ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମୋ ମିତଣୀ
  ବିଜନ ରାୟ, କଟକ
 
 
ତା: ସେପ୍ଟେମ୍ବର୍ ୧୫, ୨୦୧୨  
 

ଚଇତେ ପାଚିଲା ବେଲ
ମୋ ଗେହ୍ଲି ମିତଣୀ ଚନ୍ଦରବଦନୀ
ବାଡ଼ି କାଠ ଚମ୍ପା ଫୁଲ
କିଏ ହେବ ତା’ର ସମତୁଲ ୥୧୥

ଅସାଡ଼ୁଆ ପାଣି ସୁଅ
ମୋ ମିତଣୀ ରାଣୀ ଖାଣ୍ଟି ଗୁଆଘିଅ
ବାସୁଥାଏ ମହମହ
ତା’ର କି ଗୁଣ ଗାଇବି କହ ୥୨୥

ଯୋଡ଼ି ବଣି ଗଲେ ଉଡ଼ି
ଆମ ଇଲାକାର ଲଫଙ୍ଗା ଟୋକାଙ୍କ
ତାଙ୍କ ଘର ଆଗେ ଧାଡ଼ି
କଥା ହେବାକୁ ଉପରେ ପଡ଼ି ୥୩୥

କଂସାରୀ ଘରର ପାରା
ମୋ ମିତଣୀ ପଛେ ଟାହି ଟାପରା ଲୋ
ହୁଅନ୍ତି ବସି ଛୋପରା
ମୋର ମିତଣୀ ଦିଏନି ଧରା ୥୪୥

ବାଣୁଆ ପାତିଛି ଫାସ
ଆମ ଗାଁର ଯେତେ ଫଟାରସିକ ଲୋ
ହୋଇଲେଣି ଦେବଦାସ
ତା’ର ପ୍ରେମରେ ହୋଇ ହତାସ ୥୫୥

ବନସ୍ତେ ଡାକିଲା ଗଜ
ମୋ ମିତଣୀ ହାତ ଧରିବୁ ଯଦି ତୁ
ହେଉଥା ଏବେଠୁ ସଜ
ଆଗକୁ ଆସୁଛି ରଜ ମଉଜ ୥୬ ୥

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ବିଜନ ରାୟ, କଟକ
author photo
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ