ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ତରୁଣକାନ୍ତି ମିଶ୍ର
କିଶୋରୀ ଚରଣ ଦାସ
ରମାକାନ୍ତ ରଥ
ଦେବେନ୍ଦ୍ର ମହାନ୍ତି
ଅକ୍ଷୟ ମହାନ୍ତି
ସନ୍ୟାସୀ ନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ରାସ୍ତା ଦୁଇପାଦ
 |- ତ୍ରିନାଥ ସିଂହ
 
 
ତା: ଅଗଷ୍ଟ୍ ୧୭, ୨୦୧୨  
 

ଅନନ୍ତ ଯାଏଁ ଲମ୍ବିଛି ଏଇ ରାସ୍ତା୤
ତହିଁରୁ କେବଳ ଚାରିପାଦ ଆମର ଆୟୁଷ୍କାଳ
ଯେ, ସେତକ ବି ଚାଲିହେଲାନି ଠିକ୍‌ଭାବେ୤

କେତେ ସହଜ ଥିଲା କୁହ
ଜହ୍ନଗୀତ ଗୁଣୁଗୁଣେଇ ଗୁଣୁଗୁଣେଇ
ବୁଟଭଜା ଗୋଟେ ଗୋଟେ ପାଟିରେ ପକେଇ ପକେଇ
ଅପରିଚିତ ରାତିର ଅନ୍ୟମନସ୍କ ମୋରମ୍‌ରାସ୍ତାକୁ ବି
ପାରି ହେଇଯିବା
କେତେ ସହଜ ଥିଲା
ଅଥଚ ଦୁଇପାଦ ବି ଚାଲିହେଲାନି ଠିକ୍‌ଭାବେ୤

ରାସ୍ତାସାରା
ଭଙ୍ଗାଡ଼େଣା,ରକ୍ତଛିଟା ଲାଗିଥିବା ଅହଙ୍କାର
ଓ କୀଟଦ୍ରଂଷ୍ଟ ସମ୍ପର୍କର ସାପକାତିରେ ଭର୍ତ୍ତି
ଖାଲଖମା୤

ରାସ୍ତାସାରା
ଆମର ପଚିଶଢ଼ି ଯାଇଥିବା ଶ୍ବାସପ୍ରଶ୍ବାସର
ପୂତିଗନ୍ଧମୟ ଅସ୍ମିତା୤

ଯାହାକୁ ଆଡ଼େଇ ତଡ଼େଇ ବାଟ ଚାଲୁଚାଲୁ
ମେରୁମଣ୍ଡଳରେ ତରଳି ସାରିଲାଣି ବରଫ
କଣା ପକେଟ୍‌ ଦେଇ ଗଳି ସାରିଲାଣି ସବୁ
ବୁଟଭଜା୤

ଟିକିଏ ବି ବେଳ ମିଳିଲାନି କୋଉଠି
ଜହ୍ନ ସାଙ୍ଗରେ ପଦେ କଥା ହେଇଯିବାକୁ
ପବନ ସାଙ୍ଗରେ ମିଶି ପଦେ ଗୀତ ଗାଇଦେବାକୁ
କି ଦୂର ଜଙ୍ଗଲର ବାତିନି ନେଇ ଉଡ଼ିଆସୁଥିବା
ଶାଳଫୁଲର ମଥା ସାଉଁଳି ଦେବାକୁ୤

ବାଟ ଖର୍ଚ୍ଚକୁ ମିଳିଥିଲା ଯୋଉ ଦୁଇଅଣା
ତା’ବି ଲାଗିଲାନି କୋଉ କାମକୁ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ତ୍ରିନାଥ ସିଂହ, ରାଉରକେଲା
ତ୍ରିନାଥ ସିଂହ
ଜଣେ ସରକାରୀ ଚାକିରିଆ ହୋଇ ମଧ୍ୟ ଜଣେ କବି ଭାବେ ତ୍ରିନାଥ ସିଂହ ଓଡ଼ିଆ ପାଠକଙ୍କ ନିକଟରେ ବେଶ୍‌ ପରିଚିତ୤ ତାଙ୍କର ପ୍ରକାଶିତ କବିତା ଗ୍ରନ୍ଥ ମଧ୍ୟରେ ଫେରନ୍ତା ପକ୍ଷୀ ଓ କୋଳାହଳ ଆଦି ଅନ୍ୟତମ୤ ବିଭିନ୍ନ ପତ୍ରପତ୍ରିକାରେ ତାଙ୍କର ଅନେକ କବିତା ପ୍ରକାଶିତ ହୋଇ ପାଠକୀୟ ସ୍ବୀକୃତି ଲାଭ କରିଛି୤
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. ତ୍ରିନାଥ ସିଂହ |  ଅଗଷ୍ଟ୍ ୧୭, ୨୦୧୨ - ୮:୫୫ ପୂର୍ବାହ୍ନ

    ଚମତ୍କାର ୤ ବହୁତ ଚମତ୍କାର ୤
    — ତ୍ରିନାଥ ସିଂହ
    ରାଉରକେଲା

  • ୨. sannyasi nayak, ମନମୁଣ୍ଦା |  ଏପ୍ରିଲ୍ ୧୯, ୨୦୧୩ - ୧:୨୨ ପୂର୍ବାହ୍ନ

    rasta saha jibanabada ati bichitra

  • ୩. ଗୌତମ ଦାସ, IDC ROURKELA |  ଅଗଷ୍ଟ୍ ୬, ୨୦୧୩ - ୯:୩୭ ପୂର୍ବାହ୍ନ

    ଭାଇ କବିତI ଭଲ ଅଟଇ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )