ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୪୭

ଲେଖକ ଓ ଲେଖିକା

ଭାନୁଜୀ ରାଓ
ଗନ୍ତାୟତ ଶିବପ୍ରସାଦ
ସୁଧାଂଶୁ ଶେଖର ପାତ୍ର
ମହାପାତ୍ର ନୀଳମଣି ସାହୁ
ଡକ୍ଟର ମାୟାଧର ମାନସିଂହ
ରାଜକିଶୋର ରାୟ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମହିଷାସୁର
 |- ସୁନୀଲ କୁମାର ପୃଷ୍ଟି
 
 
ତା: ସେପ୍ଟେମ୍ବର୍ ୨୩, ୨୦୧୧  
 

ମୋ ମୁଣ୍ଡ, ମୋ ଧମନୀ
ମୋ ଛାତି, ମୋ ଉଲ୍ଲାସର ରକ୍ତରେ
ଗାଧୋଇ ଫେରିଛ ତ?

କାଇଁ ଟିକେବି ବିଭତ୍ସ
ଦିଶୁନ!

ଏଇ ଟିକକ ଆଗରୁ
କେତେ କେତେ ଆଲୋକ, ନକ୍ଷତ୍ରମାଳା
ପିନ୍ଧି ଶୁଭ୍ର ଦିଶୁଥିଲେ୤
ମୁଁ ବାଟ ଦେଖେଇ ଦେଲି ବାଛି ନେବାକୁ
ତୁମକୁ
ପତନର ପଥ!

ଏ କି ଗୋଟେ ପରାଜୟ? ତମେ
ଅସ୍ତ୍ର ଧରି ଆସିବ ବୋଲି ତ
ମୁଁ ନିରସ୍ତ୍ର୤

କେତେ କାହାର ଭିକ୍ଷାରେ ଭରି ଯାଇଥିବା
ତମ ଯଜ୍ଞକୁଣ୍ଡ ପାଖରେ
ମୁଁ ବିଗଳିତ ଘୃତ୤

ତମେ ଦେବୀ୤ ମୁଁ ମଣିଷ!

ଯେତେବେଳେ ବି କାହାଣୀରେ
ଲେଖାହେବ ଏ ଯୁଦ୍ଧ
ତମେ ଆହୁରି ଆହୁରି ଲାସ୍ୟମୟୀ
ରୂପସୀ ଦିଶିବ୤

ତମେ ମୋହିନୀ ବୋଲି ତ
ମୁଁ ଏତେ ବିକଟାଳ!

କାହାର ଯାଚନା, କାହାର ଆୟୁଧକୁ ନେଇ
ଯୁଦ୍ଧକୁ ଆସେ ନାହିଁ ବୋଲି ତ
ଅହଂକାରକୁ ତୋଳିଧରେ
ଗିନାଏ ରକ୍ତ୤
ପିଅ୤ ଆହୁରି ତୃଷିତ ହୁଏ୤
ମନେ ରଖିବ କିନ୍ତୁ
ତମେ ଦେବୀ୤ ମୁଁ ମଣିଷ୤

ତମେ ରାତିର ଗଭା୤ ମୁଁ ରକ୍ତଭିଜା
ଗୋଟେ ଗୋଲାପ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
 

ମତାମତ ସଂଖ୍ୟା - ୪ ଆପଣଙ୍କ ମତାମତ ?

  • ୧. ଶୁଭେନ୍ଦୁ ମହାନ୍ତି |  ସେପ୍ଟେମ୍ବର୍ ୨୬, ୨୦୧୧ - ୫:୩୨ ପୂର୍ବାହ୍ନ

    ଅତି ଉଚ୍ଚ କୋଟିର , ମୋତେ ଖୁବ୍ ଭଲ ଲାଗିଲା ୤ ଆପଣଙ୍କ ପ୍ରତିଟି କବିତା ପ୍ରଶଂସାଯୋଗ୍ୟ ୤

  • ୨. kamakshya jena |  ସେପ୍ଟେମ୍ବର୍ ୨୬, ୨୦୧୧ - ୮:୪୪ ଅପରାହ୍ନ

    Sundar kavita hoichi.Kartika masara boita bandana upare gote bhala kavita lekhibaku anurodha

  • ୩. parth |  ଅକ୍ଟୋବର୍ ୧୭, ୨୦୧୧ - ୧୧:୪୮ ଅପରାହ୍ନ

    Mahinshasura ra charitra citrana re Kabi Mahodaya Nischit bhabe safalkam hei parichhanti
    Mote Ye kabita nischit bhabe bhala lagichhi

  • ୪. ପ୍ରତାପ ଚନ୍ଦ୍ର ଭଞ୍ଜ, ଖୋର୍ଦ୍ଧା |  ଅକ୍ଟୋବର୍ ୨୦, ୨୦୧୧ - ୬:୫୮ ପୂର୍ବାହ୍ନ

    ଖୁବ୍ ଭଲ ଲାଗିଲା| ସୁନୀଲ୍ ଭାଇ, ଅନେକ ଧନ୍ୟବାଦ| ସମ୍ପୂର୍ଣ ସମପର୍ଣର କଥା ଏଠାରେ ଦେଖେଇଛନ୍ତି | ଆବେଗ ରହିଛି ଏ କବିତାରେ|

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ମୋ ମନ ସୁମନ ଦେଇ ହରପଦ ପୂଜିବି ରେ । ଅଧମତାରଣ ହରି ଏ ଅଧମେ କୃପା କରି ଆସିବେ ହୃଦକୁଟୀରେ,…
    ( Trilochan Patel )
  • ଆଧୁନିକତାର ପ୍ରବେଶରେ ଯନ୍ତ୍ର ଶିଳ୍ପ ସାମାଜିକ ଜୀବନରେ ଅବାଧ ପ୍ରବେଶ ,ପାରମ୍ପରିକ କୁଟୀର ଶିଳ୍ପ ଓ କୌଳିକ ବୃତ୍ତି ହ୍ରାସ ,ଆଧୁନିକ ଯନ୍ତ୍ର ସହିତ ମଣିଷର ନିବିଡ଼ତା…
    ( ସୁଶାନ୍ତ କୁମାର ଦାଶ )
  • କବିସୂର୍ଯ୍ୟ ବଳଦେବ ରଥ ତାଙ୍କର ଗୋଟିଏ ପଦରେ ସେ ଲେଖିଛନ୍ତି କବି ହୋଇଗଲେ ସମସ୍ତ ଲୋକ,…
    ( ପ୍ରେମାନନ୍ଦ ଦାସ )