ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ଦୀପକ ମିଶ୍ର
ଗୋଦାବରୀଶ ମହାପାତ୍ର
ବାମାଚରଣ ମିତ୍ର
ତରୁଣକାନ୍ତି ମିଶ୍ର
ସୌଭାଗ୍ୟ ମିଶ୍ର
ଶୈଳେନ୍ଦ୍ର କୁମାର ଜେନା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ନଦୀ ଓ ନାରୀ
 |- କିଶୋରୀକିଙ୍କର ଦାସ
 
 
ତା: ନଭେମ୍ବର୍ ୨୮, ୨୦୧୨  
 

ନଈ ଥାଇ ଯଦି ନଈର ଛାତିରେ ନଥାଏ ଟିକିଏ ଜଳ
ଜଳ ଥାଇ ଯଦି ନଉକା ନଥାଏ କେମିତି ଛୁଇଁବ କୂଳ
ନଇ ଓ ନଉକା ଦୁଇଟିକୁ ନେଇ ନାଉରି ତାହାର ବଳ
ନଈଟି ଲାଗିବ ଭଲ୤

ନଈ ଦୁଇକୂଳେ ଜଙ୍ଗଲ ନଥିଲେ ସୁନ୍ଦର ନୁହଁଇ ଶୋଭା
ନଈର ଭିତରେ ଖେଳୁଥିଲେ ମାଛ ଦିଶେ କେଡ଼େ ମନଲୋଭା
ନଈରେ ନାଉରୀ ଗୀତ ନ ଶୁଭିଲେ ନଈ ମରୁଭୂମି ତୁଲ୤

ନଈ ଖୋଜୁଥାଏ ସାଗର ଠିକଣା ସାଥିରେ ଯିବାକୁ ଭିଜି
ସାଗରର ଶୋଷ ମେଣ୍ଟିଯାଏ ଶେଷେ ନଈର ପ୍ରେମରେ ଭିଜି
ନଈ ଆଉ ନୀଳ ସାଗର ଭିତରେ ଚାଲିଛି ପ୍ରେମର ଖେଳ୤

ନଦୀ ଖୋଜୁଥାଏ ସାଗରକୁ ସିନା ସାଗର ଖୋଜଇ ନଦୀ
ନଦୀ ଚାଲିଥାଏ ଆପଣା ବାଟରେ ସାଗର ଠିକଣା ଖୋଜି
ଠିକଣା ହୁଡ଼ିଲେ ସାଗର ସାଥିରେ କେମିତି ହୋଇବ ମେଳ୤

ନାରୀ
ନାରୀ ହୋଇ ଯଦି ରମଣୀ ସାଜଇ ହରାଏ ନିଜର ଚେତା
ଏରୁଣ୍ଡିକୁ ଡେଇଁ ରାଜଦାଣ୍ଡଟାରେ ଚାଲୁଥାଏ ଯେବେ ଏକା
ସଂସାର ଲାଗଇ ଫିକା୤

ରାଜଦାଣ୍ଡଟାରେ ନାରୀର ପଣତ ଉଡ଼େ ଯେବେ ଫର ଫର
ପର ପୁରୁଷଙ୍କ ପାପ ଆଖି ଯେତେ ମାରୁଥାନ୍ତି ଆଖିଠାର
ନାରୀ ନାଶ ଯାଏ ହାଟରେ ବାଟରେ ସାହିତ୍ୟରେ ଅଛି ଲେଖା୤

ନାରୀ ବୁଝିଗଲେ ସଂସାର ଭିତରେ ଅଟେ ସିଏ ଅଧିଶ୍ବରୀ
ସୃଷ୍ଟିର ସିଏ ଶ୍ରେଷ୍ଠ ସମ୍ଭାର ଅନୁପମ କାରିଗରୀ
ଠିକଣାଟି ତା’ର ଅଟଇ ସଂସାର ନାରୀତ୍ବର ପରିଭାଷା ୤

ରମଣୀରୁ ଯେବେ ନାରୀ ମନେ ଜାଗେ ନାରୀତ୍ବର ଅହଂକାର
ସେତେବେଳେ ତା’ର ମହାମାୟା ରୂପ ଆହା କି ଲାଗେ ସୁନ୍ଦର
ବିଶ୍ବ ଜନନୀ ରୂପ ଦେଖି ତା’ର ନଇଁଯାଏ ପାଦେ ମଥା ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କିଶୋରୀକିଙ୍କର ଦାସ, ବାଲେଶ୍ବର
କିଶୋରୀକିଙ୍କର ଦାସ
ବେଶୀ ଲେଖା ଲେଖି ନଥିବା କିଶୋରୀକିଙ୍କର ଦାଶ ଶିଶୁ ସାହିତ୍ୟ ସହିତ ଆଧୁନିକ ଓ ବ୍ୟଙ୍ଗ କବିତା ଆଦି ଲେଖିଛନ୍ତି୤ ତାଙ୍କର ଅନେକ ଲେଖା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି ଏବଂ "ଭକ୍ତ ନୈବ୍ୟଦ୍ୟ" ନାମକ ଏକ କବିତା ସଙ୍କଳନ ପୁସ୍ତକ ପ୍ରକାଶ ପାଇଛି୤
କିଶୋରୀକିଙ୍କର ଦାସଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୮ ଆପଣଙ୍କ ମତାମତ ?

  • ୧. ରଶ୍ମି ବିକାଶ, ପାଟନା |  ନଭେମ୍ବର୍ ୨୯, ୨୦୧୨ - ୪:୦୬ ପୂର୍ବାହ୍ନ

    ଲେଖାଟି ବହୁତ ଭଲ ହେଇଛି ଆମେ ଆଶା କରୁଛୁ ଆପଣ ଏଇ ଭଳି ଲେଖା ଲେଖି ଓଡିଆ ସାହିତ୍ୟର ମାନ ବଢେଇବେ

  • ୨. subrat parida, kamarda |  ନଭେମ୍ବର୍ ୩୦, ୨୦୧୨ - ୯:୫୨ ପୂର୍ବାହ୍ନ

    ଲେଖାଟି ବହୁତ ଭଲ ହେଇଛି,

  • ୩. ସୁପ୍ରିୟ କୁମାର ପରିଡା, ଭୋଗରାଇ |  ନଭେମ୍ବର୍ ୩୦, ୨୦୧୨ - ୧୦:୦୯ ଅପରାହ୍ନ

    ଲେଖାଟି ବହୁତ ଭଲ ହେଇଛି,

  • ୪. ଜ୍ୟୋତିପ୍ରିୟ ଦାସ୍, ବାଙ୍ଗାଲୋର୍ |  ଡିସେମ୍ବର୍ ୨, ୨୦୧୨ - ୯:୨୪ ପୂର୍ବାହ୍ନ

    ଅତି ସୁନ୍ଦର ଲେଖା ୤ ଅଶା କରୁ ଏମିତି ଅନେକ ଲେଖା ଓଡିଆ ସହିତ୍ୟ ପୃଷ୍ଠା ରେ ଅମର ହୋଇ ରହିଥାଉ ୤

  • ୫. SURYAKANTA ROUT, KAMARDA , BALASORE |  ଡିସେମ୍ବର୍ ୭, ୨୦୧୨ - ୧୨:୩୬ ପୂର୍ବାହ୍ନ

    ସାର ଆପଣଙ୍କ କବିତା ବହୁତ ଭଲ , ଆପଣ ସବୁବେଳେ ଏମିତି
    ଲେଖା ଲେଖି ଆମ୍ଭର ଓଡିଆ ସାହିତ୍ୟ ଜଗତକୁ ଆଗକୁ ଆଗକୁ
    ନେବାରେ ସାହାଯ୍ୟ କରନ୍ତୁ “ଧନ୍ୟବାଦ ସାର”

  • ୬. ମଳୟ କୁମାର ପରିଡା, କଲିକତା |  ଫେବୃଆରୀ ୫, ୨୦୧୩ - ୭:୦୦ ପୂର୍ବାହ୍ନ

    ମହାଶୟ କବିତା ଟି ଭଲ ଲାଗିଲା – ଧନ୍ୟବାଦ

  • ୭. ଶରତ ମିଶ୍ର, ବୋକାରୋ, ଝାଡଖଣ୍ଡ, ଭାରତ |  ଜୁଲାଇ ୨୨, ୨୦୧୩ - ୯:୫୨ ଅପରାହ୍ନ

    ସୁନ୍ଦର ଏବଂ ସାରଗର୍ଭିତ କବିତାପାଇଁ ବହୁତ ବହୁତ ଶୁଭେଚ୍ଛା ଏବଂ ଧନ୍ୟବାଦ .

  • ୮. ମୁନା ସାହୁ, ଢେଙ୍କାନାଳ, ଓଡିଶା |  ଡିସେମ୍ବର୍ ୧୪, ୨୦୧୫ - ୧:୫୪ ପୂର୍ବାହ୍ନ

    ସତରେ ବହୁତ ସୁନ୍ଦର କବିତା । ଆପଣଙ୍କ କଲମ ସର୍ବଦା ଏମିତି କବିତା ରଚନା କରୁଥାଉ । ଧନ୍ୟବାଦ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )