ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ଭୁବନେଶ୍ବର ବେହେରା
ଅମରେନ୍ଦ୍ର ଖଟୁଆ
ବରେନ୍ଦ୍ର କୃଷ୍ଣ ଧଳ
କିଶୋରୀ ଚରଣ ଦାସ
ଶାରଦା ପ୍ରସାଦ ମିଶ୍ର
କୁନ୍ତଳା କୁମାରୀ ସାବତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ତମ ଗାଁରେ
 |- ମନୋରଞ୍ଜନ ପାଣିଗ୍ରାହୀ
 
 
ତା: ମେ ୨୫, ୨୦୧୨  
 

ତମ ଗାଁରେ ଝିପିଝିପି ମେଘ ବରଷିଲେ
ମୋ ଗାଁ ଅନେଇ ରହେ
ତମ କିଆ ଗୋହିରୀରେ ମୟୁର ନାଚିଲେ
ମୋ ଗାଁ ଉଦାସ ହୁଏ୤

ତମେ ଚଉଁରାମୂଳେ ଜାଳିଦେଲେ ଦୀପ
ମନ ମୋ ମହକିଯାଏ
ତମେ ଯେବେ ଗାଅ ଶ୍ରାବଣର ଗୀତ
ହୃଦୟ ମୋ ଭିଜିଯାଏ୤

ତମ ଗାଁ ନଦୀ
ତରତର ଚାଲି
ବାଟ ଯଦି ଭୁଲି ଯାଏ
ନିଦ ନଭାଙ୍ଗୁଣୁ
ରାତିର ଯୌବନ ସ୍ବପ୍ନ ସବୁ ବୁଡ଼ିଯାଏ

ତମ ଗାଁ ନଦୀ
ଛଳ ଛଳ ସୁଅ,
ହାତ ଠାରି ଡାକୁଥାଏ
ମୋ ଗାଁ ନୀତି
ମଠେଇ ମଠେଇ,
ଦେହକୁ ପଖାଳୁଥାଏ

ତମ ଗାଁ ର ନାଲି ଟୁକୁ ଟୁକୁ ସାଧବବୋହୂ
ଟିପେଇ ଟିପେଇ ଆମରି ଗାଁ ରେ ଚାଲେ
ଆମରି ଗାଁ ର ଦୁଷ୍ଟ ପ୍ରଜାପତି
ତମ ବଗିଚାର ଫୁଲରେ ଫଳରେ ବସେ୤

ତମ ଗାଁ ଗୋଟେ ଦୁଷ୍ଟ କଳାଜାଇ
ମୋ ଗାଁ ଚିବୁକରେ
ମୋ ଗାଁ ଗୋଛେ ଲାଲ୍‌ କଇଁଫୁଲ
ତମ ଗାଁ ସରସୀରେ

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ମନୋରଞ୍ଜନ ପାଣିଗ୍ରାହୀ, ଭୁବନେଶ୍ବର
ମନୋରଞ୍ଜନ ପାଣିଗ୍ରାହୀ
ଜଣେ ସରକାରୀ ଅଧିକାରୀ ଭାବେ କାର୍ଯ୍ୟରତ ଥାଇ ସୁଦ୍ଧା ମନୋରଞ୍ଜନ ପାଣିଗ୍ରାହୀ କବିତା ଲେଖିବାରେ ନିମଗ୍ନ ରହିଛନ୍ତି୤ ବର୍ତ୍ତମାନ ସୁଦ୍ଧା ମୁହଁ ଦର୍ପଣ, ମୃନ୍ମୟ ମୁହୂର୍ତ୍ତ ଓ କବିତା ଲେଖୁଥିବା ପୁଅ ଆଦି କବିତା ଗ୍ରନ୍ଥ ତାଙ୍କର ପ୍ରକାଶିତ ପୁସ୍ତକ ମଧ୍ୟରେ ଅନ୍ୟତମ୤ ଓଡ଼ିଶା ଯୁବ କବି ପୁରସ୍କାର ସହିତ ଅନ୍ୟାନ୍ୟ ପୁରସ୍କାର ଓ ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି୤
 

ମତାମତ ସଂଖ୍ୟା - ୭ ଆପଣଙ୍କ ମତାମତ ?

  • ୧. ବିଜନ ରାୟ୍ |  ମେ ୨୫, ୨୦୧୨ - ୫:୧୮ ପୂର୍ବାହ୍ନ

    ସୁନ୍ଦର,ଖୁବ୍ ସୁନ୍ଦର.

  • ୨. Bikash |  ମେ ୨୫, ୨୦୧୨ - ୧୧:୦୫ ଅପରାହ୍ନ

    Romantic….Well Written…

  • ୩. Ashok kumar sethi |  ମେ ୨୭, ୨୦୧୨ - ୧୧:୩୩ ଅପରାହ୍ନ

    HRUDAY SPARSHI…

  • ୪. ବ୍ୟଙ୍ଗକବି ଚିତ୍ତରଞ୍ଜନ ଓଝା |  ମେ ୨୯, ୨୦୧୨ - ୧୨:୨୬ ପୂର୍ବାହ୍ନ

    ଦେହଟା ମୋ ରହିଅଛି ଖାଲି ଆମ ଗାଁ ରେ
    ହେଲେ ହୃଦୟଟା ପରା ପ୍ରିୟା, ତୁମ ଗାଁରେ……..

  • ୫. ବିଜୟା ଲକ୍ଷ୍ମୀ ବେହେରା, କେନ୍ଦ୍ରାପଡା |  ଅକ୍ଟୋବର୍ ୧୩, ୨୦୧୨ - ୬:୩୩ ପୂର୍ବାହ୍ନ

    ଲେଖାଟି ବହୁତ ସୁନ୍ଦର୍ …..ଧନ୍ୟବାଦ

  • ୬. ନମିତ ଦାଶ, ବ୍ରହ୍ମପୁର , ଓଡିଶା |  ଫେବୃଆରୀ ୨୩, ୨୦୧୩ - ୪:୦୦ ପୂର୍ବାହ୍ନ

    ବହୁତ ସୁନ୍ଦର କବିତା……………ସତରେ ତମ ଗାଁ ଆଉ ଆମ ଗାଁର ଦୂରତ୍ବ କମି କମି ଯାଏ……….ବର୍ଷା….ବସନ୍ତ…ବୈଶାଖରେ……ଧନ୍ୟବାଦ.

  • ୭. ନମିତା ଦାଶ, ବ୍ରହ୍ମପୁର୍.ଗଞ୍ଜମ୍.ଓଡିଶା |  ମାର୍ଚ୍ଚ୍ ୮, ୨୦୧୩ - ୧୨:୫୭ ଅପରାହ୍ନ

    ଭଲ ଲଗିଲା………..ସତରେ ଆମ ଗାଁ ଆଉ ତମ ଗାଁ ର ଦୂରତ୍ବ କମି କମି ଯାଏ……..ବର୍ଷା…ବସନ୍ତ…ବୈଶାଖରେ………..ଧନ୍ୟବାଦ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )