ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର
-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର
ସମଗ୍ର ସୃଷ୍ଟି ଚାରି ଯୁଗକୁ ନେଇ ଚାଲିଅଛି ସତ୍ୟ, ତ୍ରେତୟା, ଦ୍ବାପର ଏବଂ କଳି ଏହି ଚାରି ଯୁଗରେ ଭଗବାନ ବିଭିନ୍ନ ଅବତାର ନେଇ ଆସି ସଂସ୍ପାରିତ ସଂସ୍କୃତି ସ୍ଥାପନ କରି ଅଛନ୍ତି ଏବେ କଳିଯୁଗ କଳି ଯୁଗରେ ଭଗବାନଙ୍କ ଧାମ ପୁରୁଷୋତ୍ତମ କ୍ଷେତ୍ର ଏହି କ୍ଷେତ୍ରରେ ଅଧିଷ୍ଠିତ ପ୍ରଭୁ ଜଗନ୍ନାଥ ଜଗନ୍ନାଥଙ୍କୁ ନେଇ ଓଡିଶର ସଂସ୍କୃତି ତେବେ ଏହା ଆଜି କେତେ ଦୂର ସଂସ୍କାରିତ ? ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ସଂସ୍କୃତି କହିଲେ ଦେଶ ବା ଜାତିର ଅନ୍ତଃ ପ୍ରକୃତିକୁ ବୁଝାଏ କିନ୍ତୁ ଏହା ପରିସ୍ଫୁଟ ହୁଏ ବହିଃ ବିକାଶ ଦ୍ବାରା ଯାହାକୁ ଆମେ ସଭ୍ୟତା ବୋଲି କହିଥାଉଁ ସଭ୍ୟତା ଅସ୍ଥାୟୀ ସଂସ୍କୃତି ସ୍ଥାୟୀ ହୋଇଥିଲେ ମଧ୍ୟ ସଭ୍ୟତା ଇପରେ ନିର୍ଭର କରିଥାଏ ତା ନ ହେଲେ କଳୁଷିତ ହୋଇଯାଏ ତାହା ପୁଣି ସଂସ୍କାର ମଧ୍ୟରେ ପ୍ରଦୁଷଣ ହୋଇ ଦୃଢ ହୁଏ
ଉତ୍କଳୀୟ ସଂସ୍କୃତି ଅତି ଦିବ୍ୟ, ମହାର୍ଘ, ବିସ୍ମୟକର, ଆନନ୍ଦମୟ ଓ ଆନନ୍ଦ ପ୍ରଦାତା କାରଣ ଏହି ସଂସ୍କୃତି ଜଗନ୍ନାଥ ସଂସ୍କୃତି ଏହା ବାହ୍ୟ, ପାର୍ଥିବ ଜଗତ ସହିତ ଯଦିଓ ସଂପୃକ୍ତ ତତାପି ଏହା ହୃଦୟରୁ ଆସିଛି ଏହି ସଂପର୍କରେ ଶ୍ରୀ ସତ୍ୟ ସାଇବାବା କହିଛନ୍ତି- “ମାନବ ହୃଦୟରୁ ନିଃସୃତ ହେଉଥିବା ପ୍ରେମତତ୍ତ୍ବ ମନୁଷ୍ୟର ପ୍ରକୃତ ଜାତି ନିର୍ଦ୍ଧାରଣ କରେ ବସ୍ତୁତ୍ବ ଗୋଟିଏ ମାନବ ଜାତି, ସମଗ୍ର ମାନବ ଜାତି ଗୋଟିଏ ପରିବାର ସମଗ୍ର ପୃଥିବୀ ଗୋଟିଏ ଭବନ, ଦେଶ ଗୁଡିକ ସେହି ଭବନର କୋଠରୀ ଏହି ଭବନର ମାଲିକ ସ୍ବୟଂ ଜଗନ୍ନାଥ
ଜଗତ ବା ପ୍ରକୃତିର ମାଲିକ ହେଉଛନ୍ତି ପରମବ୍ରହ୍ମ ପୁରୁଷୋତ୍ତମ ସେ ହିଁ କାଳ, କର୍ମ, କାରଣ ଓ କର୍ତ୍ତବ୍ୟ ହୋଇ ମନୁଷ୍ୟକୁ ରୂପାନ୍ତରିତ କରାଇବାରେ ଲାଗିଛି ଜଗନ୍ନାଥଙ୍କ ନିକଟରେ ସାନବଡ, ଉଚ୍ଚନୀଚ, ଜାତି ଅଜାତିର ସ୍ଥାନ ନାହିଁ ମାନବବାଦକୁ ପ୍ରତିଷ୍ଠା କରିବା ପାଇଁ ସମନ୍ବୟର ପ୍ରତୀକ ସାଜିଛନ୍ତି ତାଙ୍କର ଚାରିଟି ଅକ୍ଷରରେ ଭିନ୍ନ ଭିନ୍ନ ଅର୍ଥ ପ୍ରକଟ ହେଇଥିଲେ ମଧ୍ୟ ଚାରିଟି ମାନବୀୟ ଗୁଣକୁ ଜାବୁଡି ଧରି ରହି ଅଛନ୍ତି ଜ-ସତ୍ୟକୁ ସର୍ବଦା ଜପ କର ସତ୍ୟ ହିଁ ଈଶ୍ବର ସତ୍ୟ ସମସ୍ତଙ୍କ ପାଇଁ ସମାନ କୌଣସି ଦେଶୀୟ ସତ୍ୟ ଏଠି ନଥାଏ କେବଳ ସତ୍ୟ ହିଁ ସତ୍ୟ ଅଟେ ସତ୍ୟରୁ ଜାତ ଏ ଜଗତ-ସତ୍ୟରେ ହୁଏ ବିଲୟିତ
ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?
୧. ଦୁର୍ଗା ପ୍ରସାଦ ପ୍ରଧାନ | ମାର୍ଚ୍ଚ୍ ୩, ୨୦୧୧ - ୯:୨୧ ପୂର୍ବାହ୍ନ
ଏହି ସାଇଟ ଦ୍ଵାରା ବହୁଦିନ ଧରି ପ୍ରବାସରେ ରହୁଥିବା ବ୍ୟକ୍ତିଙ୍କ ଭୁଲିଯାଉଥିବା ଓଡିଆ ସାହିତ୍ଯ ପୁଣି ଜାଗୃତ ହୋଇ ଉଠିପାରେ । ସେ ଯାହା ହେଉ ବହୁଦିନ ପରେ ଗୋଟାଏ ଶତ ପ୍ରତିଶତ ଓଡିଆ ସାଇଟ ଉପଲବ୍ଧ ହେବାରୁ ପୁଣି ଓଡିଆ ଲେଖିବା ଏବଂ ପଢିବାକୁ ବହୁତ ଇଚ୍ଛା ପ୍ରକଟ ହୋଇଛି । ଧନ୍ୟବାଦ ! ଦୁର୍ଗ ପ୍ରସାଦ ପ୍ରଧାନ, ମଧ୍ୟ ପ୍ରଦେଶରୁ୨. sushanta | ଅକ୍ଟୋବର୍ ୨୧, ୨୦୧୧ - ୭:୨୨ ପୂର୍ବାହ୍ନ
jay sitaram bhagabannkra avatar sarilani aau alpa dina maan hari nama ganthi dhana kasritha୩. ବଳଭଦ୍ର କର | ନଭେମ୍ବର୍ ୩, ୨୦୧୧ - ୫:୧୫ ପୂର୍ବାହ୍ନ
ଏଇ ସାଇଟ୍ ଓଡିଆ ଜତିର ଗର୍ବ ଓ ଗୌରବ ଏବଂ ଉଚ୍ଚକୋଟିର