ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ରାଜକିଶୋର ରାୟ
ଫକୀରମୋହନ ସେନାପତି
ଅକ୍ଷୟ ମହାନ୍ତି
ଅଚ୍ୟୁତାନନ୍ଦ କର
ବିଷ୍ଣୁପ୍ରିୟା ମହାପାତ୍ର
ଗୋପାଳ ଚନ୍ଦ୍ର ପ୍ରହରାଜ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଶବ୍ଦ ଭ୍ରମ
 |- କେ.ଶ୍ୟାମବାବୁ ଦୋରା
 
 
ତା: ଜୁଲାଇ ୩, ୨୦୧୨  
 

ଶବ୍ଦ ସହ ଖେଳି ଖେଳି
କ୍ଲାନ୍ତ ହୋଇପଡ଼ିଥିବା ଯାଦୁକର
ଶୋଇଯାଇଛି ଏବେ ନିଘୋଡ଼ ନିଦରେ୤

ଶାନ୍ତ, ସୁଧାର, ବିଭୋର ଏବେ ଶବ୍ଦମାନେ
କ୍ରମଶଃ ଫିଟି ପଡ଼ୁଛନ୍ତି କବିତାରୁ
ଦାୟ, ଶୃଙ୍ଖଳା, ଅଙ୍ଗୀକାରବଦ୍ଧତା
ବନ୍ଦୀତ୍ବ ଓ ଅର୍ଥମୟତାରୁ
ସେମାନେ ଏଣିକି ନିଜ ଇଚ୍ଛାରେ
ଦିଗ-ବିଦିଗ ଖେଦିଯିବେ
ଓ ନିଜେ ହିଁ ପାଲଟିଯିବେ ସବୁକିଛି
ଯେମିତିକି’
କଦାପି ମେଣ୍ଟୁ ନଥିବା ଆମର ତୃଷ୍ଣା
କି’ ଏଯାବତ୍‌ ଆମେ ଦେଖି ପାରି ନଥିବା
ଆମର ଆସନ୍ତା କାଲି ପରି୤

ଧରିନିଅ –
ଶବ୍ଦଟିଏ ପାଲଟିଗଲା ଗୋଟେ ଗୋଡ଼ି
ଯାହା ଦିଶୁଥିବ ଠିକ୍‌ ଗୋଟାଏ ଗଛ ପରି
ଓ ଗଛ ବି ଏବେ ଆଉ ଗଛ ନୁହଁ
ସତେକି’ ଚଳ-ପ୍ରଚଳ ଖଣ୍ଡେ ପାଚେରୀ୤

ଏବେ ସବୁକିଛି ଆକସ୍ମିକ ଓ ଅସ୍ଥିର
ଯଦିଓ ଏଇ ଆକସ୍ମିକତା ବି
ଅର୍ଥହୀନ, ଅବାନ୍ତର
ଧର୍ମଗ୍ରନ୍ଥ, ମନ୍ଦିର, ମସ୍‌ଜିଦ୍‌, ଗୀର୍ଜାଘର
ବାଲି, ସମୁଦ୍ରର ଢେଉ, ବେଶ୍ୟାଳୟ
ଖାଁ ଖାଁ ତୋଟାମାଳରୁ ବାହୁଡ଼ି ଯାଇଥିବା
ଛାଇ ଛାଇ ଖରା
ମହମର ପ୍ରତିମୂର୍ତ୍ତି, ଚମ୍ପାଗଛ, ମହୁଘରା..
କେମିତି ଗୋଟେ ଉନ୍ମୁକ୍ତ ଏସବୁ
ଯେମିତି ଫିଟି ପଡ଼ୁଥାନ୍ତି ନିଜଠୁଁ, ଅର୍ଥଠୁଁ ୤

ଏତେବେଳେ ଚୁପ୍‌ଚାପ୍‌
ନିଦେଇ ଯିବା ଛଡ଼ା
ବିଚରା ଶବ୍ଦର ସ୍ଥପତି ଆଉ କରେ କ’ଣ ?

ପାଣିର ଆତ୍ମାକୁ
ଆଗ୍ରହରେ ଆଉଁଷି ଦେବାବେଳେ
ତାହା ଯଦି ପାଲଟିଯାଏ ପଥର,
ପଥରକୁ ପଥରର ଅର୍ଥରେ ଚିହ୍ନୁ ଚିହ୍ନୁ
ତାହା ଯଦି ପାଣି ହୋଇ
ବୋହି ଯାଉଥାଏ ଥରକୁ ଥର, ବାରମ୍ବାର !

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କେ.ଶ୍ୟାମବାବୁ ଦୋରା, ବ୍ରହ୍ମପୁର
କେ.ଶ୍ୟାମବାବୁ ଦୋରା
ଜଣେ ଯୁବ ବ୍ୟବସାୟୀ ହୋଇ ମଧ୍ୟ କବି ଭାବେ କେ.ଶ୍ୟାମବାବୁ ଦୋରା ବେଶ୍‌ ପରିଚିତ୤ ତୀରତରଙ୍ଗ ପୁରସ୍କାର ଓ ଓଡ଼ିଶା ଯୁବ କବି ପୁରସ୍କାର ଆଦିରେ ସମ୍ମାନିତ ହୋଇଥିବା ଶ୍ରୀ ଦୋରାଙ୍କ ଅଦ୍ୟାବଧି ‘ଆତ୍ମାଭୋଗ’ ନାମରେ ଏକ କବିତା ସଙ୍କଳନ ପ୍ରକାଶିତ ହୋଇ ପାଠକୀୟ ଆଦର ଲାଭ କରିଛି୤
କେ.ଶ୍ୟାମବାବୁ ଦୋରାଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. ରଞ୍ଜନ କୁମାର ପାଣିଗ୍ରାହୀ |  ଜୁଲାଇ ୭, ୨୦୧୨ - ୧୧:୧୭ ଅପରାହ୍ନ

    ଭଲ ଲାଗିଲା କବିତା

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )