ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଅମରେନ୍ଦ୍ର ଖଟୁଆ
ଭଗବତୀ ଚରଣ ପାଣିଗ୍ରାହୀ
ଦୟାନିଧି ମିଶ୍ର
ବରେନ୍ଦ୍ର କୃଷ୍ଣ ଧଳ
ଗଣେଶ୍ୱର ମିଶ୍ର
ରବି ଶତପଥୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଏକାଦଶ ଅବତାରରେ କମ୍ପ୍ୟୁଟର
  ବିଜୟ ଚନ୍ଦ୍ର ମହାପାତ୍ର, ମୁକୁନ୍ଦପ୍ରସାଦ, ଖୋର୍ଦ୍ଧା
 
 
ତା: ମେ ୧୨, ୨୦୧୧  
ମୂଳ ପୃଷ୍ଠାପ୍ରବନ୍ଧ
 

ପୃଥିବୀ ପୃଷ୍ଠରେ ଧର୍ମ ଓ ବିଜ୍ଞାନ ମଧ୍ୟରେ ସଦାସର୍ବଦା ଦ୍ବନ୍ଦ୍ବ ରହିଆସିଛି୤ ମାତ୍ର କିଛି ବିଜ୍ଞାନୀ ଅଛନ୍ତି ଯେଉଁମାନେ ଖୁବ୍‌ ଧାର୍ମିକ୤ ସେମିତି କେତେକ ଧର୍ମବିଶ୍ବାସୀ ବ୍ୟକ୍ତି ମଧ୍ୟ ବିଜ୍ଞାନକୁ ଏକ ଭିନ୍ନ ଦୃଷ୍ଟିରେ ଦେଖନ୍ତି ଏବଂ ଆଧୁନିକ ବିଜ୍ଞାନର ପ୍ରତ୍ୟେକଟି ସଫଳତାକୁ ସ୍ବୀକାର କରନ୍ତି୤ ସମ୍ପ୍ରତି, କମ୍ପ୍ୟୁଟରଠାରୁ ଆରମ୍ଭ କରି ଜୀବଜଗତର କଲମୀକରଣ ପର୍ଯ୍ୟନ୍ତ, ଆମେ ଯେଉଁଭଳି ଭାବେ ବିଜ୍ଞାନ କ୍ଷେତ୍ରରେ ସଫଳତା ହାସଲ କରିଚାଲିଛୁ, ସେ ସବୁର ଚମତ୍କାରିତା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି୤ ତେବେ ଧାର୍ମିକ ବିଶ୍ବାସ ନେଇ ଏ ସବୁକୁ ଦେଖିଲେ ଆମେ କ’ଣ କହିବା ? ଏକ ପ୍ରତି ନିବେଦନ୤

ଶ୍ରୀମଦ୍‌ ଭଗବତ୍‌ଗୀତାର ଜ୍ଞାନଯୋଗରେ ଥିବା ସପ୍ତମ ଅଷ୍ଟମ ପରିଚ୍ଛେଦରେ ଭଗବାନ ଶ୍ରୀକୃଷ୍ଣ ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ମହାଭାରତ ଯୁଦ୍ଧ କ୍ଷେତ୍ରରେ ବୁଝାଉଛନ୍ତି –

“ୟଦା ୟଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ,
ଅଭ୍ୟୁତ୍‌ଥାନମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ୍‌୤
ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାମ୍‌,
ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ୤”

ଅର୍ଥାତ୍‌ ସତ୍ୟଧର୍ମ ବିନାଶ ହେଲେ ଅଧର୍ମ ବଢ଼ିଲେ ମୁଁ ଧର୍ମ ରକ୍ଷା ଅର୍ଥେ ସଂସାରକୁ ଆସେ୤ ମୋର ଜାତି ଅଜାତି, ବ୍ରାହ୍ମଣ, ଚଣ୍ଡାଳ ଭେଦଭାବ କିଛି ନାହିଁ୤ ସମସ୍ତେ ମୋର ସମାନ୤ ମୋର ଶକ୍ତି ବଳରେ ଅଧର୍ମ ବିନାଶ ହୋଇ ଧର୍ମଭାବ ପୃଥିବୀରେ ଜାତ ହୁଏ୤
ଆତତାୟୀ, ଗର୍ବୀ, ଖଳ, କୁଟିଳ, ସଂସାରର ଅମଙ୍ଗଳକାରୀ ପାପୀମାନଙ୍କୁ ବିନାଶ କରି ସାଧୁଙ୍କୁ ରକ୍ଷା କରିବାକୁ ମୋହର ଚିତ୍‌ଶକ୍ତି ବଳରେ ମୁଁ ସଂସାରକୁ ଆସେ୤ ଏଠାରେ ସାଧୁମାନଙ୍କୁ ରକ୍ଷାକରି ଏବଂ ପାପୀମାନଙ୍କୁ ବିନାଶ କରି ପୁନର୍ବାର ଧର୍ମ ସ୍ଥାପନ କରେ୤

ଯୁଗେ ଯୁଗେ ଭଗବାନ ବିଭିନ୍ନ ରୂପ ଓ ଅବତାରରେ ଏ ଧରା ପୃଷ୍ଠକୁ ଓହ୍ଲାଇଆସିଛନ୍ତି୤ ଏଠାରୁ ଦୁଃଖ, କ୍ଲେଶ, ପାପ, ଭୟ ଓ ନିର୍ଯ୍ୟାତନାର ବିନାଶ କରିବା ପାଇଁ୤ ଭଗବାନଙ୍କ ଦଶଟି ଅବତାର ଯଥା- ମତ୍ସ୍ୟ, କଚ୍ଛପ, ବରାହ, ନୃସିଂହ, ବାମନ, ପର୍ଶୁରାମ, ରାମ, ବଳରାମ, ବୁଦ୍ଧ ଓ କଳ୍‌କି ଉପାଖ୍ୟାନ ଆମେ ଜାଣୁ୤ ବିଭିନ୍ନ ସମୟରେ ଭଗବାନ ଏହି ସବୁ ଅବତାର ଗ୍ରହଣ କରି ଏ ମର୍ତ୍ତ୍ୟଧାମକୁ ପାପଭାରରୁ ମୁକ୍ତ କରିଥିଲେ୤ ଏସବୁ ଆମର ଧର୍ମ ବିଶ୍ବାସ କଥା୤ ଆଧୁନିକ ବିଜ୍ଞାନ ଏ ସବୁକୁ ସହଜରେ ଗ୍ରହଣ କରିପାରେନାହିଁ୤ ତେବେ ବିଜ୍ଞାନ ଯେଭଳି ଭାବେ ପ୍ରଗତି ପଥେ ଆଗେଇଚାଲିଛି, ସେଥିରେ ନାନା ପ୍ରକାର ଚମତ୍କାର ଦେଖିବାକୁ ମିଳୁଛି୤ ଆମ୍ବ, ଲେମ୍ବୁ, କଲମୀ ଭଳି ମେଣ୍ଢା, ମାଙ୍କଡ଼, ମୂଷା ଆଦି ପ୍ରାଣୀମାନଙ୍କର କଲମୀ କରି ଦେଖାଇଦେବା ପରେ ବର୍ତ୍ତମାନ ବିଭିନ୍ନ ପ୍ରାଣୀ ଓ ମନୁଷ୍ୟ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର କଲମୀ କରିବା କଥା ଶୁଣାଗଲାଣି୤ ତେଣୁ ଉନ୍ନତ କଲମୀ ଦ୍ବାରା ମତ୍ସ୍ୟ, କଚ୍ଛପ, ବରାହ, ନୃସିଂହ ଆଦି ଅବତାରର ମନୁଷ୍ୟ ଜନ୍ମ ଗ୍ରହଣ କରିବା କିଛି ଅସମ୍ଭବ ନୁହେଁ୤

ବିଜ୍ଞାନକୁ ଉପଯୋଗ କରି ମନୁଷ୍ୟ ବର୍ତ୍ତମାନ ଅନେକ ସୁଖ, ସୁବିଧା ଓ ସ୍ବାଛନ୍ଦ୍ୟ ଜୀବନ ହାସଲ କରିପାରୁଥିବା ସହିତ ଅନେକ ସମସ୍ୟା ମଧ୍ୟକୁ ଟାଣିହୋଇଯାଇଛି୤ ପ୍ରଗତିର ଶୀର୍ଷ ସ୍ଥାନରେ ପହଞ୍ଚି ସୁଦ୍ଧା ମନୁଷ୍ୟ ଦୁର୍ଗତିର, ଧ୍ବଂସର କରାଳଛାୟା ଦେଖି ଶଙ୍କିତ ହୋଇପଡୁଛି୤ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ହେତୁ ଦେଶ ଦେଶ ମଧ୍ୟରେ ଯୁଦ୍ଧ ଭୟ, ପରିବେଶ ଦୂଷିତକରଣ, ଜନସଂଖ୍ୟା ବିସ୍ଫୋରଣ ଇତ୍ୟାଦି ସମସ୍ୟାର ଭାରରେ ପୃଥିବୀ ବର୍ତ୍ତମାନ ଭାରାକ୍ରାନ୍ତ୤ ଏ ସବୁ ସମସ୍ୟାକୁ ମନୁଷ୍ୟ ହିଁ ସୃଷ୍ଟି କରୁଛି୤ କେତେଜଣଙ୍କର ଚିନ୍ତାଶୂନ୍ୟ, ଜିଦ୍‌ଖୋର ମନୋଭାବରୁ ହିଁ ଏସବୁ ସମସ୍ୟାର ସୃଷ୍ଟି୤

ବିଜ୍ଞାନ ପ୍ରଗତିର ସଦ୍ୟତମ ନମୁନାଭାବେ କମ୍ପ୍ୟୁଟରକୁ ଗ୍ରହଣ କରାଯାଇପାରେ୤ ସାଧାରଣ ଅର୍ଥରେ କମ୍ପ୍ୟୁଟର ହେଉଛି ଗଣନା କରି ବିଶ୍ଲେଷଣ କରିପାରୁଥିବା ଏକ ଯନ୍ତ୍ର୤ କେତେକ କ୍ଷେତ୍ରରେ ଏହାକୁ ରୋବଟ୍ ବା ଯନ୍ତ୍ରମଣିଷ ମଧ୍ୟ କୁହାଯାଉଛି୤ ଚନ୍ଦ୍ର ପୃଷ୍ଠକୁ ମହାକାଶଯାନ ବା ଆପୋଲୋ ଯାନରେ ମଣିଷ କିମ୍ବା ମଙ୍ଗଳ ଗ୍ରହକୁ ‘ପାଥ୍‌ଫାଇଣ୍ଡର୍‌’ ଭଳି ମହାକାଶଯାନ ପଠାଇ ଗବେଷଣା କରିବା ପଛରେ ଯେଉଁ ସୂକ୍ଷ୍ମ ଗଣନା ଓ ବିଶ୍ଲେଷଣର ଆବଶ୍ୟକତା ରହିଛି, ତାହା ବୈଜ୍ଞାନିକଙ୍କ ମଣିଷ ମସ୍ତିଷ୍କ ପକ୍ଷେ କରିପାରିବା ସମ୍ଭବ ହୋଇ ନ ଥାନ୍ତା୤ ଏଥିପାଇଁ କମ୍ପ୍ୟୁଟରର ସାହାଯ୍ୟ ନିଆଯାଏ୤ ଆଜି ଚିନ୍ତା କରାଯାଉଛି, ବ୍ୟାପକ କ୍ଷେତ୍ର ଓ ପରିସର ବିଶିଷ୍ଟ କମ୍ପ୍ୟୁଟରକୁ କିଭଳି ଭାବେ ଅଧିକ ଉପଯୋଗ କରାଯାଇପାରିବ୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ବିଜୟ ଚନ୍ଦ୍ର ମହାପାତ୍ର, ମୁକୁନ୍ଦପ୍ରସାଦ, ଖୋର୍ଦ୍ଧା
author photo
ଖୋର୍ଦ୍ଧା ଜିଲ୍ଲାର ଛତ୍ରପଡ଼ାଠାରେ ୧୯୫୭ ମସିହାରେ ଜନ୍ମିତ ଲେଖକ ବିଜୟ ଚନ୍ଦ୍ର ମହାପାତ୍ର ମୂଳତଃ ବ୍ୟଙ୍ଗ ରଚନାରୁ ନିଜର ସାହିତ୍ୟିକ ଜୀବନ ଆରମ୍ଭ କରିଥିଲେ ହେଁ ପରବର୍ତ୍ତୀ ସମୟରେ ବିଜ୍ଞାନ ସମ୍ପର୍କିତ ପ୍ରବନ୍ଧ ରଚନାରେ ମନୋନିବେଶ କରି ପ୍ରତିଷ୍ଠିତ୤ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଶିକ୍ଷା ମହାବିଦ୍ୟାଳୟରୁ ବିଜ୍ଞାନ ଓ ଶିକ୍ଷାରେ ସ୍ନାତକ ସହିତ ଇତିହାସରେ ସ୍ନାତକୋତ୍ତର ପରେ ଶିକ୍ଷକତା କରିଆସୁଥିବା ଶ୍ରୀ ମହାପାତ୍ରଙ୍କର ପ୍ରବନ୍ଧ ସଂକଳନ 'ବିଜ୍ଞାନର ଝଲକ' ଏକ ଉଲ୍ଲେଖନୀୟ କୃତି୤ ବିଭିନ୍ନ ସଂଗଠନ ପକ୍ଷରୁ ସଂବର୍ଧିତ ହେବା ସହିତ 'ବିଜ୍ଞାନାଲୋକ', 'ବିଜ୍ଞାନ ପ୍ରଭା', 'ଆଲୋକ', 'କମ୍ପ୍ୟୁଟର ଓ ବିଜ୍ଞାନ', 'ଆମରି ସତ୍ୟ' ପ୍ରଭୃତି ଅଗ୍ରଣୀ ବିଜ୍ଞାନ ପତ୍ରିକାରେ ତାଙ୍କର ପ୍ରବନ୍ଧ ନିୟମିତ ପ୍ରକାଶିତ ଓ ଆଦୃତ୤
 

ମତାମତ ସଂଖ୍ୟା - ୪ ଆପଣଙ୍କ ମତାମତ ?

  • ୧. Ramakant Sahu |  ମେ ୧୩, ୨୦୧୧ - ୯:୫୫ ପୂର୍ବାହ୍ନ

    “କେଶବ ! ଧୃତ ‘କମ୍ପ୍ୟୁଟର ରୂପ’ ଜୟ ଜଗଦୀଶ ହରେ୤”
    Many thanks.Oriya masterpiece

  • ୨. ପ୍ରଦ୍ୟୁମ୍ନ କୁମାର ଦାଶ |  ଜୁଲାଇ ୫, ୨୦୧୧ - ୬:୦୫ ପୂର୍ବାହ୍ନ

    କିଏ କହେ ଗପ ତ କିଏ କହେ ପ୍ରବନ୍ଧ,ଆଉ ମଧ୍ୟ କେତକ କୁହନ୍ତି ବ୍ୟଙ୍ଗ ସାହିତ୍ୟ….
    କିନ୍ତୁ ଏହା ପ୍ରକୃତ ରେ ସତ୍ୟ,
    ଏକାଦଶ ଅବତାର ହି କମ୍ପୁଟର୍

  • ୩. ତ୍ରିଲୋଚନ ଦାଶ |  ଜୁଲାଇ ୨୬, ୨୦୧୧ - ୨:୪୮ ଅପରାହ୍ନ

    ବର୍ତମାନ ତ Computer ର ଯୁଗ କିନ୍ତୁ ଏହାମଧ୍ୟ ସତ୍ୟ ଯେ ଭଗବାନ ସର୍ବଦା Super Computer ରହିଆସିଥିଲେ ରହିଆସିଛନ୍ତି ଓ ଭବିଷ୍ୟତ ରେ ମଧ୍ୟ ରହିବେ ୤ ଭଗବାନ ଙ୍କୁ ବୁଝିବା ତ ମନୁଷ୍ୟ କୁ ସମ୍ଭବ ହୋଇ ନାହିଁ, ତେବେ ମନୁଷ୍ୟ ତିଆରି ଯନ୍ତ୍ର ତାଙ୍କୁ ବୁଝିବ ବା କିପରି ୤ ଯୁଗ ଯେତେ ବଦଳୁନା କାହିଁକି କିନ୍ତୁ ବିବର୍ତ୍ତନବାଦ ନିୟମ ଅନୁସାରେ ପ୍ରତୈକ ମଣିଷ କୁ ଯୁଗ ଅନୁଶାରେ ତାଳ ଦେଇ ଚାଲିବାକୁ ପଡିବ, ନହେଲେ ଝୁଣ୍ଟିବା ହିଁ ସାର ହେବ ୤

  • ୪. ଶ୍ରୀକାନ୍ତ ତ୍ରିପାଠୀ, ସ୍ବାମପାଟଣା, କେନ୍ଦୁଝର, ଓ଼ଡିଶା |  ଅକ୍ଟୋବର୍ ୧୬, ୨୦୧୧ - ୪:୩୧ ପୂର୍ବାହ୍ନ

    ବିଜୟ ବାବୁ ଆପଣ କଂପ୍ୟୁଟର କୁ ଭଗବାନଙ୍କ ସହିତ ତୁଳନା କେମିତି କରୁଛନ୍ତି ୤ ଆଉ ଥରେ ଚିନ୍ତା କରନ୍ତୁ ୤ ସିଏ ଯେମିତି ଚିନ୍ତା କରୁଛନ୍ତି , ସେମିତି କିଛି ହେବାର ନାହିଁ , କଂପ୍ଯୁଟର କିମ୍ବା ରସାୟନିକ ପଦାର୍ଥ ଦ୍ବାରା ଚମତ୍କାର ହୋବାର ମଧ୍ୟ ନାହିଁ ୤ ସତ କହିବାକୁ ଗଲେ ଏବେକାର ସମାଜ, ମଣିଷ ନିଜକୁ ବେଶି ଅସହାୟ, ଅବହେଳିତ, ବିପଦପୂର୍ଣ୍ଣ ମନେ କରୁଛି ୤

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤