ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮

ଲେଖକ ଓ ଲେଖିକା

ମୃଣାଳ
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
କୁନ୍ତଳା କୁମାରୀ ସାବତ
ସୁରେନ୍ଦ୍ର ମହାନ୍ତି
ବିଷ୍ଣୁପ୍ରିୟା ମହାପାତ୍ର
କାହ୍ନୁଚରଣ ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କ୍ଷେତ୍ରବାସୀ
 |- ବିପ୍ର ଆଚାର୍ଯ୍ୟ
 
 
ତା: ଜୁଲାଇ ୩, ୨୦୧୨  
 

ଗାଁ ଦାଣ୍ଡ ପଦା ହେଲା,
ନୂଆଁଣିଆ ଚାଳଘର ଉଲାରି ବିଦାରି
ନଭଶ୍ଚୁମ୍ଭି ଅଟ୍ଟାଳିକା ଅଟ୍ଟହାସ୍ୟେ
ଧଉଳିର ଶାୟିତ ବୁଦ୍ଧ ଥରହର ହେଲା,
ଲିଙ୍ଗରାଜ ଚୁଡ଼ା ଲାଜେଇ ଲାଜେଇ
କଙ୍କ୍ରିଟ୍‌ ଜଙ୍ଗଲର ଗହଳିରେ ଦିଶୁନାହିଁ,
କେଉଁଠି ଲୁଚିଲା୤

ଚିକ୍‌ ଚିକ୍‌ କରୁଥିବା ଚଉଡ଼ା ରାସ୍ତାରେ
ଶିମିଳି ତୁଳା ପ୍ରାୟେ ଉଡ଼ିବୁଲିଲେ ଆଇକନ୍‌ ଗାଡ଼ି
ଆଉ ଆଇଟି ଡଲାର୤
ବର୍ଷାପାଣି ରକ୍ତ ହୋଇ ଉଛୁଳିଲା
ଇସ୍କନ ମନ୍ଦିରେ, ସୁପାରି, ଫିକ୍ସିଂ ଭଳି ଶବ୍ଦମାନେ
ହସି ହସି ଗଡୁଥିଲେ, କାତି କୁରାଢ଼ିରେ
ଅବା ଗୁଳି ବନ୍ଧୁକରେ୤

ଏତେ ଧାଁ ଧପଡ଼ରେ
ଆଉ ବେଳ କାହିଁ
ସିଂହଦ୍ବାରେ କ୍ଷେତ୍ରବାସୀ ପାଇଁ ?

କେବେ କେବେ ବେଳ ଅବେଳରେ
ଚକାଡ଼ୋଳା ମନେପଡ଼େ ବଡ଼ ବିକଳରେ୤
ଛାତି ଧଡ଼ ଧଡ଼ ବେଳେ
ଦେହହାତ ଝିମିଝିମି ଲାଗେ,
ଅଣଚାଷ ବୋହୁଥାଏ
କାନମୁଣ୍ଡା ଶୁଭେ ଝାଇଁ ଝାଇଁ୤

ବାନାବାନ୍ଧେ, ଦୀପଜାଳେ, ଭୋଗରାଗ ଦାନଧର୍ମ କରେ
ବଟବୃକ୍ଷେ ସୂତା ବାନ୍ଧେ, ଦୁଷ୍ଟଗ୍ରହ ଶାନ୍ତ ହେବା ପାଇଁ
ତମର ମୁରୁକି ହସ, ଦେଖି ନଦେଖିଲା ପରି
ତଥାପି ତଥାପି ଧାଉଁଥାଏ ପଡ଼ିଉଠି
ଆଉ ଦୁଇଥର ଜାଗା ମାଡ଼ିବସି
ପୁଣି ଧଇଁ ପେଲିବାର ପାଇଁ୤

ଏବେ ଏବେ ବସିଅଛି, ମୁଣ୍ଡପୋତି ଏକା ଏକା
ଋଷିକୂଲ୍ୟା ଦକ୍ଷିଣ କୂଳରେ,
ମ୍ଳାନ ସୂର୍ଯ୍ୟ ଅସ୍ତଯାଏ କେରାଣ୍ଡିମାଳ ପାହାଡ଼ ପଛରେ୤
କାହିଁଗଲେ ଏବେ ପାର୍ଶ୍ବଚ଼ର,
କାହିଁଗଲା ଆଗର ଓ ପଛର ଗହଳି,
କାହିଁଗଲେ ସାଙ୍ଗ ସାଥୀ, ଦାରା ଓ ସୋଦର
ପୁତ୍ରକନ୍ୟା ମାନଙ୍କର ମେଳି୤

ଏବେ ଆଉ ଦୃଶ୍ୟ ହେଉନାହିଁ,
କ୍ୟାପିଟାଲ୍‌ ବଡ଼ପଣର ଛୋଟଲୋକ
ଗାଁ ଗହଳିର ଟାଉଟରି ମୂର୍ଖ ରାଜନୀତି୤

ଆଖି ବୁଜିଲେ ଦିଶୁଚ ତମେ୤
ତମର ସେ ତେଜୀୟାନ ନୀଳଚ଼କ୍ର୤
କେଉଁକାଳୁ ଛିଣ୍ଡାଇଛି ଭାବରାଜ୍ୟେ
ତମର ସେ କରୁଣାର ଡୋରି
ଆଉ କି ମିଳିବ ଜାଗା ସିଂହଦ୍ବାର ଗହଳିରେ
ଏତେ ଟିକେ କ୍ଷେତ୍ରବାସୀ ପାଇଁ୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ବିପ୍ର ଆଚାର୍ଯ୍ୟ, ବ୍ରହ୍ମପୁର
ବିପ୍ର ଆଚାର୍ଯ୍ୟ
ଜଣେ ଅବସରପ୍ରାପ୍ତ ପୋଲିସ୍‌ ଅଧିକାରୀ ସହିତ ଜଣେ କବି ଭାବେ ବିପ୍ର ଆଚାର୍ଯ୍ୟ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି୤ ତାଙ୍କ ରଚିତ ଅଚିନ୍ତା ମଣ୍ଡପ ଓ ସର ଶଯ୍ୟାରେ ବରିଷ୍ଠ ନାଗରିକ ପରି କବିତା ଗ୍ରନ୍ଥ ଆଦି ପ୍ରକାଶିତ ହୋଇ ଅନେକ ପାଠକୀୟ ଆଦୃତି ହାସଲ କରିଛି୤ ସେ ନିଜର ପରିଣତ ବୟସରେ ମଧ୍ୟ ତାଙ୍କର ଲେଖନୀ ଚଳଚଞ୍ଚଳ ରଖିଛନ୍ତି୤
 

ମତାମତ ସଂଖ୍ୟା - ୬ ଆପଣଙ୍କ ମତାମତ ?

  • ୧. Aruni |  ଅଗଷ୍ଟ୍ ୧୦, ୨୦୧୨ - ୯:୨୧ ଅପରାହ୍ନ

    Great poem.. One of my favorites. Way to go.. Please keep writing.

  • ୨. ଦୀପାଳି |  ଅଗଷ୍ଟ୍ ୧୧, ୨୦୧୨ - ୪:୪୬ ପୂର୍ବାହ୍ନ

    ବହୁତ ବଢିଆ ହୋଇଛି କବିତା ଏବଂ ଫୋଟ…

  • ୩. "Andhra Keats" S.V.Rama Rao |  ଅଗଷ୍ଟ୍ ୧୨, ୨୦୧୨ - ୬:୪୩ ପୂର୍ବାହ୍ନ

    I am highly inspired by reading this poem which I wish to translate into English.

  • ୪. ଟୁଟୁ,ଶେଲୀ... |  ଅଗଷ୍ଟ୍ ୧୨, ୨୦୧୨ - ୨:୧୮ ଅପରାହ୍ନ

    ଆଉ କି ମିଳିବ ଜାଗା ସିଂହଦ୍ବାର ଗହଳିରେ
    ଏତେ ଟିକେ କ୍ଷେତ୍ରବାସୀ ପାଇଁ୤……ସମୟର ସ୍ରୋତରେ ନିଜକୁ ହଜାଇ….ଶେଷରେ ଜଗନ୍ନାଥଙ୍କ ଶରଣରେ ସମର୍ପଣର ଇଛା……ସମସ୍ତେ ନିଶ୍ଚୟ ଏହି କବିତାରେ ନିଜକୁ ଆବିଷ୍କାର କରିବେ

  • ୫. ବିପ୍ର ଆଚାର୍ଯ୍ୟ |  ଅଗଷ୍ଟ୍ ୧୬, ୨୦୧୨ - ୭:୨୫ ପୂର୍ବାହ୍ନ

    thank you all.

  • ୬. Alok Swain, New York, USA |  ସେପ୍ଟେମ୍ବର୍ ୨୬, ୨୦୧୪ - ୩:୩୯ ଅପରାହ୍ନ

    Best One, I would say. Thank you very much, neatly written. Salute you, sir.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )