ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଶବଦଜାଲର ଅସମର୍ଥ ସମୟ ଇ
ଗଢୁଥାଏ
ଆଖି ନ ପାଉଥିବା
ଇଲାକାରେ
ସ୍ବପ୍ନଙ୍କୁ ଜନ୍ମ ଦେବାରେ
ବିତାଉଥିବାର
ଜୀବନ
ବନ୍ଦ ହଉ ଆଖି,
ଡୋଳାରେ ନାଚୁ ଶୂନ୍ୟତାର
ଘଞ୍ଚ ନୀଳ,
ପତାରେ ନ ପହଞ୍ଚୁ
ବିରଳ ଚିତ୍ର
ଆଖିର କ’ଣ ଯାଏ
ଅନ୍ଧ ସମୟର ନ ସରୁଥିବାରେ
ନା ଆଲୋକିତ ନିର୍ବାସନରେ
ସବୁବେଳେ
ଅନ୍ବେଷଣର ମାୟା ଦେଖେଇ
ପେଟ ଉପରେ
ଭୋକର ପ୍ରଜାପତି ଉଡ଼ାଏ
ନୀଳ ଶୂନ୍ୟତାରେ
ଦୁଃସମୟର ଗୁଣୁଗୁଣୁ ଗୀତ ଛାଡ଼େ
ଓ ପାଖରେ ନ ଥାଏ
ଆବେଗର ଆଉଁଶା ଭଳି
ପୁଣି ଶବଦଙ୍କ କୋଠରିରେ
ପକେଇରଖେ
ଅସଜ କଳଗାଉଣାକୁ ସ୍ବପ୍ନର
ମଲା ଗୀତ ଶୁଣାଇ
ଛାତ ଉପରେ ଏକଲା ବୁଢ଼ିଆଣୀଙ୍କ
କ୍ୟାଲେଣ୍ଡର ଝୁଲାଏ
ଭୟ ନ ଥାଇ
ବଞ୍ଚିବାକୁ ଡରୁଥିବାରେ
ଆଖି ଖୋଲା ଥାଇ ବି ନ ଥାଏ
ଆଖପାଖର
ଜୀବିତ ଆଲୋଡ଼ନରେ
କୋଳାହଳ ଫେରିଯାଉଥାଏ
ପୁଣି ଆଚମ୍ବିତ ଅସ୍ବୀକାରରେ, ସେ
ପାଖର ଖଣ୍ଡିଆ ସ୍ମୃତି ପାଖକୁ
ସ୍ମୃତିର ଟାଙ୍ଗରା ଜମିରେ
ନା ଥାଏ ଅର୍କବୁଦାଟାଏ ସ୍ବୀକାରର
ନା ଗବଗଛ ଅସ୍ବୀକାରର
ଜୀବନ ବିତାଇବାରେ ଇ
ଗୟସ ଫୁଲ
ନ ଥାଉ ବାସ୍ନା, ବିତିଯାଉଥାଏ
ବହିଯାଉଥିବା ସହଜ ନର୍ଦ୍ଦମାର
ଫୁରୁଫୁରୁ ପାଣିରେ
ମତାମତ ସଂଖ୍ୟା - ୪ ଆପଣଙ୍କ ମତାମତ ?
୧. ବିଜନ ରାୟ୍ | ମେ ୨୫, ୨୦୧୨ - ୫:୪୦ ପୂର୍ବାହ୍ନ
ନିଆରା ଢଙ୍ଗରେ ଲେଖା ଆପଣଙ୍କ କବିତା ବାରମ୍ବାର ପଢିବାକୁ ବାଧ୍ୟକଲା ଭଲ ଲାଗିଲା
୨. ବ୍ୟଙ୍ଗକବି ଚିତ୍ତରଞ୍ଜନ ଓଝା | ମେ ୨୯, ୨୦୧୨ - ୧୨:୩୨ ପୂର୍ବାହ୍ନ
ଧନ୍ୟବାଦ ବଡଭାଇ ମାନନୀୟ୍ କବିବର
ଲେଖାଟି ହୋଇଛି ଅତି ଉଚ୍ଚକୋଟିର
ପଢିଅଛି ନିଜେ ତାକୁ ବାରମ୍ବାର……….
୩. ମାନସୀ | ଜୁନ୍ ୩, ୨୦୧୨ - ୯:୫୦ ଅପରାହ୍ନ
ବହୁତ ସୁନ୍ଦର ଲେଖା ।ସତରେ ବାରମ୍ବାର ପଢିବାକୁ ମନ ହେଉଛି।
୪. dillip kumar nayak | ଜୁନ୍ ୨୫, ୨୦୧୨ - ୧୧:୨୧ ଅପରାହ୍ନ
bhala lagila aapank lekha, dhanyabad bhai