ସାମ୍ପ୍ରତିକ ସମୟରେ ଓଡ଼ିଆ ସାହିତ୍ୟରେ ପୁରସ୍କାର ହାସଲ, ପ୍ରିୟାପ୍ରୀତି ତୋଷଣ ଓ ଧରାଧରି ଉପରେ ପର୍ଯ୍ୟବେଶିତ କି?

ମତଦାନ ଫଳାଫଳ

ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର୤


-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର

 
 
ତା: ମେ ୧୩, ୨୦୧୦  
 

ଭଲ ରୂପେ ତୁମେ ଜାଣ ଯେ
ନାରୀଟିଏ ମୁଁ, ମହାମନ୍ତ୍ର ମମତାର
ସବୁରି ଖୁସି ପାଇଁ କେବେ ସହିପାରେ
ଆକାଶ ପରି ବର୍ଷା, ବିଜୁଳି ଓ ଝଡ୤

ସ୍ବାମୀ ଦେବତାଙ୍କ ମନୋରଞ୍ଜନ ପାଇଁ ବି କେବେ
ଘରଟାକୁ କୁଞ୍ଜବନ ଅବା ମନ୍ଦିର ସଜାଇ
ଛନ୍ଦ ତୋଳି ନାଚିପାରେ ଗୀତଗୋବିନ୍ଦ
ବସ୍ତ୍ରହରଣକାରୀ ଦୁର୍ଯ୍ୟୋଧନମାନଙ୍କ
ଜାନୁଭଙ୍ଗ ପାଇଁ ଉଡ଼ାଇଦେଇପାରେ
ଫରଫର୍ ମୁକୁଳା କେଶକୁ୤
କୀଚକମାନଙ୍କ ବଧ ପାଇଁ
ସ୍ମରଣ ବି କରିପାରେ ଭୀମଙ୍କ ବାହୁବଳକୁ୤

ଜାଣ ବୋଲି ହିଁ ତ ତୁମରି କ୍ଷମତା ଓ
ସାମର୍ଥ୍ୟର ଦୀର୍ଘ ସୂତ୍ରରେ ବାନ୍ଧି
ମୋତେ ଡରାଇବାକୁ ସଦା ତତ୍ପର
ଜିଭର ଦି ଧାରୁଆ ଖଣ୍ଡାରେ
ଶିରାପ୍ରଶିରାକୁ ଲହୁଲୁହାଣ କର୤

ଏସବୁ ସତ୍ତ୍ବେ ଜାଣିରଖ
ମରୁଭୂମିରେ ବି ସବୁଜ ଫସଲ ଆସିବା ପରି
ଦୁଃଖସୁଖ ସହ ସାଲିସ୍ କରିନେବାଟା
ମୋର ଚିରାଚରିତ ନିୟମ୤
ତୁମେ ସ୍ବପ୍ନରେ ବି ଦୁଃଖର ଛାୟାକୁ ଦେଖି ଡରିଯାଅ
ହେଲେ ଦୁଃଖ ଭିତରେ ବି ସ୍ବପ୍ନ ଦେଖିବା
ମୋର ବହୁ ଦିନର ଅଭ୍ୟାସ୤

ତୁଣ୍ଡ ବାଇଦ :
 
ସୁନୀତି ମିଶ୍ର, ସମ୍ବଲପୁର
author photo
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤