ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ତରୁଣ କବିର ଆଶା
 |- ଡକ୍ଟର ମାୟାଧର ମାନସିଂହ
 
 
ତା: ଅକ୍ଟୋବର୍ ୨୯, ୨୦୧୧  
ମୂଳ ପୃଷ୍ଠାକାବ୍ୟ ଓ କବିତା
 

ଏଡ଼େ ବିରାଟ ସେ, ପାଏ କି ଭାଷା,
ହାୟ ରେ ତରୁଣ କବିର ଆଶା !
ଭାବିଥିଲି ଯିବି ଅସୀମ ପଥେ
ସୁରଭି-ଶୀତଳ-ମଳୟରଥେ
କୁସୁମ-ଫଗୁଳ ଫଗୁଣ-ପୁରେ
ବାହି ଗୋ ଦୂରେ !

ଅଶୋକକଳିକା ଶ୍ରବଣେ ଗୁଞ୍ଜି
ଚରମେ ଝୁଲାଇ ବଉଳ-ପୁଞ୍ଜି
ପରିମଳ ପାରି ଯାଆନ୍ତି ମିଶି
ମୁଁ ଦଶ ଦିଶି !

ପରିମଳ ସମ ଗଗନେ ଭାସି
ପାଗଳ କରନ୍ତି ଜୋଛନାରାଶି;
ଜୋଛନା ଡାକନ୍ତା ‘ଆସ ହେ ପ୍ରିୟ’
ଚୁମ୍ବନ ନିଅ !

ଚଇତି-ପବନ ସଙ୍ଗୀତ ଧରି
ସେପାର ଆକାଶେ ଯାଆନ୍ତି ଚଳି,
ମୁକତି ଲଭନ୍ତା ପରାଣ ମମ
ବିହଗ ସମ !

କୋକିଳ ଡାକନ୍ତା, ‘ଆସ ହେ ଭାଇ’
ତରୁଣ ସେ କବି ହୁଅନ୍ତା ବାଇ,
ଗୋଲାପ କହନ୍ତା, ‘ଆସିଲ ସତେ,
ଏତେ ଦିନକେ ?’

ଭାବିଥିଲି ଦୂରି ମଣିଷ-ପ୍ରାସ
ମଧୁର କରିବି ଧରଣୀ-ବାସ
ଏକଇ ଆଦେଶେ, ଜୀବର ହିତେ
ପୃଥିବୀ ପୀଠେ୤

ଦେଶରୁ ଦେଶରୁ ଯାଆନ୍ତି ଉଡ଼ି
ନିଖିଳ ଜାତିର ହୃଦୟ ଜୁରି
ପ୍ରେମର, ଜ୍ଞାନର ପ୍ରଚାର କରି
ପରାଣ ଭରି୤

ଭାବିଥିଲି ଅବା ବକୁଳ ତଳେ
ସୁରଭି କୁସୁମ ଶୟନ ପରେ
ଯାପିବି ଜୀବନ ପ୍ରେୟସୀ ଧରି
ସ୍ବପନ ପରି୤

ବାଛିନେଇଥିଲି ମୋର ପ୍ରେୟସୀ
ଲାବଣ୍ୟ ପ୍ରତିମା, ସମବୟସୀ
ଭାବିଥିଲି ତାରେ କରିବି ସାଥୀ
ପରାଣ ପାତି୤

ଭାବିଥିଲି ଛାଡ଼ି ପୃଥିବୀ ବାଧା
ପୂଜିବି ସେ ମୋର ହୃଦୟ-ରାଧା
ବଜାଇ ମୁରଲୀ ମୁଁ ଅହରହ
କାହିଁ ବିରହ ?

ଅସର ଚାନ୍ଦିନୀ ଯାମିନୀ ତଳେ
ସେ ରାଧା କୋମଳ ଜଘନ ପରେ
ଜୀବନ ମରଣ ଯାଆନ୍ତି ଭୁଲି
ସପନ ପରି !

ବିଜନ ତଟିନୀ ବେତସ ଗେହେ
ଢାଳି ଦେଇଥାନ୍ତି ଅଳସ ଦେହେ
ଚମକନ୍ତି ଶୁଣି ନୂପୁର ଧ୍ବନି
ପ୍ରେୟସୀ ମଣି !

ମାନସୀ ଆସନ୍ତା ହଲାଇ ବେଣୀ
ଚତୁରେ ଚଳାଇ ନୟମ ବେନି,
ଲଗାଇ ଦିଅନ୍ତା ପ୍ରିୟରେ ତାର
କୁସୁମ-ହାର୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଡକ୍ଟର ମାୟାଧର ମାନସିଂହ
ଡକ୍ଟର ମାୟାଧର ମାନସିଂହ
ଓଡ଼ିଆ ସାହିତ୍ୟରେ ପ୍ରେମ ଓ ପ୍ରଣୟର କବି ଭାବେ ପରିଚିତ ମାୟାଧର ମାନସିଂହ(୧୯୦୫-୧୯୭୩) ଜଣେ ବହୁମୁଖୀ ପ୍ରତିଭାଶାଳୀ ବ୍ୟକ୍ତିତ୍ବ୤ ବିପୁଳ କାବ୍ୟକୃତି ବ୍ୟତୀତ ବହୁ ନାଟକ ନାଟିକା, ମନନଶୀଳ ପ୍ରବନ୍ଧ, ସାହିତ୍ୟ ସମାଲୋଚନା, ଜୀବନୀ, ଆତ୍ମଜୀବନୀ, ଭ୍ରମଣବୃତ୍ତାନ୍ତ ଇତ୍ୟାତି ରଚନା କରି ସେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି୤ କବିଙ୍କ ଦ୍ବାରା ରଚିତ ଧୂପ, ହେମପୁଷ୍ପ, ହେମଶସ୍ୟ, କୋଣାର୍କ ଆଦି କାବ୍ୟ ଗୋଟିଏ ଗୋଟିଏ ଚର୍ଚ୍ଚିତ ସୃଷ୍ଟି୤ ଓଡ଼ିଶା ବାହାରେ ଓଡ଼ିଆସାହିତ୍ୟ ଓ ସଂସ୍କୃତିକୁ ପରିଚିତ କରିବା ନିମନ୍ତେ କବିଙ୍କ ଇଂରାଜୀ... [ କ୍ରମେ ସବିଶେଷ ]
ଡକ୍ଟର ମାୟାଧର ମାନସିଂହଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. ରଶ୍ମି ରଞ୍ଜନ |  ନଭେମ୍ବର୍ ୧, ୨୦୧୧ - ୧୨:୫୨ ଅପରାହ୍ନ

    ୧୯୩୧ ମସିହାର ଏଇ କବିତା ଏବେ ବି ଚିର ସବୁଜ ୤ ପ୍ରେମ ଓ ପ୍ରଣୟର କବି ଶ୍ରୀ ମାନସିଂହଙ୍କର ଏହି ସୃଷ୍ଟି ବହୁତ ଆଦୃତ ହୋଇଥିଲା ୤
    ଏ କବିତାକୁ ଅତି ସୁନ୍ଦର ଭାବରେ ସଙ୍ଗୀତରେ ସଜାଇଛନ୍ତି ସୁସ୍ମିତା ଦାସ୍ ତାଙ୍କ “ମାୟା ଦର୍ପଣ” ଅଡିଓ ସିଡି ରେ ୤ ଥରେ ଶୁଣନ୍ତୁ ସେ ଗୀତକୁ …

  • ୨. ସୁରେନ୍ଦ୍ର କୁମର ମିସ୍ର |  ନଭେମ୍ବର୍ ୪, ୨୦୧୧ - ୮:୨୯ ପୂର୍ବାହ୍ନ

    NAMSKAR……………

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • 'ମାଗୁଣିର ଶଗଡ଼' ଗଳ୍ପର ଶୀର୍ଷକ ଯେପରି ଆକର୍ଷଣୀୟ....ତାର ବିଷୟ ବସ୍ତୁ ସେହିପରି ହୃଦୟସ୍ପର୍ଶୀ। ପ୍ରାଚୀନ କାଳର ହାତ ଗଢା ଯାନବାହାନ ଏବଂ ଆଧୁନିକ କାଳର ଯନ୍ତ୍ର…
    ( ଝରଣା ମହାରଣା )
  • ମୋ ମନ ସୁମନ ଦେଇ ହରପଦ ପୂଜିବି ରେ । ଅଧମତାରଣ ହରି ଏ ଅଧମେ କୃପା କରି ଆସିବେ ହୃଦକୁଟୀରେ,…
    ( Trilochan Patel )
  • ଆଧୁନିକତାର ପ୍ରବେଶରେ ଯନ୍ତ୍ର ଶିଳ୍ପ ସାମାଜିକ ଜୀବନରେ ଅବାଧ ପ୍ରବେଶ ,ପାରମ୍ପରିକ କୁଟୀର ଶିଳ୍ପ ଓ କୌଳିକ ବୃତ୍ତି ହ୍ରାସ ,ଆଧୁନିକ ଯନ୍ତ୍ର ସହିତ ମଣିଷର ନିବିଡ଼ତା…
    ( ସୁଶାନ୍ତ କୁମାର ଦାଶ )