ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଦୟାନିଧି ମିଶ୍ର
ପ୍ରଦୀପ ନାୟକ
ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
ରମେଶ ଚନ୍ଦ୍ର ଦାସ
ଦିଲ୍ଲୀପ ଦାସ
କାଳିନ୍ଦି ଚରଣ ପାଣିଗ୍ରାହୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମଳୟ ସନ୍ତ୍ରାସ
  ସଦାଶିବ ଦାଶ
 
 
ତା: ଫେବୃଆରୀ ୨୩, ୨୦୧୧  
 

ଦଶ ଦିଗେ ଆଗ୍ନେୟ ଉତ୍ତରୀ ଲେଖି
ଦକ୍ଷିଣରୁ ଆସିଅଛି ମଳୟ ସନ୍ତ୍ରାସ,
ସମସ୍ତ ପତ୍ରରେ ଲେଖା
ଓଡିଶା ମୋ’ ରକ୍ତରଙ୍ଗା କରବୀର ଦେଶ୤

ସୃଜନ ସାଜିଛି ଗଙ୍ଗା….ମହେନ୍ଦ୍ରର ସୀମା ଉଚ୍ଛୁଳିଛି
ଋଷିକୂଲ୍ୟା କାର ରକ୍ତେ ଲାଲ୍‌ ହୋଇ ଡୁଡୁମାରେ ଅଶ୍ରୁ ଝରାଇଛି
ତା’ରେ ମୁହିଁ ଜାଣିଛି ଜାଣିଛି
ସିଏ ଏକ ତ୍ୟକ୍ତ ଶାଖା ଭବିଷ୍ୟତ ଯହିଁ ଲେଖାଅଛି୤

କାମ୍ବୋଡିଆ କାହିଁ ଦୂରେ….
ତା’ର ନାମ କୋରାପୁଟ ଅଥବା ଗଞ୍ଜାମ୍‌
ସମସ୍ତ ପଞ୍ଚମ ସୁରେ ବହିଅଛି ମଳୟ ସନ୍ତ୍ରାସ
ସେ କହୁଛି, ଓଡିଶା ଦିନେ ରେ ହେବ ନୂଆ ଭିଏତ୍‌ନାମ୍‌ !
ଗରଳର ମାଳା ପିନ୍ଧି ଜ୍ବାଳାର ପଇତା ତଳେ,
ଭୂ, ଭୂବ, ସ୍ବଃ ଉଚ୍ଚାରଣେ
ଜାଗିବରେ ବନବୀଥି ଏ ମଣିଷ ଗରିଲା ଆହ୍ବାନେ୤
ଭାଙ୍ଗିଯିବ ଶୋଷଣର କୋଠାସବୁ ସେ ତିଆରି ସବୁ ଜଉବାଡ
ଧଷିଁତ ଯୌବନ ଦେହୁ ଭଙ୍ଗା ହେବ ସଭ୍ୟତାର କଳଙ୍କିତ ଗଡ୤

ସମସ୍ତ ଖାତକମାନେ ନିଦ୍ରାରୁ ଉଠିବେ ନିଶ୍ଚେ ଆଗାମୀ ସକାଳେ
ଆକାଶରେ ଲଞ୍ଜାତାରା ହୁତୁ ହୁତୁ ଜଳେ୤
ସତେ ଅବା ଆକାଶର କପାଳକୁ କେ ଦେଇଛି ଚିରି
ରକ୍ତ କି ଝରୁଛି ସେଠୁ ନୀଳଦେହୁ ଭାଙ୍ଗିବାକୁ ତାରାଙ୍କ କିଆରି୤
ଆକାଶ ଫାଟିବ ଏଠି ଚିଲିକାରୁ ବିପ୍ଳବର ପଦଧ୍ବନି ହେବ
ସମସ୍ତ ଅଜଣା ସରେ ପଦ୍ମବନ ସେ ଦିନ ହସିବ୤
ମଣିଷ ହାଡରେ ଗଢା ହାର ମୋର, ଦେଇ ମାଆ ଗଳେ-
ତା’ସ୍ତନକୁ ଚିରିବି ମୁଁ କେଶ ତା’ର ରକ୍ତେ ରଙ୍ଗାଇବି,
ତା’ ଦେହର ସମସ୍ତ ପୃଷ୍ଠାରେ ‘ନଚିକେତା’ ନାମ ଲେଖିବି୤
ଖୋଲରେ ଦରଜା ଖୋଲ, ଖୋଲ ବଂଧୁ ରୁଦ୍ଧ ବାତାୟନ
ମଳୟ ସନ୍ତ୍ରାସ ଡାକେ
ମାତୃହତ୍ୟା-ଭ୍ରୁଣହତ୍ୟା….ନୂଆ ମୂଲ୍ୟାୟନ୤

ପାଷାଣ ଶିଳାକୁ ଆମେ କରିବାରେ ନୂଆ ବୁମେରାଂ,
ସିଂପାଜି, ଗରିଲା ଆମେ ଗଞ୍ଜାମର ନୂଆ ଓରାଓଟାଂ୤
ମାଳର ଶିଳାରେ ଲେଖି ଜ୍ବାଳାର ଦଲିଲ୍‌
ଚିଲିକାର ନୀଳ ଜଳେ ନିଜ ରକ୍ତ କରିବା ସାମିଲ୍‌୤
ଯିବା ଚାଲ ସମୁଦ୍ରର ଦେଶେ
ଯିବା ଆମେ କୃତ୍ତିବାସ…. ଅବା ଏଠୁ ରାଜଗୁରୁ ବେଶେ୤
ଖୋର୍ଦ୍ଧାଗଡ….ବରୁଣେଇ….ବାଣପୁର….ମାଟିରୁ ସଂତ୍ରାସ,
ପ୍ରେତ ଦେହ କରିବ ବର୍ଜନ….
ସମସ୍ତ ଅଯୋନି ମାତା….
ଆରମ୍ଭିବେ ପ୍ରାୟଶ୍ଚିତ୍ତ ଯୁଗର ପୁରାଣ୤

( ପରବର୍ତ୍ତୀ ପୃଷ୍ଠା ଦେଖନ୍ତୁ → )

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସଦାଶିବ ଦାଶ
author photo
ସଦାଶିବ ଦାଶ, ଓଡ଼ିଆ କବିତା ଜଗତର ଜଣେ ସୁପ୍ରତିଷ୍ଠିତ କବି୤ ଷାଠିଏ ଦଶକରୁ ଲେଖନୀ ଚାଳନା କରିଆସୁଥିବା କବି ଶ୍ରୀ ଦାଶଙ୍କ କବିତା ପୁସ୍ତକ ଗୁଡିକ ମଧ୍ୟରେ ଅ’ରୁ ଚନ୍ଦ୍ର ବିନ୍ଦୁ, ଏସ୍‌ପ୍ଲାନେଡ୍‌, ଷଷ୍ଠଚେତନା, ଅକ୍ଷାଂଶ ଦ୍ରାଘିମା, କାଳ ନିରବଧି, ନିତ୍ୟ ପଦ୍ମତୋଳା ଆଦି କବିତା ପୁସ୍ତକ ଓ କଥାକୃତି ‘ସାତ ସମୁଦ୍ର ତେର ନଈ’ ଖୁବ୍ ଚର୍ଚ୍ଚିତ୤
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. prasanta Panda |  ଏପ୍ରିଲ୍ ୨୫, ୨୦୧୧ - ୩:୨୭ ଅପରାହ୍ନ

    Namaskar Sir
    Apanka Kabita ti mana ku chuinchi
    Danyabaad.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )