ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ଏତେ ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ
-ଉତ୍କଳ ଗୌରବ ମଧୁସୂଦନ ଦାସ
ଓଡ଼ିଶାର ପ୍ରଥମ ପରିଚୟ ଶ୍ରୀ ଜଗନ୍ନାଥ ତାଙ୍କରି ପାଇଁ ଓଡ଼ିଶାର ଶ୍ରୀ ବୃଦ୍ଧି ହୋଇ ପାରିଛି ପ୍ରାଚ୍ୟ ପାଶ୍ଚାତ୍ୟର ସଂସ୍କୃତି ଏଠି ଏକାକାର ହୋଇ ଅଛି ପୁରୀରେ ଜାତି ଭେଦ ଭାବ ନାହିଁ ଗୋଟିଏ ଜାତି ମାନବ ଜାତି ସମଗ୍ର ମାନବ ଜାତିର ସୁରକ୍ଷା ନିମନ୍ତେ ଚକାଡ଼ୋଳା ମେଲାଇ ପ୍ରଭୁ ଚାହିଁ ରହିଛନ୍ତି କେବଳ ମାନବ ନୁହେଁ, ବିଶ୍ବର ସଚରାଚର କୀଟ ପତଙ୍ଗ ଠାରୁ ଆରମ୍ଭ କରି ପ୍ରତ୍ୟେକ ଜୀବ ତାଙ୍କରି ସୃଷ୍ଟି ଏ ସଂସ୍କୃତି ମନୁଷ୍ୟର ଉତ୍ଥାପନ ପାଇଁ ସଂସ୍କାର ନିମନ୍ତେ ପ୍ରେରଣା ଯୋଗାଏ ଜାତିର ଐକ୍ୟ, ସଂହତି ଜୋଗାଇ ଥାଏ ଭାଇ ଭାଇର ମମତା, ସ୍ବାମୀ ସ୍ତ୍ରୀର ମାନ ଅଭିମାନ, ପାରିବାରିକ ସଂସ୍କାର କରିବା ପରେ କୌଣସି ବ୍ୟକ୍ତି ଉପଯୁକ୍ତ ଅବସ୍ଥାକୁ ଆସେ, ସେହି ପ୍ରକ୍ରିୟାର ନାମ ସଂସ୍କାର ଅସ୍ତିତ୍ବ ସାର୍ଥକ କରି ଅନ୍ତରରେ ଆଧ୍ୟାତ୍ମିକ ଭାବ ସଂଚାର କରାଇବା ଅର୍ଥାତ୍କୋହମରୁ ସୋହମ୍ଯିବ ଏହା ହିଁ ଉତ୍କଳୀୟ ଜଗନ୍ନାଥ ସଂସ୍କୃତି ସେ ରୁଦ୍ର, ସେ ବିଷ୍ଣୁ ସେ ବ୍ରହ୍ମା, ସେ ପୁଣି ଗତି ଅନାଥର ନାଥ ସେ ପରମେଶ୍ବର ଯାହାଙ୍କ ମୁଖ ନିଃସୃତ ପ୍ରଥମ ସଦ୍ଦ ଓଁ କାରମ୍
ଓଁ କାରମ୍ବିନ୍ଦୁ ସଂଯୁକ୍ତମ୍ନିତ୍ୟଂ ଧ୍ୟାୟନ୍ତି ଯୋଗିନିଃ
କାମଦଂ ମୋକ୍ଷଦଂ ଚୈବଃ ଓଁ କାରାୟ ନମୋ ନବଃ
ସେ ଅବତାର ପୁରୁଷ ଧର୍ମ ସଂସ୍ଥାପନୀ ନିମନ୍ତେ ଦାରୁ ବ୍ରହ୍ମ ରୂପେ ଆଜି ବିଦ୍ୟାବାନ ଅବତାରୀ ଏ ଜଗନ୍ନାଥ – ଏତହୁଁ ଅବତାର ଜାତ
ପୁରୁଷୋତ୍ତମେ ବିଜୟ ପୂର୍ଣ୍ଣ ବ୍ରହ୍ମ ହରିÛ
ଚିହ୍ନି ପାରନ୍ତେକି ସେ ରୂପ ଶୂଳ ଧାରୀ
ଜଗନ୍ନାଥଙ୍କ ରଥଯାତ୍ରା ବିଶ୍ବ ପ୍ରଶିଦ୍ଧ ଛେରା ପହଁରା ହୁଏ ସେବାର ପ୍ରତୀକ ଏହି ସେବା ବଳରେ ଅହଂ ଭାବ ସଂସ୍କାରିତ ହୁଏ ଜାତିଧର୍ମ ବର୍ଣ୍ଣ ନିର୍ବିଶେଷରେ ଉତ୍କଳୀୟ ଜଗନ୍ନାଥ ସଂସ୍କାରିତ ହେଲେ ମାନବବାଦର ରୂପାନ୍ତର ହୋଇ ପାରିବ
ମତାମତ ସଂଖ୍ୟା - ୪ ଆପଣଙ୍କ ମତାମତ ?
୧. ଦୁର୍ଗା ପ୍ରସାଦ ପ୍ରଧାନ | ମାର୍ଚ୍ଚ୍ ୩, ୨୦୧୧ - ୯:୨୧ ପୂର୍ବାହ୍ନ
ଏହି ସାଇଟ ଦ୍ଵାରା ବହୁଦିନ ଧରି ପ୍ରବାସରେ ରହୁଥିବା ବ୍ୟକ୍ତିଙ୍କ ଭୁଲିଯାଉଥିବା ଓଡିଆ ସାହିତ୍ଯ ପୁଣି ଜାଗୃତ ହୋଇ ଉଠିପାରେ । ସେ ଯାହା ହେଉ ବହୁଦିନ ପରେ ଗୋଟାଏ ଶତ ପ୍ରତିଶତ ଓଡିଆ ସାଇଟ ଉପଲବ୍ଧ ହେବାରୁ ପୁଣି ଓଡିଆ ଲେଖିବା ଏବଂ ପଢିବାକୁ ବହୁତ ଇଚ୍ଛା ପ୍ରକଟ ହୋଇଛି ।
ଧନ୍ୟବାଦ !
ଦୁର୍ଗ ପ୍ରସାଦ ପ୍ରଧାନ, ମଧ୍ୟ ପ୍ରଦେଶରୁ
୨. sushanta | ଅକ୍ଟୋବର୍ ୨୧, ୨୦୧୧ - ୭:୨୨ ପୂର୍ବାହ୍ନ
jay sitaram bhagabannkra avatar sarilani aau alpa dina maan hari nama ganthi dhana kasritha
୩. ବଳଭଦ୍ର କର | ନଭେମ୍ବର୍ ୩, ୨୦୧୧ - ୫:୧୫ ପୂର୍ବାହ୍ନ
ଏଇ ସାଇଟ୍ ଓଡିଆ ଜତିର ଗର୍ବ ଓ ଗୌରବ ଏବଂ ଉଚ୍ଚକୋଟିର
୪. ପରିକ୍ଶିତ ମହନ୍ତ | ଫେବୃଆରୀ ୨୩, ୨୦୧୨ - ୧:୪୩ ପୂର୍ବାହ୍ନ
ଓଡିଅ ଭାଷା ଏତେ ଉନ୍ନତି କଲାଣି ଜଣି ଖୁଶି ଲାଗିଲା