ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଦୀପକ ମିଶ୍ର
ଭୁବନେଶ୍ବର ବେହେରା
କିଶୋରୀକିଙ୍କର ଦାସ
ମହାପାତ୍ର ନୀଳମଣି ସାହୁ
ବିଷ୍ଣୁପ୍ରିୟା ମହାପାତ୍ର
କିଶୋରୀ ଚରଣ ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ପଚାରନା ଆଉ
 |- ସନ୍ତୋଷ କୁମାର ମିଶ୍ର
 
 
ତା: ଅକ୍ଟୋବର୍ ୧୯, ୨୦୧୨  
 

ଆଉ କେବେ ପଚାରନା
ବର୍ଷା ହେଲେ କବି କ’ଣ କରେ
ବର୍ଷା ଯାହା କବିତା ବି ସେୟା
ତା’ ପାଇଁ
କବିତାଠୁ ବରଷାକୁ
କବି କେବେ ଫେଡ଼ି ପାରେ ନାହିଁ୤

ବର୍ଷାରେ ନିଗିଡ଼େ ଶ୍ରାବଣୀ ଧାରା କବିତାର
ବର୍ଷାରେ ବି ଉଜୁଡ଼େ କବିର ଯାହା
ଜୀବନ ବେଉଷା
ଘର ପରିବାର
ବତୁରି ବିଗିଡ଼େ କଦବା
ନିବିଡ଼ ଶବ୍ଦର ଅକ୍ଷର୤

ତମେ କ’ଣ ବିଶ୍ବାସ କରିବ
କି କବିତାରେ ବ୍ରହ୍ମ ନାହିଁ ନିରୁତା
ଅନ୍ନ ବି ମିଶିଛି
କବି ତେଣୁ ଜାଣେ ଯେ ତା’ର
କବିତା ହିଁ
ଅନ୍ନଠାରୁ ବ୍ରହ୍ମର ଦୂରତା ୤

ସନ୍ତୁଳିତ ହେବାକୁ ବାଧ୍ୟ
କବିର ନିୟତି
ପଚାରନି ଏଣିକି ଆଉ
ଅନ୍ନର ନା ବ୍ରହ୍ମର ପକ୍ଷରେ
କାହା ପାଇଁ କହ ତମେ କବି ?

ବର୍ଷା ହେଲେ କ’ଣ ବା କରନ୍ତା କବି
କବିତା ନ କରି ?
ଯେଣୁ ଜାଣି ଜଣାଏ ନିଜକୁ କବି ଯେ
କବିତା ଆଉ ବରଷିବ ନାହିଁ
ଯେ’ ଦିନ ସେ ଫେଡ଼ିଦେବ
ଅନ୍ନରୁ ବ୍ରହ୍ମକୁ ବା ବ୍ରହ୍ମରୁ ଅନ୍ନକୁ ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସନ୍ତୋଷ କୁମାର ମିଶ୍ର, ଭୁବନେଶ୍ବର
ସନ୍ତୋଷ କୁମାର ମିଶ୍ର କବିତା ସହିତ ଅନୁବାଦ, ଶିଶୁ ସାହିତ୍ୟ ଓ ଗଳ୍ପ ଆଦି ଲେଖୁଛନ୍ତି୤ ଏହା ସାହୁ ଏକାଧିକ ଓଡ଼ିଆ ପତ୍ରିକାର ସମ୍ପାଦନା କାର୍ଯ୍ୟରେ ମଧ୍ୟ ଦାୟିତ୍ବ ତୁଲାଉଛନ୍ତି୤ ବିଭିନ୍ନ ପତ୍ରପତ୍ରିକାରେ ଶ୍ରୀ ମିଶ୍ର ସାମାଜିକ ସମସ୍ୟା ଓ ସମ୍ପର୍କକୁ ନେଇ ଅନେକ ଲେଖା ମଧ୍ୟ ଲେଖିଛନ୍ତି୤ ଏହା ବ୍ୟତୀତ ଶ୍ରୀ ମିଶ୍ର ଏକାଧିକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡ଼ିତ ରହି ଜଣେ ସୃଜନ ସଂସାଧକ ଭାବେ କାର୍ଯ୍ୟରତ ରହିଛନ୍ତି୤
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. sannyasi nayak, manamunda baudh  |  ଏପ୍ରିଲ୍ ୧୮, ୨୦୧୩ - ୪:୨୦ ଅପରାହ୍ନ

    ଖୁବ୍ ସୁନ୍ଦର୍

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )