ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ଏତେ ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ
-ଉତ୍କଳ ଗୌରବ ମଧୁସୂଦନ ଦାସ
ପ୍ରଫୁଲ୍ଲ କୁମାର ତ୍ରିପାଠୀଗାଁ ବୋଇଲେ ସେଇ ଆମ୍ବତୋଟା, ସେଇ ଭଙ୍ଗାଫଟା ପୁଆଳ ଛାଦନକରା ଘର, ଗଦା ଗଦା ମାଟି, ଅନେକ ଢିପ, ଆହୁରି ଅନେକ ଖାଲ, ଶାଗୁଆ ପାଣିର ଗୋଟିଏ ପୋଖରୀ ଆଉ ଧୂଳି ରାସ୍ତା ଆବର୍ଜନା, ଗୋବର-କୁଟା, କାଦୁଅ ଧେତ୍ ! ଚମପିନ୍ଧା କଙ୍କାଳର ଦଳ କିଏ ପିଣ୍ଡାରେ ବସି କାଶୁଛି ତ କିଏ ପର୍ଚ୍ଛିରେ ଗୋଟିଏ ଛିଣ୍ଡା ବୁନ୍ଧୁଆ ଗୁନ୍ଥା ଖଟରେ ଶୋଇ କୁନ୍ଥଉଚି, କୁହୁରୁଚି
କେହି କହିପାରିବେ ନାଇଁ ଆଜି କି ବାର, ଆଜି କେତେ ତାରିଖ
ଖାଇବା ପାଇଁ ଯାହାର ଲଙ୍କା ଲୁଣ ତେନ୍ତୁଳି ଟିକିଏ ବି ଅଭାବ, ପିନ୍ଧିବା ପାଇଁ ଲେଙ୍କଡ଼ା ଖଣ୍ଡେ ବି ନାହିଁ, ଯାହାକୁ ଘୋଡ଼ାଇହେଲେ ଦୃଶ୍ୟ ହୁଏ ସେମାନଙ୍କର ସବୁ ଗୋପନୀୟ ଅଙ୍ଗ ଓ ଅବୟବ…ସୃଜନର ଯନ୍ତ୍ରମାନ…ଖଣ୍ଡ ଖଣ୍ଡ ମେଞ୍ଚା ମେଞ୍ଚା ମାଂସ, ତାରି ଭିତରର ଶିରା ପ୍ରଶିରାରେ ରକ୍ତର ଲଗାମହୀନ ଦୌଡ଼ ନାହିଁ
କେହି କହିପାରିବେ ନାହିଁ, ଭାରତବର୍ଷ କେବେ ସ୍ବାଧୀନ ହେଲା
ସେମାନଙ୍କର ଜୀବନ ସରଳ, ନିରାଡ଼ମ୍ବର ହେ ବ୍ୟବସ୍ଥାପକମାନେ ! ତୁମର ଚଶମା-କାଚରେ ସେ ବଳ କାହିଁ ଯେ ତୁମେ ସେମାନଙ୍କର ଅସଲ ଚେହେରା ଦେଖିପାରିବ ? ତୁମେ ତାଙ୍କର ଭାଗବତ ଟୁଙ୍ଗୀ, ପଦ୍ମପୋଖରୀ ଓ ମନ୍ଦମଳୟ ପ୍ରବାହିତ ଆମ୍ବ ବୁରେଇ କଥା କହି କହି ବାହାର ଲୋକଙ୍କୁ ଭଣ୍ଡାଇଛ ଯାହା ବାସ୍ତବ ତାକୁ ଲଙ୍ଗଳା କରି ପ୍ରକାଶ କରିବାକୁ ଡର ତେଣୁ ନିଜ କାନ୍ଧରୁ ଦାୟିତ୍ବର ବୋଝ ନେଇ ଅନ୍ୟର କାନ୍ଧ ଉପରେ ଲଦି ଦେଇ, ଗୋଟିଏ ରୋମାଣ୍ଟିକ୍ ଭାଷା ବିନ୍ୟାସରେ ନୁଖୁରା କଥାକୁ ସାଳଙ୍କୃତ କରି ତୁମେମାନେ କହୁଚ ଯେ ସେମାନେ ନିଷ୍କପଟ, ସରଳ, ସାଧୁ, ନିରାଡ଼ମ୍ବର, ଧର୍ମପରାୟଣ !
କେହି କହିପାରିବେ ନାହିଁ ରାଜଧାନୀ କେଉଁଠି ଓ ସେଠି ଯାଇ ପହଁଞ୍ଚିବାକୁ କେତେ ସମୟ ଦରକାର
ଲାଜ ନାହିଁ ତୁମ ମୁହଁରେ ? ଦିନ ଦିନ ଧରି ଯୁକ୍ତି କରୁଛ ଯେ ସେମାନେ ମରୁଛନ୍ତି କିପରି… ଅନାହାର ନା ଅଳ୍ପାହାର ?
ତୁମଦ୍ବାରା ନିଯୁକ୍ତ, ପ୍ରତିପାଳିତ ଓ ପ୍ରମୋଶନ-ପ୍ରତ୍ୟାଶୀ ଡାକ୍ତର କ’ଣ ଏଇ ସାମାନ୍ୟ ଟିକିଏ କଥା ବି ଜାଣିନାହିଁ ଯେ, ଭୋକ ମଧ୍ୟ ଗୋଟିଏ ରୋଗ ଓ ଦାରିଦ୍ର୍ଯ ମଧ୍ୟ ଏକ ବ୍ୟାଧି ?
ସେମାନେ ମରନ୍ତି-ଝାଡ଼ାବାନ୍ତି/ଖଇଫୁଟା ତାତି/ଜର/କାଶ/ବାତ ଚିକିତ୍ସା ଶାସ୍ତ୍ର ବୋଇଲେ ଯେ ଜମାରୁ କିଛି ବୁଝେନା, ସେ ଏଇ ସବୁ କାରଣ ଦିଏ, ନହେଲେ ଉପରକୁ ହାତ ଦେଖାଇଦିଏ ହେଲେ ମୁଁ ଜାଣେ ଓ ତୁମେମାନେ ବି ଜାଣ ଯେ, ସେମାନେ ଟ୍ୟୁବରକ୍ୟୁଲୋସିସ୍, ପେପ୍ଟିକ୍ ଅଲ୍ସର୍, ପାରାଲିସିସ୍, ସେରିବ୍ରାଲ୍ ଇନ୍ଫେକ୍ସନ୍, କ୍ୟାନସର୍ ଓ ଟ୍ୟୁମର… ଏ ସବୁ ସହ ଲଢ଼ି ଲଢ଼ି ମରନ୍ତି
କେହି କହିପାରିବେ ନାହିଁ, ଭାରତକୁ କିଏ ମନେରଖିଚି ବନ୍ଧୁଗଣ ! ବ୍ୟବସ୍ଥାପକମାନେ ସରକାରୀ କର୍ମଚାରୀମାନଙ୍କର ଗୋଲାମ ହୋଇ ଓ ସରକାରୀ କର୍ମଚାରୀମାନେ ବ୍ୟବସ୍ଥାପକ, ମନ୍ତ୍ରୀ ଓ ବ୍ୟବସାୟୀମାନଙ୍କର ଗୋଲାମ ହୋଇ ସବୁ ପାଶୋରି ଦେଇଛନ୍ତି, ଭୁଲିଯାଇଛନ୍ତି
ମୋ ଗାଁର ଲୋକମାନେ ଆପତ୍ତି, ଅଭିଯୋଗ ଓ ପ୍ରତିବାଦ କିପରି କରିବାକୁ ହୁଏ ଜାଣନ୍ତି ନାହିଁ ଚରମପତ୍ର ଓ ଧର୍ମଘଟ ନୋଟିସ କେଉଁ ଭାଷାରେ ଲେଖିବାକୁ ହୁଏ ଜାଣନ୍ତି ନାହିଁ ମୋ ଗାଁରେ ଗତ ପଚାଶ କି ଶହେ ଦୁଇଶହ ବର୍ଷ ମଧ୍ୟରେ ଗୋଟିଏ ବି ଶୋଭାଯାତ୍ରା ବାହାରିନାହିଁ କେହି କେବେ ଦିନେ ପ୍ଳାକାର୍ଡ଼ ଧରି ସ୍ଳୋଗାନ୍ ଦେଇନାହିଁ, କି କାନ୍ଥବାଡ଼ରେ ପୋଷ୍ଟର ମାରିନାହିଁ, ବିକ୍ଷୋଭ ପ୍ରଦର୍ଶନ କରିନାହିଁ, ଧାରଣା ଦେଇନାହିଁ
ହଁ, ମାସକୁ ଦୁଇ ଚାରିଟା କିମ୍ବା ସମୟ ପଡ଼ିଲେ ଆଠ ଦଶଟା ଶବଯାତ୍ରା ବାହାରେ ତାଙ୍କ ପାଖରେ କୋକେଇ ସଜାଇବାକୁ ଫୁଲ ନାହିଁ କି କଦଳୀଗଛ ନାହିଁ ରାସ୍ତାରେ ବିଞ୍ଛିବାକୁ ଖଇ ନାହିଁ କି ତମ୍ବା ପଇସା ନାହିଁ ବେଳେବେଳେ ଜାଳିବାକୁ କାଠ ବି ନାହିଁ ମୁଁ ଶବଯାତ୍ରାରେ ବାରମ୍ବାର ସାମିଲ ହେଉଛି ଖଟ ବୋହି ବୋହି ମୋର କାନ୍ଧରେ ବିଣ୍ଡି, ଚାଲି ଚାଲି ପାଦରେ ଫୋଟକା ତଥାପି ମୋର କ୍ଳାନ୍ତି ନାହିଁ
ମୁଁ ତୁମକୁ କିଛି ମାଗୁ ନାହିଁ ଅଳି ଅର୍ଦ୍ଦଳି କରୁନାହିଁ ଧମକ ଦେଉନାହିଁ କି ଘେରାଉ କରୁନାହିଁ କ୍ଷୁଧାହିଁ ମୋର ପ୍ରସାଦ ଶରୀରରେ ଘା’ ଓ ଗୋଦର ମୋର ଆଭୂଷଣ ଡର ନାହିଁ ଏମିତି ଶଙ୍କି ଯାଅ ନାହିଁ ମୁଁ କେବଳ ମୋ ଗାଁ ବିଷୟରେ ଗୋଟିଏ ରଚନା ଲେଖୁଚି ନୂଆକରି ଥରେ ପରୀକ୍ଷା ଦେଉଛି
ସ୍କୁଲରେ ପଢ଼ିଲାବେଳେ ଏଭଳି ଏକ ରଚନା ଲେଖିବାକୁ କହିଥିଲେ ଆମର ସାହିତ୍ୟ-ମାଷ୍ଟ୍ରେ ମୁଁ ଲେଖିଥିଲି-ଭାରତ ଏକ ଗ୍ରାମବହୁଳ ଦେଶ ଭାରତର ଅସଂଖ୍ୟ ଗ୍ରାମ ମଧ୍ୟରୁ ଆମର ଗ୍ରାମ ଅନ୍ୟତମ ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଗଦପି ଗରୀୟସି ମୋର ଗାଁ ମୋର ମା’ ତୁଲ୍ୟ ଆମ୍ଭ ଗ୍ରାମର ପାଞ୍ଚଶହ ଆବାଳବୃଦ୍ଧ-ବନିତା ବାସ କରନ୍ତି ଆମ୍ଭ ଗ୍ରାମର ଚତୁର୍ଦ୍ଦିଗରେ ଶସ୍ୟଶ୍ୟାମଳା କୃଷିକ୍ଷେତ୍ର ବିରାଜିତ ଆମ୍ଭ ଗ୍ରାମ ପାର୍ଶ୍ବରେ କୁଳୁକୁଳୁ ନାଦ କରି ଏକ ତଟନୀ (ମିଛ କଥା, ସେଇଟା ଗୋଟେ ନାଳ, ସବୁଦିନେ ଶୁଖିଲା) ପ୍ରବାହିତା ଆମ ଗ୍ରାମର ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ ହୋଇ ଜୀବନଯାପନ କରନ୍ତି ଆମ୍ଭ ଗ୍ରାମରେ ଗୋଟିଏ ବିଦ୍ୟାଳୟ ଗୃହ, ଗୋଟିଏ ଡାକଘର, ଗୋଟିଏ ଅବସର ବିନୋଦନ କେନ୍ଦ୍ର…
ମତାମତ ସଂଖ୍ୟା - ୬ ଆପଣଙ୍କ ମତାମତ ?
୧. pradip | ନଭେମ୍ବର୍ ୧୧, ୨୦୧୧ - ୪:୨୦ ଅପରାହ୍ନ
Lekhati mora antarar aatmmaku chhuin gala,eha bahuta ucchakotir lekha .Ehi lekhati mo gnar chitrapattaku mo aakhi agare thoi deuchhi.Mote bahuta bhala lagila.
THANK YOU Mr.Prafulla kumar
୨. ସୁରେନ୍ଦ୍ର କୁମର ମିସ୍ର | ନଭେମ୍ବର୍ ୧୨, ୨୦୧୧ - ୧୦:୧୫ ଅପରାହ୍ନ
ବହୁତ ସୁନ୍ଦର ହୋଇହ୍ଚି
୩. ସୁରେନ୍ଦ୍ର କୁମର ମିସ୍ର | ନଭେମ୍ବର୍ ୧୨, ୨୦୧୧ - ୧୦:୨୩ ଅପରାହ୍ନ
ଆଗକୁ ଆହୁରି ସୁନ୍ଦର ହେଉ……………………..
୪. ଚିତ୍ତରଞ୍ଜନ | ନଭେମ୍ବର୍ ୧୫, ୨୦୧୧ - ୩:୨୮ ଅପରାହ୍ନ
ଲୋମ ଟାଙ୍କୁରି ଗଲା ମୋର ……. !!!!
ମୋର ଆଶା ଆହୁରି ଭଲ ଲେଖା ପଢିବାକୁ ମିଳିବ……
୫. ରାଜେନ୍ଦ୍ର | ଜାନୁଆରୀ ୨୭, ୨୦୧୨ - ୧୨:୫୨ ପୂର୍ବାହ୍ନ
ବହୁତ ସୁନ୍ଦର ହୋଇଛି
ଧନ୍ୟବଦ
୬. Ajit kumar Bhoi | ଫେବୃଆରୀ ୧୩, ୨୦୧୨ - ୧୨:୫୩ ପୂର୍ବାହ୍ନ
ବହୁତ୍ ବଢିଆ ଲଗଲା……….ଧନ୍ୟବାଦ୍