ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୪୭

ଲେଖକ ଓ ଲେଖିକା

ଅକ୍ଷୟ ମହାନ୍ତି
ତ୍ରିନାଥ ସିଂହ
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
ମହାପାତ୍ର ନୀଳମଣି ସାହୁ
ଜୟନ୍ତ ମହାପାତ୍ର
ଶାରଦା ପ୍ରସାଦ ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଚିତ୍ର ପ୍ରତିମା ପ୍ରାୟ ଦିଶୁ ସୁନ୍ଦର…
 |- ଶ୍ୟାମସୁନ୍ଦର ଅଗ୍ରୱାଲା
 
 
ତା: ମାର୍ଚ୍ଚ୍ ୨୭, ୨୦୧୨  
ମୂଳ ପୃଷ୍ଠାପ୍ରବନ୍ଧ
 

ରାସ୍ତା ଉପରେ ବୁଢ଼ାବୁଢ଼ୀ ଦୁଇଜଣ ଯାଉଥିଲେ୤ ଅଚାନକ ବୁଢ଼ୀଟି ଝୁଣ୍ଟିପଡ଼ି ପାଖରେ ଥିବା ନଳା ଭିତରେ ପଡ଼ିଗଲା୤ ଦୁର୍ବଳ ବୁଢ଼ାଟି ବୁଢ଼ୀକୁ ଉଦ୍ଧାର କରିବାକୁ ବହୁତ ଚେଷ୍ଟା କଲା, କିନ୍ତୁ ପାରିଲା ନାହିଁ୤ ରାସ୍ତା ଉପରେ ଗାଡ଼ିମଟର ସବୁ ସାଇଁ ସାଇଁ ଚାଲିଛି୤ ବୁଢ଼ାଟା ଛିଡ଼ା ହୋଇ ସମସ୍ତଙ୍କୁ ଅଟକେଇବାକୁ ଚେଷ୍ଟା କଲା୤ କିଏ କାହିଁକି ରହିବ ? ପବନ ପ୍ରାୟ ଉଡ଼ି ଯାଉଥିବା ଗାଡ଼ିଗୁଡ଼ିକ ରହିବାର ନାଁ ଗନ୍ଧ ନେଉ ନଥାନ୍ତି୤ ବୁଢ଼ା ଅତ୍ୟନ୍ତ ବ୍ୟସ୍ତ ହୋଇପଡ଼ିଲା୤ କ’ଣ କରିବ କିଛି ଜାଣିପାରିଲା ନାହିଁ୤ ବୁଢ଼ୀଟି ଅଧାମଲା ଅବସ୍ଥାରେ ନଳା ଭିତରୁ ତାକୁ ଉଦ୍ଧାର କରିବାକୁ ଚିତ୍କାର କରୁଥାଏ୤ ବୁଢ଼ା ସେଠୁ କ’ଣ କଲା ନା, ରାସ୍ତା ଉପରୁ ଗୋଟେ ମାଙ୍କଡ଼ା ପଥର ଉଠେଇ ଆଗରୁ ତୀବ୍ର ଗତିରେ ମାଡ଼ି ଆସୁଥିବା ଗୋଟେ ଲମ୍ବା ଗାଡ଼ି ଉପରକୁ ଖୁବ୍‌ ଜୋରରେ ଫିଙ୍ଗି ଦେଲା୤ ଅଚାନକ ପଥର ମାଡ଼ ଖାଇ ଡ୍ରାଇଭର ବ୍ରେକ୍‌ କଷି ଦେବାରୁ ଗାଡ଼ିଟି ଘଷି ହୋଇଯାଇ କିଛି ବାଟରେ ରହିଗଲା୤ ଗାଡ଼ି ଭିତରୁ ଜଣେ ସୁଟ୍‌ବୁଟ୍‌ ପିନ୍ଧା ମଧ୍ୟବୟସ୍କ ବ୍ୟକ୍ତି ରାଗରେ ତମ ତମ ହୋଇ ବୁଢ଼ା ଆଡ଼କୁ ମାଡ଼ି ଆସିଲେ୤ ବୁଢ଼ା ତାଙ୍କୁ ନଳା ଆଡ଼କୁ ହାତ କରି ବୁଢ଼ୀକୁ ଦେଖେଇବାରୁ ଭଦ୍ରବ୍ୟକ୍ତି ଜଣକ ଟିକେ ନରମିଗଲେ ଓ ତା’ ସହିତ ମିଶି ବୁଢ଼ୀକୁ ଆସନ୍ନ ମୃତ୍ୟମୁଖରୁ ଉଦ୍ଧାର କଲେ୤

ବୁଢ଼ାବୁଢ଼ୀ ଦି’ଜଣ କାନ୍ଦି କାନ୍ଦି ତାଙ୍କୁ କ୍ଷମାପ୍ରାର୍ଥନା କରିବାରୁ ଭଦ୍ରବ୍ୟକ୍ତି ଜଣକ ବୁଢ଼ାକୁ କହିଲେ “ମଉସା, ଆଜି ମୁଁ ଜୀବନରେ ଗୋଟିଏ କଥା ଶିଖିଲି୤ ଜୀବନ ବ୍ୟସ୍ତ ଓ ଏହାର ଗତି ଅବଶ୍ୟ ତୀବ୍ର କିନ୍ତୁ ୟାକୁ ଏତେ ବ୍ୟସ୍ତ ଓ ତୀବ୍ର କରନାହିଁ ଯେ ତା’ ଭିତରେ ଅନ୍ୟ ସମସ୍ତେ ହଜିଯିବେ୤ ଆଜି ଜାଣିଲି ଯେ, ତୀବ୍ର ଗତିରେ ଗାଡ଼ି ଚାଲୁଥିଲେ ମନୁଷ୍ୟ ଏତେ ଉତ୍ତେଜିତ ହୋଇରହିଥାଏ ଯେ, ତାକୁ ଆଖପାଖର ଘଟଣା ଆଦୌ ଦୃଶ୍ୟ ହୁଏନାହିଁ୤ ଲକ୍ଷ୍ୟରେ ପହଞ୍ଚିବାକୁ ହେଲେ ଲକ୍ଷ୍ୟ ପଥରେ ଯେଉଁମାନେ ମିଳିଥାନ୍ତି ସେମାନଙ୍କୁ ଯଦି ଆପଣ ଦେଖିପାରିବେ ନାହିଁ ତେବେ ସେ ଲକ୍ଷ୍ୟରେ ପହଞ୍ଚି ଲାଭ କ’ଣ ? ଏଭଳି ଲକ୍ଷ୍ୟପ୍ରାପ୍ତି ସୁଖ ଅପେକ୍ଷା ଅଧିକ ଦୁଃଖ ଦେଇଥାଏ୤”

ବନ୍ଧୁଗଣ, ଜୀବନର ତୀବ୍ର ଗତି ଦେଇ ଆଜି ଆପଣ ଲକ୍ଷ୍ୟର ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି୤ କେତେ ସୁନ୍ଦର ଆପଣଙ୍କର ଘର ! ସାମ୍ନାରେ ସବୁଜ ଲନ୍‌ ଓ ତା’ଭିତରେ ରଙ୍ଗବେରଙ୍ଗ ଫୁଲର ସମାହାର୤ ବଡ଼ ବଡ଼ ରୁମ୍‌ ସବୁ ଶୀତତାପ ନିୟନ୍ତ୍ରିତ୤ ଶଙ୍ଖମର୍ମର ମାର୍ବଲ ଚଟାଣ ଉପରେ ଶାଗୁଆନ୍‌ ଖଟ, ଖଟ ପରେ ଡନ୍‌ଲପ୍‌ ଗଦି, କିନ୍ତୁ ଆଖିରେ ଟିକିଏ ନିଦ ନାହିଁ୤ ଏତେ ସୁଖ ଭିତରେ ଏହି ଦୁଃଖଟି ଆପଣଙ୍କୁ ଖାଇ ଗୋଡ଼ଉଛି୤ ଆପଣଙ୍କର ବାଥ୍‌ରୁମ୍‌ ଦେଖନ୍ତୁ୤ ଚାରିପଟେ ଗ୍ଲେଜଡ୍‌ ଟାଇଲ୍‌ ଲାଗିଛି୤ ଥଣ୍ଡା ଓ ଉଷୁମ୍‌ ପାଣିର ବ୍ୟବସ୍ଥା ରହିଛି୤ ଗ୍ରାନାଇଟ୍‌ ଟେବୁଲ୍‌ ଟପ୍‌ ଦର୍ପଣ ଚକ୍‌ ଚକ୍‌ ମାରୁଛି୤ ଥରେ ଦର୍ପଣରେ ଆପଣଙ୍କ ମୁହଁକୁ ଟିକେ ଦେଖନ୍ତୁ୤ କୁନ୍ଥନର ପ୍ରଭାବରେ ଏହା ବିକୃତ ଦିଶୁଛି୤ କିନ୍ତୁ ମୂଳାଧାର ଚକ୍ରରେ ମଳରେ କୌଣସି ସୂଚନା ନାହିଁ୤ ଏତେ ସୁଖ ଭିତରେ ଏ ଦୁଃଖଟି ଆପଣଙ୍କୁ ଜାବୁଡ଼ିକି ଧରି ରଖିଛି୤

ଆପଣଙ୍କ ପୋର୍ଟିକୋରେ ଛିଡ଼ା ହୋଇଥିବା ସୌଖୀନ ଗାଡ଼ିଟିକୁ ଦେଖନ୍ତୁ୤ ଦେଶର ସର୍ବଶ୍ରେଷ୍ଠ ମର୍ଯ୍ୟାଦାପୂର୍ଣ୍ଣ ଗାଡ଼ି୤ ଲାମିନେଟେଡ୍‌ ଡ୍ୟାସ୍‌ ବୋର୍ଡ଼ ଭିତରୁ ସଙ୍ଗୀତର ମଧୁର ମୂର୍ଚ୍ଛନା ଭାସି ଆସୁଛି୤ ପାୱାର ଷ୍ଟିଅରିଂ ସହିତ ଅଟୋ ଗିଅରରେ ଗାଡ଼ି ମନକୁ ମନ ଚାଲୁଛି୤ କିନ୍ତୁ କେବେ ଭାବିଛନ୍ତି, ଏହି ମର୍ଯ୍ୟାଦାପୂର୍ଣ୍ଣ ଗାଡ଼ି ଭିତରେ ଗୋଟେ ମର୍ମନ୍ତୁଦ ଦୁର୍ଘଟଣାଟିଏ ଲୁଚିକି ରହିଛି୤ ତେଣୁ ୟାକୁ ଟିକେ ଧୀରେ ଧୀରେ ଚଲାନ୍ତୁ୤ ସାମନ୍ୟ ଏପଟ ସେପଟ ହୋଇଗଲେ ଦୁର୍ଘଟଣାଟିଏ ବାହାରିପଡ଼ି ତା’ର ଏମିତି ରୂପ ଦେଖେଇବ ଯେ, ତା’କୁ ଦେଖିବାକୁ ହୁଏତ ଆପଣ ନଥିବେ୤

ଗୋଟେ ସୁଆଦିଆ ରସଗୋଲା କଥା ଭାବନ୍ତୁ୤ ପାଟିରେ ମିଳେଇ ଗଲା ବେଳେ କି ଆନନ୍ଦ ! କିନ୍ତୁ ଲକ୍ଷ୍ୟ କରନ୍ତୁ ତା’ଭିତରେ ଜଣେ ମଧୁମେହ ବାବୁ କେମିତି ଲୁଚିକି ବସିଛନ୍ତି୤ ଲୁଣିଆ ଆମ୍ବିଳା ପାଣି ଦେଇ ଗୁପ୍‌ଚୁପ୍‌ ଗଣ୍ଡେ ପାଟିରେ ପକେଇ ଆଖି ବୁଜି ଦେଲା ବେଳେ ଦେଖନ୍ତୁ ରକ୍ତଚାପ ମହାଶୟ ଭିତରେ ରହି କେମିତି ଟାକରା ମାରୁଛନ୍ତି୤ ମୁହଁରେ ପାଉଡ଼ର ଆଉ ଓଠରେ ଲିପଷ୍ଟିକ୍‌ ଲଗେଇ ଦର୍ପଣ ସାମ୍ନାରେ ଛିଡ଼ାହୋଇ ଭାବୁଛନ୍ତି ‘ଆହା ମୁଁ କେତେ ସୁନ୍ଦର ଦିଶୁଛି୤’ କିନ୍ତୁ ଏ ଚିତ୍ର ପ୍ରତିମା ପ୍ରାୟ ସୁନ୍ଦର ଦେହକୁ କେବେ ଚିରିକରି ଭିତରକୁ ଦେଖିଛନ୍ତି କି ? ଓଃ, କି ନାରଖାର ସେ ଦୃଶ୍ୟ !

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଶ୍ୟାମସୁନ୍ଦର ଅଗ୍ରୱାଲା, ଭୁବନେଶ୍ବର
ସାମ୍ପ୍ରତିକ ବିଷୟରେ ବିଭିନ୍ନ ସମ୍ବାଦପତ୍ରରେ ସ୍ତମ୍ଭ ରଚନା କରୁଥିବା ଶ୍ୟାମ ସୁନ୍ଦର ଅଗ୍ରୱାଲାଙ୍କ ଲେଖାଗୁଡ଼ିକ ଅନେକ ପାଠକୀୟ ସ୍ବୀକୃତି ପାଇଛି୤ ଏହା ବ୍ୟତୀତ ଶ୍ରୀ ଅଗ୍ରୱାଲାଙ୍କ ମଣିଷ ଜୀବନର ବିଭିନ୍ନ ଅବସ୍ଥା ବାବଦରେ ମାନବବାଦୀ ଚିନ୍ତା ଓ ଚେତନାକୁ ପତିବାଦନ କରୁଥିବା ଲେଖାଗୁଡ଼ିକ ମଧ୍ୟ ବେଶ୍‌ ଆବେଗପୂର୍ଣ୍ଣ ଅଟେ୤
ଶ୍ୟାମସୁନ୍ଦର ଅଗ୍ରୱାଲାଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୭ ଆପଣଙ୍କ ମତାମତ ?

  • ୧. pramod kumar raul |  ମାର୍ଚ୍ଚ୍ ୩୦, ୨୦୧୨ - ୯:୧୧ ଅପରାହ୍ନ

    ati sundar.

  • ୨. ବିଜନ ରାୟ୍ |  ଏପ୍ରିଲ୍ ୨, ୨୦୧୨ - ୧:୫୫ ପୂର୍ବାହ୍ନ

    ନିଛ୍ହକ ସତ କଥା. ଲେଖକଙ୍କୁ ଧନ୍ୟବାଦ.

  • ୩. ପ୍ରଶାନ୍ତ |  ଜୁନ୍ ୧୨, ୨୦୧୨ - ୧୧:୫୫ ଅପରାହ୍ନ

    ବହୁତ୍ ଭଲ ହେଇଛି …..

  • ୪. ଦାମୋଦର ବେହେରା |  ଅକ୍ଟୋବର୍ ୧୩, ୨୦୧୩ - ୮:୨୫ ପୂର୍ବାହ୍ନ

    ଲେଖା ଭଲହେଇଛି

  • ୫. ରୂପଧର, HYDERABAD |  ଜାନୁଆରୀ ୨, ୨୦୧୪ - ୫:୩୦ ଅପରାହ୍ନ

    ‘ଅତି ଲେମ୍ବୁ ଚିପୁଡିଲେ ପିତା’ ଅଥବା ଯଥାର୍ଥ ହେବ ଉକ୍ତିଟି ‘ସୁଖ ଦୁଖ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ’ । ଲେଖକଙ୍କ ଅନ୍ୟ ରଚନା “ପୁଅରେ, ତୁ ବାପା ହେଲେ ଜାଣିବୁ ” ସାଥିରେ ଏହାର ସୂକ୍ଷ୍ମ ସମ୍ପର୍କ ରହିଛି ମନେହୁଏ । ତେବେ ଲେଖକଙ୍କ ଅନୁଭବଜନ୍ୟ ଦୃଷ୍ଟି କୁ ପ୍ରଣାମ

  • ୬. ମନାଶ ରଞ୍ଜନ ବାରିକ, ବଳସାଦ , ଗୁଜୁରାଟ |  ଅଗଷ୍ଟ୍ ୫, ୨୦୧୪ - ୩:୨୪ ପୂର୍ବାହ୍ନ

    ସୁପ୍ତ ଅବସ୍ଥାରେ ଥିବା ଜୀବନ୍ତ ମନକୁ ଆଶା ନିଶ୍ଚିତ ଛୁଇଁବ।ଗାଳ୍ପିଙ୍କଙ୍କୁ ସତ ପ୍ରଣାମ ।

  • ୭. ଦିଲିପ କୁମାର ବାଗ, ଓଡିଶା[ବଜାରୀ) |  ସେପ୍ଟେମ୍ବର୍ ୭, ୨୦୧୫ - ୯:୪୫ ଅପରାହ୍ନ

    bhala upadish deichhanti hele abhali karjya karuthiba baikti duniare besi achhanti semane eaiaa padhi ki6i sikiba uchit

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤