ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ନୀଳମଣି ବିଦ୍ୟାରତ୍ନ
ଗଣେଶ୍ୱର ମିଶ୍ର
ଫନି ମହାନ୍ତି
ସନ୍ଥକବି ଭୀମ ଭୋଇ
କାଳିନ୍ଦି ଚରଣ ପାଣିଗ୍ରାହୀ
ବ୍ରହ୍ମାନନ୍ଦ ପଣ୍ଡା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମୋ ଗାଆଁ
 |- ପ୍ରଭାତ ନଳିନୀ ସାହୁ
 
 
ତା: ଜୁଲାଇ ୩୦, ୨୦୧୨  
 

ପାହାଡ଼ ସେପାଖୁ ଉଇଁ ଆସେ ରବି
ନାଲିଆ ମୁରୁଜ ବୁଣି,
ହମ୍ବାରଡ଼ି ଶୁଭେ ଗାଈ ଗୁହାଳରୁ
ଶୁଭେ ପକ୍ଷୀର କାକଳି ୤ ୧ ୤

ପାହାନ୍ତି ପହରର କୁମ୍ଭାଟୁଆ ଡାକ
ଭାଙ୍ଗେ ଭୁଆସୁଣୀ ନିଦ,
ବାସି ପାଇଟି ତା’ ସଅଳ ସାରିକି
ନଈକୁ ଗାଧୋଇ ଯିବ ୤ ୨ ୤

ଲୁଚି ଲୁଚି ଯାଏ ଫୁକିଆ ତାରାଟି
ଲିଭି ଲିଭି ଯାଏ ଜ୍ୟୋତ୍ସ୍ନା,
ସୁଲୁ ସୁଲୁ ବାଆ ବହି ଯାଉଥାଏ
ଆକାଶେ ହସେ ନୀଳିମା ୤ ୩ ୤

ପତର ଗହଳୁ ଭାସି ଭାସି ଆସେ
ଗଙ୍ଗଶିଉଳି ବାସନା,
ନିମିଷକ ପାଇଁ ଆସେ ସେ ଧରାକୁ
ତଥାପି ନୁହେଁ ହୀନମନା ୤ ୪ ୤

କ୍ଷଣିକ ଜୀବନ ଅନେକ ସପନ
ଦୋଳୁଛି ପତ୍ର ଗହଳେ,
ଖିଲି ଖିଲି ହସେ ବାସ ବହି ଆସେ
ହାରି ନାହିଁ ସେ ଜୀବନେ ୤ ୫ ୤

‘ବ୍ରାହ୍ମଣୀ’ ନଈଟି କୁଳୁକୁଳୁ ବହେ
ପଠାରେ ଶିବ ମନ୍ଦିର,
ଲକ୍ଷ୍ମୀ ଠାକୁରାଣୀ ବିଷ୍ଣୁଙ୍କ ଘରଣୀ
ଆଶିଷ ଢାଳନ୍ତି ସତ୍ବର ୤ ୬ ୤

ଗାଁଆ ରୂପ ମୋର କେତେ ଯେ ନିଜର
କହି ନ ପାରେ ଭାଷାରେ,
ସପନେ ଦେଖୁଛି ବହୁଦୂରୁ ଥାଇ
ପ୍ରଣତି ଜଣାଏ ଦୂରେ ୤ ୭ ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ପ୍ରଭାତ ନଳିନୀ ସାହୁ, ରାଉରକେଲା
ପ୍ରଭାତ ନଳିନୀ ସାହୁ ପେଶାରେ ଜଣେ ଶିକ୍ଷୟିତ୍ରୀ ହୋଇଥିଲେ ମଧ୍ୟ କବିତା ଲେଖା ହେଉଛି ତାଙ୍କର ନିଶା୤ ଶିଶୁମାନଙ୍କ ପାଇଁ ମଧ୍ୟ ଅନେକ କବିତା ସେ ଲେଖିଛନ୍ତି୤ ଶ୍ରୀମତୀ ସାହୁଙ୍କ ଲେଖାଗୁଡ଼ିକରେ ସରଳ ଭାଷାରେ ପ୍ରାକୃତିକ ପରିବେଶ ବାବଦରେ ଅନେକ ବର୍ଣ୍ଣନା ଦେଖିବାକୁ ମିଳେ୤ ସମ୍ପ୍ରତି ରାଉରକେଲା ସ୍ଥିତ ଛେଣ୍ଡ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ଶ୍ରୀମତୀ ସାହୁ୤ ପ୍ରଥମରୁ ଶିଶୁମାନଙ୍କ ପାଇଁ ବିଭିନ୍ନ ଲେଖା ଆରମ୍ଭ କରି ଏବେ ଅନ୍ୟାନ୍ୟ ବିଷୟ ଉପରେ ସେ ଲେଖାଲେଖି ଜାରି... [ କ୍ରମେ ସବିଶେଷ ]
ପ୍ରଭାତ ନଳିନୀ ସାହୁଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୪ ଆପଣଙ୍କ ମତାମତ ?

  • ୧. ରଘୁ ଦାସ |  ଅଗଷ୍ଟ୍ ୪, ୨୦୧୨ - ୬:୫୩ ଅପରାହ୍ନ

    ଖୁବ ସୁନ୍ଦର କବିତା

  • ୨. A Nayak |  ଅଗଷ୍ଟ୍ ୧୨, ୨୦୧୨ - ୯:୦୧ ଅପରାହ୍ନ

    I grew up not far from Brahmani River. Very reminiscing about my childhood. Miss home. Thank you.

    A Nayak USA

  • ୩. sarat kumar bhol rourkela |  ଅଗଷ୍ଟ୍ ୧୩, ୨୦୧୨ - ୧୨:୨୮ ଅପରାହ୍ନ

    କବିତାଟି ଖୁବ୍ ଭଲ ହୋଇଛି .

  • ୪. ଅରୁଣ |  ଅଗଷ୍ଟ୍ ୩୧, ୨୦୧୨ - ୯:୦୬ ପୂର୍ବାହ୍ନ

    ଭାଷାର ସରଳତା ଗ୍ରାମ ର ସୁନ୍ଦରତା କୁ ଆହୁରି ମନୋରମ କରୁଛି…ଏ ଭଳି ଲେଖା ଆହୁରି ପଢିବାକୁ ମନ କରୁଛି

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )