ନବ ପ୍ରତିଭା

ବିକ୍ଷିପ୍ତ ଭାବନା
|- ପ୍ରଜ୍ଞା ପାରମିତା ମହାନ୍ତି, ପୁରୀ, ଓଡିଶା
ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଲଗ୍ନ
 |- ପ୍ରଶାନ୍ତ ମହାନ୍ତି
 
 
ତା: ଜୁଲାଇ ୪, ୨୦୧୨  
 

ଏବେ
ବିଚିତ୍ର ଅନୁଭବ !

କେତେବେଳୁ
ଶୂନ୍ୟରେ ସମର୍ପି ଦେଇଚି
ଦେହ ମନ
ବିବେକ !

ଶୁଭୁନି ମାଙ୍ଗଳିକ
ଛୁଉଁନି ମତୁଆଲି ପବନ
ନିଆଁପାଣି ମାରଣାସ୍ତ୍ର
ଲାଗୁଚି
ପ୍ରତ୍ୟେକ ମୁହୂର୍ତ୍ତ
ମନ୍ତ୍ରସିଦ୍ଧ
ବଳକା ସମୟ ପାଇଁ
ନୂଆ ନୂଆ ଦିଗ !

ଏଇଠି
ଅନ୍ଧାର ଆଲୁଅ
ସାକାର ନିରାକାର
ଫୁଲ ଅନ୍ଧ ମହୁମାଛି
ଜୀବନ ମୃତ୍ୟୁ
ନିଜ ନିଜ ସଂଜ୍ଞା ସତ୍ତା ଭୁଲି
ନିଷ୍କପଟ
ନିରହଙ୍କାର ସ୍ବରେ ସଂଯୋଜିତ
ଯାହା କିଛି ଅଚିନ୍ତ୍ଯ !

ପଚାରୁଚ ଯେ
କେମିତି କହିବି
ମାଟିଠୁ କେତେ ଊର୍ଦ୍ଧ୍ବରେ
ମୁଁ:
ମୋର ଅସ୍ତିତ୍ବ
ଯେତେ ହାତ ଉଠିଲେ
ସ୍ବର୍ଗ !

ଜାଣେନି
କେଉଁଠି ନନ୍ଦନକାନନ
ଦେବସଭା: ଉର୍ବଶୀର ପାଦ
ପାରିଜାତ ଫୁଲ
ଟୋପା ଟୋପା ଅମୃତ
ଛଳ ଛଳ ପ୍ରେମ !!

ଲାଗୁଚି
ନିଜକୁ ପାସୋରି
ଅନ୍ୟକୁ ବୁଝିବାର
ଗୋଟେ
ନିଷ୍ଠୁର ଅବଲମ୍ବନ
ଶୂନ୍ୟ !

ଶୂନ୍ୟ କହିଲେ କ’ଣ ଯେ,
ଶବ୍ଦରେ ନିଃଶବ୍ଦ
ନିଃଶବ୍ଦରେ ଶବ୍ଦର
ମଧୁ ଗୁଞ୍ଜରଣ
ତୁରୀୟରେ
ସମର୍ପଣ ନୁହେଁ ତ
ଆଉ କ’ଣ ?

ନିଜକୁ ନିଜ ବାଟେ
ନିଃଶେଷ କଲାପରେ
ବାସ୍ନାରେ ବିମୋହିତ
କବିତା କବିତା ଲଗ୍ନ !

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ପ୍ରଶାନ୍ତ ମହାନ୍ତି, ଭଞ୍ଜନଗର, ଗଞ୍ଜାମ
ଜଣେ ଶିକ୍ଷକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିବା ପ୍ରଶାନ୍ତ ମହାନ୍ତି ଏକାଧାରରେ ଜଣେ କବି, ଗାଳ୍ପିକ ସହିତ ପ୍ରାବନ୍ଧିକ ଓ ନାଟ୍ୟକାର ଭାବେ ପରିଚିତ୤ ଜଣେ ଶିଶୁକବିତା ଲେଖକ ଭାବେ ମଧ୍ୟ ପରିଚିତ ଶ୍ରୀ ମହାନ୍ତି ଅନେକ ଅନୁଷ୍ଠାନ ଓ ସଙ୍ଗଠନ ଦ୍ବାରା ସମ୍ବର୍ଦ୍ଧିତ ହୋଇଛନ୍ତି୤ ତାଙ୍କର କବିତା ସଙ୍କଳନ ମଧ୍ୟରେ ପିଣ୍ଡଦାନ, ଅନାମ ଅକ୍ଷର, ନୀଳାଞ୍ଜନା ଏବଂ ବାଘ ନାମକ ଗଳ୍ପ ପୁସ୍ତକ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଛି୤
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. [email protected], manamunda boud odisha |  ଡିସେମ୍ବର୍ ୧୩, ୨୦୧୨ - ୧୧:୨୫ ପୂର୍ବାହ୍ନ

    manachua kabita ……………. atmaku chuela bhali kabita ………………….

  • ୨. ପ୍ରଭାତ କୁମାର ଆଚାର୍ଯ୍ୟ, Bhanjanagar;odisha |  ଜୁନ୍ ୨୮, ୨୦୨୦ - ୬:୦୧ ପୂର୍ବାହ୍ନ

    ଏମିତି ଏକ ଲଗ୍ନ ଯାହା ପାହାନ୍ତା ପରି ଲାଗେ ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ସ୍ୱଭାବ କବି ଗଙ୍ଗାଧର ମେହେର ଙ୍କ ର ମାତୃଭୂମି କାବ୍ୟ ଅନନ୍ୟ।ଆଜିର ଓଡ଼ିଆମାନଙ୍କ ମନରେ ଭାଷା ପ୍ରତି ମମତା ଜାଗ୍ରତ କରିବା ର ଉଦାହରଣ।କିଭଳି ନିଷ୍ଠାର ସହ…
    ( ଅଶୋକ ପରିଡା )
  • ହାଇସ୍କୁଲ ରେ ପଢ଼ିଥିଲି l କର୍ମରତ ଜୀବନରେ ସବୁ ଭୁଲି ଯାଉଥିଲି କିନ୍ତୁ ପଡ଼ିଲେଖା ମୋର ସବୁବେଳେ ମନେ ରହୁଥିଲା "ବରଜୀବ ରସେ ଦେଇ......... ହୋଇବ ଗାଈ…
    ( Saidev patel )
  • ଭଲ ଲାଗିଲା । ମନେ ମନେ ଖୋଜୁଥିଲି ଅନେକ ପ୍ରିୟ କବିଙ୍କ କବିତା । ଆଜି ଆପଣଙ୍କ ମାଧ୍ୟମରେ ପ୍ରିୟ କବି ମାୟାଧର ମାନସିଂହଙ୍କ କବିତା ତରୁଣ…
    ( ମହେନ୍ଦ୍ର କୁମାର ପ୍ରଧାନ )