ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର
-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର
ସେଇମିତି ଗୁମ୍ ମାରି ବସିଚି,
ଘା ଭର୍ତ୍ତି ସାରାଦେହରେ
ପୂଜ ପଝୁରୁଚି
କଦବା କେମିତି ହଠାତ୍
ମାଛି ଘଉଡାଏ,
ନଚେତ୍ ମଉନ ହେଇଥାଏ
ଦର୍ପଣ ତାର ଅଂତରଂଗ ବଂଧୁ
ଏକଦା,
ନିଜ ମୁହଁଠୁଁ ବଳି
ଆଉ କିଛି ନାହିଁ ବୋଲି
ଘୋଷଣା କଲା ସେ
ଦର୍ପଣ ଭିତରକୁ ହଠାତ୍ ଦିନେ
ଧସେଇ ପଶିଲା
ସବୁ କିଛି ଏମିତି ନ ଥିଲା
ପ୍ରଥମେ ଆଖି ନିଠେଇ
ଚାହିଁରହୁଥିଲା ଆକାଶ ଆଡକୁ
ଆତଂକରେ,
ସତେ ଯେମିତି ଜଣେ କେହି
ପ୍ରଳୟର ପଂଝା ଝପଟାଇ
ଝାଂପିନେଉଚି,
ଆଉ ସେ ଆକୁଳରେ
ଥର୍ଥର,
କଟା ଗଂଡି ପରି
ଟଳିପଡୁଛି
ସେ ଦିନେ ରାଜଜେମାର
ସ୍ବପ୍ନ ଭିତରକୁ
ଉହୁଂକି ଚାହିଁଥିଲା,
ସେଦିନଠୁଁ ଅଂଧ ହେଇ
ନିଜକୁ ଖୋଜୁଛି
ଘଟ ଘର ବାର ଦ୍ବାର
ସଦା ଅଂଡାଳୁଛି
ଏବେ ପ୍ରତି ମୁହୂର୍ତ୍ତ କ୍ରମଶଃ
ସୂର୍ଯ୍ୟ ହେଇ ସକାଳ
କ୍ରମଶଃ ନିଜ ଆଡକୁ
ଚିରକାଳ
bhalo lekha ti.
( kiran kumar lenka ) →
people admire your social critics,
Thank you sir, Jarirahu
( ମୁରଲିଧର କବି ) →
khub sundar
( ମୁରଲିଧର କବି ) →
ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?
୧. badri_1954 | ଅଗଷ୍ଟ୍ ୨୩, ୨୦୧୦ - ୧:୩୦ ପୂର୍ବାହ୍ନ
ମାହାଶୟ, ପ୍ରକୃତରେ ମୁଁ ଅତ୍ୟନ୍ତ ଆନନ୍ଦିତ ଓ ବହୁତ ଖୁସି ଲାଗିଲା | ଏଭଳି ଓଡିଆ ଭାଷା ଇ-ମେଲରେ ବ୍ୟବହାରରେ ଆସିବ ମୋର ଧାରଣା ବାହାରେ ଥିଲା, କିନ୍ତୁ ଆପଣମାନଙ୍କ ପ୍ରଚେଷ୍ଟାରେ ହୋଇପାରିଲା, ଏଣୁ ଆପଣମାନଙ୍କୁ ମୋର ଅଶେସ ଧନ୍ୟବାଦ | ଆଶା କରେ ଭବିଷ୍ୟତରେ ଏହାର ଆହୁରି ଉନ୍ନତି ହେବ | ଈତି, ଆପଣଙ୍କ ପାଠକ ବନ୍ଧୁ, ବଦ୍ରିନାଥ ବେହେରା |୨. ଜୟ୍ କୁମାର ପ୍ରଧାନ | ଜୁନ୍ ୧୭, ୨୦୧୧ - ୮:୨୫ ପୂର୍ବାହ୍ନ
ଦାଦା, ତୁମର କବିତା ର ସବୁ ଶବ୍ଦ ଭିତ୍ରେ ମତେ ଗୁଟେ ଗୁଟେ ଭାବନାର୍ ଗୁମ୍ଫା ମାନେ ଅଛେ ମେତାନ୍ ଲାଗୁଛେ. ବନେ ହେଇଛେ-- ସେ ଦିନେ ରାଜଜେମାର,ସ୍ବପ୍ନ ଭିତରକୁ,ଉହୁଂକି ଚାହିଁଥିଲା, ସେଦିନଠୁଁ ଅଂଧ ହେଇ,ନିଜକୁ ଖୋଜୁଛି-- ଇ ପଦ ଟା ଭୁଲି ନାଂଇ ହୁଏ. ଜୟ