ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କାମାକ୍ଷୀ ପ୍ରସାଦ ଦାଶ
ବରେନ୍ଦ୍ର କୃଷ୍ଣ ଧଳ
ରଜତ କୁମାର ମିଶ୍ର
ଭୂପେନ୍‌ ମହାପାତ୍ର
ଅନନ୍ତ ପଟ୍ଟନାୟକ
ସେନାପତି ପ୍ରଦ୍ୟୁମ୍ନ କେଶରୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମଳୟ ସନ୍ତ୍ରାସ
  ସଦାଶିବ ଦାଶ
 
 
ତା: ଫେବୃଆରୀ ୨୩, ୨୦୧୧  
 

ମଣିଷ ପାଇଛି ବାଟ…ରାହା ଟିକେ ‘ମହେନ୍ଦ୍ର’ ପର୍ବତେ
ସେ ବନର ଶ୍ୟାମଳ କେଦାରେ
ବିପ୍ଳବର ଶିଶୁ ଆଜି ଦେଖ ଜାଗିଉଠେ୤
ପଶ୍ଚିମେ ଉଠିଛି ସୂର୍ଯ୍ୟ ବଜାଇ ଆଲୋକ ତୂର୍ଯ୍ୟ
ସୂର୍ଯ୍ୟ ସୀତା ମେଦିନୀ ଫଟାଇ ଆଜି ଉଠିଛି ଉଠିଛି୤
ବନ୍ଧୁକର ନଳୀ ଦେହେ ମହାଜନୀ ରକ୍ତ ସେ ମାଗୁଛି,
ପିଇବା ମଣିଷ ରକ୍ତ….ଶଠ, ଠକ, ବେଇମାନୀ ମାଂସ
ଶିକାରୀ ସାଜିବା ଆମେ ପ୍ରାଣ ପାଇଁ ସାଜିବା ମାରୀଚ୤
ଡାକେ ଆଜି କୋରାପୁଟ… ମାଳଘେରା ମଳୟ ଗଞ୍ଜାମ୍‌
ଡାକେ ଆତ୍ମା, ଡାକେ ଏଠି ମଣିଷର ତ୍ୟକ୍ତ ଅଭିମାନ୍‌
ଖୋଜି ବୁଲେ କାହିଁ ତାର ମଣିଷତା…ସତ୍ତା ପୌରୁଷର
ସେ ହୋଇବ ପର୍ଶୁରାମ ହେବ ଏକାକାର୤

ଦେଖିଛି ପର୍ବତେ ଦିନେ ମହାସମୁଦ୍ରର ସ୍ବପ୍ନ ଜୀବନ ଚିଲିକା
ପାଇଛି ସେ ଦାରୁବ୍ରହ୍ମ ଅକ୍ଷୟ ଜୀବନଧାରା ଅନନ୍ତ ଭୂମିକା
ପାଇଛି ପାଇଛି ସେଠୁ ଏ ମଣିଷ ତାହାର ସୋପାନ
ଦେଖିଛି ସେ ନୀଳଚକ୍ର ବିଶ୍ବାବସୁ ଆତ୍ମାର କ୍ରନ୍ଦନ୤

ଯେ ସବୁଜ ଆଶା ରାଶି ମଳୟର ସନ୍ତ୍ରାସରେ ହୁଏ ଆନ୍ଦୋଳିତ
ଯା କପାଳ ଲାଲ ରକ୍ତେ ହୋଇଛି ରଞ୍ଜିତ୤
ଏକ ଖୋଲା ଇଲାକା ମେରୁ ଏବଂ ବିଷୁବର ପିତା
କ୍ରାନ୍ତିର ଜନକ ସିଏ କାଳଜୟୀ ଆଲୋକ ସଭ୍ୟତା୤

ସୁଭାଷର ପୁତ୍ର ସିଏ ମୁକ୍ତି ମାଗେ ଜନତାର ମୁକ୍ତି
ମୁକ୍ତି ପର୍ବ ଉତ୍ତରୁ ଆରମ୍ଭ ହୁଏ ଦକ୍ଷିଣରେ ତାହାର ସମାପ୍ତି୤
ପରଓ୍ୟାନା ଆସିଛିରେ ଭାଙ୍ଗିବାକୁ ଶଠତା ଦିଆଲ୍‌
ଭାଙ୍ଗିବାକୁ ଶାଢୀ ଗାଡି…ଦେହର ମାହାଲ୍‌
ସେଠି ନାହିଁ ‘ଇନ୍ଦିରା’ କି ‘ଜ୍ୟୋତି ବସୁ’ ଅବା ‘ମହତାବ’
ନାହିଁ ସେଠି ରବି ସିଂ, ‘ସଚ୍ଚିବାବୁ’ ‘ସଦାଶିବ ଦାଶ’
ସବୁ ଖାଲି ପ୍ରଳୟ ପ୍ରଳୟ…
ବନେ ଆଜି ସିଂହ ଶିଶୁ…..ହା-ହିଲ୍ଲୋଳେ ଚିର ଶଦ୍ଦମୟ
କରୁଛି ରାଜତ୍ବ…
ଦେହେ ତାର ଅସମ୍ଭବ ତାତି,
ଗରିଲାର ତପ୍ତ ଲୁହ ଏ ମାଟିର ଫିଟାଇଛି ତାତି୤
ମଣିଷର ରକ୍ତ ସବୁ ହୋଇ ନୀଳ, ନୀଳକଣ୍ଠ ଆଜିର ମଣିଷ
କୋରାପୁଟ ଓ ଗଞ୍ଜାମ ଆଣିଅଛି ମଳୟ ସଂତ୍ରାସ୤

ଆଜି ମୁହିଁ କରେ ନମସ୍କାର,
ସେ ଅଜେୟ ଦୁର୍ଜେୟ ସୀମାରେ,
ସେଇ ତ୍ୟକ୍ତ ପରିତ୍ୟକ୍ତ ଲାଲ ଇଲାକାରେ୤

ମୋ ସମାଧି ଗଢି ଦେବ ପିତାମାନେ…..
କେଉଁ ଦିନ କୁହ !
ଯେଉଁଦିନ….ଠିକ୍‌ ସେଇଦିନ
ଏ ମାଟିରେ ହସୁଥିବ ଲୁହ ଦେହୁ ସଭ୍ୟତାର ସୁଅ୤
ଗଞ୍ଜାମର ନାମ ହେବ ନୂଆ ଭିଏତନାମ୍‌
ଯାରେ ମୁହିଁ ବାର ବାର ଦେଇ ଚାଲେ ଅଶ୍ରୁ ରକ୍ତ ଖେଦର ସମିଧ;
ସେଇ ଭୂମି…ତ୍ୟାଗ ଭୂମି
ବନ୍ଧୁକର ଜରିଆରେ ମୋ କବର ସେଠାରେ ତୋଳିବ୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସଦାଶିବ ଦାଶ
author photo
ସଦାଶିବ ଦାଶ, ଓଡ଼ିଆ କବିତା ଜଗତର ଜଣେ ସୁପ୍ରତିଷ୍ଠିତ କବି୤ ଷାଠିଏ ଦଶକରୁ ଲେଖନୀ ଚାଳନା କରିଆସୁଥିବା କବି ଶ୍ରୀ ଦାଶଙ୍କ କବିତା ପୁସ୍ତକ ଗୁଡିକ ମଧ୍ୟରେ ଅ’ରୁ ଚନ୍ଦ୍ର ବିନ୍ଦୁ, ଏସ୍‌ପ୍ଲାନେଡ୍‌, ଷଷ୍ଠଚେତନା, ଅକ୍ଷାଂଶ ଦ୍ରାଘିମା, କାଳ ନିରବଧି, ନିତ୍ୟ ପଦ୍ମତୋଳା ଆଦି କବିତା ପୁସ୍ତକ ଓ କଥାକୃତି ‘ସାତ ସମୁଦ୍ର ତେର ନଈ’ ଖୁବ୍ ଚର୍ଚ୍ଚିତ୤
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. prasanta Panda |  ଏପ୍ରିଲ୍ ୨୫, ୨୦୧୧ - ୩:୨୭ ଅପରାହ୍ନ

    Namaskar Sir
    Apanka Kabita ti mana ku chuinchi
    Danyabaad.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )