ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଫନି ମହାନ୍ତି
ତରୁଣକାନ୍ତି ମିଶ୍ର
ମନୋଜ ଦାସ
ମନୋରଞ୍ଜନ ପାଣିଗ୍ରାହୀ
ଦିଲ୍ଲୀପ ଦାସ
ଅନନ୍ତ ପଟ୍ଟନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଦୁଇଟି ଗୀତି କବିତା
  ଡ. ଶଶିଭୂଷଣ ବେହେରା, ଭୁବନେଶ୍ବର
 
 
ତା: ଅଗଷ୍ଟ୍ ୩୦, ୨୦୧୨  
ମୂଳ ପୃଷ୍ଠାକାବ୍ୟ ଓ କବିତା
 

* ମୁଁ ଓ ତୁମେ *

ମୁଁ ଯେ ପାହାନ୍ତି ପହର ଦୂର ଦିଗନ୍ତର
ମଉଳା ଚନ୍ଦ୍ରଲେଖା
ତମେ କାକର ପଖଳା ସୌମ୍ୟ ସକାଳ
ସୂର୍ଯ୍ୟ କିରଣ ମଖା |୦|

ତମେ ସ୍ବପ୍ନ ବିଭୋର ପ୍ରଥମ ପ୍ରଣୟ
ଖିଆଲି ମନର ନିଶା
ମୁଁ ଯେ ଝରା ଶେଫାଳିର ଉଜୁଡ଼ା ଅତୀତ
ଦହନର ପରିଭାଷା
ତମେ ସମ୍ଭାବନାର ଆଲୋକଧାରା, ମୁଁ
ମୁଦ୍ରିତ ଦୀପଶିଖା… |୧|

ତମେ ପ୍ରୀତି-ପିଆଲାର ସଜ ଅନୁଭୂତି
ଜିଇଁବାର ମିଠା ଲୋଭ
ମୁଁ ଯେ ତଳ ବରଡ଼ାର ହାହାକାର ଭରା
ଅନ୍ତିମ ଅନୁଭବ
ତମେ ଫଗୁଣ ବନର ସବୁଜ ମାୟା, ମୁଁ
ଝରା ପତ୍ରର ଶାଖା… |୨|

* ଜୀବନ *

ଜୀବନକୁ ବେଳେବେଳେ
ବୁଝି ହୁଏନା
ସବୁଥାଇ ବଞ୍ଚିବାକୁ
ଇଚ୍ଛା ହୁଏନା |୦|

ଆଖି ଥାଇ ବେଳେବେଳେ ସ୍ବପ୍ନ ମିଳେନା
ପାଦଥାଇ ଚାଲିବାକୁ ପଥ ମିଳେନା
ବେଳେବେଳେ ଦୁଃଖ ଆସେ ସହି ହୁଏନା
ମନକଥା କାହା ଆଗେ କହି ହୁଏନା
ଅଭିମାନ ଆସେ ମନେ
ଅଭିଯୋଗ କରି ହୁଏନା… |୧|

ମନ ଖୋଜେ ମନପାଇଁ ଏମିତି ସାଥୀ
ବୁଝୁଥିବ ଦୁଃଖସୁଖ ସେନେହ ପ୍ରୀତି
ଜୀବନରେ ସାଥୀ ମିଳେ ପ୍ରୀତି ମିଳେନା
ସୁଖ ଟିକେ ଖୋଜୁ ଖୋଜୁ ମିଳେ ଯନ୍ତ୍ରଣା
ପ୍ରତିବାଦ ଆସେ ମନେ
ପ୍ରତିଶୋଧ ନେଇ ହୁଏନା… |୨|

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଡ. ଶଶିଭୂଷଣ ବେହେରା, ଭୁବନେଶ୍ବର
author photo
 

ମତାମତ ସଂଖ୍ୟା - ୬ ଆପଣଙ୍କ ମତାମତ ?

  • ୧. ପ୍ରଶାନ୍ତ କୁମାର ସାହୁ |  ଅଗଷ୍ଟ୍ ୩୧, ୨୦୧୨ - ୬:୦୬ ପୂର୍ବାହ୍ନ

    ବହୁତ ବଢିଆ ହେଇଛି
    ଧନ୍ୟବାଦ ଶଶିଭୁଶଣ ସାର୍

  • ୨. ବିମଲ |  ଅଗଷ୍ଟ୍ ୩୧, ୨୦୧୨ - ୮:୪୯ ପୂର୍ବାହ୍ନ

    ବହୁତ ବଢିଆ ଲ୤ଗିଲ୤
    ଧନ୍ୟବାଦ ଶଶି ସାର୍

  • ୩. A Nayak |  ସେପ୍ଟେମ୍ବର୍ ୧୨, ୨୦୧୨ - ୧୧:୫୮ ପୂର୍ବାହ୍ନ

    Namaste and Thank you to Dr. Sashi Bhuasan Behera for the poem. Absolutely enjoyed it.

    A Nayak
    USA

  • ୪. ସତ୍ୟ ରଞ୍ଜନ ଷଡ଼ଙ୍ଗୀ, ବାଲେଶ୍ବର |  ଅକ୍ଟୋବର୍ ୨୦, ୨୦୧୨ - ୬:୩୧ ପୂର୍ବାହ୍ନ

    ଧନ୍ୟବାଦ,ସାର୍

  • ୫. ନିଶିଗନ୍ଧା, Cuttack |  ଅକ୍ଟୋବର୍ ୨୦, ୨୦୧୨ - ୬:୩୯ ପୂର୍ବାହ୍ନ

    ଧନ୍ୟବାଦ,ଆଜ୍ଞା

  • ୬. ମଲୟ କୁମାର ସିଂହ, ଝାରସୁଗୁଡା,ଓଡିଶା |  ନଭେମ୍ବର୍ ୨୯, ୨୦୧୨ - ୩:୦୨ ପୂର୍ବାହ୍ନ

    ଆପଣଙ୍କ ଏଇ “ଜୀବନ” ଗୀତିପାଠରେ ଯେଉଁ ପରିପ୍ରକାଶ କରିଛନ୍ତି ତାହା ଅବର୍ଣ୍ଣନିୟ ୤ ବହୁତ୍‌ ବହୁତ୍‌ ଧନ୍ୟବାଦ, ଜୀବନର ଭାଷା କୁ ଆପଣ ପରିପ୍ରକାଶ କରିଥିବାରୁ୤

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )