ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୪୭

ଲେଖକ ଓ ଲେଖିକା

ଫକୀରମୋହନ ସେନାପତି
ରାଜକିଶୋର ରାୟ
ଭଗବତୀ ଚରଣ ପାଣିଗ୍ରାହୀ
ଅଖିଳମୋହନ ପଟ୍ଟନାୟକ
ଲକ୍ଷ୍ମୀଧର ନାୟକ
ଗଣେଶ୍ୱର ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ନିଡ଼ରରେ ନିର୍ଭୟରେ
 |- ଫନି ମହାନ୍ତି
 
 
ତା: ମାର୍ଚ୍ଚ୍ ୨୭, ୨୦୧୨  
ମୂଳ ପୃଷ୍ଠାକାବ୍ୟ ଓ କବିତାଆଧୁନିକ
 

ଲହୁଲୁହରେ ମୁଁ ଜୁଡ଼ୁବୁଡ଼ୁ ହୋଇ ପଳପଳ
ମୋର ହୃଦୟ ଯାଉଛି ଜଳି ସଖାସୋଦର ଓ
ଆତ୍ମୀୟସ୍ବଜନ ବିଶ୍ବାସରେ ମତେ
ବିଷ ଦିଆଇଲେ କା’ପାଖେ କରିବ ଅଳି୤

ଜୀବନ ତମାମ ଅଳିଅର୍ଦ୍ଦଳି ମାନ ଅପମାନ
କେତେ ମୁଁ ସହିଲି, ଲିଭିଲିଭି ଆସେ ନୁଖୁରା ସଳିତା,
ଜୀବନର ଶେଷ ଦୀପ,
ଦି’ଦିନର ୟେ ଜୀବନ ପାଇଁକି ଝାଳନାଳ ହୋଇ କେତେ ଅର୍ଜିବି ପାପ୤

ପାପପୁଣ୍ୟ କିଛି ବିଚାର ନ କରି ଅବାଟ ବାଟରେ ପାଦ
ବଢ଼ଉଛି ଅରଣା ମହିଷୀ ପରି, ବିଷୟାବାସରେ ଛଟପଟ
ହୋଇ ବନାଗ୍ନି ପରି ଜଳିପୋଡ଼ି ଗଲି
ଭାବ ଅଭାବରେ ସୁଖରେ ଦୁଃଖରେ ଦିନେ ଭଜିଲିନି ହରି୤

ଆଖି ଥାଉଥାଉ ଆଖିରେ ବାନ୍ଧିଛି ଅନ୍ଧପୁଟୁଳି
ନାକରେ ହୀରାର ବସଣି, ଆଗପଛ କିଛି ବିଚାର
ନକରି ଠାଣି ଓ ମାଣିରେ କାହାକୁ
ମାରୁଛ କାହାକୁ ତାରୁଛ ଦିନକାଳ ମୋର ସରିଲାଣି୤

କେତେ ଥାଟଭାଟ ଯୋଗୀ ଓ ସମ୍ରାଟ ଦୁଆରେ ରୁଣ୍ଡ ସାହାଣ ପଡ଼ିଛି ମେଲା,
ଆପଦେବିପଦେ ଭୋଗ ଓ ବୈରାଗ୍ୟ ୟେ‘ ଅଭାଗା ପାଇଁ
ବିଧି ହେଲା ବାମ ଦିଅଁ ଦେଉଳବି ହେଲା ମନା୤

ମତେ ମାରି ଯଦି ନିଜ ଯଶବାନା ନିଜେ ଉଡ଼େଇବ (ମୋର) ଆପତ୍ତି ଓଜର ନାହିଁ,
ୟେ’ ଭବଭୂମିରେ
ସତ୍ୟ ଅସତ୍ୟର ଭେଦଭାବ ମୁଁ ଜାଣେବା, ନଜାଣେ
ତମ ଶ୍ରୀଚରଣେ ମଥା ନୋଇଁବାକୁ ବାରଣ କରିନି ସାଇ୤

କି ମାନ ମହତ ଥାଟପାଟ ମୋର ରଖିଛି କି’ ବାବୁ
ହାଟେବାଟେ ଗଡ଼େ କଥା, ହାଟ ବଜାରରେ ପସରା
ମେଲେଇ ଅବିକ୍ରି ପଦାର୍ଥ ଶାଗପେଜ
ମୂଲେ ନିଲାମ କରୁଛି ଲାଜ ସରମରେ ପୋତିପୋତି ଯାଏ ମଥା,
ଜୀବ ଯିବାବେଳେ ତମ ଛଡ଼ାମାଳ ଗଳାରେ ନାଇ ମୁଁ
ସାଜିବି ଫଟା ନାଗର,
ଜୀବ ଯିବାବେଳେ ପାଖେଆଖେ
ଯଦି କେହି ନରହିବେ ତମେ ଏକା
ଥିବ ୟେ ମହୀମଣ୍ଡଳେ କାହାକୁ ବା ମୋର ଡର୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଫନି ମହାନ୍ତି, ଭୁବନେଶ୍ବର
ଫନି ମହାନ୍ତି
ଦୀର୍ଘ ଅର୍ଦ୍ଧ ଶତାବ୍ଦୀ ଧରି ନିରବଚ୍ଛିନ୍ନଭାବେ ଓଡିଆ କବିତା ଓ ଦୀର୍ଘ କବିତା ଲେଖି ଓଡିଆ କାବ୍ୟ ଭଣ୍ଡାରକୁ ସମୃଦ୍ଧ କରିଥିବା କବି ଫନୀ ମହାନ୍ତିଙ୍କ ଲେଖାଗୁଡ଼ିକ ପାଠକମାନଙ୍କ ଦ୍ବାରା ବେଶ୍‌ ଆଦୃତ୤ ଶ୍ରୀ ମହାନ୍ତି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ପଠାଣି ସାମନ୍ତ ସାହିତ୍ୟ ଏକାଡେମୀ ପୁରସ୍କାର ସହିତ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଉତ୍କଳ ସମ୍ମାନ ଆଦି ସମ୍ମାନ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି୤ ମୁଖ୍ୟତଃ ଜଣେ କବି ଭାବେ ପରିଚିତ ଶ୍ରୀ ମହାନ୍ତିଙ୍କ ଏକାଧିକ କବିତା ସଙ୍କଳନ ପ୍ରକାଶିତ ହୋଇଥିଲାବେଳେ... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. shyama prasad sahu |  ମାର୍ଚ୍ଚ୍ ୩୦, ୨୦୧୨ - ୮:୧୮ ପୂର୍ବାହ୍ନ

    Mu odiya kabita padhile sara pruthibi bhuli jaye. Bahut sundar kabita.
    Sampadakknu namaskar

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ମୋ ମନ ସୁମନ ଦେଇ ହରପଦ ପୂଜିବି ରେ । ଅଧମତାରଣ ହରି ଏ ଅଧମେ କୃପା କରି ଆସିବେ ହୃଦକୁଟୀରେ,…
    ( Trilochan Patel )
  • ଆଧୁନିକତାର ପ୍ରବେଶରେ ଯନ୍ତ୍ର ଶିଳ୍ପ ସାମାଜିକ ଜୀବନରେ ଅବାଧ ପ୍ରବେଶ ,ପାରମ୍ପରିକ କୁଟୀର ଶିଳ୍ପ ଓ କୌଳିକ ବୃତ୍ତି ହ୍ରାସ ,ଆଧୁନିକ ଯନ୍ତ୍ର ସହିତ ମଣିଷର ନିବିଡ଼ତା…
    ( ସୁଶାନ୍ତ କୁମାର ଦାଶ )
  • କବିସୂର୍ଯ୍ୟ ବଳଦେବ ରଥ ତାଙ୍କର ଗୋଟିଏ ପଦରେ ସେ ଲେଖିଛନ୍ତି କବି ହୋଇଗଲେ ସମସ୍ତ ଲୋକ,…
    ( ପ୍ରେମାନନ୍ଦ ଦାସ )