ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କାମାକ୍ଷୀ ପ୍ରସାଦ ଦାଶ
ଡକ୍ଟର ମାୟାଧର ମାନସିଂହ
ଶାରଦା ପ୍ରସାଦ ମିଶ୍ର
ଗଣେଶ୍ୱର ମିଶ୍ର
ଫନି ମହାନ୍ତି
ଜୟନ୍ତ ମହାପାତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସଂସ୍କାରିତ ସଂସ୍କୃତ
 |- ଓଡ଼ିଆସାହିତ୍ୟ ପ୍ରବନ୍ଧକ
 
 
ତା: ଅକ୍ଟୋବର୍ ୯, ୨୦୦୯  
ମୂଳ ପୃଷ୍ଠାପୌରାଣିକ ଓ କିମ୍ବଦନ୍ତୀ
 

ତେଣୁ ଜଗନ୍ନାଥଙ୍କ ମୂଳ ଅକ୍ଷର ସତ୍ୟର ପ୍ରତୀକ୤ ଗ-ଧର୍ମ ପଥରେ ଗମନ କର୤ ଯେତେ ବିପଦ ପଡୁପଛେ ନିଜସ୍ବ ଧର୍ମକୁ ତ୍ୟାଗ କରିବା ଉଚିତ୍‌ନୁହେଁ୤ ଧର୍ମ ହିଁ ଜୀବନର ମୂଳଦୁଆ ହୋଇ ରହୁ୤ “ସତ୍ୟାନ୍ନାସ୍ତି ପରୋଧର୍ମ ଉଭୟ ଯମଜ ଅଟନ୍ତି”୤ ନା-ଶାନ୍ତିପାଇଁ ନାମ ସ୍ମରଣ କର୤ କଳି ଯୁଗର ମୋକ୍ଷ ନିମନ୍ତେ ଈଶ୍ବରଙ୍କ ନାମକୁ ସ୍ମରଣ କରିବାକୁ ହେବ୤ ନାମ ସ୍ମରଣରେ ମନରେ ଶକ୍ତି ମିଳେ୤ ଥ-ପ୍ରେମରେ ସମସ୍ତଙ୍କୁ ଥୟ କର୤ ଏହା ଏକ ଗୁରୁତ୍ବପୂର୍ଣ୍ଣ ଅଟେ୤ ମାୟା ଆମେ ଚାରିପଟେ ଘେରି ରହି ଈର୍ଷା, ଅସୂୟା ଭାବ ପ୍ରଦର୍ଶନ କରାଇ ହିଂସାତ୍ମକ ଘଟଣାମାନ ଘଟାଉଅଛି୤ ପ୍ରେମ ବଳରେ ଶତ୍ରୁକୁ ମିତ୍ରରେ ପରିଣତ କରାଇ ହୁଏ୤ ଉତ୍କଳୀୟ ସଂସ୍କୃତି ପ୍ରେମ ତତ୍ତ୍ବ ଉପରେ ମହାନ୍‌ଗୁରୁତ୍ବ ଆରୋପ କରେ୤ ପ୍ରେମର ହୁଏ ଏତେ ଶକ୍ତି ଯେ ଥରେ ବାନ୍ଧି ହୋଇଗଲେ ସହଜରେ ଛିଡ଼େ ନାହିଁ୤ ଏହି ଚାରିଟିର ସମ୍ମିଶ୍ରଣରେ ବିଶ୍ବାସରୁ ହିଁ ଅହିଂସା ଆସେ୤ ବିଶ୍ବାସ କରିବାକୁ ହେବ ଯେ- “ସର୍ବଂ ବିଷ୍ଣୁ ମୟ ଜଗତ୍‌ସର୍ବଂ ଖଳ୍ବି ଦଂ ବ୍ରହ୍ମ”୤ ଏହାକୁ ବିଶ୍ବାସ କଲେ ହିଂସା ଭାବ ଆସିବ ନାହିଁ୤ ମଣିଷ ନିଜର ଦିବ୍ୟ ସ୍ବଭାବକୁ ବୁଝି ପାରିଲେ ଜଗନ୍ନାଥଙ୍କୁ ବୁଝି ହେବ୤ ସଂସ୍ପୃତିକୁ ଜାଣି ହେବ୤ ସଂସ୍କାର ଆସିବ୤

ଜଗନ୍ନାଥ ସଂସ୍କତି ହେଉଛି ଉତ୍ସବମୟୀ୤ ଓଡ଼ିଆରେ ବିଭିନ୍ନ ସମୟରେ ବିଭିନ୍ନ ଧର୍ମର ଅପୂର୍ବ ସମନ୍ବୟ ଶ୍ରୀ ଜଗନ୍ନାଥଙ୍କ ଠାରେ ହୋଇଅଛି୤ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଚଳିତ ବିଭିନ୍ନ ପୂଜା ବିଧି ଓ ପର୍ବ ପର୍ବାଣୀ ଅନ୍ୟ ସଂପ୍ରଦାୟ ଉପରେ ପ୍ରଭାବ ପଡ଼ିଥିବାର ପରିଲିକ୍ଷିତ ହୁଏ୤ ଏହି ପର୍ବ ପର୍ବାଣୀ ସତ୍‌ଚିତ୍‌ଆନନ୍ଦର ସନ୍ଦେଶ ଦିଏ ନାହିଁ ବରଂ ପ୍ରକୃତି ମଧ୍ୟ୤ ଏହି ଉତ୍ସବ ମଧ୍ୟରେ ସଂସ୍କୃତିକ ଚେତନା ଆନନ୍ଦ, ନିର୍ମଳ ସଂସ୍କାର ଏବଂ ସାତ୍ତ୍ବିକ ଉଲ୍ଲାସ ପ୍ରବାହିତ କରୁଅଛି୤ ପ୍ରଭୁ ଶ୍ରୀ ଜଗନ୍ନାଥ ବାର ମାସରେ ବାରଟି ନାମ ଧାରଣ କରି ଦେବମାନଙ୍କର ସମନ୍ବିତ ଚେତନାକୁ କାର୍ଯ୍ୟରତ କରାଇ ଅଛନ୍ତି୤ ଶ୍ରୀ ଜଗନ୍ନାଥ ସଂସ୍କୃତି ସହିତ ବିଭିନ୍ନ ମହାପୁରୁଷ ଭିନ୍ନ ଭିନ୍ନ ଅଞ୍ଚଳର ସଂସ୍କୃତିର ସମ୍ପର୍କ ପ୍ରତିଷ୍ଠା କରାଇଛନ୍ତି୤ ନାନକ ଶ୍ରୀ ଜଗନ୍ନାଥଙ୍କୁ ନିଜର ମାଲିକ ବୋଲି ବର୍ଣ୍ଣନା କରି ଶିଖ୍‌ସଂସ୍କୃତି ସହ ସମ୍ପର୍କ ସ୍ଥାପନ କରାଇଥିଲେ୤ ଗଣପତ୍ୟ ଗଣେଶ, ତୁଳସୀ ଦାସ ରାମ, ଚୈତନ୍ୟ କୃଷ୍ଣ, ଭୀମ ଭୋଇ ମହିମାଧର୍ମ ଅନୁସାରେ ଏବଂ ବୁଦ୍ଧ ଦ୍ରବ, ପଞ୍ଚସଖା, ଅଲେଖ ନିରଞ୍ଜନ ଏବଂ ଦକ୍ଷିଣ ଭାରତର ଅଲଉଆର ବୈଷ୍ଣବ ବିଷ୍ଣୁ ରୂପେ ଜଗନ୍ନାଥଙ୍କୁ ଦେଖି ନିଜର ସଂସ୍କୃତି ସହ ଜଗନ୍ନାଥ ସଂସ୍କୃତିର ସମ୍ପର୍କ ରଖିଥିଲେ୤ କାଳକ୍ରମେ ଜଗନ୍ନାଥ ସଂସ୍କୃତିକୁ ବିଲୋପ ହୋଇନଥିଲା୤ ବରଂ ଏ ସଂସ୍କୃତି ଚଣ୍ଡା ଶୋକରୁ ଧର୍ମାଶୋକରେ ପରିଣତ କରାଇ ପାରିଥିଲା୤ ଏ ସଂସ୍କୃତି ଦୁଷ୍ଟ ପ୍ରକୃତିକୁ ବିନାଶ କରି ସନ୍ଥ ପ୍ରକୃତିକୁ ପ୍ରତିଷ୍ଠା କରେ୤ ସେଥିପାଇଁ ଭାଗବତ କହେ – ଦୁଷ୍ଟ ନିବାରି ସନ୍ଥ ପାଳୁ ତୁ ନାଥ ପରମ ଦୟାଳୁ୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୬ ଆପଣଙ୍କ ମତାମତ ?

  • ୧. ଦୁର୍ଗା ପ୍ରସାଦ ପ୍ରଧାନ |  ମାର୍ଚ୍ଚ୍ ୩, ୨୦୧୧ - ୯:୨୧ ପୂର୍ବାହ୍ନ

    ଏହି ସାଇଟ ଦ୍ଵାରା ବହୁଦିନ ଧରି ପ୍ରବାସରେ ରହୁଥିବା ବ୍ୟକ୍ତିଙ୍କ ଭୁଲିଯାଉଥିବା ଓଡିଆ ସାହିତ୍ଯ ପୁଣି ଜାଗୃତ ହୋଇ ଉଠିପାରେ । ସେ ଯାହା ହେଉ ବହୁଦିନ ପରେ ଗୋଟାଏ ଶତ ପ୍ରତିଶତ ଓଡିଆ ସାଇଟ ଉପଲବ୍ଧ ହେବାରୁ ପୁଣି ଓଡିଆ ଲେଖିବା ଏବଂ ପଢିବାକୁ ବହୁତ ଇଚ୍ଛା ପ୍ରକଟ ହୋଇଛି ।

    ଧନ୍ୟବାଦ !
    ଦୁର୍ଗ ପ୍ରସାଦ ପ୍ରଧାନ, ମଧ୍ୟ ପ୍ରଦେଶରୁ

  • ୨. sushanta |  ଅକ୍ଟୋବର୍ ୨୧, ୨୦୧୧ - ୭:୨୨ ପୂର୍ବାହ୍ନ

    jay sitaram bhagabannkra avatar sarilani aau alpa dina maan hari nama ganthi dhana kasritha

  • ୩. ବଳଭଦ୍ର କର |  ନଭେମ୍ବର୍ ୩, ୨୦୧୧ - ୫:୧୫ ପୂର୍ବାହ୍ନ

    ଏଇ ସାଇଟ୍ ଓଡିଆ ଜତିର ଗର୍ବ ଓ ଗୌରବ ଏବଂ ଉଚ୍ଚକୋଟିର୤

  • ୪. ପରିକ୍ଶିତ ମହନ୍ତ |  ଫେବୃଆରୀ ୨୩, ୨୦୧୨ - ୧:୪୩ ପୂର୍ବାହ୍ନ

    ଓଡିଅ ଭାଷା ଏତେ ଉନ୍ନତି କଲାଣି ଜଣି ଖୁଶି ଲାଗିଲା ୤

  • ୫. ବାଇଧର |  ଅଗଷ୍ଟ୍ ୩୧, ୨୦୧୨ - ୪:୦୩ ପୂର୍ବାହ୍ନ

    ଆଜି ମୁଁ ବହୁତ ଖୁସି କାରଣ ଓଡ଼ିଆ ଭାଷା ଏତେ ସବୁ କଲାଣି ଏମିତି ଆମ ଭାଷାକୁ ବଞ୍ଚାଇ ରଖିବା ଊଚିତ୍

  • ୬. ଗୋପାଳ କୃଷ୍ଣ ସାହୁ, ବ୍ରହ୍ମପୁର |  ନଭେମ୍ବର୍ ୧୨, ୨୦୧୨ - ୮:୪୯ ଅପରାହ୍ନ

    ଧନ୍ୟବାଦ, ଏପରି ଏକ ସାଇଟ୍ ଆମ ସମସ୍ତଙ୍କ ପାଇଁ ବହୁତ ଉପଯୋଗୀ,ଓଡିଶା ଶିକ୍ଷା ବିଭାଗର ସମସ୍ତ ପାଠ୍ୟ ଖସଡା ଏବଂ ପାଠ୍ୟକ୍ରମ ଗୁଡିକ ଉପସ୍ଥାପନ କରିଥିଲେ ଭଲ ହୁଅନ୍ତା୤

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤