ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଜଗଦୀଶ ମହାନ୍ତି
ରଜତ କୁମାର ମିଶ୍ର
ଉତ୍କଳମଣି ଗୋପବନ୍ଧୁ ଦାସ
ରାଜକିଶୋର ରାୟ
ସୀତାକାନ୍ତ ମହାପାତ୍ର
ମନୋରଞ୍ଜନ ପାଣିଗ୍ରାହୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସର୍ବହରା
 |- ଅନନ୍ତ ପଟ୍ଟନାୟକ
 
 
ତା: ଅଗଷ୍ଟ୍ ୩, ୨୦୧୫  
 

ଜୀବନ ଧରି ହେ ଢାଳିଲୁ ରକ୍ତ, ତୋଳିଲୁ ସଉଧମାଳା
ଆମରି ଲାଗିରେ ଶାସନ ଶକ୍ତ, ଆମେଇ ସର୍ବହରା୤
ଝାଞ୍ଜି ପବନ ସହିରେ ସଘନ, ଗହିରେ ରୋଇଲୁ ଧାନ
ବରଷା କାଦୁଅ ଚକଟି କେତେରେ, ଖିନ୍ନ କରିଲୁ ପ୍ରାଣ ୤

ପଉଷ ପ୍ରଭାତେ କାଟିଲୁ ଶସ୍ୟ, ହସିଲେ ନିଖିଳ ବାସୀ
ଶକ୍ତିଶାଳୀର କରାଳ କବଳ, ନେଲାରେ ସକଳ ଗ୍ରାସୀ |
କେତେ ଯେ ଦେଏଣା, କେତେ ଯେ ପାଉଣା, ମହାଜନ ଜମିଦାର
ନେଲେଟି ଶୋଷିରେ, ଚାହିଁଲୁ ନୀରବେ ଘେନି କଙ୍କାଳମାଳ,
ସନ୍ତାନ ଆମ, ଆମରି ଆଗେରେ, ଶମଶାନେ ପଡ଼େ ଟଳି
ମୂକ ପାଷାଣର ପରାଣ ବହିରେ, ରହିଛୁ ସଭୟେ ଥରି୤

ଯେ ଯୁଗେ ମାନବ ଉଡ଼ଇ ଆକାଶେ, ବୁଡ଼ଇ ସାଗର ଜଳେ
ସେ ଯୁଗେ ଆମେରେ “ ହା ଅନ୍ନ ହା ଅନ୍ନ” ଡାକି ବୁଲୁ ନତ ଶିରେ୤
ଭାଗ୍ୟ ଆଦରି ଦେଉଳ ଦୁଆରେ, ମୁଣ୍ଡ ପିଟୁରେ ବସି
କରଭାର ସହି ହୀନ ଦୁର୍ବଳ, ନ ପାରୁ ଜୀବନେ ହସି୤

ଆମେଇ ଗଢ଼ିଲୁ ବନ୍ଧୁକ, ତୋପ, ତରବାରୀ ଆମ ପାଇଁ
ଆମେଇ ତୋଳୁରେ କାରାର ପ୍ରାଚୀର, ବନ୍ଧନ ଗୀତ ଗାଇ
ସମାଜର ଶତ ଶୃଙ୍ଖଳ ଜାଲେ, ଛନ୍ଦି ଆପଣା ଛାଏଁ
ଆଲୋକର ପଥ ରୁଦ୍ଧ କରୁରେ, ଯୁଗ ଯୁଗାନ୍ତ ଯାଏ୤

ପୁଞ୍ଜିତ ରୋଷେ ବଞ୍ଚିତ ଆମେ, ଦୀପ୍ତ ଚେତନା ବହି
ନ ବୁଲିବୁ ଆଉ ଭିକ୍ଷୁକ ବେଶେ, ଦୁଃଖ ବେଦନା ସହି,
ପ୍ରାପ୍ୟ ଆମର ନେବୁରେ ମୁକର, ଆମେ ଶ୍ରମିକର ଜାତି
ଫୁଟାଇବୁ ଆଜି ରକ୍ତ ପ୍ରଭାତ, ଚିରି ଅନ୍ଧାର ରାତି୤

ନିଶ୍ବ ଯେତେକ, ବିଶ୍ବର କୋଳେ ସକଳ ଶ୍ରମିକ ଚାଷୀ
ମିଳିତ ହୁଅରେ ଆମରି ସଙ୍ଗେ, ଶଙ୍କା ଜଡ଼ତା ନାଶି୤
ଥରୁ ରେ ଧରଣୀ ଆକାଶ ପବନ, ଥରୁ ରେ ଶୋଷକ କୁଳ୤
ହସିଉଠୁ ଆଜି ସମତା ଜଗତେ, ଭାଜୁରେ ପାହାଡ଼ ଚୂଳ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଅନନ୍ତ ପଟ୍ଟନାୟକ
ଅନନ୍ତ ପଟ୍ଟନାୟକ
ଜଣେ ପ୍ରଗତିଶୀଳ ଓ ବୈପ୍ଳବିକ ଚେତନାଧାରୀ କବି, ଗାଳ୍ପିକ, ଅନୁବାଦକ, ନାଟ୍ୟକାର ଓ ଶିଶୁ ସାହିତ୍ୟିକ ଭାବେ ଅନନ୍ତ ପଟ୍ଟନାୟକ(୧୯୧୪-୧୯୮୭) ପରିଚିତ୤ ତାଙ୍କର ସମସ୍ତ ଲେଖାରେ ଗରିବ ଓ ଖଟିଖିଆ ତଥା ସମାଜର ତଳ ଶ୍ରେଣୀର ଲୋକମାନଙ୍କର ବେଦନା ପ୍ରତିଫଳିତ ହୋଇଛି୤ ସେତେବେଳର ସୋଭିଏତ୍ ଋଷିଆର ପ୍ରତିଷ୍ଠିତ ସାହିତ୍ୟିକ ମାକ୍ସିମ୍ ଗର୍କୀଙ୍କର ‘ଦି ମଦର୍’ ଉପନ୍ୟାସର ଓଡ଼ିଆ ଅନୁବାଦ କରି ବେଶ୍ ପ୍ରଶଂସିତ ହେବା ସହିତ ଏଥିପାଇଁ ସେ ସୋଭିଏତ୍ ଋଷିଆ ନେହେରୁ ପୁରସ୍କାର ପାଇଥିଲେ୤ ୧୯୮୦ ମସିହାରେ କବିତା ସଙ୍କଳନ ‘ଅବାନ୍ତର’... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. Rasmi, ନୋଇଡା |  ସେପ୍ଟେମ୍ବର୍ ୪, ୨୦୧୫ - ୧୧:୨୨ ପୂର୍ବାହ୍ନ

    ଏ ଆଶା ଆଶାରେ ହିଁ ରହିଗଲା.. ସମତା ସ୍ଥାନରେ କେବଳ ଅସମତା…

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )