ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଚଇତେ ପାଚିଲା ବେଲ
ମୋ ଗେହ୍ଲି ମିତଣୀ ଚନ୍ଦରବଦନୀ
ବାଡ଼ି କାଠ ଚମ୍ପା ଫୁଲ
କିଏ ହେବ ତା’ର ସମତୁଲ ୧
ଅସାଡ଼ୁଆ ପାଣି ସୁଅ
ମୋ ମିତଣୀ ରାଣୀ ଖାଣ୍ଟି ଗୁଆଘିଅ
ବାସୁଥାଏ ମହମହ
ତା’ର କି ଗୁଣ ଗାଇବି କହ ୨
ଯୋଡ଼ି ବଣି ଗଲେ ଉଡ଼ି
ଆମ ଇଲାକାର ଲଫଙ୍ଗା ଟୋକାଙ୍କ
ତାଙ୍କ ଘର ଆଗେ ଧାଡ଼ି
କଥା ହେବାକୁ ଉପରେ ପଡ଼ି ୩
କଂସାରୀ ଘରର ପାରା
ମୋ ମିତଣୀ ପଛେ ଟାହି ଟାପରା ଲୋ
ହୁଅନ୍ତି ବସି ଛୋପରା
ମୋର ମିତଣୀ ଦିଏନି ଧରା ୪
ବାଣୁଆ ପାତିଛି ଫାସ
ଆମ ଗାଁର ଯେତେ ଫଟାରସିକ ଲୋ
ହୋଇଲେଣି ଦେବଦାସ
ତା’ର ପ୍ରେମରେ ହୋଇ ହତାସ ୫
ବନସ୍ତେ ଡାକିଲା ଗଜ
ମୋ ମିତଣୀ ହାତ ଧରିବୁ ଯଦି ତୁ
ହେଉଥା ଏବେଠୁ ସଜ
ଆଗକୁ ଆସୁଛି ରଜ ମଉଜ ୬