ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

କନକଲତା ସାହୁ
ଭଗବତୀ ଚରଣ ପାଣିଗ୍ରାହୀ
ଭୁବନେଶ୍ବର ବେହେରା
ଡକ୍ଟର ମାୟାଧର ମାନସିଂହ
ଗୋଦାବରୀଶ ମହାପାତ୍ର
ଆଶିଷ କୁମାର କର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କ୍ରମଶଃ ନିଜ ଆଡକୁ
  ଭାଗୀରଥି ମିଶ୍ର , ସମ୍ବଲପୁର
 
 
ତା: ଅଗଷ୍ଟ୍ ୧୬, ୨୦୧୦  
ମୂଳ ପୃଷ୍ଠାକାବ୍ୟ ଓ କବିତାଆଧୁନିକ
 

ସେଇମିତି ଗୁମ୍ ମାରି ବସିଚି,
ଘା ଭର୍ତ୍ତି ସାରାଦେହରେ
ପୂଜ ପଝୁରୁଚି୤

କଦବା କେମିତି ହଠାତ୍
ମାଛି ଘଉଡାଏ,
ନଚେତ୍ ମଉନ ହେଇଥାଏ୤

ଦର୍ପଣ ତାର ଅନ୍ତରଙ୍ଗ ବନ୍ଧୁ
ଏକଦା,
ନିଜ ମୁହଁଠୁଁ ବଳି
ଆଉ କିଛି ନାହିଁ ବୋଲି
ଘୋଷଣା କଲା ସେ
ଦର୍ପଣ ଭିତରକୁ ହଠାତ୍ ଦିନେ
ଧସେଇ ପଶିଲା୤

ସବୁ କିଛି ଏମିତି ନ ଥିଲା୤

ପ୍ରଥମେ ଆଖି ନିଠେଇ
ଚାହିଁରହୁଥିଲା ଆକାଶ ଆଡକୁ
ଆତଙ୍କରେ ,
ସତେ ଯେମିତି ଜଣେ କେହି
ପ୍ରଳୟର ପଞ୍ଝା ଝପଟାଇ
ଝାମ୍ପିନେଉଚି,
ଆଉ ସେ ଆକୁଳରେ
ଥର୍ଥର,
କଟା ଗଣ୍ଡି ପରି
ଟଳିପଡୁଛି୤

ସେ ଦିନେ ରାଜଜେମାର
ସ୍ବପ୍ନ ଭିତରକୁ
ଉହୁଙ୍କି ଚାହିଁଥିଲା,
ସେଦିନଠୁଁ ଅନ୍ଧ ହେଇ
ନିଜକୁ ଖୋଜୁଛି
ଘଟ ଘର ବାର ଦ୍ବାର
ସଦା ଅଣ୍ଡାଳୁଛି୤

ଏବେ ପ୍ରତି ମୁହୂର୍ତ୍ତ କ୍ରମଶଃ
ସୂର୍ଯ୍ୟ ହେଇ ସକାଳ

କ୍ରମଶଃ ନିଜ ଆଡକୁ
ଚିରକାଳ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଭାଗୀରଥି ମିଶ୍ର , ସମ୍ବଲପୁର
author photo
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. badri_1954 |  ଅଗଷ୍ଟ୍ ୨୩, ୨୦୧୦ - ୧:୩୦ ପୂର୍ବାହ୍ନ

    ମାହାଶୟ,
    ପ୍ରକୃତରେ ମୁଁ ଅତ୍ୟନ୍ତ ଆନନ୍ଦିତ ଓ ବହୁତ ଖୁସି ଲାଗିଲା | ଏଭଳି ଓଡିଆ ଭାଷା ଇ-ମେଲରେ ବ୍ୟବହାରରେ ଆସିବ ମୋର ଧାରଣା ବାହାରେ ଥିଲା, କିନ୍ତୁ ଆପଣମାନଙ୍କ ପ୍ରଚେଷ୍ଟାରେ ହୋଇପାରିଲା, ଏଣୁ ଆପଣମାନଙ୍କୁ ମୋର ଅଶେସ ଧନ୍ୟବାଦ |
    ଆଶା କରେ ଭବିଷ୍ୟତରେ ଏହାର ଆହୁରି ଉନ୍ନତି ହେବ | ଈତି,
    ଆପଣଙ୍କ ପାଠକ ବନ୍ଧୁ, ବଦ୍ରିନାଥ ବେହେରା |

  • ୨. ଜୟ୍ କୁମାର ପ୍ରଧାନ |  ଜୁନ୍ ୧୭, ୨୦୧୧ - ୮:୨୫ ପୂର୍ବାହ୍ନ

    ଦାଦା, ତୁମର କବିତା ର ସବୁ ଶବ୍ଦ ଭିତ୍ରେ ମତେ ଗୁଟେ ଗୁଟେ ଭାବନାର୍ ଗୁମ୍ଫା ମାନେ ଅଛେ ମେତାନ୍ ଲାଗୁଛେ. ବନେ ହେଇଛେ– ସେ ଦିନେ ରାଜଜେମାର,ସ୍ବପ୍ନ ଭିତରକୁ,ଉହୁଂକି ଚାହିଁଥିଲା,
    ସେଦିନଠୁଁ ଅଂଧ ହେଇ,ନିଜକୁ ଖୋଜୁଛି–
    ଇ ପଦ ଟା ଭୁଲି ନାଂଇ ହୁଏ. ଜୟ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )