ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଭଗବତୀ ଚରଣ ପାଣିଗ୍ରାହୀ
ନନ୍ଦ କିଶୋର ବଳ
ବ୍ରଜନାଥ ରଥ
କିଶୋରୀକିଙ୍କର ଦାସ
କୁନ୍ତଳା କୁମାରୀ ସାବତ
ରବି ଶତପଥୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମେନୁରେ ଥିବା ଗୋଟେ ସକାଳ
 |- ଶକ୍ତି ମହାନ୍ତି
 
 
ତା: ଫେବୃଆରୀ ୨୯, ୨୦୧୨  
ମୂଳ ପୃଷ୍ଠାକାବ୍ୟ ଓ କବିତାଆଧୁନିକ
 

କାଲିରାତିରୁ ସରିଲାଣି ଏ ଯୁଦ୍ଧ
ବାରିପଟେ ଦିଶିଲାଣି ଧାପେ ଆଲୁଅ,
ସୂର୍ଯ୍ୟ ଉଠିଲାଣି, ଉଠ୤
ଆଖିତଳ କଳା ଦାଗ ଆମ ଦୁଃଖ
କେଇଟୋପା ଲୁହରେ ଧୋଇ ଯିବନି ଯେ’ !

ଥମି ସାରିଛି କମାଣର ଶବ୍ଦ୤
ପରୀମାନେ ଆଉ ଉଡ଼ିଯିବେନି
ଆମ ପିଲାଙ୍କ ସ୍ବପ୍ନରୁ, କାହାଣୀରୁ୤
ଦେଖ, ପିଲାଏ କେମିତି
ଗୁଡ଼ି ପଛେ ଧାଇଁଲେଣି ଯୁଦ୍ଧ ପଡ଼ିଆରେ,
ଲୁଚକାଳି ଖେଳିଲେଣି
ମୃତଟ୍ୟାଙ୍କ୍‌ର ଚାରିପଟରେ୤

ପକ୍ଷୀ ପିଲାଏ ଖଣ୍ଡି ଉଡ଼ା ଦେଲେଣି
ଏ ଫର୍ଚ୍ଚା ଆକାଶରେ
ବେଶ୍‌ କିଛିଦିନ ହେବ ବାରୁଦର ଧୂଆଁରେ
ଯିଏ ଗରିଲା ପରି ଦିଶୁଥିଲା,
ଉହୁଁକି ଆସୁଥିଲା୤

କଅଁଳା ବାଛୁରୀ ପରି ଫିଟି ଗଲାଣି
ସେନା ଛାଉଁଣୀରେ ବନ୍ଦୀ ସମୟ୤
ଆଗପରି ଆପଣାର ଲାଗିଲାଣି ନିଃଶ୍ବାସ,
ଅଫୁଟା ଗୁଳିମାନଙ୍କ ଔଦ୍ଧତ୍ୟକୁ
ଢାଙ୍କି ଦେଲାଣି ବାଲି ବସ୍ତା ତଳୁ
ଗଜୁରି ଉଠିଥିବା ଘାସ୤

କେବେଠୁ ସ୍କୁଲ୍‌ ଯାଇନାହାଁନ୍ତି ପିଲାଏ୤
ପ୍ରଶ୍ନଯାକ ଚାହିଁ ବସିଛନ୍ତି
ତାଙ୍କ ସାଥେ ଖେଳିବାକୁ,
ସେମାନଙ୍କ କୋଳକୁ ଡେଇଁ ପଡ଼ିବାକୁ
“କିଏ ଜିଣିଲା ଏ ଯୁଦ୍ଧ”- ପଚାରିଲେ
ହାତ ଟେକି ଦିଅନ୍ତି ସଭିଏଁ ଏକାବେଳେ,
ଗୁଡ଼ିଟିଏ କଟିଯାଏ,
ଉଡ଼ିଯାଏ ସୀମା ସେପାରେ
ପିଲାଏ ଉପରମୁହାଁ ଧାଉଁଥାନ୍ତି ତା’ ପଛରେ…୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଶକ୍ତି ମହାନ୍ତି, ଭୁବନେଶ୍ବର
ଶକ୍ତି ମହାନ୍ତି
ଜଣେ ଯୁବ କବି ଭାବେ ଶକ୍ତି ମହାନ୍ତିଙ୍କର ଅଦ୍ୟାବଧି ତିନୋଟି କବିତା ସଙ୍କଳନ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଛି୤ ପେଶାରେ ଜଣେ ପଦାର୍ଥ ବିଜ୍ଞାନର ଅଧ୍ୟାପକ ଥିବା ଶ୍ରୀ ମହାନ୍ତି ନୂତନ ଢଙ୍ଗର କବିତା ଲେଖିବାରେ ସିଦ୍ଧହସ୍ତ୤ ଶ୍ରୀ ମହାନ୍ତି ବିଶେଷ କରି କବିତା ଲେଖିବାକୁ ଅଗ୍ରାଧିକାର ଦେଇଥାନ୍ତି୤ ଅଦ୍ୟାବଧି ଶ୍ରୀ ମହାନ୍ତିଙ୍କ ‘ପୁଣି ବର୍ଷା’, ‘ସୀମା ହୀନ’ ଏବଂ ‘ଲଘୁଚାପ’ କବିତା ସଙ୍କଳନ ପ୍ରକାଶିତ ହୋଇସାରିଛି୤
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. Arun |  ମାର୍ଚ୍ଚ୍ ୯, ୨୦୧୨ - ୧୧:୦୨ ପୂର୍ବାହ୍ନ

    Badhia! Dedicated to WORLD PEACE!

  • ୨. paritosh nath |  ମାର୍ଚ୍ଚ୍ ୧୩, ୨୦୧୨ - ୨:୧୦ ପୂର୍ବାହ୍ନ

    sunder kabita . kabinku dhanyabad

  • ୩. samir samal |  ଏପ୍ରିଲ୍ ୪, ୨୦୧୨ - ୧୨:୨୭ ପୂର୍ବାହ୍ନ

    Bahuta Badhia Heichhi….

  • ୪. SUBODH DAS |  ମେ ୧୦, ୨୦୧୨ - ୭:୫୫ ଅପରାହ୍ନ

    ଶବ୍ଦ ଉପରେ ଏତେ ଗୁରୁତ୍ବ ଦେଲା ବେଳକୁ ମୂଳ ସ୍ରୋତରୁ ଟିକିଏ ଦୁରେଇ ଗଲେ. କବିତା କିନ୍ତୁ ଭଲ ଲଗିଲା ୤ ବଧେଇ ୤
    ସୁବୋଧ ଦାସ ୤
    ବାଲିଘର . ଭୁବନେଶ୍ବର ୤

  • ୫. ଦିଗନ୍ତ |  ଅକ୍ଟୋବର୍ ୨, ୨୦୧୫ - ୪:୪୭ ପୂର୍ବାହ୍ନ

    ଭଲ ହେଇଛି

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )