ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସନ୍ଥକବି ଭୀମ ଭୋଇ
ମନୋଜ ଦାସ
କାଳିନ୍ଦି ଚରଣ ପାଣିଗ୍ରାହୀ
ବରେନ୍ଦ୍ର କୃଷ୍ଣ ଧଳ
ଅକ୍ଷୟ ମହାନ୍ତି
ଭୁବନେଶ୍ବର ବେହେରା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଚିତ୍ର ପ୍ରତିମା ପ୍ରାୟ ଦିଶୁ ସୁନ୍ଦର…
 |- ଶ୍ୟାମସୁନ୍ଦର ଅଗ୍ରୱାଲା
 
 
ତା: ମାର୍ଚ୍ଚ୍ ୨୭, ୨୦୧୨  
ମୂଳ ପୃଷ୍ଠାପ୍ରବନ୍ଧ
 

ଏହା ଏକ ଚିରନ୍ତନ ସତ୍ୟ ଯେ, ପ୍ରତିଟି ସୁଖ ଭିତରେ ଦୁଃଖଟିଏ ଲୁଚିକରି ରହିଥାଏ୤ ଅଜ୍ଞାନ ମନୁଷ୍ୟ ସେଇଟିକୁ ଦେଖି ନପାରି କ୍ଷଣିକ ସୁଖରେ ଭୋଳ ହୋଇଯାଇଥାଏ ଏବଂ ଯେଉଁଦିନ ସେଇ ସତ୍ୟଟିକୁ ସାମ୍ନା କରିଥାଏ ସେଦିନ ସେ ଦୁଃଖରେ ଭାଙ୍ଗି ପଡ଼ିଥାଏ୤ ମୁଁ ଏହାର ସମସ୍ତେ ଉଣା ଅଧିକେ ଅଙ୍ଗେ ନିଭେଇଥିବା ଉଦାହରଣ ଦୁଇଟି ଦେବାକୁ ଚାହୁଁଛି୤

ଗୋଟିଏ ବାପର ଜୀବନରେ ସବୁଠୁ ସୁଖମୟ ଦିନ ହେଉଛି ଯେଉଁଦିନ ତା’ର ପୁଅଟି ଚାକିରି କି ବେପାର କରି ପ୍ରଥମ ଉପାର୍ଜନ ଟଙ୍କା ଘରକୁ ଆଣି ତାକୁ ଦେଇଥାଏ୤ ସେଦିନ ବାପର ଗୋଡ଼ ହାତ ତଳେ ଲାଗି ନଥାଏ୤ ସାଇ ପଡ଼ିଶା, ବନ୍ଧୁବାନ୍ଧବ ସମସ୍ତଙ୍କୁ ସେ ସେଇ କଥାଟି ବାରମ୍ବାର କହୁଥାଏ୤ ଶୁଣିଲଣି, ମୋ ପୁଅ ଚାକିରି ପାଇଗଲା୤ ମାସକୁ ଦରମା ଏତେ’ କହି ତା’ ଛାତିକୁ କୁଣ୍ଢେ ମୋଟ କରିଦେଇଥାଏ୤ କିନ୍ତୁ ସେତେବେଳକୁ ବାପଟି ବୁଝିପାରୁନି ଯେ, ଏଇଟା ହିଁ ତା’ର ଦୁଃଖମୟ ଜୀବନର ପ୍ରଥମ ଦିନ୤ ଦିନକୁ ଦିନ ପୁଅ ଯେତେ ଅଧିକା ରୋଜଗାର କରୁଥାଏ, ସେତିକି ସେ ବାପାଠୁ ଦୂର ହୋଇ ଯାଉଥାଏ୤ ଯେଉଁଦିନ ପୁଅର ରୋଜଗାର ତା’ର ଶୀର୍ଷ ସ୍ଥାନରେ ପହଞ୍ଚିଯାଏ ଓ ବାପାର ସର୍ବନିମ୍ନ ହୋଇଯାଏ, ସେଇଦିନ ସେମାନଙ୍କ ସମ୍ପର୍କ ପ୍ରାୟ ଛିନ୍ନ ହୋଇଯାଇଥାଏ୤ ତା’ପରେ ତାକୁ ପୁଅ ପାଖରେ ଟଙ୍କା ଶହେଟି ପାଇଁ ମଧ୍ୟ ହାତ ପତେଇବାକୁ ପଡ଼ିଥାଏ ଏବଂ ଏହି ଶହେଟି ଟଙ୍କା ଦେବା ନ ଦେବା ପୁଅର ମର୍ଜି ଉପରେ ନିର୍ଭର କରିଥାଏ୤

ଥରେ ଭାବନ୍ତୁ ତ, ପୁଅର ଯେଉଁ ଟଙ୍କା ପ୍ରଥମ ଦିନ ଆପଣଙ୍କୁ ଏତେ ସୁଖ ଦେଉଥିଲା ସେ ଆପଣଙ୍କ କ’ଣ କାମରେ ଆସିଲା ? ଯେଉଁଦିନ ଏଥିପାଇଁ ଆପଣ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ ସେଦିନ ଗଲା କୁଆଡ଼େ ? ଯାହାକୁ ଆପଣ ସବୁଠୁ ବେଶୀ ସୁଖ ବୋଲି ଭାବିଥିଲେ ସେ ଆପଣଙ୍କୁ ସବୁଠୁ ବେଶୀ ଦୁଃଖ ଦେଲା ନାହିଁ କି ?

ମୋର ଜଣେ ବନ୍ଧୁଙ୍କ ପୁଅବୋହୂ ବିଦେଶରେ ଅଛନ୍ତି୤ ବିଦେଶୀ ମୁଦ୍ରାର ଆକର୍ଷଣରେ ଦିନେ ବାପା ମା’ ଖୁସିରେ ନାଚି ଉଠିଥିଲେ୤ ଆଜି କିନ୍ତୁ ଘରେ ବୁଢ଼ାବୁଢ଼ୀ ଦୁଇଜଣ୤ ଦେହ ପା’ କ’ଣ ହେଲେ କେହି ଟିକେ ଦେଖିବାକୁ ନାହାଁନ୍ତି୤ ପୁଅ କିନ୍ତୁ କହୁଛି ଯେ, ମୁଁ ବିଦେଶରେ ଥାଇ ମଧ୍ୟ ବାପା ମା’ଙ୍କର ସବୁ ବ୍ୟବସ୍ଥା କରିଦେଇଛି୤ ସେମାନଙ୍କର ଯଦି ଅକସ୍ମାତ କିଛି ହୋଇଯାଏ ତେବେ ଇନସ୍ୟୁରାନ୍ସ କମ୍ପାନୀ ତାଙ୍କର ଶବଦାହ ସମେତ ସମସ୍ତ ଶୁଦ୍ଧକର୍ମ କରି ପୁଅ ପାଖକୁ ତା’ର ବିଲ୍‌ ପଠେଇ ଦେବ୤ ବାପା ମା’ ଯଦି ଚାହାନ୍ତି ତେବେ ତାଙ୍କ ଅସ୍ଥି ମଧ୍ୟ ଗଙ୍ଗାରେ ବିସର୍ଜନ କରି ବ୍ରାହ୍ମଣମାନଙ୍କୁ ଖୁଆଇପିଆଇ ସେ ବାବଦ ସମସ୍ତ ଖର୍ଚ୍ଚର ବିବରଣୀ ସହିତ ବିଲ୍‌ ପଠେଇଦେଲେ ତା’ ମଧ୍ୟ ପୈଠ ହୋଇଯିବ୤ ବଞ୍ଚିଥିବା ଯାକ ସବୁ ଖର୍ଚ୍ଚ ପାଇଁ ଦୁଇ ତିନିଟା କ୍ରେଡ଼ିଟ୍‌ କାର୍ଡ଼ ମଧ୍ୟ ବାପା ମା’ଙ୍କ ହାତରେ ଧରେଇ ଦେଇଛନ୍ତି୤ ଥରେ ନିଜକୁ ପ୍ରଶ୍ନ କରନ୍ତୁ, ପୁଅ ଯେଉଁଦିନ ବିଦେଶ ଗସ୍ତ ପାଇଁ ଘର ଛାଡ଼ିଥିଲା, ସେଦିନ ଆପଣ କ’ଣ ଏଇୟା ଚାହିଁଥିଲେ କି ?

ବାପାଙ୍କ ପରେ ଦ୍ବିତୀୟ ଉଦାହରଣଟି ହେଉଛି ‘ମା’୤ ଗୋଟିଏ ମା’ର ସବୁଠୁ ସୁଖମୟ ଦିନ ହେଉଛି ଯେଉଁଦିନ ତା’ର ପୁଅ ବାହାହୋଇ ସୁନାନାକୀ ବୋହୂଟିଏ ଘରକୁ ଆଣିଥାଏ୤ ସେଦିନ ମା’ର ଗୋଡ଼, ହାତ ତଳେ ଲାଗି ନଥାଏ୤ ସାଇପଡ଼ିଶା, ବନ୍ଧୁବାନ୍ଧବ ସମସ୍ତଙ୍କୁ ନେଇ ବୋହୂଟିକୁ ଦେଖେଇବା ପରେ ତା’ ଛାତି ଗର୍ବରେ ଫାଟି ପଡୁଥାଏ୤ “ମୋ’ ବୋହୂ ଗୋଟିଏ ଚାଉଳରେ ଗଢ଼ା୤ ମୋ’ ବୋହୂ ଆମ ଗାଁର ସବୁଠୁ ସୁନ୍ଦର ବୋହୂ୤ ମୋ’ ବୋହୂ ୟା’ ଆଣିଛି, ମୋ ବୋହୂ ତା’ ଆଣିଛି୤ ମୋ’ ବୋହୂଟି !” ମା’ କିନ୍ତୁ ଜାଣିପାରୁନି ଯେ, ତା’ର ସମସ୍ତ ସୁଖ ଓ ଆନନ୍ଦର ଉତ୍ସ ବୋହୂଟି ଭିତରେ ହିଁ ତା’ ଜୀବନର ସବୁଠୁ ଦୁଃଖମୟ କାହାଣୀଟି ଲୁଚି ରହିଛି୤ ଯେଉଁ ବୋହୂକୁ ମା’ ଦିନେ ମୁଣ୍ଡ ଉପରେ ବସେଇ ବୁଲଉଥିଲା ସେଇ ବୋହୂ ହିଁ ପରେ ତାକୁ ଛେକରା ନାକରା କହି ନାକ ଟେକୁଛି ଆଉ ଆପଣ ଅସହାୟ ହୋଇ ଖାଲି ଚାହିଁ ରହୁଛନ୍ତି୤

ଦୁନିଆରେ ପ୍ରତିଦିନ ଏମିତି ଘଟଣା ଘଟିବାରେ ଲାଗିଛି୤ ଗୋଟିଏ ମା’ ତା’ର ଚାରୋଟିଯାକ ପୁଅକୁ ଏକୁଟିଆ ପାଳି ପାରୁଛି ଅଥଚ ଚାରୋଟିଯାକ ପୁଅ ମିଶି ମା’କୁ ପାଳି ପାରୁନାହାଁନ୍ତି୤ ଶେଷକୁ ମା’ ବାଣ୍ଟି ହୋଇଯାଉଛି୤ ଆଜି ଏ ପୁଅ ଘରେ ତ କାଲି ସେ ପୁଅ ଘରେ୤ ଜଣେ ପୁଅ ଯଦି ମା’କୁ ଏକୁଟିଆ ରଖିବାକୁ ରାଜି ବି ହୋଇଯାଏ ତେବେ ଏଇ ବୋହୂଟି ସାଙ୍ଗେ ସାଙ୍ଗେ ଚିତ୍କାର କରି କହିବ “କାହିଁକି ? ମା’ କ’ଣ ତୁମକୁ ଏକଲା ଜନମ କରିଥିଲା କି ? ହେଇଟି କାନ ଖୋଲିକି ଶୁଣ, ସେ ଶ୍ରବଣ କୁମାର ଡ୍ରାମା ଗୁଡ଼ାକ ମୋ’ ପାଖରେ ବଳିବନି୤ ମୁଁ ବର୍ଷକୁ ତିନିମାସରୁ ଅଧିକା ରଖି ପାରିବ ନାହିଁ୤” ତା’ପରେ ଆପଣଙ୍କର ଥୋମଣୀ ଚୁପ୍‌୤

ଅନେକ ପୁଅଝିଅ ସେମାନଙ୍କର ଅସହାୟତା ସ୍ବୀକାର କରି ଯୁକ୍ତି କରନ୍ତି ଯେ, ଯେହେତୁ ଆଧୁନିକ ଜୀବନ ଅତି ବ୍ୟସ୍ତ ଓ ଏହାର ଗତି ଅତ୍ୟନ୍ତ ତୀବ୍ର, ଅନେକ କ୍ଷେତ୍ରରେ ଏହିପରି ଘଟଣା ବାଧ୍ୟ ବାଧକତାରେ ଘଟିଥାଏ୤ ମୋର ଏଠି ଏତିକି କହିବା କଥା ଯେ, ଆଧୁନିକ ଜୀବନ ଅତି ବ୍ୟସ୍ତ ହୋଇପାରେ ଏବଂ ଏହାର ଗତି ମଧ୍ୟ ଅତ୍ୟନ୍ତ ତୀବ୍ର ହୋଇପାରେ କିନ୍ତୁ ତା’ ସହିତ ମା’ବାପାଙ୍କର ସୁଖ, ଦୁଃଖର କିଛିଟା ତାଳମେଳ ରହିବା ଆବଶ୍ୟକ୤ ନଚେତ୍‌ ଏହି ସମ୍ପର୍କରେ ଏକ ବିରାଟ ଦୁର୍ଘଟଣା ଘଟିଥାଏ ଯାହାର ଅନୁଶୋଚନା ଆପଣଙ୍କର ଭବିଷ୍ୟତ ଜୀବନକୁ ଦୁର୍ବିସହ କରିପକାଏ୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଶ୍ୟାମସୁନ୍ଦର ଅଗ୍ରୱାଲା, ଭୁବନେଶ୍ବର
ସାମ୍ପ୍ରତିକ ବିଷୟରେ ବିଭିନ୍ନ ସମ୍ବାଦପତ୍ରରେ ସ୍ତମ୍ଭ ରଚନା କରୁଥିବା ଶ୍ୟାମ ସୁନ୍ଦର ଅଗ୍ରୱାଲାଙ୍କ ଲେଖାଗୁଡ଼ିକ ଅନେକ ପାଠକୀୟ ସ୍ବୀକୃତି ପାଇଛି୤ ଏହା ବ୍ୟତୀତ ଶ୍ରୀ ଅଗ୍ରୱାଲାଙ୍କ ମଣିଷ ଜୀବନର ବିଭିନ୍ନ ଅବସ୍ଥା ବାବଦରେ ମାନବବାଦୀ ଚିନ୍ତା ଓ ଚେତନାକୁ ପତିବାଦନ କରୁଥିବା ଲେଖାଗୁଡ଼ିକ ମଧ୍ୟ ବେଶ୍‌ ଆବେଗପୂର୍ଣ୍ଣ ଅଟେ୤
ଶ୍ୟାମସୁନ୍ଦର ଅଗ୍ରୱାଲାଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୭ ଆପଣଙ୍କ ମତାମତ ?

  • ୧. pramod kumar raul |  ମାର୍ଚ୍ଚ୍ ୩୦, ୨୦୧୨ - ୯:୧୧ ଅପରାହ୍ନ

    ati sundar.

  • ୨. ବିଜନ ରାୟ୍ |  ଏପ୍ରିଲ୍ ୨, ୨୦୧୨ - ୧:୫୫ ପୂର୍ବାହ୍ନ

    ନିଛ୍ହକ ସତ କଥା. ଲେଖକଙ୍କୁ ଧନ୍ୟବାଦ.

  • ୩. ପ୍ରଶାନ୍ତ |  ଜୁନ୍ ୧୨, ୨୦୧୨ - ୧୧:୫୫ ଅପରାହ୍ନ

    ବହୁତ୍ ଭଲ ହେଇଛି …..

  • ୪. ଦାମୋଦର ବେହେରା |  ଅକ୍ଟୋବର୍ ୧୩, ୨୦୧୩ - ୮:୨୫ ପୂର୍ବାହ୍ନ

    ଲେଖା ଭଲହେଇଛି

  • ୫. ରୂପଧର, HYDERABAD |  ଜାନୁଆରୀ ୨, ୨୦୧୪ - ୫:୩୦ ଅପରାହ୍ନ

    ‘ଅତି ଲେମ୍ବୁ ଚିପୁଡିଲେ ପିତା’ ଅଥବା ଯଥାର୍ଥ ହେବ ଉକ୍ତିଟି ‘ସୁଖ ଦୁଖ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ’ । ଲେଖକଙ୍କ ଅନ୍ୟ ରଚନା “ପୁଅରେ, ତୁ ବାପା ହେଲେ ଜାଣିବୁ ” ସାଥିରେ ଏହାର ସୂକ୍ଷ୍ମ ସମ୍ପର୍କ ରହିଛି ମନେହୁଏ । ତେବେ ଲେଖକଙ୍କ ଅନୁଭବଜନ୍ୟ ଦୃଷ୍ଟି କୁ ପ୍ରଣାମ

  • ୬. ମନାଶ ରଞ୍ଜନ ବାରିକ, ବଳସାଦ , ଗୁଜୁରାଟ |  ଅଗଷ୍ଟ୍ ୫, ୨୦୧୪ - ୩:୨୪ ପୂର୍ବାହ୍ନ

    ସୁପ୍ତ ଅବସ୍ଥାରେ ଥିବା ଜୀବନ୍ତ ମନକୁ ଆଶା ନିଶ୍ଚିତ ଛୁଇଁବ।ଗାଳ୍ପିଙ୍କଙ୍କୁ ସତ ପ୍ରଣାମ ।

  • ୭. ଦିଲିପ କୁମାର ବାଗ, ଓଡିଶା[ବଜାରୀ) |  ସେପ୍ଟେମ୍ବର୍ ୭, ୨୦୧୫ - ୯:୪୫ ଅପରାହ୍ନ

    bhala upadish deichhanti hele abhali karjya karuthiba baikti duniare besi achhanti semane eaiaa padhi ki6i sikiba uchit

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤