ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ମଣିଷ କି ଜାଣିପାରେ ତାର
କେଉଁ ଶବ୍ଦ ହୋଇବ ଅନ୍ତିମ ?
ଗଛ ତ ବୁଝେନା କେବେ
କେଉଁ ଡାଳ ଶ୍ମଶାନେ ଜଳିବ
ଶଙ୍ଖାରି କି ଜାଣିପାରେ
କେଉଁ ଶଙ୍ଖା ରମଣୀର ଶେଷ ଶଙ୍ଖା ହେବ
ଯୁବତୀ ବି କେମିତି ଜାଣିବ
କେଉଁ ବିନ୍ଦୁ ଗର୍ଭରେ ରହିବ !
ସାଗର ବୁଝେନା କେବେ ତଟିନୀର ଶୋକ
ଶାସକ ଦେଖେନା କେବେ
ଭୋକିଲା ମଣିଷର ଚିତ୍ର
କାହା କଥା କିଏ ସେ ବୁଝିବ ?
ଶବ୍ଦର ଆକାଶ ଇଏ
ସମୟର ଶବ୍ଦ
ମୋ ଦୁଃଖ କହିବ କିଏ ?
ସାକ୍ଷୀ ମୋ ସଡକ
ତା’ ବୁକୁରେ ଲୁହ ମୋର ଝରିଛି ଅନେକ
ପଡିଛି ଝୁଣ୍ଟିଲା ପାଦ
ରକ୍ତାକ୍ତ ରକ୍ତାକ୍ତ
ଏଇ କ’ଣ ସମୟର ଶବ୍ଦ
ଚଉପାଶେ ଘେରିଅଛି
ଜୁଲମର ନାଗଫାଶ
ସେମାନେ କି ଇନ୍ଦ୍ରଜିତ ?
ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?
୧. ସୁଦର୍ଶନ ସାହୁ | ଜୁନ୍ ୨୩, ୨୦୧୧ - ୩:୪୨ ଅପରାହ୍ନ
ମୁଁ ବି ଶୁଣିଛି ସମୟର ଶବ୍ଦ… କାହାକୁ କହେନି… ଡର ମାଡେ… ସମୟ ବଡ ବଳବାନ… ସମୟ କୁ ସମ୍ମାନ ଦେବା…
୨. ହିତେଶ୍ ମହାପାତ୍ର | ସେପ୍ଟେମ୍ବର୍ ୨୪, ୨୦୧୧ - ୧୧:୨୯ ପୂର୍ବାହ୍ନ
ବହୁତ ଭଲ ହେଇଛି
୩. ସୁଶାନ୍ତ କୁମାର ସାହୁ | ଅକ୍ଟୋବର୍ ୧, ୨୦୧୧ - ୨:୦୦ ଅପରାହ୍ନ
ଦୟାକରି ଏ କବିଙ୍କର କବିତା କୁ ଏକ ସାହିତ୍ୟ ପତ୍ରିକା ରେ ସ୍ଥାନିତ କରି କୁହନ୍ତୁ ଯେ ଏଇ ସାଇଟ ରେ ଏତେ ସୁନ୍ଦର କବିତା ବାହାରୁଛି. ଲୋକେ ଇଣ୍ଟରନେଟ୍ ରେ ଓଡିଆ କବିତା ପ୍ରତି ଆକୃଷ୍ଟ ହେବେ. ଧନ୍ୟବାଦ.