ନବ ପ୍ରତିଭା

ବିକ୍ଷିପ୍ତ ଭାବନା
|- ପ୍ରଜ୍ଞା ପାରମିତା ମହାନ୍ତି, ପୁରୀ, ଓଡିଶା
ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ତମେ ଚାଲିଯିବା ପରେ
 |- ରମାକାନ୍ତ ରଥ
 
 
ତା: ଏପ୍ରିଲ୍ ୧୩, ୨୦୧୧  
ମୂଳ ପୃଷ୍ଠାକାବ୍ୟ ଓ କବିତାଆଧୁନିକ
 

ମେ ଚାଲିଯିବା ପରେ
ସମୟ ଦିଶିଲା ଏକ ରାତି ଅଧ ବିମାନବନ୍ଦର୤
ରାତି ଭିତରକୁ ଲମ୍ବିଯାଇଥିଲେ ନୀଳବତୀମାନ୤
ବକ୍ତବ୍ୟ ତ ପରିଷ୍କାର, ବତୀଙ୍କ ଉତ୍ତାରୁ
ଅପ୍ରମିତ ଅନ୍ଧକାର ଘୋଟିଥିବା ଚଉଦ ଭୁବନ୤
ନଥିବ କୌଣସି ବତୀ ନୀଳ କିମ୍ବା ଦୋସରା ରଙ୍ଗର୤
ବକ୍ତବ୍ୟ ତ ପରିଷ୍କାର, ବତୀ ବିନା ତମ ବିନା ଏବଂ
ଆଶା ବିନା ମୋ ଗନ୍ତବ୍ୟ ସେହି ଅନ୍ଧକାର୤

ଆକ୍ଷି ବୁଜିଦେଲି, ଆକ୍ଷି ପଛଆଡ଼େ ଲାଗେ
କେଉଁଠାରେ ଭୀଷଣ ଯନ୍ତ୍ରଣା୤
ସତେ ଅବା ଭାଙ୍ଗିଗଲା ବ୍ୟୋମଯାନ ଓହ୍ଲାଇଲା ବେଳେ,
ଲିଭିଗଲା ଆଲୁଅ ଓ ସରଳବିଶ୍ବାସୀ
ହସ ନିରୁଦ୍ଦିଷ୍ଟ ହେଲା ଅପ୍ରସ୍ତୁତ ଭବିଷ୍ୟତ କୋଳେ୤
ସତେ ଅବା ଛାଡ଼ିଗଲା ରଙ୍ଗ ମୋର କୋଠରୀ କାନ୍ଥରୁ,
ସତେ ଅବା ଗାଲିଚା ଓ ଶେଯ ଓଦା କେବର ବର୍ଷାରେ୤
ମତେ ଜଣାଗଲା ଆଉ ଏ କୋଠରୀ ମୋର ହୋଇ ନାହିଁ୤
ଏଠାରେ ମୁଁ ଆଗନ୍ତୁକ, ମୋ ସମୟ ନଷ୍ଟ କରେ, ବସି
ହସଟିଏ ଉତ୍ପାଦନ କରିବାର ବିଫଳ ଚେଷ୍ଟାରେ,
ଅଥବା ଚାହୁଁଛି ଦେବି ଜୀବନ୍ୟାସ ସ୍ମୃତିଙ୍କୁ ଅଥବା
ଥୁରୁଥୁରୁ ହାତେ ଗଢ଼େ ଭାଗ୍ୟକୁ ବା ତଡ଼େ
ଖରାକୁ ଏଠାରୁ ମୋର ଦିକ୍ଦାର୍ ଅଜସ୍ର ହାଇରେ୤

ତମେ ଚାଲିଯିବା ପରେ ଆଉ କିଛି ଯାଏ ଆସେ ନାହିଁ,
ମୋ ଦୃଷ୍ଟି ଶ୍ରବଣ ଆଉ ସ୍ପର୍ଶ ଶକ୍ତି ଆଦି
ମୋ ଆୟତ୍ତାଧୀନ ଅବା ଯାହା କିଛି ଘଟିଲା ତା ଯୋଗୁଁ
ଅସଂଯତ ମନ ଦେଖେ ଅବାସ୍ତବ ରୂପ ଧାଡ଼ି ଧାଡ଼ି୤
ତମକୁ ତମର ଲୁହ ଗୀତକୁ ଧ୍ବଂସ କରୁଥିବା
ସତ୍ୟର ନିର୍ମଳ ଜ୍ୟୋତି କିଏ ଯିବ ଲୋଡ଼ି ?

ତମେ ଦେଖାଯାଅ, ତମେ ଚାଲିଯିବା ପରେ
ନାନା ରୂପେ, କୌଣସି ରୂପର
ଅସ୍ତିତ୍ବ ଯଦିଓ ନାହିଁ ବର୍ତ୍ତମାନେ ଅବା ଭବିଷ୍ୟତେ
ପ୍ରତି ରୂପ ଏଡ଼ିଦିଏ ତାଚ୍ଛଲ୍ୟରେ ସମୟକୁ ଯାହା
ବିନା ବାକ୍ୟବ୍ୟୟେ ବାଣ୍ଟିହୋଇଯାଏ ଅତୀତକାଳ ବା
ବର୍ତ୍ତମାନକାଳ କିମ୍ବା ଭବିଷ୍ୟତକାଳର ଖୋପରେ୤

ଏଠାରେ କେବଳ ଅଛି ଗୋଟିଏ ସମୟ,
ସେଥିରେ ଜୀବନ ପରେ ମୁତ୍ୟୁ ନାହିଁ କିମ୍ବା ମୃତ୍ୟୁ ପରେ
ପ୍ରାୟଶ୍ଚିତ୍ତ ନାହିଁ, ସବୁ ମିଶାମିଶି ସେହି
ସମୟରେ ଏବଂ ଯେବେ ସେ ସମୟ ସରିଯିବ, କିଛି
ନ ଥିବ କେବଳ ଥିବ ଅମାପ ଅନ୍ଧାର
ପ୍ରାଣହୀନ ସମୁଦ୍ର ଓ ପ୍ରାଣହୀନ ତରାଙ୍କ ଭିତରେ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ରମାକାନ୍ତ ରଥ, ଭୁବନେଶ୍ବର
ରମାକାନ୍ତ ରଥ
୧୯୩୪ ମସିହାରେ ଜନ୍ମଗ୍ରହଣ କରିଥିବା କବି ରମାକାନ୍ତ ରଥ ଆଧୁନିକ ଓଡ଼ିଆ କବିତାର ଜଣେ ଦିଗନିର୍ଣ୍ଣାୟକ କବି ଭାବରେ ପ୍ରସିଦ୍ଧ୤ ଆଧ୍ୟାତ୍ମିକତା ଏବଂ ମାନବବାଦୀ ଚେତନାରେ ଉଦ୍‌ବୁଦ୍ଧ କବି ଶ୍ରୀ ରଥ ତାଙ୍କର କବିତା ଶୈଳୀର ନୂତନତ୍ବ ଓ କାବ୍ୟଭାବନାର ମୌଳିକତା ପାଇଁ ଆଧୁନିକ ଭାରତୀୟ କବିତାର ଅନ୍ୟତମ ବିଶିଷ୍ଟ କବି ଭାବରେ ସମ୍ମାନିତ୤ ଏକାଧାରରେ ଜଣେ ବରିଷ୍ଠ ପ୍ରଶାସକ ସହିତ ପ୍ରତିଷ୍ଠିତ କବି ଭାବେ ଶ୍ରୀ ରଥ ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଏକ ପ୍ରତିଷ୍ଠିତ ବ୍ୟକ୍ତିତ୍ବ୤ କେନ୍ଦ୍ର ସାହିତ୍ୟ ଏକାଡ଼େମୀ... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୭ ଆପଣଙ୍କ ମତାମତ ?

  • ୧. sankarsan Panda |  ଏପ୍ରିଲ୍ ୧୩, ୨୦୧୧ - ୧୧:୨୦ ଅପରାହ୍ନ

    this is very good efforts i never visit the site now i feel it is very useful for the odiya socity. really its very appriciated job.

  • ୨. ଆର୍ତ୍ତେନ୍ଦୁ କୁମାର ମୁଣ୍ଡ |  ସେପ୍ଟେମ୍ବର୍ ୧୦, ୨୦୧୧ - ୬:୫୩ ପୂର୍ବାହ୍ନ

    ଅପ୍ରାନ୍ତର ଏଇ ସୁନ୍ଦର ଉଦ୍ୟମ ଲାଗି ରହୁ୤ ବହୁତ ଦିନ ପରେ ରମାକାନ୍ତଙ୍କ କବିତାଟିଏ ପଢିବାର ସୌଭାଗ୍ୟ ମିଳିଲା୤ ଧନ୍ୟବାଦ୤

  • ୩. ତରୁଣକାନ୍ତି ମିଶ୍ର |  ଅକ୍ଟୋବର୍ ୨, ୨୦୧୧ - ୧୧:୨୭ ପୂର୍ବାହ୍ନ

    ରମାକାନ୍ତଙ୍କ କବିତାରେ ରହିଚି ଅଦ୍ଭୂତ ମନ୍ତ୍ରଶକ୍ତି୤ ପ୍ରତିଥର ଯେତେବେଳେ ମୁଁ ତାଙ୍କର କବିତା ‘ଅତିଥି ସତ୍କାର’ ପଢେ, ମୋ ଛାତି ଭିତରଟା ରୁନ୍ଧି ହୋଇଯାଏ ଅସହ୍ୟ କୋହରେ୤ ସେଭଳି ବିଷଣ୍ଣତା ଘେରିଯାଏ ଚନ୍ଦ୍ରମାର ଚୂଡି, ଶ୍ରୀରାଧା(୬୧), ମାଷ୍ଟ୍ରାଣୀ ଆଦି କବିତାରେ୤
    ଗତ ଅର୍ଦ୍ଧଶତାବ୍ଦୀର ଶହେଟି ଶ୍ରେଷ୍ଠକବିତା ଆପଣଙ୍କ ପୋର୍ଟାଲରେ ସ୍ଥାନିତ କରି ପାରିବେ କି?

  • ୪. ବିଭୁତି ଭୁଶଣ (Jampada, Jajpur) |  ଜାନୁଆରୀ ୬, ୨୦୧୨ - ୧୨:୪୩ ପୂର୍ବାହ୍ନ

    Tuma lekha ani die
    Mo atitaku.
    Tuma lekha jagrata kare
    Mo Bhabanaku.
    Dhanya Bada deuchi tumaku
    Aau kichi lekhi dia
    Chuini jau amari manaku.

    BIBHU, Jampada, Jajpur

  • ୫. sarita, mumbai |  ଜାନୁଆରୀ ୧୧, ୨୦୧୩ - ୬:୪୦ ପୂର୍ବାହ୍ନ

    chamatkar………………….

  • ୬. ଡ. ଗଣେଶ ପ୍ରସାଦ ସାହୁ, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୋରାପୁଟ |  ମାର୍ଚ୍ଚ୍ ୧୫, ୨୦୧୩ - ୧୨:୪୬ ପୂର୍ବାହ୍ନ

    କବି ରମାକାନ୍ତ ରଥ ଉତ୍ତର ୧୯୬୦ କାଳରେ କବିତାର ଭାବ ଓ ଶୈଳୀ ନିମନ୍ତେ ବେଶ୍ ପରିଚିତ
    ପ୍ରେମର ପ୍ରତୀକ ନୀଳ ଆଧାରରେ ତାଙ୍କ କାବ୍ୟ ନାୟକ ବା ନାୟିକା ସ୍ବପରିଚୟ ପାଇଛନ୍ତି୤
    ଅପୂର୍ଣ୍ଣ ପ୍ରେମ ଓ ବସ୍ତୁବାଦୀ ଭାବନାରେ ରମାକାନ୍ତଙ୍କ ଚରିତ୍ରମାନେ ବଳିଷ୍ଠ ଓ ସେ ପାଇଁ ସମୟର ପ୍ରତିନିଧି ସେମାନେ୤

  • ୭. ମନ୍ମଥ କୁମାର ଦଳେଇ |  ସେପ୍ଟେମ୍ବର୍ ୨୯, ୨୦୧୬ - ୫:୪୬ ପୂର୍ବାହ୍ନ

    ମୁଁ ଶୁଣିଥିଲି ରମାକାନ୍ତ ମିଶ୍ର ମହୋଦୟ ସାଧାରଣ ଶବ୍ଦ ବ୍ୟବହାର କରି ବିଚକ୍ଷଣ ସାହିତ୍ୟ ସୃଷ୍ଟି କରିପାରନ୍ତି । ଏହି କବିତାରେ ଠିକ ସେୟା ହେଇଛି । ଭଗବାନ କରନ୍ତୁ ଆପଣଙ୍କ ରାତି ଅଧ ବିମାନବନ୍ଦରଟି, ନାତି ନାତୁଣୀଙ୍କ କଳରବରେ ହସିଉଠୁ ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ କ୍ଷମା ଓ ଖଦ୍ୱେତର ଖେଦ କବିତାଗୁଡିକୁ ସ୍ଥାନିତ କରନ୍ତୁ। ଏହି କବିତା ଦ୍ବୟ ବହୁତ ସୁନ୍ଦର।
    ( ରାଜେଶ କୁମାର ସାହୁ )
  • Maguni ra Sagada and all writings of my respected Godabarish Mohapatra are always heart touching. As a habit, while browsing…
    ( Dilip Kumar Misra )
  • I am now nearing 80 years. I have seen Sri Godabarish Mohapatra in my childhood. He was know to my…
    ( Dilip Kumar Misra )