ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ବିପ୍ର ଆଚାର୍ଯ୍ୟ
ଗଣେଶ୍ୱର ମିଶ୍ର
ସେନାପତି ପ୍ରଦ୍ୟୁମ୍ନ କେଶରୀ
ନୀଳକଣ୍ଠ ଦାସ
ବ୍ରଜନାଥ ରଥ
ରବି ଶତପଥୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କ୍ଷେତ୍ରବାସୀ
 |- ବିପ୍ର ଆଚାର୍ଯ୍ୟ
 
 
ତା: ଜୁଲାଇ ୩, ୨୦୧୨  
 

ଅଝଟିଆ ଶଇଶବ ଏବେ ବି ଜଗିଚି
କେଶପୁର ରେଳଷ୍ଟେସନରେ୤
ଓଡ଼ିଶା ଯିବ, ଜେଜେ ମା’ କାନି ଧରି
କ୍ଷେତ୍ରବାସୀ ହେବ୤
କଉଶଳେ କାନି ଛଡ଼ାଇ
ମାଆ ପଳେଇଲା, ମାଛ ଗାଡ଼ିରେ୤

ଛୁକ୍‌ ଛୁକ୍‌ କୋଇଲା ଇଞ୍ଜିନ୍‌
କଳାଧୂଆଁ ତା’ସ୍ବପ୍ନିଳ ଆଖିରେ ଭରିଦେଇ
କାହିଁ କେତେଦୂର ଶୂନ୍ୟରେ ମିଳେଇ ଗଲା୤

ଚିଲିକାର କୁନି କୁନି ଲହରୀରେ
ହଲି ହଲି ହଜିଗଲା,
ତୁଳସୀ ଚଉଁରା ମୂଳୁ
ବୋଉ ମୋର ଆଖିବୁଜି ଦେଖୁଥିବା
ପ୍ରଜ୍ବଳିତ ନୀଳଚ଼କ୍ର,
କୋଟି ଭକ୍ତର ପାଦଧୂଳି ଧୂସରିତ
ବାଇଶି ପାହାଚ଼,
ଗରୁଡ଼ ଗଛରୁ
ହସି ହସି ଡାକୁଥିବା, ଶ୍ବେତ ପଦ୍ମନେତ୍ର୤

ଯଉବନ ଜଳିଗଲା
ଭୁବନେଶ୍ବରର ମହାଶ୍ମଶାନରେ୤
ନିଶ ଗଜୁରିବା ବେଳେ,
ଖଣ୍ଡିଆଭୁତଟେ ହୋଇ ଘୁରୁଥିଲା
ୟୁନିଟ୍‌ ଓ ନଗରରେ
ଜଳୁଥିବା କୃଷ୍ଣଚୁଡ଼ା ଫୁଲର ଗାଲରେ୤
ବାଣୀବିହାରରୁ କେଦାରଗୌରୀ
କପିଳପ୍ରସାଦ ଠାରୁ ଶିଖରଚ଼ଣ୍ଡି
ଧାଉଁଥିଲା ଭଙ୍ଗା ସାଇକଲ୍‌
ହ୍ୟାଣ୍ଡଲ୍‌ ମୁଣିରେ ଜାକି
ନିତ୍‌ ସେ, କାଫକା, ଝଙ୍କାର, ଦିଗନ୍ତ,
ଶୁଖିଲା ପ୍ରେମର ଚାଲୁ ଚା’
ଖଣ୍ଡିଆ ବିଡ଼ିର ଧାସ,
ପୁରୁଣା ବସ୍‌ଷ୍ଟାଣ୍ଡର ନାଲି ଧୂଳିରେ
ଉଡୁଥିଲେ ସଚ୍ଚି ରାଉତରା,
ରମାକାନ୍ତ ରଥ, ଦେବଦାସ, ହରଦାସ୤

ଦୂର ଗାଁ ମଫସଲେ ନୀଳଚକ୍ର ଭାଳି ଭାଳି
ବୋଉର ଉଜ୍ଜ୍ବଳ ଆଖି ଶେତା ପଡ଼ିଗଲା,
ତା’ ଓଡ଼ିଶା କ୍ରମେ କ୍ରମେ
ନାଳ ନର୍ଦ୍ଦମାରେ ଭର୍ତ୍ତି ପୁରି ହୋଇଗଲା
ଏବଂ ହାସ ପରିହାସେ, ସିଂହଦ୍ବାରେ କ୍ଷେତ୍ରବାସୀ ସ୍ବପ୍ନ
ଖଣ୍ଡଗିରି ଅନ୍ଧାରି ଗୁମ୍ଫାରେ ଦୀର୍ଘଶ୍ବାସେ ଗୋପୀ ହୋଇଗଲା,
ହଠାତ୍‌ ଶିଶୁପାଳଗଡ଼ର ଇତିହାସ ପୃଷ୍ଠାରୁ
ହୁଁ କାର ଉଠି ଆସିଲା ବୀରଦର୍ପେ ନୂଆ କ୍ୟାପିଟାଲ୍‌୤
ଶୁଣାଗଲା ଗଗନ ମଣ୍ଡଳୁ ଆଉ ଏକ
କଳିଙ୍ଗ ଯୁଦ୍ଧର ଥାଟ ପଟୁଆର୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ବିପ୍ର ଆଚାର୍ଯ୍ୟ, ବ୍ରହ୍ମପୁର
ବିପ୍ର ଆଚାର୍ଯ୍ୟ
ଜଣେ ଅବସରପ୍ରାପ୍ତ ପୋଲିସ୍‌ ଅଧିକାରୀ ସହିତ ଜଣେ କବି ଭାବେ ବିପ୍ର ଆଚାର୍ଯ୍ୟ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି୤ ତାଙ୍କ ରଚିତ ଅଚିନ୍ତା ମଣ୍ଡପ ଓ ସର ଶଯ୍ୟାରେ ବରିଷ୍ଠ ନାଗରିକ ପରି କବିତା ଗ୍ରନ୍ଥ ଆଦି ପ୍ରକାଶିତ ହୋଇ ଅନେକ ପାଠକୀୟ ଆଦୃତି ହାସଲ କରିଛି୤ ସେ ନିଜର ପରିଣତ ବୟସରେ ମଧ୍ୟ ତାଙ୍କର ଲେଖନୀ ଚଳଚଞ୍ଚଳ ରଖିଛନ୍ତି୤
 

ମତାମତ ସଂଖ୍ୟା - ୬ ଆପଣଙ୍କ ମତାମତ ?

  • ୧. Aruni |  ଅଗଷ୍ଟ୍ ୧୦, ୨୦୧୨ - ୯:୨୧ ଅପରାହ୍ନ

    Great poem.. One of my favorites. Way to go.. Please keep writing.

  • ୨. ଦୀପାଳି |  ଅଗଷ୍ଟ୍ ୧୧, ୨୦୧୨ - ୪:୪୬ ପୂର୍ବାହ୍ନ

    ବହୁତ ବଢିଆ ହୋଇଛି କବିତା ଏବଂ ଫୋଟ…

  • ୩. "Andhra Keats" S.V.Rama Rao |  ଅଗଷ୍ଟ୍ ୧୨, ୨୦୧୨ - ୬:୪୩ ପୂର୍ବାହ୍ନ

    I am highly inspired by reading this poem which I wish to translate into English.

  • ୪. ଟୁଟୁ,ଶେଲୀ... |  ଅଗଷ୍ଟ୍ ୧୨, ୨୦୧୨ - ୨:୧୮ ଅପରାହ୍ନ

    ଆଉ କି ମିଳିବ ଜାଗା ସିଂହଦ୍ବାର ଗହଳିରେ
    ଏତେ ଟିକେ କ୍ଷେତ୍ରବାସୀ ପାଇଁ୤……ସମୟର ସ୍ରୋତରେ ନିଜକୁ ହଜାଇ….ଶେଷରେ ଜଗନ୍ନାଥଙ୍କ ଶରଣରେ ସମର୍ପଣର ଇଛା……ସମସ୍ତେ ନିଶ୍ଚୟ ଏହି କବିତାରେ ନିଜକୁ ଆବିଷ୍କାର କରିବେ

  • ୫. ବିପ୍ର ଆଚାର୍ଯ୍ୟ |  ଅଗଷ୍ଟ୍ ୧୬, ୨୦୧୨ - ୭:୨୫ ପୂର୍ବାହ୍ନ

    thank you all.

  • ୬. Alok Swain, New York, USA |  ସେପ୍ଟେମ୍ବର୍ ୨୬, ୨୦୧୪ - ୩:୩୯ ଅପରାହ୍ନ

    Best One, I would say. Thank you very much, neatly written. Salute you, sir.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )