ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଭକ୍ତକବି ମଧୁସୂଦନ ରାଓ
ମନୋଜ ଦାସ
ଦୀପକ ମିଶ୍ର
ସୁଶାନ୍ତ ଦାଶ
ସଦାନନ୍ଦ ତ୍ରିପାଠୀ
ରାଜକିଶୋର ରାୟ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଗାଁ-ବିଷୟରେ ରଚନା
  ପ୍ରଫୁଲ୍ଲ କୁମାର ତ୍ରିପାଠୀ
 
 
ତା: ନଭେମ୍ବର୍ ୮, ୨୦୧୧  
ମୂଳ ପୃଷ୍ଠାପ୍ରବନ୍ଧ
 

ଏଭଳି ଏକ ତିନିପୃଷ୍ଠିଆ ରଚନା ଲେଖି ସେଥର ମୁଁ ପାଇଥିଲି ଦଶରୁ ସାତ ମାର୍କ-ଶ୍ରେଣୀରେ ପ୍ରଥମ୤ ସେଥର ମୋତେ ନିଜ ଟେବୁଲ କଡ଼ରେ ଠିଆକରାଇ ମୋର ପିଠି ଥାପୁଡ଼ାଇ ସାହିତ୍ୟ-ମାଷ୍ଟ୍ରେ ସମଗ୍ର ଶ୍ରେଣୀ ସମ୍ମୁଖରେ ଘୋଷଣା କରିଥିଲେ-ବାଃ, କି ଚମତ୍କାର ଭାଷା ! ଦେଖିବ, ଭବିଷ୍ୟତରେ ଇଏ ଜଣେ ବଡ଼ ସାହିତ୍ୟିକ ହେବ୤
ମାଷ୍ଟ୍ରେ ଆଜ୍ଞା !

ଆପଣ ଏଇନେ କେଉଁଠି ମୁଁ ଜାଣେନା; କିମ୍ବା ହୁଏତ ଆପଣ ଅବସର ନେଇସାରି ଏଣିକି ପ୍ରତିଦିନ ଖବରକାଗଜ-ରାଜନୀତି ଚର୍ଚ୍ଚା କରୁଥିବେ, ନହେଲେ, ତାସ୍‌ ଖେଳୁଥିବେ୤ ଆଜି ଏତେ ବର୍ଷ ପରେ ଆପଣଙ୍କୁ ମୋର ଗୋଟିଏ କଥା ପଚାରିବାର ଅଛି୤ କ’ଣ କେବଳ ଚମତ୍କାର ଭାଷା ବଳରେ କେହି ସାହିତ୍ୟିକ ହୋଇପାରେ ? ମିଛ କଥା୤ ଆପଣ ହେଲେ ମୋତେ ଦଶରୁ ସାତ ନ ଦେଇ ଶୂନ୍‌ ଦେଇଥାନ୍ତେ ! ମୋର କାନମୋଡ଼ି ମୋତେ ଦୁଇ ଚାପୁଡ଼ା ମାରିଥାଆନ୍ତେ୤ ପିରିଅଡ଼ ଶେଷ ହେବାଯାଏ ଆଣ୍ଠୁଭରା ଦେଇ ଠିଆହୋଇ ରହିବାକୁ କହିଥାନ୍ତେ୤ ତା’ ହୋଇଥିଲେ ହୁଏତ ମୁଁ ଭାଷାକୁ ପୁଞ୍ଜି ନ କରି ଅନୁଭୂତିକୁ ପୁଞ୍ଜି କରି ମୋର ସାହିତ୍ୟ-ସାଧନା ଆରମ୍ଭ କରିଥାନ୍ତି୤ କ’ଣ ଥିଲା ସେ ରଚନାରେ ?

ପୁଣି କଲେଜରେ ପ୍ରଥମବର୍ଷ ଇଂଲିଶ ସାର୍‌ କହିଲେ-‘ରାଇଟ୍‌ ଆନ୍‌ ଏସେ ଅନ୍‌ ୟୋର୍‌ ଭିଲେଜ୍‌୤ ଲେଖିଥିଲି, ସେ ସବୁର ଇଂଲିଶ ଅନୁବାଦ କରି ବସିଲି- India is a villageous country. My village is one of many villages in the India. Mother and mother-land always bigger than paradise. My village is comparable to my mother…

ସେଥର ପାଇଲି ଦଶରୁ ଦେଢ଼ମାର୍କ୤ ମୋ ଆଡ଼କୁ ଖାତାଖଣ୍ଡିକ ଫିଙ୍ଗିଦେଇ ଇଂଲିଶ ସାର୍‌ କହିଥିଲେ- ୟୋର ଲେଙ୍ଗୁଏଜ୍‌ ଇଜ୍‌ ଡିପ୍ଳୋରେବ୍‌ଲି ପୁଅର୍‌୤ ଏବେ ହୋଇଥିଲେ ମୁଁ କହିଥାଆନ୍ତି-ଦେଟ୍‌ ଇଜ୍‌ ନଟ୍‌ ମାଇଁ ଲେଙ୍ଗୁଏଜ୍‌, ସାର୍‌; ଦେଟ୍‌ ଇଜ୍‌ ଇଂଲିଶ୍‌, ଲେଙ୍ଗୁଏଜ୍‌ ଅଫ୍‌ ଦି ପିପଲ୍‌ ଅଫ୍‌ ଇଂଲଣ୍ଡ୤ ମାତ୍ର ସେଥିର କିଛି ନକହି ମୁଁ କାନମୁଣ୍ଡା ଆଉଁଷି ଆଉଁଷି ଚୁପ୍‌ ରହିଥିଲି୤

ଉଭୟ ଥର ଗୋଟିଏ କଥାହିଁ କହିଥିଲି୤ ଗୋଟିଏ ସେଇ ଏକା ବିଷୟରେ ହିଁ ରଚନା ଲେଖିଥିଲି୤ ଉଭୟ ରଚନା ଥିଲା ମିଛ୤ ତେଣୁ ଆଜି ପୁଣି ଥରେ ନୂଆ କରି ଏ ରଚନା ଲେଖିବାକୁ ପଡୁଛି୤

ସେଦିନର ଇଂଲିଶ ସାର୍‌ ଆଜି ମୋର ସହକର୍ମୀ୤ ପ୍ରକୃତ ଅର୍ଥରେ ମୁଁ ଜଣେ ସାହିତ୍ୟିକ ହୋଇପାରିଛି ନାହ ନାହିଁ ଜାଣେନା୤ କିନ୍ତୁ ଯଦି ହୋଇଛି, ତାହେଲେ ଇଂଲିଶ୍‌ ସାରଙ୍କ ଯୋଗୁଁ୤ ସେ ହିଁ ମୋତେ ବୁଝାଇଦେଇଥିଲେ ଯେ ସାହିତ୍ୟ ପାଇଁ ସୁନ୍ଦର ଭାଷା ଅନାବଶ୍ୟକ୤

ଯାହାସବୁ ଆଗରୁ ଦେଖି ଏକପ୍ରକାର ଧାରଣା କରିଥିଲେ, ସେସବୁ ଏବେ ଦେଖିଲେ ମୋର ସେଇ ପୂର୍ବ ଧାରଣାମାନ ବଦଳିଯାଉଛି୤ ପିଲାବେଳେ ଗାଁରେ ଥିଲି୤ ଭଲ ଲାଗୁଥିଲା୤ କୌଣସି ଆପତ୍ତି ଅଭିଯୋଗ ନଥିଲା୤ ମାତ୍ର ଏବେ ? ଏବେ ନୂଆ କରି ଗାଁ’କୁ ଦେଖି ମୋର ସବୁ ପୂର୍ବଧାରଣା ଖିନ୍‌ଭିନ୍‌ ହୋଇଯାଉଛି୤ ଗାଁ ବଦଳିଯାଇଛି ନା ମୁଁ ନିଜେ- ଠିକ୍‌କରି ବୁଝିପାରୁନାହିଁ୤

ଗାଁ୤ ଦିନବେଳେ ମାଛି୤ ରାତିବେଳେ ମଶା୤ ସବୁବେଳେ ମୁଷାଙ୍କ ଉତ୍ପାତ୤ କିନ୍ତୁ ଆଉ କ’ଣ ଅବଶିଷ୍ଟ ଅଛି ଯେ ଖାଇବେ ମୁଷାମାନେ ? ସେଠାକୁ ଯିବାକୁ ଇଚ୍ଛାହୁଏ ନାହିଁ, ମାତ୍ର ଯିବାକୁ ପଡ଼େ୤ ଏଥର ମୁଁ ସେଠି ପହଞ୍ଚିବାର ଦୁଇଟି ଘଣ୍ଟା ବି ବିତିନାହିଁ, ଦଳେ ସମବୟସୀ ଆସି ମାଗିଲେ ଚାନ୍ଦା୤
ମୁଁ ପଚାରିଲି-କେଉଁଥିପାଇଁ ?

ଛିଟକନାର ଲୁଙ୍ଗି ପିନ୍ଧିଥିବା ଓ କାନ୍ଧ ଉପରେ ଗୋଟେ ଟର୍କିସ ଟାୱାଲ ଘୋଡ଼ାଇ ହୋଇଥିବା ଯୁବକ ଜଣକ କହିଲା- ଆପଣ ତ ବାହାରେ ରହିଲେ, ଏଠିକା ଦୁଃଖ କ’ଣ ବୁଝିବେ ? ଏଠି ଆଉତ ଆଉ, ବସାଉଠା କରିବାକୁ, ତାସ୍‌ ଖେଳିବାକୁ ସୁବିଧା ଜାଗାଟିଏ ବି ନାହିଁ୤ ସେଥିପାଇଁ ଗୋଟେ ମନ୍ଦିର ଗଢୁଛୁ୤

ମୁଁ ହସିଲି୤ ପଚାରିଲି-ଆଉ ତୁମର ଦିଅଁ ?
-କେଉଁଠୁ ଗୋଟେ ନେଇଆସିବୁ୤
ମୁଁ ସେମାନଙ୍କୁ ଦଶଟି ଟଙ୍କା ଦେଲି୤ ସେମାନେ ମାନିଲେ ନାହିଁ୤ ପଚିଶ ନେବାକୁ ଜିଦ୍‌ କଲେ୤ ମୁଁ ସେମାନଙ୍କୁ ଦଶ ଉପରେ ଆହୁରି ପାଞ୍ଚଟି ଟଙ୍କା ଦେଲି୤ ସେମାନେ ଫେରିଗଲେ୤ ପରେ ଶୁଣିଲି ଯେ, ସେଇ ଯେଉଁ ଛିଟକାନାର ଲୁଙ୍ଗି ପିନ୍ଧିଥିବା ଯୁବକଟି ପାଞ୍ଚଥର ପରୀକ୍ଷା ଦେଇ ବି.ଏ. ପାଶ୍‌ କଲାପରେ, ସହରରେ କଣ ଗୋଟେ ଚାକିରି କରୁଥିଲା୤ ଜାଲ୍‌ ଟ୍ରେଜେରୀ ଚାଲାନ୍‌ କାରବାରରେ ଧରାପଡ଼ି ସସ୍‌ପେଣ୍ଡ ହୋଇ ଏବେ ଗାଁରେ ବସିଛି୤ ମଦନ ପଣ୍ଡାଙ୍କ ପୁଅ୤

ଯେଉଁ ସ୍ଥାନରେ ଆମର ଘର ଥିଲା, ଯେଉଁଠି ମୁଁ ଜନ୍ମ ହୋଇଥିଲି, ଗତଥର ଆସିଥିଲି ଯେ ତା’ର ଢାଞ୍ଚାଟା ବାରିହେଉଥିଲା; ମାତ୍ର ଏଥର ଦେଖିଲାବେଳକୁ ସେଠି ଏକ ବିରାଟ ଅମରୀ ବଣ୤
ଯେଉଁ ପୋଖରୀରେ ମୁଁ ପ୍ରତିଦିନ ଗାଧୋଉଥିଲି, ତା’ର ଆଡ଼ିରେ ଥିଲା ଏକ ବିରାଟ ବରଗଛ୤ ସେଠି ଆମେ ଦିପହର ସାରା ଛୁରର୍‌ ଧରି ଦୋଳି ଖେଳୁଥିଲୁ, ଡାହିମାଙ୍କୁଡ଼ି ଖେଳୁଥିଲୁ୤ କଚଡ଼ା ଖାଉଥିଲୁ୤ ଏଥର ଦେଖିଲାବେଳକୁ ତାହା ଏକ ସର୍ବସାଧାରଣ ପାଇଖାନା୤ ପୋଖରୀ ଆଡ଼ିରେ ଠିଆ ହେଲେ ପଙ୍କଗନ୍ଧ, ଡିମିରି ଗନ୍ଧ, ମଣିଷ ମଳଗନ୍ଧ, ମଲା ବେଙ୍ଗ ଗନ୍ଧ, ଭିଜା କାଉଁରିଆ ପଟ ଗନ୍ଧ-ନାନାଦି ଗନ୍ଧ ଭିତରେ ମାଟିର ଗନ୍ଧ, ଫୁଲର ଗନ୍ଧ, କଇଁନାଡ଼ର ଗନ୍ଧ, ଧୂପ, ଚନ୍ଦନ ଓ ଝାଳର ଗନ୍ଧ କୁଆଡ଼େ ହଜିଗଲାଣି୤

ପୃଷ୍ଠା ସଂଖ୍ୟା : 1 2 3 4

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ପ୍ରଫୁଲ୍ଲ କୁମାର ତ୍ରିପାଠୀ
author photo
 

ମତାମତ ସଂଖ୍ୟା - ୧୭ ଆପଣଙ୍କ ମତାମତ ?

  • ୧. pradip |  ନଭେମ୍ବର୍ ୧୧, ୨୦୧୧ - ୪:୨୦ ଅପରାହ୍ନ

    Lekhati mora antarar aatmmaku chhuin gala,eha bahuta ucchakotir lekha .Ehi lekhati mo gnar chitrapattaku mo aakhi agare thoi deuchhi.Mote bahuta bhala lagila.
    THANK YOU Mr.Prafulla kumar

  • ୨. ସୁରେନ୍ଦ୍ର କୁମର ମିସ୍ର |  ନଭେମ୍ବର୍ ୧୨, ୨୦୧୧ - ୧୦:୧୫ ଅପରାହ୍ନ

    ବହୁତ ସୁନ୍ଦର ହୋଇହ୍ଚି

  • ୩. ସୁରେନ୍ଦ୍ର କୁମର ମିସ୍ର |  ନଭେମ୍ବର୍ ୧୨, ୨୦୧୧ - ୧୦:୨୩ ଅପରାହ୍ନ

    ଆଗକୁ ଆହୁରି ସୁନ୍ଦର ହେଉ……………………..

  • ୪. ଚିତ୍ତରଞ୍ଜନ |  ନଭେମ୍ବର୍ ୧୫, ୨୦୧୧ - ୩:୨୮ ଅପରାହ୍ନ

    ଲୋମ ଟାଙ୍କୁରି ଗଲା ମୋର ……. !!!!
    ମୋର ଆଶା ଆହୁରି ଭଲ ଲେଖା ପଢିବାକୁ ମିଳିବ……

  • ୫. ରାଜେନ୍ଦ୍ର |  ଜାନୁଆରୀ ୨୭, ୨୦୧୨ - ୧୨:୫୨ ପୂର୍ବାହ୍ନ

    ବହୁତ ସୁନ୍ଦର ହୋଇଛି
    ଧନ୍ୟବଦ

  • ୬. Ajit kumar Bhoi |  ଫେବୃଆରୀ ୧୩, ୨୦୧୨ - ୧୨:୫୩ ପୂର୍ବାହ୍ନ

    ବହୁତ୍ ବଢିଆ ଲଗଲା……….ଧନ୍ୟବାଦ୍

  • ୭. ପ୍ରଭାକର ମହାରଣା, ନନ୍ଦପୁର, କୋରାପୁଟ |  ଅଗଷ୍ଟ୍ ୧୫, ୨୦୧୨ - ୧୦:୫୧ ପୂର୍ବାହ୍ନ

    ଗାଁ-ବିଷୟରେ ରଚନା -ବହୁତ ସୁନ୍ଦର ହୋଇଛି | ବେଶ୍ ମର୍ମସ୍ପର୍ଶୀ….ବହୁତ୍ ବଢିଆ ଲାଗିଲା……….ଧନ୍ୟବାଦ୍

  • ୮. ଦୁଷ୍ମନ୍ତ କୁମାର ଜେନା, ଓଡିଶା |  ଜାନୁଆରୀ ୪, ୨୦୧୩ - ୧୦:୧୧ ପୂର୍ବାହ୍ନ

    ଲେଖାଟି ସୁନ୍ଦର ଦିଶୁଛି ୤
    ଦମ୍ କମ୍ ଅଛି୤
    ବିରୋଧାଭାସ ଅଛି୤
    ସମାଧାନ ନଥାଇ, ବାହାରୁ ଦେଖୁଛି୤
    ମଲା ଗାଁ ଆଗରୁ ନଥିଲା, ହସ, ସୁଖ, ଶାନ୍ତି ଗାଁ ର ଶବ୍ଦ୤
    ସହର ରୁ ଅଇଁଠା ମାଡିଚାଲିଛି୤

  • ୯. ରାଜ କିଶୋର ମହାପାତ୍ର, ପୁରୀ |  ମେ ୨୫, ୨୦୧୩ - ୨:୧୬ ପୂର୍ବାହ୍ନ

    ଚମତ୍କାର, ଅନୁରୋଧ ଲେଖକ ପରିଚୟ ସଂଯୋଗ କରନ୍ତୁ ୤

  • ୧୦. ମନୋଜ କୁମାର କିଷାନ, ରେଙ୍ଗାଲି , ସମ୍ବଲପୁର , ଓଡିଶା  |  ଜୁନ୍ ୨୧, ୨୦୧୩ - ୯:୨୦ ପୂର୍ବାହ୍ନ

    ମନ କୁ ଛୁଇଁ ନେଲା । ଧନ୍ୟବାଦ!

  • ୧୧. ରଶ୍ମି ରଞ୍ଜନ ପରିଡା |  ମାର୍ଚ୍ଚ୍ ୨୬, ୨୦୧୪ - ୧:୩୨ ଅପରାହ୍ନ

    ହୋଇପଅରେ ନିରଅଟ ସତ୍ୟ, କିନ୍ତୁ…

  • ୧୨. ajay sahoo |  ଜୁଲାଇ ୧୮, ୨୦୧୪ - ୯:୫୨ ପୂର୍ବାହ୍ନ

    thank you sar gaon katha sabu mane padigala.

  • ୧୩. Sandeep, New Delhi |  ଅକ୍ଟୋବର୍ ୧୫, ୨୦୧୪ - ୬:୨୪ ପୂର୍ବାହ୍ନ

    Bahut sundara….. feel like heaven

  • ୧୪. Desraj kumar sahoo, Jajpur road,odisha |  ଜୁନ୍ ୧୬, ୨୦୧୫ - ୧:୧୭ ଅପରାହ୍ନ

    ଭାରି ଭଲ ଲାଗିଲା ।

  • ୧୫. Balaram Dash, Harrow |  ଡିସେମ୍ବର୍ ୧୩, ୨୦୧୫ - ୩:୩୧ ପୂର୍ବାହ୍ନ

    taking me back to my childhood-thank you.

  • ୧୬. ବିକାଶ ମାଝୀ, ଭଦ୍ରକ,ଓଡିଶା |  ଅଗଷ୍ଟ୍ ୬, ୨୦୧୭ - ୧:୨୯ ପୂର୍ବାହ୍ନ

    ମୋ ଅନ୍ତର୍ଆତ୍ମା କୁ ଛୁଇଁଗଲା ।
    ଆଗକୁ ଆହୁରି ଲେଖନ୍ତୁ ।

    ଧନ୍ୟବାଦ

  • ୧୭. ସତାଦିପନ ଖୁଣ୍ଟିଆ, ଜାଜପୁର,ଚଣ୍ଡିଖୋଲ। |  ମେ ୧୦, ୨୦୧୮ - ୧:୧୫ ପୂର୍ବାହ୍ନ

    ଭଲ ଲାଗିଲା।ଆଉ କିଛି ଲେଖା ଆଗକୁ ଲେଖନ୍ତୁ ।। ସାଇରାମ।।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤