ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମାୟା
 |- ରାଜକିଶୋର ଦାସ
 
 
ତା: ଜୁଲାଇ ୨୭, ୨୦୧୨  
 

କେହି ଜଣେ କହିଥିଲେ
ଦୁଇଟି ନିଆଁର ସମାହାର ଦୁନିଆ
କେବେ ଏନ୍ତୁଡ଼ି କେବେ
ଚିତାର ରଡ଼ ନିଆଁ୤

ଏବେ କିନ୍ତୁ ଜାଣି ହେଲାଣି
ଅଲଗା ଅଲଗା ଦୁଇଟି ଦୁନିଆ ହିଁ ଦୁଇ ଦୁନିଆ
ଗୋଟିଏ ତମର, ଗୋଟିଏ ମୋର୤

ଏଠି ସମସ୍ତେ ଜାଣି ଗଲେଣି
ମୁଁ ଗୋଟାପଣେ ତମର
ସକାଳୁ ସଞ୍ଜଯାଏ
ତମ କଥା ହିଁ ଭାବି ହେଉଥାଏ
ଜପି ହେଉଥାଏ
ତୁମ ଦୁନିଆରେ ତୁମେ ଖୁସି ?

କାଳେ ତୁମେ ଖାଇବାକୁ ମଣୋହି
ଶୋଇବାକୁ ପହୁଡ଼
ଓ ପ୍ରେମେଇବାକୁ ରାହାସ କୁହାଯାଏ୤

ତୁମର ଖୁବ୍‌ ସୁନ୍ଦର ଆଖି ଅଛି
ସତରେ ଭାରି ସୁନ୍ଦର,
କିନ୍ତୁ, ମୋର ସନ୍ଦେହ
ସେ ଆଖିରେ ତମେ ଦେଖିପାର କି, ନପାର !

କେତେ ବିଲିବିଲା, ଆବୁଡ଼ା ଖାବୁଡ଼ା
ସାରା କାନ୍‌ଭାସ୍‌
ତୁମର ହିଁ ଚିତ୍ର ଆଉ ଚିତ୍ର ୤

ତୁମ ଓଠ ଭାରି ରୋମାଣ୍ଟିକ୍‌
କେଜାଣି ତମେ କଥା କହି ଶିଖିଛକି ନାହିଁ
ଗୋଟିଏ ଶବ୍ଦର ଉଚ୍ଚାରଣ ଶୁଣି ନାହିଁ କେବେ
ହସ କଥା ତ ଛାଡ଼ !

ଏବେ ତ ମୋର ଘୋର ସନ୍ଦେହ
ତୁମ କାନକୁ ବି ଶୁଭୁଛିକି ନାହିଁ,
ଝାଞ୍ଜ, ଢୋଲକିର ସିମ୍ଫୋନିରେ
ଅଝଡ଼ା ନୀରବତାରେ
ତୁମ ନାଁ କେତେଥର ଧରିଛି
ଥରେ ବି’ ତ ମୋ ଆଡ଼େ ଚାହିଁନ ?

ତଥାପି ସେମାନେ କହନ୍ତି
ସାରା ବଜାର, ସାରା ସହର ତୁମର
ଏମିତିକି
ମୋର ଇହ ଆଉ ପରକାଳ୤

ସେଦିନ ତମ ସହ
ମନ୍ଦିରରେ ଦେଖା ହେଇଗଲା ଯେ’
ତୁମେ ତ ବେଶ୍‌ ଅଚିହ୍ନା ମଣିଲ ?

ରାଜରାସ୍ତାରେ ଗଲାବେଳେ
ସମୁଦ୍ର କୂଳେ ଦୂରଠୁ ଦୂରକୁ
ଚାହିଁ ରହିଲାବେଳେ
ତମେ ତ ମୋ ସାଙ୍ଗରେ ଥାଇ ବି ନ’ଥିଲ୤

ଦେଖ ମୋ ଦୁନିଆ
କେତେ ମାୟାରେ ଘେରା,
କେହି ନାହିଁ, କେହି ନାହିଁ
ସତରେ କେହି ନାହିଁ,
ତଥାପି ହୁଲ୍‌ସ୍ଥୁଲ୍‌ ଚୈତନ୍ୟ
ସମ୍ମୋହନରୁ ଗଭୀର ସମ୍ମୋହନ ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ରାଜକିଶୋର ଦାସ, ଭୁବନେଶ୍ବର
ଏଥେନା ବୁକ୍‌ସ ନାମକ ପୁସ୍ତକ ପ୍ରକାଶନ ସଂସ୍ଥାର ସତ୍ତ୍ବାଧିକାରୀ ଭାବେ ରାଜକିଶୋର ଦାସ କାର୍ଯ୍ୟ କରୁଥିଲେ ମଧ୍ୟ ନିଜେ ଜଣେ ସାହିତ୍ୟିକ ଭାବେ ସେ ବେଶ୍‌ ପରିଚିତ୤ ବିଶେଷ କରି କବିତା ଲେଖୁଥିବା ଶ୍ରୀ ଦାସ ଅନେକ ଗଳ୍ପ ମଧ୍ୟ ଲେଖିଛନ୍ତି୤ ଏହା ବ୍ୟତୀତ ସେ ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ମଧ୍ୟ ଶ୍ରୀ ଦାସ ସକ୍ରିୟ ଭାବେ ଜଡ଼ିତ୤ ହିନ୍ଦୀ ଓ ତେଲୁଗୁ ଭାଷାରୁ କେତେକ କବିତାକୁ ଅନୁବାଦ କରିବା ସହିତ କେତେକ ପୁସ୍ତକ ସଙ୍କଳକ ଭାବେ... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. ମଳୟ କୁମାର ସିଂହ |  ସେପ୍ଟେମ୍ବର୍ ୯, ୨୦୧୨ - ୩:୦୨ ପୂର୍ବାହ୍ନ

    ବହୁତ୍ ଭଲ …………………

  • ୨. ମନୋଜ କୁମାର ରଥ, ଗୁଣୁପୁର |  ଅକ୍ଟୋବର୍ ୧୪, ୨୦୧୨ - ୧୧:୩୧ ଅପରାହ୍ନ

    ବହୁତ ବଢିଆ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ମୁଦ୍ରଣ ଜନିତ ତ୍ରୁଟି ବହୁତ ପରିଲକ୍ଷିତ ହେଉଛି ଦୟାକରି ଧ୍ୟାନ ଦେବାକୁ ଅନୁରୋଧ
    ( ତପନ ଦୀକ୍ଷିତ(ବେଳାଭୂମି) )
  • ପିଲା ଦିନେ ବାପା ଙ୍କ ପାଖରୁ ଶୁଣିଥିଲି କବିତା ପ୍ରେମୀ ଓ ଏକ ଛୋଟ କବି ହିସାବରେ କବିତାରେ ରୁଚି ଥିବାରୁ ମୁଁ ଏ କବିତା ଖୋଜି…
    ( ଦୁର୍ଲ୍ଲଭ କୁମାର ରାଉତ )
  • ଜର୍ମାନୀରେ ରହୁଥିବା ବାବୁଜଣଙ୍କ ଓଡ଼ିଆଣୀ ବୋଉ ସାଥିରେ ବିଦେଶିନୀ ମମିକୁ ସମାନ ଭାବରେ ତଉଲିଦେଲେ । ବୋଧହୁଏ ଲେଖକଙ୍କର ଆନ୍ତରିକତାକୁ ସେ ପରଖିପାରି ନାହାନ୍ତି । ମମତାର…
    ( ରଙ୍ଗନାଥ ରଥ )