 1 2 3 4

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ପ୍ରଫୁଲ୍ଲ କୁମାର ତ୍ରିପାଠୀ
author photo
 

ମତାମତ ସଂଖ୍ୟା - ୧୭ ଆପଣଙ୍କ ମତାମତ ?

  • ୧. pradip |  ନଭେମ୍ବର୍ ୧୧, ୨୦୧୧ - ୪:୨୦ ଅପରାହ୍ନ

    Lekhati mora antarar aatmmaku chhuin gala,eha bahuta ucchakotir lekha .Ehi lekhati mo gnar chitrapattaku mo aakhi agare thoi deuchhi.Mote bahuta bhala lagila.
    THANK YOU Mr.Prafulla kumar

  • ୨. ସୁରେନ୍ଦ୍ର କୁମର ମିସ୍ର |  ନଭେମ୍ବର୍ ୧୨, ୨୦୧୧ - ୧୦:୧୫ ଅପରାହ୍ନ

    ବହୁତ ସୁନ୍ଦର ହୋଇହ୍ଚି

  • ୩. ସୁରେନ୍ଦ୍ର କୁମର ମିସ୍ର |  ନଭେମ୍ବର୍ ୧୨, ୨୦୧୧ - ୧୦:୨୩ ଅପରାହ୍ନ

    ଆଗକୁ ଆହୁରି ସୁନ୍ଦର ହେଉ……………………..

  • ୪. ଚିତ୍ତରଞ୍ଜନ |  ନଭେମ୍ବର୍ ୧୫, ୨୦୧୧ - ୩:୨୮ ଅପରାହ୍ନ

    ଲୋମ ଟାଙ୍କୁରି ଗଲା ମୋର ……. !!!!
    ମୋର ଆଶା ଆହୁରି ଭଲ ଲେଖା ପଢିବାକୁ ମିଳିବ……

  • ୫. ରାଜେନ୍ଦ୍ର |  ଜାନୁଆରୀ ୨୭, ୨୦୧୨ - ୧୨:୫୨ ପୂର୍ବାହ୍ନ

    ବହୁତ ସୁନ୍ଦର ହୋଇଛି
    ଧନ୍ୟବଦ

  • ୬. Ajit kumar Bhoi |  ଫେବୃଆରୀ ୧୩, ୨୦୧୨ - ୧୨:୫୩ ପୂର୍ବାହ୍ନ

    ବହୁତ୍ ବଢିଆ ଲଗଲା……….ଧନ୍ୟବାଦ୍

  • ୭. ପ୍ରଭାକର ମହାରଣା, ନନ୍ଦପୁର, କୋରାପୁଟ |  ଅଗଷ୍ଟ୍ ୧୫, ୨୦୧୨ - ୧୦:୫୧ ପୂର୍ବାହ୍ନ

    ଗାଁ-ବିଷୟରେ ରଚନା -ବହୁତ ସୁନ୍ଦର ହୋଇଛି | ବେଶ୍ ମର୍ମସ୍ପର୍ଶୀ….ବହୁତ୍ ବଢିଆ ଲାଗିଲା……….ଧନ୍ୟବାଦ୍

  • ୮. ଦୁଷ୍ମନ୍ତ କୁମାର ଜେନା, ଓଡିଶା |  ଜାନୁଆରୀ ୪, ୨୦୧୩ - ୧୦:୧୧ ପୂର୍ବାହ୍ନ

    ଲେଖାଟି ସୁନ୍ଦର ଦିଶୁଛି ୤
    ଦମ୍ କମ୍ ଅଛି୤
    ବିରୋଧାଭାସ ଅଛି୤
    ସମାଧାନ ନଥାଇ, ବାହାରୁ ଦେଖୁଛି୤
    ମଲା ଗାଁ ଆଗରୁ ନଥିଲା, ହସ, ସୁଖ, ଶାନ୍ତି ଗାଁ ର ଶବ୍ଦ୤
    ସହର ରୁ ଅଇଁଠା ମାଡିଚାଲିଛି୤

  • ୯. ରାଜ କିଶୋର ମହାପାତ୍ର, ପୁରୀ |  ମେ ୨୫, ୨୦୧୩ - ୨:୧୬ ପୂର୍ବାହ୍ନ

    ଚମତ୍କାର, ଅନୁରୋଧ ଲେଖକ ପରିଚୟ ସଂଯୋଗ କରନ୍ତୁ ୤

  • ୧୦. ମନୋଜ କୁମାର କିଷାନ, ରେଙ୍ଗାଲି , ସମ୍ବଲପୁର , ଓଡିଶା  |  ଜୁନ୍ ୨୧, ୨୦୧୩ - ୯:୨୦ ପୂର୍ବାହ୍ନ

    ମନ କୁ ଛୁଇଁ ନେଲା । ଧନ୍ୟବାଦ!

  • ୧୧. ରଶ୍ମି ରଞ୍ଜନ ପରିଡା |  ମାର୍ଚ୍ଚ୍ ୨୬, ୨୦୧୪ - ୧:୩୨ ଅପରାହ୍ନ

    ହୋଇପଅରେ ନିରଅଟ ସତ୍ୟ, କିନ୍ତୁ…

  • ୧୨. ajay sahoo |  ଜୁଲାଇ ୧୮, ୨୦୧୪ - ୯:୫୨ ପୂର୍ବାହ୍ନ

    thank you sar gaon katha sabu mane padigala.

  • ୧୩. Sandeep, New Delhi |  ଅକ୍ଟୋବର୍ ୧୫, ୨୦୧୪ - ୬:୨୪ ପୂର୍ବାହ୍ନ

    Bahut sundara….. feel like heaven

  • ୧୪. Desraj kumar sahoo, Jajpur road,odisha |  ଜୁନ୍ ୧୬, ୨୦୧୫ - ୧:୧୭ ଅପରାହ୍ନ

    ଭାରି ଭଲ ଲାଗିଲା ।

  • ୧୫. Balaram Dash, Harrow |  ଡିସେମ୍ବର୍ ୧୩, ୨୦୧୫ - ୩:୩୧ ପୂର୍ବାହ୍ନ

    taking me back to my childhood-thank you.

  • ୧୬. ବିକାଶ ମାଝୀ, ଭଦ୍ରକ,ଓଡିଶା |  ଅଗଷ୍ଟ୍ ୬, ୨୦୧୭ - ୧:୨୯ ପୂର୍ବାହ୍ନ

    ମୋ ଅନ୍ତର୍ଆତ୍ମା କୁ ଛୁଇଁଗଲା ।
    ଆଗକୁ ଆହୁରି ଲେଖନ୍ତୁ ।

    ଧନ୍ୟବାଦ

  • ୧୭. ସତାଦିପନ ଖୁଣ୍ଟିଆ, ଜାଜପୁର,ଚଣ୍ଡିଖୋଲ। |  ମେ ୧୦, ୨୦୧୮ - ୧:୧୫ ପୂର୍ବାହ୍ନ

    ଭଲ ଲାଗିଲା।ଆଉ କିଛି ଲେଖା ଆଗକୁ ଲେଖନ୍ତୁ ।। ସାଇରାମ।।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤